ଜାଗର ପୂର୍ବରୁ କପିଳାସରେ ଅଘଟଣ: ବ୍ରେକ୍ଫେଲ୍ ହୋଇ ଦୋକାନ ଭିତରେ ପଶିଗଲା ପୋଲିସ ବସ
ଢେଙ୍କାନାଳ,୨୫।୨(ରତନ ନାୟାର): ଜାଗର ଯାତ୍ରା ପୂର୍ବରୁ ପ୍ରସିଦ୍ଧ ଶୈବପୀଠ କପିଳାସରେ ଅଘଟଣ। ପୀଠକୁ ଯାଇଥିବା ବାରବାଙ୍କ ରାସ୍ତାରେ ପୋଲିସମାନଙ୍କୁ ନେଇ ଫେରୁଥିବା ଏକ ଧଳା ରଙ୍ଗର ବସ ମଙ୍ଗଳବାର ସାରେ ବ୍ରେକ୍ ଫେଲ୍ ହୋଇ ଛକରେ ଥିବା ଦୋକାନ ଘର ଭିତରକୁ…
ନାବାଳିକା ବଳାତ୍କାରୀଙ୍କୁ ୨୦ ବର୍ଷ କାରାଦଣ୍ଡ
ଫୁଲବାଣୀ,୨୫ା୨(ରାକେଶ କୁମାର ରାଉତ): ଜଣେ ନାବାଳିକାଙ୍କୁ ବିବାହ ପ୍ରତିଶ୍ରୁତି ଦେଇ ଅପହରଣ ଏବଂ ବଳାତ୍କାର ମାମଲାର ରାୟ ମଙ୍ଗଳବାର ପ୍ରକାଶ ପାଇଛି। ଫୁଲବାଣୀ ସ୍ବତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ରାଜେଶ ଦାସ ମାମଲାର ବିଚାର କରି ଅଭିଯୁକ୍ତ ଟିକାବାଲି ଥାନା ଅଞ୍ଚଳର…
ଘରେ ପଶି ହାଣିଲେ: ବଡ଼ବୋହୂ ମୃତ, ଶାଶୁ ଓ ସାନବୋହୂ ଗୁରୁତର
ଭଣ୍ଡାରିପୋଖରୀ,୨୫।୨(ରାଜେନ୍ଦ୍ର ଶତପଥୀ): ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଦେଓପଦା(ମେଘା) ଗ୍ରାମରେ ମଙ୍ଗଳବାର ଏକ ବର୍ବର କାଣ୍ଡ ଘଟିଛି। ଘରେ ପଶି ଜଣେ ଦୁର୍ବୃତ୍ତ ମାରଣାସ୍ତ୍ରରେ ଶାଶୁ ଓ ଦୁଇ ବୋହୂଙ୍କୁ ମରଣାନ୍ତକ ଆକ୍ରମଣ କରିଛନ୍ତି। ଆକ୍ରମଣରେ ବଡ଼ ବୋହୂଙ୍କ ମୃତ୍ୟୁ…
ଶିକ୍ଷା ମନ୍ତ୍ରଣାଳୟର ବଡ଼ ପଦକ୍ଷେପ: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ସୁପାରିସ
ଭୁବନେଶ୍ୱର,୨୫।୨: ବର୍ଷକୁ ୨ ଥର CBSE ମାଟ୍ରିକ ପରୀକ୍ଷା କରିବାକୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ସୁପାରିସ କରାଯାଇଛି। ଏନେଇ ମଙ୍ଗଳବାର ମନ୍ତ୍ରଣାଳୟ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକରେ ଏହି ପଦକ୍ଷେପ ନିଆଯାଇଛି। ଏପରିକି ମନ୍ତ୍ରଣାଳୟ ପକ୍ଷରୁ ଏକ ଚିଠା ନୀତି ପ୍ରସ୍ତୁତ…
ମହିଳା ହୋମ୍ଗାର୍ଡଙ୍କୁ ପ୍ରେମ: ଶାରୀରିକ ସମ୍ପର୍କ ପରେ ପ୍ରତାରଣା କଲେ ଆଇଆଇସି
ଜଗତ୍ସିଂହପୁର,୨୫ା୨(ପ୍ରମୋଦ କୁମାର ନାୟକ): ଜଣେ ମହିଳା ଗୃହରକ୍ଷୀ(ହୋମଗାର୍ଡ)ଙ୍କୁ ପ୍ରେମ ପରେ ପ୍ରତାରଣା କରାଯାଇଛି। ଏନେଇ ଜଗତ୍ସିଂହପୁର ଥାନାର ପୂର୍ବତନ ଅତିରିକ୍ତ ଆଇଆଇସି ତଥା ବର୍ତ୍ତମାନର କୁଜଙ୍ଗ ଆଇଆଇସି ତପନ ନାହାକଙ୍କ ନାମରେ ଲିଖିତ ଅଭିଯୋଗ ହୋଇଛି। ସମ୍ପୃକ୍ତା ହୋମଗାର୍ଡ ଜଗତ୍ସିଂହପୁର ଥାନାରେ…
ଟ୍ରକ-ବାଇକ୍ ଧକ୍କା: ଜିଅନ୍ତା ଜଳିଗଲେ ଯୁବକ, ୨ଜଣ ଅର୍ଦ୍ଧଦଗ୍ଧ
ଦିଗପହଣ୍ଡି/ଚିକିଟି,୨୫।୨(ଅଶେଷ ନାଥ ମିଶ୍ର/ପ୍ରକାଶ ଚନ୍ଦ୍ର ସାହୁ): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ମା’ ରତ୍ନେଶ୍ୱରୀ ମନ୍ଦିର ନିକଟରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦିଗପହଣ୍ଡି-ଚିକିଟି ମୁଖ୍ୟରାସ୍ତାରେ ଏକ ଟ୍ରକ-ବାଇକ୍ ମଧ୍ୟରେ ଧକ୍କା ଦେବାରୁ ବାଇକ୍…
ଆସିଗଲା ତାରିଖ: ଏହି ଦିନ ହେବ SI ପରୀକ୍ଷା
ଭୁବନେଶ୍ୱର,୨୫।୨: ଓଡ଼ିଶା ପୋଲିସ ନିଯୁକ୍ତି ବୋର୍ଡ ରାଜ୍ୟର ବିଭିନ୍ନ ଜିଲାରେ SI ଏବଂ ଅନ୍ୟାନ୍ୟ ସମକକ୍ଷ ପଦବୀ ପାଇଁ ପରୀକ୍ଷା ତାରିଖ ପ୍ରକାଶ କରିଛି। ମୋଟ ୯୩୩ଟି ପଦବୀ ପାଇଁ ପରୀକ୍ଷା ହେବ। ବିଜ୍ଞପ୍ତି ଅନୁଯାୟୀ, SI ପଦବୀ ପାଇଁ ଓଏମ୍ଆର…
ବୈଠକରେ ଚୂଡ଼ାନ୍ତ ନିଷ୍ପତ୍ତି: ୧୦ଟାରେ ଉଠିବ ଲିଙ୍ଗରାଜଙ୍କ ମହାଦୀପ
ଭୁବନେଶ୍ୱର,୨୫।୨: ରାତି ପାହିଲେ ମହାଶିବରାତ୍ରୀ। ଏନେଇ ଚଳଚଞ୍ଚଳ ହୋଇ ଉଠିଛି ଶୈବପୀଠ। ଏହି ପରିପ୍ରେକ୍ଷୀରେ ମହାଶିବରାତ୍ରୀରେ ମହାପ୍ରଭୁ ଲିଙ୍ଗରାଜଙ୍କ ନୀତିକାନ୍ତି କିପରି ସୁଚାରୁରୁପେ ସମ୍ପାଦନ ହେବ ସେନେଇ ମଙ୍ଗଳବାର ଏକ ସ୍ବତନ୍ତ୍ର ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକର ନିଷ୍ପତ୍ତି କ୍ରମେ ବୁଧବାର…
ଥମୁନି KIIT କାଣ୍ଡ: ୬ ଜଣଙ୍କୁ ହାଜର ହେବା ପାଇଁ ଜାରି ହେଲା ନୋଟିସ
ଭୁବନେଶ୍ୱର,୨୫।୨: କିଟ୍ ଘଟଣାରେ ପୁଣି ୬ ଜଣଙ୍କୁ ନୋଟିସ ପଠାଯାଇଛି। ଉଚ୍ଚସ୍ତରୀୟ କମିଟି ପାଖରେ ୨୭ ତାରିଖରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ୬ ଜଣଙ୍କ ମଧ୍ୟରେ ଚିଫ ପ୍ରୋକ୍ଟର…
ଓଡ଼ିଶା ଗସ୍ତରେ ଆସିବେ ନଡ୍ଡା, ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ଦେବେ ଯୋଗ
ଭୁବନେଶ୍ୱର,୨୫।୨: ୨୮ରେ ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ଜେପି ନଡ୍ଡା। ଏହି ସମୟରେ ପୁରୀରେ ଜାତୀୟ ସ୍ବାସ୍ଥ୍ୟ ମିଶନ କାର୍ଯ୍ୟକ୍ରମରେ ସେ ଯୋଗ ଦେବେ। ଏଥିରେ ବିଭିନ୍ନ ରାଜ୍ୟର ସ୍ବାସ୍ଥ୍ୟ ସଚିବଙ୍କୁ ନେଇ କାର୍ଯ୍ୟକ୍ରମ ହେବ। ଅନ୍ୟପଟେ ଭାଜପା…
କାମ କରିବା ବେଳେ ଧସିଲା ମାଟି ଅତଡ଼ା, ଚାପି ହୋଇଗଲେ ୩ ଶ୍ରମିକ
ବଣାଇଁ,୨୫ା୨(ପ୍ରଦୀପ ତ୍ରିପାଠୀ): ଓଡ଼ିଶା ଖଣି ନିଗମ କୁର୍ମିତାର ଲୌହ ଖଣିରେ ଖଣି ଖନନ ପାଇଁ ନୂଆ ଠିକା ପାଇଥିବା କମ୍ପାନୀ ଏବେ ଖଣି ଖନନ ପରେ ଉତ୍ତୋଳିତ ଲୁହାପଥରକୁ କନଭେୟର ବେଲ୍ଟ ସାହାଯ୍ୟରେ ରପ୍ତାନୀ ପାଇଁ କାମ ଚଳାଇଛି। ଏହି କାମ…
ମଝି ରାସ୍ତାରେ ଅଟକିଲେ ହାତୀପଲ
କେନ୍ଦୁଝର,୨୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଭୂୟାଁ ଓ ଜୁଆଙ୍ଗ ପୀଢ଼ ରେଞ୍ଜ ଅନ୍ତର୍ଗତ ପୁତୁଲୁପାଣି ରାସ୍ତାରେ ମଙ୍ଗଳବାର ସକାଳେ ଏକ ହାତୀ ଦଳ ରାସ୍ତା ପାର ହୋଇ ପାରି ନ ଥିବାରୁ ରାସ୍ତା କଡ଼ରେ ଥିବା ଜଙ୍ଗଲରେ ଅଟକି ଯାଇଥିଲେ। ବହୁ ସଂଖ୍ୟାରେ…

