Posted inଖେଳ

୧୯ ବର୍ଷରୁ କମ୍‌ ଫୁଟ୍‌ବଲ : ତାହିଟିକୁ ହରାଇଲା ଭାରତ

ନୂଆଦିଲ୍ଲୀ,୨୪ା୮(ପି.ଟି.)- ଭାନୁଆଟୁର ପୋର୍ଟ ଭିଲାରେ ଚାଲିଥିବା ଓସେନିଆନ ଡେଭଲପମେଣ୍ଟାଲ ଟୁର୍ନାମେଣ୍ଟରେ ଭାରତର ୧୯ ବର୍ଷରୁ କମ୍‌ ଫୁଟ୍‌ବଲ ଦଳ ପ୍ରଥମ ସ୍ଥାନ ଅଧିକାର କରିଛି। ଶୁକ୍ରବାର ଖେଳାଯାଇଥିବା ଏକ ମ୍ୟାଚରେ ଦଳ ୨-୦ ଗୋଲରେ ତାହିଟିକୁ ପରାସ୍ତ କରିଛି। ଭାରତ ତରଫରୁ ଖେଳର ଦ୍ୱିତୀୟାର୍ଦ୍ଧରେ ମନବୀର ସିଂ (୭୧ତମ ମିନିଟ୍‌) ଏବଂ ବିକ୍ରମ ପ୍ରତାପ ସିଂ (୮୮ତମ) ଗୋଟିଏ ଲେଖାଏଁ ଗୋଲ ସ୍କୋର କରିଥିଲେ। ତିନି ଦିନ ପୂର୍ବେ ନ୍ୟୁ କାଲେଡୋନିଆକୁ ପରାସ୍ତ କରିଥିବା ଏହି ଭାରତୀୟ ଦଳରେ ଶନିବାର ମ୍ୟାଚ ପାଇଁ କୌଣସି ଖେଳାଳି ପରିବର୍ତ୍ତନ ନ କରିବା ଲାଗି କୋଚ୍‌ ଫ୍ଲଏଡ୍‌ ପିଣ୍ଟୋ ନିଷ୍ପତ୍ତି ନେଇଥିଲେ। ମ୍ୟାଚରେ ଭାରତୀୟ ଦଳ ୧୨ଥର ବିପକ୍ଷ ଦଳର ଗୋଲ୍‌ ପୋଷ୍ଟ ଉପରେ ଆକ୍ରମଣ କରିବାରେ ସଫଳ ହୋଇଥିଲା। ଅନପକ୍ଷରେ ଭାରତର ରକ୍ଷଣଭାଗ ଖେଳାଳିଙ୍କ ଦୃଢ ପ୍ରଦର୍ଶନ ଯୋଗୁ ତାହିଟି ଦଳ ଗୋଟିଏ ହେଲେ ସୁଯୋଗ ପାଇ ନ ଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲାନି ଆମ୍ବୁଲାନ୍ସ: ଗୁରୁତର ରୋଗୀଙ୍କୁ ଖଟିଆରେ ବୋହିନେଲେ ୭ କିମି

ଭଞ୍ଜନଗର,୧୩।୬(ବାବୁଲା ପ୍ରଧାନ): ଜଙ୍ଗଲରେ ବସବାସ କରୁଥିବା ଲୋକେ କେତେ ଦୁର୍ଦ୍ଦିନରେ ଏବେବି ବସବାସ କରନ୍ତି ତାହାର ଏକ ଜ୍ୱଳନ୍ତ ଉଦାହରଣ ଶୁକ୍ରବାର ଦେଖିବାକୁ ମିଳିଛି। କନ୍ଧମାଳ ଜିଲା…

୬ଟି ବିଭାଗର ୮ଟି ବଡ଼ ପ୍ରସ୍ତାବକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରି 

ଭୁବନେଶ୍ୱର, ୧୨/୬ : ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ରାଜ୍ୟ କ୍ୟାବିନେଟ ବୈଠକରେ ୬ଟି ବିଭାଗ ପକ୍ଷରୁ ଆଗତ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ ମଞ୍ଜୁରି ମିଳିଛି।…

ମୋହନା ଅଞ୍ଚଳରେ କାଳବୈଶାଖି ବିଭିନ୍ନ ସ୍ଥାନରେ ଗଛ ପଡି ରାସ୍ତା ଅବରୋଧ

ମୋହନା, ୧୨।୬( ମନ୍ମଥ ମିଶ୍ର ): ମୋହନା ବ୍ଲକର ବିଭିନ୍ନ ଅଞ୍ଚଳରେ କାଳବୈଶାଖି ପ୍ରଭାବରେ ପ୍ରବଳ ବେଗରେ ପବନ ବହିବା ସହ  ଶୁକ୍ରବାର  ସନ୍ଧ୍ୟା ସମୟରେ ବର୍ଷା…

୧୭ ଡ୍ରମ୍‌ ମଦ ପୋଚ ନଷ୍ଟକଲେ ଗ୍ରାମବାସୀ

ନନ୍ଦପୁର,୧୨ା୬(ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଲମତାପୁଟ ବ୍ଲକ ବନମାଳିପୁଟ ପଞ୍ଚାୟତ ଭିମାରିପୁଟ ଗ୍ରାମବାସୀ ଲୁଚାଇ ରଖାଯାଇଥିବା ୧୭ ଡ୍ରମ୍‌ ମଦ ପୋଚ ନଷ୍ଟ…

ବଜ୍ରପାତରେ ମହିଳାଙ୍କ ମୃତ୍ୟୁ

ଲାଞ୍ଜିଗଡ଼,୧୨ା୬(ରମେଶ ଚନ୍ଦ୍ର ନାୟକ): ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ ଦାରପଟା ଗ୍ରାମର କନକ ବେହେରା (୪୫)ଙ୍କ ଶୁକ୍ରବାର ବଜ୍ରପାତରେ ମୃତ୍ୟୁ ଘଟିଛି। ସୂଚନାନୁସାରେ ଅପରାହ୍ନ ସାଢେ…

ବଜ୍ରପାତରେ ୨୦ ଛେଳିମେଣ୍ଢା ମୃତ

ପାତ୍ରପୁର,୧୨ା୬(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଜିଲୁଣ୍ଡା ନିକଟସ୍ଥ ପାହାଡ ଅଞ୍ଚଳର ଏକ ଜମିରେ ଶୁକ୍ରବାର ବଜ୍ରପାତରେ ଗୋଟିଏ ଛେଳି ଓ ୧୯ ମେଣ୍ଢାଙ୍କ…

ମଣ୍ଡି ଅଭାବ: ଥୁଆମୂଳ ରାମପୁରରେ ଦଲାଲଙ୍କ କବ୍‌ଜାରେ ଆମ୍ବ ଚାଷୀ

ଥୁଆମୂଳ ରାମପୁର, ୧୨/୦୬ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକରେ ସରକାରୀ ବଜାର ବ୍ୟବସ୍ଥା ନଥିବାରୁ ଆମ୍ବ ଚାଷୀ ବ୍ୟାପକ ଶୋଷଣର ଶିକାର ହେଉଛନ୍ତି।…

ଭାରତ ପାଇଁ ବାହାରିଲେ ଟ୍ରମ୍ପ, ଇରାନକୁ ସିଧା କହିଦେଲେ…

ଓ୍ୱାଶିଂଟନ,୧୨ା୬: ଉପସାଗରୀୟ ଅଞ୍ଚଳରେ ଯୁଦ୍ଧ ବନ୍ଦ ପାଇଁ ରବିବାର ସୁଦ୍ଧା ଆମେରିକା ଏବଂ ଇରାନ ମଧ୍ୟରେ ବହୁପ୍ରତୀକ୍ଷିତ ଶାନ୍ତି ଚୁକ୍ତିନାମା ସ୍ୱାକ୍ଷର ହୋଇପାରେ। ଏକ ପାଶ୍ଚାତ୍ୟ ସୂତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri