ପ୍ରଥମ ଥର ୩୯ ଡିଗ୍ରୀ ସେଲସିୟସ ଛୁଇଁଲା ତାତି

ଭୁବନେଶ୍ୱର,୪।୩(ଅନୁରାଧା ମହାରଣା)- ରାଜ୍ୟରେ ଗ୍ରୀଷ୍ମପ୍ରବାହ ଜାରି ରହିଥିବାବେଳେ ଚଳିତ ବର୍ଷ ପ୍ରଥମଥର ପାଇଁ ତାପମାତ୍ରା ୩୯ଡିଗ୍ରୀ ସେଲସିୟସ ଛୁଇଁଛି। ଦିନ ତାପମାତ୍ରା ମଙ୍ଗଳବାର ଝାରସୁଗୁଡ଼ାରେ ସର୍ବାଧିକ ୩୯ଂ, ବୌଦ୍ଧ ୩୮.୫ଂ, ମାଲକାନଗିରି ୩୮.୪ଂ, ଅନୁଗୋଳ ୩୭.୯ଂ, ସମ୍ବଲପୁର ୩୭.୮ଂ, ପାରଳାଖେମୁଣ୍ଡି ୩୭.୮ଂ, ବଲାଙ୍ଗୀର ୩୭.୫ଂ, ହୀରାକୁଦ ୩୭.୧ଂ, ଟିଟିଲାଗଡ଼ ୩୭ଂ, କଟକ ୩୪.୬ଂ ଏବଂ ଭୁବନେଶ୍ୱରରେ ୩୬.୪ଂ ସେଲସିୟସ୍‌ ତାପମାତ୍ରା ରେକର୍ଡ କରାଯାଇଛି। ମଙ୍ଗଳବାର ଗୋଟିଏ ଦୁଇଟି ସ୍ଥାନରେ ତାପମାତ୍ରା ୨ରୁ ୩ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ହ୍ରାସ ପାଇଥିବାବେଳେ ଅନ୍ୟାନ୍ୟ ଅଞ୍ଚଳରେ ୨ରୁ ୩ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ତାପମାତ୍ରା ବୃଦ୍ଧି ପରିଲକ୍ଷିତ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର କିଛି ଜିଲାରେ ସ୍ବାଭାବିକଠାରୁ ୩ରୁ ୪ ଡିଗ୍ରୀ ସେଲସିୟସ୍‌ ଅଧିକ ତାପମାତ୍ରା ରେକର୍ଡ ହୋଇଛି। ଆଭ୍ୟନ୍ତରୀଣ ଓଡ଼ିଶାର କେତେକ ସ୍ଥାନ ସମେତ ଉପକୂଳ ଓଡ଼ିଶାର କିଛି ସ୍ଥାନରେ ସ୍ବାଭାବିକଠାରୁ ୨ଡିଗ୍ରୀ ସେଲସିୟସ୍‌ ପର୍ଯ୍ୟନ୍ତ ଅଧିକ ତାପମାତ୍ରା ରହିଥିଲା। ତେବେ ଆସନ୍ତା ୪ରୁ ୫ ଦିନ ଏଭଳି ତାପମାତ୍ରା ଅନୁଭୂତ ହେବାକୁ ଥିବାରୁ ଖରା ଓ ଗରମ ରାଜ୍ୟବାସୀଙ୍କୁ କଲବଲ କରିବ। ସୂଚନାଥାଉକି, ମଙ୍ଗଳବାର ସକାଳୁ ଗଞ୍ଜାମ ଜିଲାରେ ଘନ କୁହୁଡ଼ି ଏବଂ ଖୋର୍ଦ୍ଧା ଜିଲାର ବିଭିନ୍ନ ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର କୁହୁଡ଼ି ଦେଖିବାକୁ ମିଳିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ନାବାଳିକା ବଳାତ୍କାର, ହତ୍ୟା ଅଭିଯୋଗରେ ଜଣଙ୍କୁ ପିଟି ମାରିଦେଲେ

ବାରୁଇପୁର(ପଶ୍ଚିମବଙ୍ଗ),୭।୭: ପଶ୍ଚିମବଙ୍ଗର ଦକ୍ଷିଣ ୨୪ ପ୍ରଗଣା ଜିଲା ଅନ୍ତର୍ଗତ ବାରୁଇପୁର ଅଞ୍ଚଳରେ ଜଣେ ୧୧ ବର୍ଷୀୟା ବାଳିକାଙ୍କ ମୃତଦେହ ରବିବାର ମିଳିବା ପରେ ତାଙ୍କୁ ବଳାତ୍କାର ପରେ…

ଟ୍ରମ୍ପ-ମେଲୋନିଙ୍କ ଫଟୋ ଦେଖି ରାଗିଗଲା ଇଟାଲୀ! ‘ଲୋକ ଆସନ୍ତି ଆଉ …’

ରୋମ,୭।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଇଟାଲୀ ପ୍ରଧାନମନ୍ତ୍ରୀ ଜିଓର୍ଜିଆ ମେଲୋନିଙ୍କ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ, ଇଟାଲୀ ଟ୍ରମ୍ପଙ୍କ ଏକ ନୂତନ ଆକ୍ରମଣର ଜବାବ…

ରୋନାଲ୍ଡୋଙ୍କ ବିଶ୍ୱକପ୍‌ ସ୍ବପ୍ନ ଶେଷ: ବିଶ୍ୱକପ୍‌ରୁ ବିଦା ହେଲା ପର୍ତ୍ତୁଗାଲ

ଆର୍ଲିଂଟନ,୭ା୭:ଇଞ୍ଜୁରି ଟାଇମ୍‌ରେ ମିକେଲ ମେରିନୋଙ୍କ ଗୋଲ ବଳରେ ସୋମବାର ରାତିରେ ଅନୁଷ୍ଠିତ ଚଳିତ ବିଶ୍ୱକପ୍‌ର ଏକ ପ୍ରି-କ୍ୱାର୍ଟର ଫାଇନାଲରେ ସ୍ପେନ ୧-୦ ଗୋଲରେ ପର୍ତ୍ତୁଗାଲକୁ ପରାସ୍ତ କରି…

‘ଏଲ୍‌ ନିନୋ’ ପ୍ରଭାବ: ଭାରତରେ ସୃଷ୍ଟି ହୋଇପାରେ ବଡ଼ ବିଦ୍ୟୁତ୍‌ ସଙ୍କଟ

ନୂଆଦିଲ୍ଲୀ,୭ା୭(ପି.ଟି.):ଚଳିତ ବର୍ଷ ବିଶ୍ୱ ପାଣିପାଗରେ ଦେଖାଦେଇଥିବା ‘ଏଲ୍‌ ନିନୋ’ର ସବୁଠାରୁ ମାରାତ୍ମକ ପ୍ରଭାବ ଭାରତର ଶକ୍ତି ବ୍ୟବସ୍ଥା ଉପରେ ପଡ଼ିବାକୁ ଯାଉଛି। ଅନ୍ତର୍ଜାତୀୟ ଗବେଷଣା ସଂସ୍ଥା ‘ସେଣ୍ଟର…

ପ୍ରବଳ ବର୍ଷାରେ ମୁମ୍ବାଇ ବେହାଲ;ଟ୍ରେନ୍‌ ଚଳାଚଳ ବାଧାପ୍ରାପ୍ତ, ୧୩ ମୃତ

ମୁମ୍ବାଇ,୭।୭: ମୁମ୍ବାଇ ଓ ଆଖପାଖ ଜିଲାରେ ୩/୪ ଦିନ ହେଲା ପ୍ରବଳ ବର୍ଷା ଲାଗିରହିଥିବାବେଳେ ଦେଶର ଆର୍ଥିକ ରାଜଧାନୀ ଏକପ୍ରକାର ଅଚଳ ହୋଇଯାଇଛି। ବର୍ଷାଜନିତ ଘଟଣାରେ ୧୩ଜଣଙ୍କ…

ଝାଡ଼ଖଣ୍ଡ ଉପରେ ଅବପାତ ସକ୍ରିୟ: ଆଜିଠୁ କମିବ ବର୍ଷା

ଭୁବନେଶ୍ୱର,୭।୭(ବନ୍ଦନା ସେଠୀ):ଦକ୍ଷିଣ ଝାଡ଼ଖଣ୍ଡ ଏବଂ ସଂଲଗ୍ନ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶା ଉପରେ ସୃଷ୍ଟି ହୋଇଥିବା ଅବପାତ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଘଣ୍ଟାପ୍ରତି ପ୍ରାୟ ୨୫କି.ମି. ବେଗରେ ଗତି କରି…

ମସ୍ତିଷ୍କର ଭିନ୍ନ ଅଂଶରୁ ସୃଷ୍ଟି ହୁଏ ସ୍ବତଃସ୍ଫୂର୍ତ୍ତ, ଇଚ୍ଛାକୃତ ହସ

ନୂଆଦିଲ୍ଲୀ,୭।୭(ପି.ଟି.): ମଣିଷର ହସ ପଛରେ ଥିବା ରହସ୍ୟକୁ ନେଇ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। ଆମର ସ୍ବତଃସ୍ଫୂର୍ତ୍ତ (ଆବେଗିକ) ଏବଂ ଇଚ୍ଛାକୃତ ହସ ପାଇଁ ମସ୍ତିଷ୍କର…

ଜେଲରେ ୨ ବିରୋଧୀ ଗୋଷ୍ଠୀ ମଧ୍ୟରେ ସଂଘର୍ଷ: ୨୫ ମୃତ

କଲମ୍ବୋ,୬ା୭(ପି.ଟି.):ଶ୍ରୀଲଙ୍କାର ପଶ୍ଚିମ ଉପକୂଳ ସହର ନେଗୋମ୍ବୋରସ୍ଥିତ ଏକ ଜେଲରେ ସଂଘର୍ଷ ଘଟି ୨୫ ଜଣଙ୍କ ମୃତ୍ୟୁ ଘଟିଥିବା କର୍ତ୍ତୃପକ୍ଷ ସୋମବାର କହିଛନ୍ତି। ସାମର୍ଥ୍ୟଠାରୁ ଅଧିକ ବନ୍ଦୀ ରହିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri