ଖେଳ

ଗୋକୁଳମ୍‌ କେରଳ ଜିତିଲା ଡୁରାଣ୍ଡ୍‌ କପ୍‌

କୋଲକାତା, ୨୫।୮ (ପି.ଟି.)- ଟାଇଟଲ୍‌ ଫେଭରାଇଟ୍‌ ମୋହନ ବାଗାନକୁ ପରାସ୍ତ କରି ଗୋକୁଳମ୍‌ କେରଳ ଏଫ୍‌ସି ସମ୍ମାନଜନକ ଡୁରାଣ୍ଡ କପ୍‌ ଫୁଟ୍‌ବଲ ଟୁର୍ନାମେଣ୍ଟର ୧୨୯ତମ ସଂସ୍କରଣରେ ଚାମ୍ପିୟନ ହୋଇଛି। ଶନିବାର ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଫାଇନାଲ ମ୍ୟାଚ୍‌ରେ ଗୋକୁଳମ୍‌ କେରଳ ୨-୧ ଗୋଲରେ…

ଜେଟ୍‌ଲୀଙ୍କ ପାଇଁ କଳା ଆର୍ମ ବ୍ୟାଣ୍ଡ୍‌ ପିନ୍ଧିଲେ ଭାରତୀୟ ଖେଳାଳି

ନର୍ଥ ସାଉଣ୍ଡ, ୨୫।୮ (ପି.ଟି.)- ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭେଟେରାନ କ୍ରିକେଟ ପ୍ରଶାସକ ଅରୁଣ ଜେଟ୍‌ଲୀଙ୍କର ଶନିବାର ଦେହାନ୍ତ ହୋଇଯାଇଛି। ତାଙ୍କୁ ସମ୍ମାନ ଜଣାଇ ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଟେଷ୍ଟ ମ୍ୟାଚରେ ଭାରତୀୟ କ୍ରିକେଟ ଖେଳାଳିମାନେ କଳା ଆର୍ମ…

ଦ୍ୱିତୀୟ ଟେଷ୍ଟ: ଲଥାମଙ୍କ ଶତକ

କଲମ୍ବୋ, ୨୫।୮- ସ୍ଥାନୀୟ ପି. ସାରା ଓଭାଲ ଗ୍ରାଉଣ୍ଡରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରେ ଭ୍ରମଣକାରୀ ନ୍ୟୁଜିଲାଣ୍ଡ ତାରକା ଓପନର ଟମ୍‌ ଲଥାମଙ୍କ ଅପରାଜିତ ଶତକ ସହାୟତାରେ ଶ୍ରୀଲଙ୍କାକୁ ଦୃଢ଼ ଜବାବ ଦେଇଛି। ଟସ୍‌ ଜିତି ଶ୍ରୀଲଙ୍କା ପ୍ରଥମ ଇନିଂସରେ ଧନଞ୍ଜୟ…

ଆଶେସ୍‌ ତୃତୀୟ ଟେଷ୍ଟ: ଇଂଲଣ୍ଡର ଟାର୍ଗେଟ ୩୫୯

ଲିଡ୍ସ, ୨୫।୮(ଏଏଫ୍‌ପି)- ସ୍ଥାନୀୟ ହେଡିଂଲେ ଗ୍ରାଉଣ୍ଡରେ ଇଂଲଣ୍ଡ ଓ ଭ୍ରମଣକାରୀ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟ ରୋମାଞ୍ଚକ ମୋଡରେ ପହଞ୍ଚିଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ ୫୨.୧ ଓଭରରେ ୧୭୯ ରନ…

ଦୁଲୀପ ଟ୍ରଫି : କଲ୍‌ସୀଙ୍କ ଶତକ, ନାୟାର ୯୯

ବେଙ୍ଗାଲୁରୁ,୨୪।୮(ପି.ଟି.)- ଅଲୁରସ୍ଥିତ କର୍ନାଟକ ଷ୍ଟେଟ କ୍ରିକେଟ ଆସୋସିଏଶନ (କେ.ଏସ୍‌.ସି.ଏ.) ଗ୍ରାଉଣ୍ଡରେ ଚାଲିଥିବା ଇଣ୍ଡିଆ ରେଡ ବିପକ୍ଷ ଦୁଲୀପ ଟ୍ରଫି ମ୍ୟାଚ୍‌ରେ ଇଣ୍ଡିଆ ବ୍ଲୁ ପ୍ରାରମ୍ଭିକ ବ୍ୟାଟି ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ଟସ୍‌ ହାରି ବ୍ୟାଟିଂ ପାଇଁ ଆମନ୍ତ୍ରଣ ପାଇଥିବା ରେଡ୍‌ ପ୍ରଥମ…

୧୯ ବର୍ଷରୁ କମ୍‌ ଫୁଟ୍‌ବଲ : ତାହିଟିକୁ ହରାଇଲା ଭାରତ

ନୂଆଦିଲ୍ଲୀ,୨୪ା୮(ପି.ଟି.)- ଭାନୁଆଟୁର ପୋର୍ଟ ଭିଲାରେ ଚାଲିଥିବା ଓସେନିଆନ ଡେଭଲପମେଣ୍ଟାଲ ଟୁର୍ନାମେଣ୍ଟରେ ଭାରତର ୧୯ ବର୍ଷରୁ କମ୍‌ ଫୁଟ୍‌ବଲ ଦଳ ପ୍ରଥମ ସ୍ଥାନ ଅଧିକାର କରିଛି। ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦଳ ୨-୦ ଗୋଲରେ ତାହିଟିକୁ ପରାସ୍ତ କରିଛି। ଭାରତ ତରଫରୁ…

ପ୍ରଣୀଥଙ୍କୁ ବ୍ରୋଞ୍ଜ

ବାସେଲ(ସୁଇଜରଲାଣ୍ଡ),୨୪।୮(ପି.ଟି.): ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ପୁରୁଷ ସିଙ୍ଗଲ୍ସ ଖେଳାଳି ବି. ସାଇ ପ୍ରଣୀଥଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି। ସେମିଫାଇନାଲରେ ସେ ବିଶ୍ୱର ନଂ ୧ ଖେଳାଳି ଜାପାନର କେଣ୍ଟୋ ମୋମୋଟାଙ୍କଠାରୁ ୧୩-୨୧, ୮-୨୧ ଗେମ୍‌ରେ…

ପୁଣି ଥରେ ଆଇଓଏ ବୈଠକ ଡକାଇଲେ କ୍ରୀଡ଼ାମନ୍ତ୍ରୀ

ନୂଆଦିଲ୍ଲୀ,୨୪।୮(ପିଟି): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରନ ରିଜିଜୁ ଭାରତୀୟ ଅଲିମ୍ପିକ୍‌ ମହାସଂଘ (ଆଇଓଏ)କୁ ଆଉ ଥରେ ବୈଠକ ପାଇଁ ଡକାଇଛନ୍ତି। ବର୍ତ୍ତମାନ ଆଇଓଏ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଫେଡେରେଶନ (ସିଜିଏଫ୍‌) ମୁଖ୍ୟଙ୍କ ସହ ୨୦୨୨ କମନଓ୍ବେଲ୍‌ଥ ଗେମ୍ସରୁ ଓହରିବାକୁ ଭାରତ ଚାହୁଁଥିବାରୁ ଏସମ୍ପର୍କରେ ଆଲୋଚନା…

ଜେଟ୍‌ଲୀଙ୍କ ବିୟୋଗରେ ଶୋକାକୁଳ କ୍ରୀଡ଼ାଜଗତ

ନୂଆଦିଲ୍ଲୀ,୨୪।୮: ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ ସ୍ଥାନୀୟ ଏମ୍‌ସ ମେଡିକାଲରେ ଶନିବାର ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଏହି ଦୁଃଖଦ ଘଟଣାରେ ସମ୍ପୂର୍ଣ୍ଣ କ୍ରୀଡ଼ାଜଗତ ଶୋକାକୁଳ ହୋଇପଡ଼ିଛି। ବହୁ ପୂର୍ବତନ ଓ ବର୍ତ୍ତମାନ କ୍ରୀଡ଼ାବିତ୍‌ମାନେ ସୋସିଆଲ ମିଡିଆରେ ଦୁଃଖ ପ୍ରକାଶ…

ସିନ୍ଧୁଙ୍କ ରୌପ୍ୟ ପକ୍କା

ବାସେଲ(ସୁଇଜରଲାଣ୍ଡ),୨୪।୮(ପି.ଟି.): ଦେଶର ତାରକା ମହିଳା ଶଟଲର ପି.ଭି. ସିନ୍ଧୁ ଏଠାରେ ଚାଲିଥିବା ବିଡବ୍ଲ୍ୟୁଏଫ୍‌ ବିଶ୍ୱ ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପରେ ରୌପ୍ୟ ପଦକ ପକ୍କା କରିଛନ୍ତି। ଶନିବାର ଅନୁଷ୍ଠିତ ସେମିଫାଇନାଲରେ ସିନ୍ଧୁ ଚାଇନାର ଚେନ ୟୁ ଫେଇଙ୍କୁ ସିଧାସଳଖ ସେଟ୍‌ରେ ହରାଇ ଦେଇଛନ୍ତି। ମ୍ୟାଚ୍‌କୁ…

ୟୁଏସ୍‌ ଓପନ ମୁଖ୍ୟ ପର୍ଯ୍ୟାୟରେ ନାଗାଲ

ନ୍ୟୁୟର୍କ,୨୪।୮(ପିଟି): ଭାରତୀୟ ଟେନିସ ଖେଳାଳି ସୁମିତ ନାଗାଲ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଖେଳିବାର ସ୍ବପ୍ନ ପୂରା କରିଛନ୍ତି। ସିଜନର ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନର ମୁଖ୍ୟ ପର୍ଯ୍ୟାୟରେ ଖେଳିବା ପାଇଁ ସେ ଯୋଗ୍ୟତା ହାତେଇଛନ୍ତି। କ୍ୱାଲିଫାୟର୍ସର ଅନ୍ତିମ ରାଉଣ୍ଡରେ ନାଗାଲ ବ୍ରାଜିଲ…

ଲାହୋର, କରାଚୀଠାରେ ଖେଳିବ ଶ୍ରୀଲଙ୍କା

କରାଚୀ,୨୪।୮: ଶ୍ରୀଲଙ୍କା ଦଳ ଦିନିକିଆ ସିରିଜ୍‌ ଖେଳିବା ପାଇଁ ପାକିସ୍ତାନ ଗସ୍ତ କରିବାକୁ ରାଜି ହୋଇଛି। ଏ ନେଇ ଦୁଇ ବୋର୍ଡ ମଧ୍ୟରେ ଚୁକ୍ତି ହୋଇଛି। ଏଥିଯୋଗୁ ଅକ୍ଟୋବରରେ ହେବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଏବେ ଡିସେମ୍ବରକୁ ଘୁଞ୍ଚତ୍ୟାଇଛି। ଶ୍ରୀଲଙ୍କା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri