ମହାପ୍ରଭୁଙ୍କ ଆଶୀର୍ବାଦ ନେବାକୁ ଶ୍ରୀମନ୍ଦିରରେ ଉପାସନା
ପୁରୀ,୩।୪(ଅଜିତ୍ ମହାନ୍ତି): ବହୁ ଚର୍ଚ୍ଚିତ ପୁରୀର ବ୍ରହ୍ମଗିରି ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇଛନ୍ତି ସ୍ବର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର । ତେବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇବା ପୁର୍ବରୁ ଉପାସନା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ନିଜକୁ ସମର୍ପି ଦେଇଛନ୍ତି। ବୁଧବାର…
ଝାରସୁଗୁଡ଼ାରୁ ବିଧାନସଭା ନିର୍ବାଚନ ଲଢ଼ିବେ ଦୀପାଳି
ଭୁବନେଶ୍ୱର,୩ା୪: ବିଜେଡି ବୁଧବାର ତା’ର ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ତେବେ ଝାରସୁଗୁଡ଼ାରୁ ସ୍ବର୍ଗତଃ ନବ ଦାସଙ୍କ ଝିଅ ଦୀପାଳି ଦାସ ବିଧାନସଭା ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ବୋଲି ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି…
ନୃଶଂସ ଭାବେ ବେକ କାଟି ହତ୍ୟା କରି ଫିଙ୍ଗିଦେଲେ, ରକ୍ତ ଜୁଡୁବୁଡ଼ୁ ମୃତଦେହ ଜବତ କଲା ପୁରୀ ପୋଲିସ
ପୁରୀ,୩।୪(ଅଜିତ୍ ମହାନ୍ତି): ପୁରୀ ସମୁଦ୍ରକୂଳ ଥାନା ଅଞ୍ଚଳରେ ବୁଧବାର ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଚକ୍ରତୀର୍ଥ ରୋଡ ସମୁଦ୍ର କୂଳ ଥାନା ଅନ୍ତର୍ଗତ ନାରାୟଣ ପ୍ୟାଲେସ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ଜଣେ ବ୍ୟକ୍ତିଙ୍କ ମୃତଦେହ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଜବତ କରାଯାଇଛି। ମୃତ…
ଦିନେ ପଡ଼ିଆରେ ଦେଖାଉଥିଲେ ଦମ୍, ଏବେ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି ଏହି ଦୁଇ ଖେଳାଳି
ଭୁବନେଶ୍ୱର,୩ା୪: ସାଧାରଣ ନିର୍ବାଚନକୁ ନେଇ ରାଜ୍ୟରେ ବେଶ୍ ଉଷ୍ଣତା ପ୍ରକାଶ ପାଇଛି। ସବୁଠୁ ରୋଚକ କଥା ହେଲା ଦିନେ ପଡ଼ିଆରେ ଦମ୍ ଦେଖାଉଥିବା ଦୁଇ ଖେଳାଳି ୨୦୨୪ ସାଧାରଣ ନିର୍ବାଚନ ପାଇଁ ମଇଦାନକୁ ଓହ୍ଲାଇଛନ୍ତି। ଏହି ଦୁଇ ଖେଳାଳି ହେଲେ ହକି…
ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କିଏ କେଉଁଠି ପାଇଲେ ଟିକେଟ୍
ଭୁବନେଶ୍ୱର,୩।୪: ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ବିଧାନସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜୁ ଜନତା ଦଳ। ଏଥିରେ ଆଠମଲ୍ଲିକ- ନଳିନୀ ପ୍ରଧାନ, ବୀରମହାରାଜପୁର- ପଦ୍ମନାଭ ବେହେରା, ଖଡ଼ିଆଳ- ଅଧିରାଜ ପାଣିଗ୍ରାହୀ, ଫୁଲବାଣୀ- ଜୟଶ୍ରୀ କହଁର, ମାହାଙ୍ଗା-ଅଙ୍କିତ ପ୍ରତାପ ଜେନା,…
ରୋଚକ ହେବ ଲଢେଇ, ସାମ୍ନାସାମ୍ନି ହେବେ ଦୁଇବନ୍ଧୁ
ମୟୂରଭଞ୍ଜ,୩।୪: ମୁଣ୍ଡ ଉପରେ ନିର୍ବାଚନ। ଏନେଇ ଜୋରଦାର ପ୍ରସ୍ତୁତ ଆରମ୍ଭ କଲେଣି ବିଜେଡି, ଭାଜପା ଓ କଂଗ୍ରେସ। ବିଜେଡି ଓ ଭାଜପାର ପ୍ରାର୍ଥୀ ଘୋଷଣା ସରିଥିବାବେଳେ ଗତକାଲି ୪୭ ବିଧାନସଭା ଓ ୮ ଲୋକ ସଭା ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ।…
ଓଲଟିଲା ଲୁହା ସାମଗ୍ରୀ ବୋଝେଇ ଟ୍ରକ୍: ଡ୍ରାଇଭର, ହେଲପରଙ୍କ ଜୀବନ ଗଲା
ଖୋର୍ଦ୍ଧା,୩ା୪(ପ୍ରଭାତ ପାଣିଗ୍ରାହୀ): ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ପଥରବନ୍ଧ ନିକଟରେ ବୁଧବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ଚାଳକ ସହ ହେଲପରଙ୍କ ମୃତ୍ୟୁ ଘଟିଛି। ତେବେ ମୃତକ ଦ୍ୱୟଙ୍କର ପରିଚୟ ମିଳି ପାରିନାହିଁ। ଟ୍ରକ୍ରେ ଲୁହାର ବଡ଼…
ଭାରସାମ୍ୟ ହରାଇ ଦୋକାନ ଭିତରେ ପଶିଲା ହାଇଓ୍ବା, ୭ ବାଇକ୍ ଚୁରମାର୍ ; ମାଲିକ ଗୁରୁତର
ତିଗିରିଆ, ୩।୪(ଜାଫର ଖାଁ ): କଟକ ଜିଲା ତିଗିରିଆ ଥାନା ଅନ୍ତର୍ଗତ ଜେମାଦେଇପୁର ସ୍ଥିତ ମଙ୍ଗଳାବଜାରରେ ବୁଧବାର ମଧ୍ୟାହ୍ନରେ ଏକ ଦୁର୍ଘଟଣା ଘଟିଛି। ଆଠଗଡ ପଟୁ ବଡମ୍ବା ଆଡକୁ ଦ୍ରୁତଗତିରେ ଯାଉଥିବା ଏକ ହାଇୱା ଭାରସାମ୍ୟ ହରାଇ ୩ ଦୋକାନ ଭାଙ୍ଗିବା…
ଯବାନଙ୍କୁ ଟାର୍ଗେଟ କରି ଟିଫିନ ବୋମା ଖଞ୍ଜିଥିଲେ ମାଓବାଦୀ, ବିଗାଡ଼ିଲେ ଯବାନ
ମାଲକାନଗିରି,୩ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା କାଲିମେଳା ବ୍ଲକ ଅନ୍ତର୍ଗତ ଆନ୍ଧ୍ର-ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳରେ ଡିଭିଏଫ୍ ଯବାନମାନଙ୍କୁ ମିଳିଛି ଏକ ବଡ଼ ସଫଳତା। ଉକ୍ତ ଅଞ୍ଚଳରୁ ବିପୁଳ ପରିମାଣର ଟିଫିନ୍ ବୋମା ଓ ଜିଲଟିନ୍ ଷ୍ଟିକ୍ ଜବତ କରାଯାଇଛି। ଏ ସମ୍ପର୍କରେ ବୁଧବାର…
କଂଗ୍ରେସରୁ ଆଉଟ୍ ହେବେ ସୁର ରାଉତରାୟ!
ଭୁବନେଶ୍ୱର,୩।୪: ପୁଅ ପାଇଁ ଅଡୁଆରେ ବରିଷ୍ଠ କଂଗ୍ରେସ ନେତା ସୁର ରାଉତରାୟ। କଂଗ୍ରେସ ପଠାଇଲା କାରଣ ଦର୍ଶାଅ ନୋଟିସ୍। ବୁଧବାର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ପକ୍ଷରୁ ସୁରଙ୍କୁ କାରଣ ଦର୍ଶାଅ ନୋଟିସ୍ ପଠାଯାଇଛି। ନୋଟିସ୍ରେ କାହିଁକି ପୁଅ ମନ୍ମଥ ରାଉତରାୟ…
ଏପଟେ ଧାରଣା, ସେପଟେ ପ୍ରଚାର: ଧର୍ମଶାଳାରୁ ପ୍ରଚାର ଆରମ୍ଭ କଲେ ଭାଜପା ପ୍ରାର୍ଥୀ ସ୍ମୃତିରେଖା ପହି
ଯାଜପୁର,୩।୪: ଯାଜପୁର ଧର୍ମଶାଳା ଆସନକୁ ନେଇ ଭାଜପାରେ ଅସନ୍ତୋଷ ବଢି ଚାଲିଥିବାବେଳେ ପ୍ରଚାର ମଇଦାନକୁ ଓହ୍ଲାଇଛନ୍ତି ପ୍ରାର୍ଥୀ ସ୍ମୃତିରେଖା ପହି । ଗୋଟିଏ ପଟେ ଆଶାୟୀ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ଦଳ ଟିକେଟ ଦେଇ ନ ଥିବାରୁ ରାଜ୍ୟ ଭାଜପା…
ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହେଲା ଅଟୋ; ଜଣେ ମୃତ, ୬ ଆହତ
ଦାରିଙ୍ଗବାଡି,୩।୪(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା କୁଏରେଙ୍ଗା ଛକ ନିକଟ ବୁଲାଣିରେ ଟ୍ରାକ୍ଟର ସହ ଅଟୋ ମୁହାଁମୁହିଁ ଧକ୍କା ହୋଇ ଜଣକର ମୃତ୍ୟୁ ହୋଇଛି। ମୃତକ ଜଣକ ହେଲେ ସୁନ୍ଦରଦଣ୍ଡ ଗ୍ରାମର ନରେନ୍ଦ୍ର ପ୍ରଧାନଙ୍କ ପୁଅ ରାଜୁ ପ୍ରଧାନ।…
Archives


