ସରିଲା ଆୟକର ଚଢାଉ, ଭୁବନେଶର ଫେରିଲେ ଅଧିକାରୀ
ବଲାଙ୍ଗୀର,୧୨।୧୨( ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଓ ଟିଟିଲାଗଡ଼ରେ ଗତ ୭ ଦିନ ଧରି ଚାଲିଥିବା ଆୟକର ଚଢାଉ ମଙ୍ଗଳବାର ଶେଷ ହୋଇଛି । ବଲାଙ୍ଗୀର କ୍ଳବପଡା ମଦଭାଟି ଅଫିସରୁ ବାହାରି ଜଣେ ଅଧିକାରୀ ଆୟକର ଚଢାଉ ଅଭିଯାନ ବଲାଙ୍ଗୀରରୁ ଶେଷହେଲା…
ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ମୋଦି
ଭୁବନେଶ୍ୱର,୧୨।୧୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଆସିବେ। ଡିସେମ୍ବର ମାସରେ ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମ୍ଭାବନା ରହିଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ ମଙ୍ଗଳବାର ସୂଚନା ଦେଇଛନ୍ତି। ମାଝୀ କହିଛନ୍ତି, ମୋଦି ପଶ୍ଚିମ ଓଡ଼ିଶାର ଏକ କାର୍ଯ୍ୟକ୍ରମରେ ଯୋଗ…
ଜେଲ୍ରୁ ମୁକୁଳି ‘ଲ’ ପରୀକ୍ଷା ଦେଲେ ଅର୍ଚ୍ଚନା
ଭୁବନେଶ୍ୱର,୧୨।୧୨: ଦୀର୍ଘ ୧୪ ମାସ ପରେ ଅର୍ଚ୍ଚନା ନାଗ ମଙ୍ଗଳବାର ଜେଲ୍ରୁ ମୁକୁଳିଛନ୍ତି । ସକାଳେ ଅର୍ଚ୍ଚନା ଝାରପଡ଼ା ଜେଲ୍ରୁ ବାହାରିଥିଲେ। ତାଙ୍କ ସହିତ ତାଙ୍କ ସ୍ବାମୀ ଜଗବନ୍ଧୁ ମଧ୍ୟ ଥିଲେ । ପରେ ସେଠାରୁ ସେ ଘରକୁ ଯାଇ ପରେ…
ରାଜ୍ୟପାଳଙ୍କ ପାଣ୍ଠି ଯାଉଛି କୁଆଡ଼େ
ଭୁବନେଶ୍ୱର, ୧୨ା୧୨(ସୁନୀତ୍ ମିଶ୍ର):ଓଡ଼ିଶାର ନାଗରିକମାନେ ଜାଣି ନ ଥିବେ ରାଜ୍ୟପାଳଙ୍କ ପାଖରେ ମଧ୍ୟ ଅତ୍ୟଧିକ ଅର୍ଥ ପ୍ରଦାନର କ୍ଷମତା ରହିଥାଏ। ଉଲ୍ଲେଖଯୋଗ୍ୟ, ଏହି ଅର୍ଥ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ରାଜକୋଷରୁ ରାଜଭବନକୁ ଦିଆଯାଇଥାଏ ଅର୍ଥାତ୍ ଏହା ଓଡ଼ିଶାର କରଦାତାଙ୍କ ଅର୍ଥ। କିନ୍ତୁ…
ଡିସେମ୍ବର ୧୬ରୁ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବ
ପୁରୀ,୧୨।୧୨: ଡିସେମ୍ବର ୧୬ ତାରିଖରୁ ଜାନୁୟାରୀ ୧୪ ତାରିଖ ପର୍ଯ୍ୟନ୍ତ ରାତି ୨ଟାରୁ ଶ୍ରୀମନ୍ଦିର ଦ୍ୱାର ଫିଟା ଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ ଦାସଙ୍କ ଅଧ୍ୟକ୍ଷତାରେ ସୋମବାର ବସିଥିବା ଛତିଶା ନିଯୋଗ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଡିସେମ୍ବର…
ଶିମିଳିପାଳରେ ସର୍ବନିମ୍ନ ୪ ଡିଗ୍ରୀ
ବାରିପଦା,୧୨ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଉତ୍ତର ଓଡ଼ିଶାରେ ଶୀତର ଲହରୀ ବୃଦ୍ଧି ପାଇଛି। ମୟୂରଭଞ୍ଜ ଜିଲାରେ ଶୀତର ପ୍ରକୋପ ବୃଦ୍ଧି ପାଉଥିବାରୁ ବୃଦ୍ଧାବୃଦ୍ଧ, ଶିଶୁ, ଗୃହପାଳିତ ପ୍ରାଣୀ ଓ ବନ୍ୟପ୍ରାଣୀମାନେ କଷ୍ଟ ଭୋଗୁଛନ୍ତି। ଏପରିକି ଜିଲାରେ ୧୦ ଡିଗ୍ରୀ ତଳେ ତାପମାତ୍ର ରହୁଥିବା…
ଜାନୁୟାରୀ ୨ରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା
ଭୁବନେଶ୍ୱର,୧୨।୧୨: ଜାନୁୟାରୀ ୨ ତାରିଖରୁ ଯୁକ୍ତ ଦୁଇ ପ୍ରାକ୍ଟିକାଲ ପରୀକ୍ଷା ଆରମ୍ଭ ହେବ। ଆସନ୍ତା ୨୬ ତାରିଖରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚଏସ୍ଇ) ପକ୍ଷରୁ ପରୀକ୍ଷା ସମ୍ପର୍କିତ ଫର୍ମ, ପ୍ରଶ୍ନପତ୍ର ଏବଂ ଉତ୍ତର ଖାତା ପରୀକ୍ଷା କେନ୍ଦ୍ରଗୁଡିକୁ ପଠାଯିବ । ଯଦି…
ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଉଦ୍ଘାଟନ ହେଲା ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର
ଭୁବନେଶ୍ୱର,୧୧।୧୨: ଭାରତର ସର୍ବବୃହତ କ୍ରୀଡ଼ା ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ ଠାରେ ସୋମବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦ୍ଘାଟନ କରିଛନ୍ତି। ଏହି କେନ୍ଦ୍ରରେ ମାଇଣ୍ଡ ଲ୍ୟାବ୍, ରିହାବିଲିଟେସନ୍ ଲ୍ୟାବ୍, ରିକଭରି ଲ୍ୟାବ, ଗେଟ୍…
ଦାଦନ ନେଲା ଦୁଇ ଭାଇଙ୍କ ଜୀବନ: ସାନ ପରେ ବଡ଼ଭାଇଙ୍କ ଜୀବନ ଗଲା
ରାୟଗଡ଼ା,୧୧।୧୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ଜିଲାରେ ସରୁନି ଦାଦନ ଦୁଃଖ। କାଶୀପୁର ବ୍ଲକ ଟିକିରି ପଞ୍ଚାୟତ ମକାପଦର ଗ୍ରାମର ୨ ଭାଇ ରୋଜଗାର ଆଶାରେ ପଡ଼ୋଶୀ ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇଥିଲେ। ସେଠାରେ ଜ୍ୱରରେ ପୀଡ଼ିତ ହେବା ସହ ନିର୍ଯାତନା ମିଳିବାରୁ…
ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁଙ୍କୁ ଏନ୍କାଉଣ୍ଟର
ପୁରୀ,୧୧।୧୨: ପୁରୀରେ ସୋମବାର ଏକ ଏନ୍କାଉଣ୍ଟର ହୋଇଛି। ଏଥିରେ ଦୁର୍ଦ୍ଦାନ୍ତ ଅପରାଧୀ ସନ୍ତୁ ବାରିକ ଆହତ ହୋଇଛନ୍ତି। ସନ୍ତୁଙ୍କ ଗୋଡ଼ରେ ଗୁଳି ବାଜିଥିବା ଜଣାପଡିଛି। ତାଙ୍କୁ ପୁରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ସନ୍ତୁ କିଛି ଦିନ ତଳେ…
ଷଷ୍ଠ ଦିନରେ ଆୟକର ବିଭାଗର ଚଢାଉ: ଭାଟି ମ୍ୟାନେଜରଙ୍କୁ ପଚରାଉଚରା
ବଲାଙ୍ଗୀର,୧୧।୧୨(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ଜିଲାର ମଦଭାଟି, ଅଫିସ ଓ ମଦ ବ୍ୟବସାୟୀଙ୍କ ବାସଭବନରେ ଚଢ଼ାଉ କରି ଆୟକର ବିଭାଗ ଜବତ କରିଥିବା କୋଟି କୋଟି ଟଙ୍କାର ଶେଷରେ ହିସାବ ମିଳିଛି। କେବଳ ବଲାଙ୍ଗୀର ଏସ୍ବିଆଇ ମୁଖ୍ୟ ଶାଖାରେ ଚାଲିଥିବା ଗଣତି…
ପ୍ରାତଃଭ୍ରମଣରେ ଯାଇଥିବା ବେଳେ ବୃଦ୍ଧଙ୍କ ଗଳାକାଟି ହତ୍ୟା
ବ୍ରହ୍ମପୁର,୧୧ା୧୨(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ଅନ୍ତର୍ଗତ ଗାନ୍ଧୀନଗର ଦ୍ବିତୀୟ ଲାଇନ୍ରେ ସୋମବାର ଏକ ଘର ସମ୍ମୁଖରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜଣେ ବୃଦ୍ଧଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କ ବେକକୁ ଧାରୁଆ ଅସ୍ତ୍ରରେ କାଟି ହତ୍ୟା କରାଯାଇଛି।…
Archives


