ଖେଳ

୧୦ ଦିନ ପାଇଁ ସୋଏବ ଘରକୁ ଫେରିଲେ

ଲାହୋର,୩୦।୪(ପି.ଟି.)- ପାକିସ୍ତାନ ଅଭିଜ୍ଞ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ସୋଏବ ମଲିକ ୧୦ ଦିନ ପାଇଁ ଇଂଲଣ୍ଡ ଗସ୍ତରୁ ସ୍ବଦେଶ ଫେରିଛନ୍ତି । ତେବେ ବ୍ୟକ୍ତିଗତ କାରଣରୁ ସେ ଏପରି ନିଷ୍ପତ୍ତି ନେଇଛନ୍ତି ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତରଫରୁ ସୋମବାର…

ହାଇଦ୍ରାବାଦ ୪୫ ରନରେ ବିଜୟୀ

ହାଇଦ୍ରାବାଦ,୩୦।୪(ପି.ଟି.)- କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ସନରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ର ୪୮ତମ ମ୍ୟାଚ୍‌ରେ ରବିଚନ୍ଦ୍ରନ ଅଶ୍ୱିନଙ୍କ କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୪୫ ରନରେ ପରାସ୍ତ କରିଛି। ସୋମବାର ସ୍ଥାନୀୟ ରାଜୀବ ଗାନ୍ଧୀ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍‌ରେ…

ହସିନ ଜାହାନ ଗିରଫ

ଲକ୍ଷ୍ନୌ, ୩୦ା୪-ଶ୍ୱଶୁର ଘରେ ଗଣ୍ଡଗୋଳ ପାଇଁ କ୍ରିକେଟର ମହମ୍ମଦ ସାମିଙ୍କଠାରୁ ଦୀର୍ଘ ଦିନ ଧରି ଅଲଗା ରହୁଥିବା ତାଙ୍କ ସ୍ତ୍ରୀ ହସିନ ଜାହାନଙ୍କୁ ପୋଲିସ ପ୍ରଥମେ ଗିରଫ କରି ପରେ ଛାଡ଼ିି ଦେଇଥିବା ଜଣାପଡ଼ିଛି। ଜାହାନ ରବିବାର ରାତିରେ ସାହାସପୁର ଅଲି…

ଫକନର ଜଣେ ସମଲିଙ୍ଗୀ

ସିଡ୍‌ନୀ, ୩୦ା୪ (ପି.ଟି.)-ଅଷ୍ଟ୍ରେଲୀୟ କ୍ରିକେଟର ଜେମ୍ସ ଫକ୍‌ନର ତାଙ୍କ ୨୯ତମ ଜନ୍ମ ଦିନ ଅବସରରେ ନିଜକୁ ଜଣେ ସମଲିଙ୍ଗୀ ବୋଲି ଘୋଷଣା କରିଛନ୍ତି। ତାଙ୍କର ଜଣେ ପୁରୁଷ ବନ୍ଧୁଙ୍କ ସହ ଯୌନ ସମ୍ପର୍କ ଥିବା କଥା ମଧ୍ୟ ପ୍ରକାଶ କରିଛନ୍ତି। ନିଜକୁ…

ଟପ୍‌ ୨୫ରେ ସାଥିୟାଁ

ନୂଆଦିଲ୍ଲୀ, ୩୦ା୪ (ପି.ଟି.)-ଭାରତୀୟ ଟେବୁଲ ଟେନିସ (ଟିଟି) ଖେଳାଳି ଜି. ସାଥିୟଁାଙ୍କ ପ୍ରଦର୍ଶନରେ କ୍ରମେ ଉନ୍ନତି ପରିଲକ୍ଷିତ ହେଉଛି। ଫଳ ସ୍ବରୂପ ସେ ସଦସ୍ୟ ପ୍ରକାଶିତ ବିଶ୍ୱ ର଼୍ୟାଙ୍କିଙ୍ଗ ତାଲିକାର ଶ୍ରେଷ୍ଠ ୨୫ମଧ୍ୟରେ ସ୍ଥାନ ପାଇବାରେ ପ୍ରଥମ ଭାରତୀୟ ବିବେଚିତ ହୋଇଛନ୍ତି।…

ଏସିଆନ ରୋଡ ପାରା-ସାଇକ୍ଲିଂ: ଭାରତକୁ ୧ ରୌପ୍ୟ, ୨ ବ୍ରୋଞ୍ଜ

ନୂଆଦିଲ୍ଲୀ,୩୦।୪(ପି.ଟି.)- ଉଜ୍‌ବେକିସ୍ତାନର ତାସ୍‌କେଣ୍ଟଠାରେ ଅନୁଷ୍ଠିତ ହୋଇଥିବା ଏସିଆନ୍‌ ରୋଡ ପାରା- ସାଇକ୍ଲିଂ ଚାମ୍ପନ୍‌ଶିପ୍‌ରେ ଭାରତୀୟ ପାରାଆଥଲେଟ୍ସମାନେ ଦମ୍‌ଦାର ପ୍ରଦର୍ଶନ କରି ଗୋଟିଏ ରୌପ୍ୟ ଓ ଦୁଇଟି ବ୍ରୋଞ୍ଜ୍‌ ପଦକ ଜିତିଛନ୍ତି। ଭାରତର ଦିଭିଜ ଶାହ ତାଙ୍କ ଉନ୍ନତ ପ୍ରଦର୍ଶନ ଜାରି ରଖି…

ପେଲେ ଅଫ୍‌ ଏସିଆଙ୍କ ପରଲୋକ

କଲିକତା, ୨୯ା୪ (ପି.ଟି.)-ପୂର୍ବତନ ଫୁଟ୍‌ବଲର ପୁଙ୍ଗମ କାନାନଙ୍କ ରବିବାର ସ୍ଥାନୀୟ ଏକ ହସ୍ପିଟାଲରେ ପରଲୋକ ହୋଇଯାଇଛି। ତାଙ୍କୁ ୮୦ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ହେଲା ଅସୁସ୍ଥ ଥିଲେ। ଆର୍ଥିକ ସଂକଟ ଦେଇ ଗତିକରୁଥିବା କାନାନ ଭାରତ ତରଫରୁ ୧୪ଟି ମ୍ୟାଚ…

ବୋଟାସ ଜିତିଲେ ଆଜରବୈଜାନ ଗ୍ରାଁ ପ୍ରି

ବାକୁ, ୨୯ା୪ (ଏଏଫ୍‌ପି)-ମର୍ସିଡିଜ୍‌ ଟିମ୍‌ମେଟ୍‌ ଲୁଇସ୍‌ ହାମିଲଟନଙ୍କୁ ପଛରେ ପକାଇ ଭାଲଟେରି ବୋଟାସ ଆଜରବୈଜାନ ଫର୍ମୁଲାଓ୍ବାନ ଗ୍ରାଁ ପ୍ରି ରେସ୍‌ ଜିତିଛନ୍ତି। ଏଥିସହିତ ସେ ୨୦୧୯ ଡ୍ରାଇଭର୍ସ ଟାଇଟଲ ରେସ୍‌ରେ ପ୍ରଥମ ସ୍ଥାନକୁ ଫେରିଛନ୍ତି। ଏଠାରେ ରବିବାର ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ ରୋମାଞ୍ଚକ…

ସ୍ବସ୍ତିକ, ଜ୍ୟୋତିକା ଚାମ୍ପିୟନ

କଟକ ଅଫିସ,୨୯ା୪- ମାଷ୍ଟର ଚେସ୍‌ ଫାଉଣ୍ଡେଶନ ଆନୁକୂଲ୍ୟରେ ଏଠାରେ ଅନୁଷ୍ଠିତ ରାଜ୍ୟ ୭ବର୍ଷରୁ କମ୍‌ ଓପନ ଓ ବାଳିକା ଚେସ୍‌ ଚାମ୍ପିୟନଶିପ ରବିବାର ଉଦ୍‌ଯାପିତ ହୋଇଯାଇଛି । ଓପନ ବର୍ଗରେ କଟକର ସ୍ବସ୍ତିକ ଶୁଭମ ପଟ୍ଟନାୟକ ଓ ବାଳିକା ବର୍ଗରେ ଜ୍ୟୋତିକା…

ଉଗାଣ୍ଡା ପାରା ବ୍ୟାଡମିଣ୍ଟନ: ପ୍ରମୋଦଙ୍କୁ ଡବଲ ସ୍ବର୍ଣ୍ଣ

କଟକ ଅଫିସ,୨୯ା୪- ଉଗାଣ୍ଡାର କାମ୍ପାଲା ସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରେ ପୁଣି ଚମକିଛନ୍ତି ଓଡ଼ିଶାର ତାରକା ଖେଳାଳି ପ୍ରମୋଦ ଭଗତ । ଉଭୟ ସିଙ୍ଗିଲ୍ସ ଓ ଡବଲ୍ସ ବିଭାଗରେ ପ୍ରମୋଦ ସ୍ବର୍ଣ୍ଣ ପଦକ…

ଛକା, ଚୌକା ବର୍ଷା: କୋଲକାତା ବିଜୟୀ

କୋଲକାତା, ୨୯।୪- ଛକା, ଚୌକା ବର୍ଷା ମଧ୍ୟରେ କୋଲକାତା ନାଇଟ ରାଇଡର୍ସ ରବିବାର ଇଡେନ ଗାର୍ଡେନରେ ଅନୁଷ୍ଠିତ ଆଇପିଏଲ ମ୍ୟାଚରେ ୩୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। କୋଲକାତା ପକ୍ଷରୁ ଧାର୍ଯ୍ୟ ୨୩୩ ରନ ବିଜୟ ଲକ୍ଷ୍ୟର ପିଛା କରି…

ଉଗାଣ୍ଡା ପାରା ବ୍ୟାଡ୍‌ମିଣ୍ଟନ: ଫାଇନାଲରେ ପ୍ରମୋଦ

କଟକ ଅଫିସ, ୨୮ା୪-ଉଗାଣ୍ଡାର କାମ୍ପାଲା ସ୍ଥିତ ଲୁଗୋଗୋ ଇନ୍‌ଡୋର ଷ୍ଟାଡିୟମରେ ଚାଲିଥିବା ଉଗାଣ୍ଡା ପାରା ବ୍ୟାଡମିଣ୍ଟନ ଅନ୍ତର୍ଜାତୀୟ ଚାମ୍ପିୟନଶିପ୍‌ରେ ଓଡ଼ିଶାର ପ୍ରମୋଦ ଭଗତ ଉଭୟ ସିଙ୍ଗଲ୍ସ ଓ ଡବଲ୍ସ ରାଉଣ୍ଡ ଫାଇନାଲରେ ସ୍ଥାନ ସୁରକ୍ଷିତ କରିଛନ୍ତି। ଶନିବାର ଖେଳାଯାଇଥିବା ସିଙ୍ଗଲ୍ସ ବିଭାଗର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri