ଯୁକ୍ତ ୩ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍, ୧୨ ଗିରଫ
ବରପାଲି,୩୧ା୧(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ପୋଲିସ ଯୁକ୍ତ ୩ ତୃତୀୟ ସେମିଷ୍ଟର ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ତଦନ୍ତ କରି ୧୨ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ମଧ୍ୟରେ ରେଢ଼ାଖୋଲ ଉପଖଣ୍ଡ ନାକଟିଦେଉଳ ମହାବିଦ୍ୟାଳୟର କିରାଣୀ ଆଲୋକ ସାହୁ ଏବଂ…
ଜଙ୍ଗଲ ନିଅଁା: ଓଡ଼ିଶା ଦ୍ୱିତୀୟ, ୭ ଦିନରେ ୧୮୧ ସ୍ଥାନରେ ନିଅଁା ଲାଗିଲାଣି
ଭୁବନେଶ୍ୱର,୩୧ା୧(ବନ୍ଦନା ସେଠୀ): ୨୦୨୩-୨୪ ବନାଗ୍ନି ଋତୁରେ ଓଡ଼ିଶା ଦ୍ୱିତୀୟ ସ୍ଥାନରେ ରହିଛି। ସେହିପରି ଉତ୍ତରାଖଣ୍ଡ ପ୍ରଥମ ଏବଂ ଛତିଶଗଡ଼ ତୃତୀୟ ସ୍ଥାନରେ ରହିଛି। ଫରେଷ୍ଟ ସର୍ଭେ ଅଫ୍ ଇଣ୍ଡିଆ (ଏଫ୍ଏସ୍ଆଇ)ର ରିପୋର୍ଟ ଅନୁଯାୟୀ, ୨୦୨୩ରେ ଓଡ଼ିଶାର ବିଭିନ୍ନ ଜଙ୍ଗଲରେ ୩୬,୭୧୩ଟି ସ୍ଥାନରେ…
ଫେବୃଆରୀ ୧ମ ସପ୍ତାହ ସୁଦ୍ଧା ଭାଜପା ନୂଆ ସଭାପତିଙ୍କ ନାମ ଘୋଷଣା: ସୁକାନ୍ତ
ଭୁବନେଶ୍ୱର, ୩୧ା୧(ସୁନିତ୍ ମିଶ୍ର): ଭାଜପାର ନୂଆ ରାଜ୍ୟ ସଭାପତି କିଏ ହେବେ ସେନେଇ ଆସନ୍ତା ଫେବୃଆରୀ ପ୍ରଥମ ସପ୍ତାହ ସୁଦ୍ଧା ଘୋଷଣା ହୋଇଯିବ ବୋଲି ଦଳର ରାଜ୍ୟ ନିର୍ବାଚନ ଅଧିକାରୀ ସୁକାନ୍ତ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ସେ କହିଛନ୍ତି, ୨୩ଟି ଜିଲାର…
ଲଢ଼େଇ ଲକ୍ଷ୍ୟରେ ପୁରୁଖା ନେତାଙ୍କ ମେଳି: ୨୩ ଫେବୃଆରୀରେ ସମାବେଶ ପାଇଁ ସଜବାଜ
ରସୁଲପୁର,୩୧ା୧(ରଞ୍ଜିତ ରାଉତ): ଯାଜପୁର ଜିଲା ରସୁଲପୁର ବ୍ଲକ ଅନ୍ତର୍ଗତ ବାରବାଟୀ ପଞ୍ଚାୟତର ୧୬ନମ୍ବର ଜାତୀୟ ରାଜପଥ ପାର୍ଶ୍ୱସ୍ଥ ମା’ ତାରିଣୀ ମନ୍ଦିର ପରିସରରେ ବନ୍ଧୁମିଳନ ଆଳରେ ଧର୍ମଶାଳା ନିର୍ବାଚନମଣ୍ଡଳୀ ବିଜେଡିର ପୁରୁଖା ନେତାମାନଙ୍କ ଏକ ମେଳି ନିକଟରେ ଦେଖିବାକୁ ମିଳିଥିଲା। ୨୩…
ଭାଗବତଙ୍କୁ କଳାପତାକା ଦେଖାଇଲା ଛାତ୍ର କଂଗ୍ରେସ, ୮ଜଣଙ୍କୁ ଉଠାଇ ନେଲା ପୋଲିସ
ଭୁବନେଶ୍ୱର, ୩୧ା୧(ସୁନିତ୍ ମିଶ୍ର): ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ(ଆର୍ଏସ୍ଏସ୍) ସରସଂଘଚାଳକ ମୋହନ ଭାଗବତଙ୍କୁ ଗୁରୁବାର ମଞ୍ଚେଶ୍ୱରଠାରେ ଛାତ୍ର କଂଗ୍ରେସ ପକ୍ଷରୁ କଳାପତାକା ଦେଖାଯାଇ ବିରୋଧ ପ୍ରଦର୍ଶନ କରାଯାଇଛି। ଭାଗବତ ସୂଚନା ଭବନଠାରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଫେରିବାବେଳେ ଛାତ୍ର କଂଗ୍ରେସ ସଭାପତି ଉଦିତ୍…
ganjam : ପ୍ରସବ ବେଳେ ଆଖିବୁଜିଲା ମାଈହାତୀ
ଦିଗପହଣ୍ଡି,୩୦।୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଗଙ୍ଗାପୁର ପଞ୍ଚାୟତ ଭୀମନଗର ଗାଁ ନିକଟ ରତନେଇ ସଂରକ୍ଷିତ ଜଙ୍ଗଲରେ ପ୍ରସବ ବେଳେ ଏକ ମାଈ ହାତୀର ମୃତ୍ୟୁ ଘଟିଛି। ଖବର ପାଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।…
‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ଗାଇଡଲାଇନକୁ ନେଇ ତେଜିଲା ରାଜନୀତି
ଭୁବନେଶ୍ୱର,୩୦।୧: ଗୁରୁବାର ଗ୍ରାମୀଣ ବିକାଶକୁ ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ‘ବିକଶିତ ଗାଁ, ବିକଶିତ ଓଡ଼ିଶା’ ପଦକ୍ଷେପ ଅଧୀନରେ ନୂତନ ନିର୍ଦ୍ଦେଶାବଳୀ ଜାରି କରିବା ପରେ ଓଡ଼ିଶାରେ ରାଜନୈତିକ ପାଣିପାଗ ଉଷ୍ମ ହୋଇଛି। ସରକାରରେ ପରିବର୍ତ୍ତନ ପରେ ପୂର୍ବ ସରକାରଙ୍କ…
ସରିଥିଲା ନିର୍ବନ୍ଧ, ଘରେ ପଶି ଯୁବତୀଙ୍କୁ ବିଷ ପିଆଇଦେଲେ ଭାବି ସ୍ବାମୀଙ୍କ ପ୍ରେମିକା, ଆଉ ତା’ପରେ…
ପଟ୍ଟାମୁଣ୍ଡାଇ,୩୦।୧(କଳ୍ପତରୁ ନାୟକ): କେନ୍ଦ୍ରାପଡା ଜିଲା ପଟ୍ଟାମୁଣ୍ଡାଇ ଗ୍ରାମାଚଳ ଥାନା ଅଞ୍ଚଳରେ ଏକ ଲୋମଟାଙ୍କୁରା ଘଟଣା ଘଟିଛି। ପ୍ରେମିକ ସହିତ ବିବାହ କରିବାକୁ ଥିବା ଯୁବତୀଙ୍କୁ ପ୍ରେମିକା ବିଷ ଦେଇଦେଇଛନ୍ତି। ତେବେ ଯୁବତୀଙ୍କୁ ଗୁରୁତର ଅବସ୍ଥାରେ କେନ୍ଦ୍ରାପଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।…
ଫେବୃୟାରୀ ୩ ରେ ଜନ ଅଭିଯୋଗ ଶୁଣାଣି କରିବେ ମୁଖ୍ୟମନ୍ତ୍ରୀ, ଶୁକ୍ରବାର ଏହି ସମୟରୁ ଆରମ୍ଭ ହେବ ପଞ୍ଜୀକରଣ
ଭୁବନେଶ୍ୱର,୩୦।୧: ଆଗାମୀ ଫେବୃୟାରୀ ୩ ତାରିଖ (ସୋମବାର)ରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୟୁନିଟ୍-୫, ଭୁବନେଶ୍ୱର ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନସାଧାରଣଙ୍କ ବିଭିନ୍ନ ଅଭିଯୋଗର ଶୁଣାଣି କରିବେ । ଏହି ଅଭିଯୋଗ ଶୁଣାଣି ପାଇଁ ଅନଲାଇନ ପଞ୍ଜୀକରଣ ଜାନୁଆରୀ…
ପ୍ରେମରେ ଅନ୍ଧ ହେଲେ ନାବାଳିକା ଝିଅ, ବାପା-ମା’ ସହ ଭଉଣୀଭାଇଙ୍କୁ ନିଶା ଦେଇ…
ଭୁବନେଶ୍ୱର,୩୦।୧: ଯାଜପୁର ଜିଲା କୁଆଖିଆ ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାର ଲୋକଙ୍କୁ ନିଶା ଦେଇ ନାବାଳିକା ଜଣଙ୍କ ଫେରାର ହୋଇଯାଇଛନ୍ତି। ଏ ଖବର ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି। ବାପା, ମାଆ…
Digital arrest ଦେଖାଇ ନେଇଗଲେ ୩୪ ଲକ୍ଷ
ବ୍ରହ୍ମପୁର ,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ସାଇବର ଗ୍ୟାଙ୍ଗ ସବୁବର୍ଗର ଯୁବତୀଯୁବକଙ୍କଠାରୁ ଆରମ୍ଭ କରି ଉଚ୍ଚଶିକ୍ଷିତ ଲୋକଙ୍କୁ ମଧ୍ୟ ଠକିବାକୁ ପଛେଇନାହାନ୍ତି। ଏଥିପାଇଁ ସେମାନେ ନୂଆନୂଆ ତରିକା ଅପଣାଉଛନ୍ତି। ପୋଲିସ ମଧ୍ୟ ସେମାନଙ୍କ ଟେର ପାଇପାରୁନି। ପୋଲିସ ପକ୍ଷରୁ ଏନେଇ ଯେତେ ସଚେତନ…
୨ ଯାଏ ଘନକୁହୁଡ଼ି, ଏହି ୧୦ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି
ଭୁବନେଶ୍ୱର,୩୦ା୧: ଆସନ୍ତା ୨ ତାରିଖ ଯାଏ ଘନକୁହୁଡ଼ି ନେଇ ୧୦ ଜିଲାକୁ ୟେଲୋ ଓ୍ବାର୍ନିଂ ଜାରି କରାଯାଇଛି। କଟକ, ଖୋର୍ଦ୍ଧା, ଢେଙ୍କାନାଳ, ବୌଦ୍ଧ, ଅନୁଗୋଳ, କେନ୍ଦୁଝର, କଳାହାଣ୍ଡି, କନ୍ଧମାଳ, ନୟାଗଡ଼, କୋରାପୁଟରେ ପ୍ରବଳ କୁହୁଡ଼ି ଦେଖାଦେବ। ଶୁକ୍ରବାର ରାତି ଓ ୧…

