ଖେଳ

ପିତାଙ୍କ ପଥରେ ପୁଅ: ଶୁଟିଂରେ ୪ଟି ପଦକ ଜିତିଲେ ରାଠୋରଙ୍କ ପୁଅ

ଜୟପୁର,୨୦।୮:ପୂର୍ବତନ ଭାରତୀୟ ଶୁଟିଂ ଖେଳାଳି ତଥା ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପୁଅ ମଧ୍ୟ ତାଙ୍କ ପଥ ଅନୁକରଣ କରିଛନ୍ତି। ୧୮ତମ ରାଜସ୍ଥାନ ରାଜ୍ୟ ଓପନ୍‌ ଶୁଟିଂ ପ୍ରତିଯୋଗିତାରେ ମାନବାଦିତ୍ୟ ରାଠୋର ବିଭିନ୍ନ ବିଭାଗରେ ୩ଟି ସ୍ବର୍ଣ୍ଣ ପଦକ ସହ…

ପ୍ରଥମ ରାଉଣ୍ଡରେ ଝୁଣ୍ଟିଲେ ମୁରେ

ଓ୍ବାଶିଂଟନ, ୨୦।୮ (ଏଏଫ୍‌ପି)- ବ୍ରିଟିଶ ଟେନିସ ତାରକା ଆଣ୍ଡି ମୁରେ ଏଟିପି ଓ୍ବିନଷ୍ଟୋନ-ସାଲେମ ଓପନ୍‌ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ଝୁଣ୍ଟିଛନ୍ତି। ୩ଥର ଗ୍ରାଣ୍ଡସ୍ଲାମ ବିଜୟିନୀ ୩୨ ବର୍ଷୀୟ ମୁରେ ପୁରୁଷ ସିଙ୍ଗଲ୍ସ ପ୍ରଥମ ରାଉଣ୍ଡ ମୁକାବଲାରେ ୬-୭ (୮/୧୦), ୫-୭ ସେଟ୍‌ରେ…

ଭାରତୀୟ ଯୁବତୀଙ୍କୁ ବିବାହ କରିଥିଲେ ଏହିସବୁ ପାକିସ୍ତାନୀ କ୍ରିକେଟର

ପାକିସ୍ତାନ ବୋଲର୍‌ ହସନ ଅଲ୍ଳୀ ମଙ୍ଗଳବାର ଭାରତୀୟ ଯୁବତୀ ସାମିଆ ଅରଜୁଙ୍କୁ ବିବାହ କରିବାକୁ ଯାଉଛନ୍ତି। ଏହା ପୂର୍ବରୁ ମଧ୍ୟ ଅନେକ ପାକିସ୍ତାନ କ୍ରିକେଟର ଭାରତୀୟ ଯୁବତୀଙ୍କ ପ୍ରେମରେ ପଡିଛନ୍ତି ଆଉ ବିବାହ ମଧ୍ୟ କରିଛନ୍ତି। ସେମିତି କିଛି କ୍ରିକେଟର୍ସଙ୍କ ସମ୍ପର୍କରେ……

ମା’ ହେବାକୁ ଯାଉଛନ୍ତି ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା

ଖ୍ରୀଷ୍ଟଚର୍ଚ୍ଚ, ୨୦।୮:ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଦଳର ଅଧିନାୟିକା ଏମି ସଟର୍ଥଓ୍ବେଟ୍‌ ମା’ ହେବାକୁ ଯାଉଛନ୍ତି। ଏହି ଖୁସି ଖବର ସେ ଟୁଇଟର ମାଧ୍ୟମରେ ସାରା ବିଶ୍ୱକୁ ଜଣାଇଛନ୍ତି। ଏଥିପାଇଁ ସେ କ୍ରିକେଟରୁ କିଛିଦିନ ପାଇଁ ଦୂରେଇ ଯାଇଛନ୍ତି। ୨୦୨୦ ଜାନୁୟାରୀରେ ତାଙ୍କ…

ଖାଲି ପାଦରେ ୧୧ସେକେଣ୍ଡରେ ଶହେ ମିଟର ଅତିକ୍ରମ କରିଥିବା ଧାବକଙ୍କୁ ମିଳିବ ପ୍ରୋତ୍ସାହନ

ଭୋପାଳ,୨୦।୮: ଖେଳାଳୀମାନେ ପ୍ରୋତ୍ସାହନ ପାଇ ନିଜର ଭିନ୍ନ ଭିନ୍ନ ପ୍ରତିଭା ଦେଖାଇ ରାଜ୍ୟ ଓ ଦେଶର ନାଁ କରିଥାନ୍ତି। ତେବେ ଆଜି ବି କିଛି ଏଭଳି ଖେଳାଳୀ ରହିଛନ୍ତି ଯେଉଁମାନେ ପ୍ରତିଭା ସମ୍ପନ୍ନ ହୋଇ ମଧ୍ୟ କୌଣସି କାରଣ ବଶତଃ ଲୋକଲୋଚନକୁ…

ତିକ୍ତତା ଭିତରେ ଆଜି ଭାରତର ଜ୍ୱାଇଁ ହେବେ ପାକିସ୍ତାନ କ୍ରିକେଟର ହସନ ଅଲ୍ଲୀ

ଜମ୍ମୁ-କଶ୍ମୀର ବିଭାଜନ ଓ ଧାରା ୩୭୦ର ଉଚ୍ଛେଦ ନେଇ ଭାରତ-ପାକିସ୍ତାନ ମଧ୍ୟରେ ତିକ୍ତତା ଆହୁରି ବଢିବାରେ ଲାଗିଛି। ଏସବୁ ଭିତରେ ଉଭୟ ଦେଶର ଲୋକଙ୍କ ପାଇଁ ଏକ ଖୁସି ଖବର ରହିଛି। ପାକିସ୍ତାନର ଦମଦାର ବୋଲର୍‌ ହସନ ଅଲ୍ଲୀ ମଙ୍ଗଳବାର ଭାରତର…

ପୂର୍ବ କ୍ରିକେଟରଙ୍କ ବିବାଦୀୟ ବୟାନ: ଆମ ପାଖରେ ପରମାଣୁ ବୋମା ଅଛି ଭାରତକୁ ଧ୍ୱଂସ କରିଦେବୁ

ଶ୍ରୀନଗର, ୨୦।୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଉଠିବା ପରେ ପାକିସ୍ତାନ ବିଚଳିତ ହୋଇପଡିଛି। ପାକିସ୍ତାନ ନେତାଙ୍କଠାରୁ ଆରମ୍ଭ କରି କ୍ରିକେଟରମାନେ ମଧ୍ୟ ଏହାକୁ ନେଇ ବିବାଦୀୟ ବୟାନ୍‌ ଦେଉଛନ୍ତି। ଶାହିଦ୍‌ ଆଫ୍ରିଦ୍‌, ସୋଏବ ଅଖତର ଏବଂ ସରଫରାଜ ଅହମ୍ମଦଙ୍କ ପରେ ଏବେ…

ହନୁମା, ରାହାନେଙ୍କ ଅର୍ଦ୍ଧଶତକ, ମ୍ୟାଚ ଡ୍ର

ଆଣ୍ଟିଗୁଆ,୨୦।୮- ସ୍ଥାନୀୟ କୁଲିଜ କ୍ରିକେଟ ଗ୍ରାଉଣ୍ଡରେ ସୋମବାର ଶେଷ ହୋଇଥିବା ଭାରତ-ଓ୍ବେଷ୍ଟଇଣ୍ଡିଜ ‘ଏ’ ୩ ଦିନିଆ ଅଭ୍ୟାସ ମ୍ୟାଚ୍‌ ଅମୀମାଂସିତଭାବେ ଶେଷ ହୋଇଛି। ମ୍ୟାଚର ଅନ୍ତିମ ଦିବସରେ ଅର୍ଦ୍ଧଶତକ ହାସଲ କରିଥିଲେ ଭାରତର ହନୁମା ବିହାରୀ ଓ ଅଜିଙ୍କ୍ୟ ରାହାନେ। ଉଭୟଙ୍କ…

ଜାତୀୟ ଜୁନିୟର ମହିଳା ହକି କ୍ୟାମ୍ପ୍‌ରେ ଓଡ଼ିଶାରୁ ୩

ନୂଆଦିଲ୍ଲୀ, ୨୦।୮ (ପି.ଟି.)- ଚଳିତ ବର୍ଷ ଶେଷ ଭାଗରେ ଅଷ୍ଟ୍ରେଲିଆରେ ହେବାକୁ ଥିବା ତ୍ରି-ରାଷ୍ଟ୍ରୀୟ ଜୁନିୟର ମହିଳା ହକି ପ୍ରତିଯୋଗିତା ପାଇଁ ସୋମବାର ୩୩ ଜଣିଆ ସମ୍ଭାବ୍ୟ ଭାରତୀୟ ଦଳ ଘୋଷଣା କରାଯାଇଛି। ହକି ଇଣ୍ଡିଆ ପକ୍ଷରୁ ଘୋଷଣା କରାଯାଇଥିବା ଏହି…

ପ୍ରୋ-କବାଡ଼ି ଲିଗ୍‌ :ୟୁ ମୁମ୍ବାକୁ ହରାଇଲା ଷ୍ଟିଲର୍ସ

ଚେନ୍ନାଇ, ୨୦।୮- ପ୍ରୋ-କବାଡ଼ି ଲିଗ୍‌ (ପିକେଏଲ୍‌)ରେ ସୋମବାର ଅନୁଷ୍ଠିତ ୨ଟି ମ୍ୟାଚ୍‌ରେ ଯଥାକ୍ରମେ ହରିୟାଣା ଷ୍ଟିଲର୍ସ ଓ ୟୁପି ଯୋଦ୍ଧା ବିଜୟୀ ହୋଇଛନ୍ତି। ସ୍ଥାନୀୟ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ହରିୟାଣା ୩୦-୨୭ ପଏଣ୍ଟରେ ୟୁ ମୁମ୍ବାକୁ ପରାସ୍ତ…

ସାକ୍ଷୀ ମଲିକଙ୍କୁ ନୋଟିସ

ନୂଆଦିଲ୍ଲୀ, ୨୦ା୮(ପି.ଟି.)-ବିନା ଅନୁମତିରେ ଜାତୀୟ କ୍ୟାମ୍ପ ଛାଡ଼ି ଚାଲିଯାଇଥିବାରୁ ରେସ୍‌ଲିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ଡବ୍ଲ୍ୟୁଏଫ୍‌ଆଇ) ଅଲିମ୍ପିକ ପଦକ ବିଜୟିନୀ ସାକ୍ଷୀ ମଲିକଙ୍କ ବିରୋଧରେ କାରଣ ଦର୍ଶାଅ ନୋଟିସ ଜାରି କରିଛି। ସମାନ ଦୋଷ ପାଇଁ ଅନ୍ୟ ୨୫ଜଣ ଶିବିରାର୍ଥୀଙ୍କୁ ବହିଷ୍କାର…

ଜାତୀୟ ସିନିୟର ରୋଲବଲ ଚାମ୍ପିୟନଶିପ୍‌ ଓଡ଼ିଶା ଦଳ ଘୋଷଣା

ଭୁବନେଶ୍ୱର, ୨୦।୮(କ୍ରୀଡ଼ା ପ୍ରତିନିଧି)- ଗୁଜରାଟର ସୁରଟଠାରେ ୧୬ତମ ଜାତୀୟ ସିନିୟର ରୋଲବଲ ଚାମ୍ପିୟନଶିପ୍‌ ଚଳିତମାସ ୨୧ରୁ ୨୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ରୋଲବଲ ଆସୋସିଏଶନ(ଓଆରବିଏ) ପକ୍ଷରୁ ସୋମବାର ଓଡ଼ିଶା(ପୁରୁଷ) ଦଳ ଘୋଷଣା କରାଯାଇଛି। ଏଥିରେ ରାଜ୍ୟର ବିଭିନ୍ନ ଜିଲାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri