ସିରିଜ କବ୍ଜା କଲା ଭାରତ-ଏ
ଥିରୁଭାନନ୍ତପୁରମ, ୨।୯ (ପି.ଟି.)- ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ-ଏ ବିପକ୍ଷରେ ସ୍ଥାନୀୟ ଗ୍ରୀନ୍ଫିଲ୍ଡ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମରେ ସୋମବାର ଖେଳାଯାଇଥିବା ୩ୟ ଅନ୍ଅଫିସିଆଲ୍ ଦିନିକିଆ ମ୍ୟାଚ୍କୁ ଭାରତ-ଏ ୪ ଉଇକେଟ୍ରେ ଜିତିନେଇଛି। ପୂର୍ବରୁ ପ୍ରଥମ ଓ ୨ୟ ଦିନିକିଆ ଜିତିଥିବା ଭାରତ-ଏ ଏଥିସହ ସିରିଜକୁ ୩-୦ରେ…
ଫିଫା ପୁରସ୍କାର: ସଂକ୍ଷିପ୍ତ ତାଲିକାରେ ଭାନ୍ ଡିକ୍, ରୋନାଲ୍ଡୋ, ମେସି
ରୋମ୍, ୨ା୯ (ଏଏଫ୍ପି)-ଫେଡେରେଶନ ଅପ୍ ଇଣ୍ଟରନ୍ୟାଶନାଲ ଫୁଟ୍ବଲ ଆସୋସିଏଶନ୍ସ(ଫିଫା)ର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଁ କରାଯାଇଥିବା ସଂକ୍ଷିପ୍ତ ତାଲିକାରେ ଲିଭରପୁଲ୍ ସେଣ୍ଟର ବ୍ୟାକ୍ ଭର୍ଗିଲ ଭାନ୍ ଡିକ୍ ସ୍ଥାନ ପାଇଛନ୍ତି। ଏହି ଖେଳାଳି ଜଣକ ନିକଟରେ ୟୁନିୟନ ଅଫ୍୍ ୟୁରୋପିଆନ ଫୁଟ୍ବଲ…
ଟେଷ୍ଟରେ ପଦାର୍ପଣ କରିବେ ଭାରତୀୟ ଅମ୍ପାୟର ମେନନ
ମୁମ୍ବାଇ,୨।୯(ପିଟି): ଭାରତୀୟ ଅମ୍ପାୟର ନିତୀନ ମେନନ ଟେଷ୍ଟ ମ୍ୟାଚ୍ରେ ପଦାର୍ପଣ କରିବାକୁ ଯାଉଛନ୍ତି। ଆଫଗାନିସ୍ତାନ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଡେରାଡୁନଠାରେ ନଭେମ୍ବର ୨୭ ତାରିଖଠାରୁ ପ୍ରଥମ ଟେଷ୍ଟ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ରେ ସେ ଅନ୍ତର୍ଜାତୀୟ ଟେଷ୍ଟ ପଦାର୍ପଣ କରିବେ। ବିସିସିଆଇ…
ଖଣ୍ଡାରେ ଭାରତୀୟଙ୍କୁ ନିପାତ କରିବାକୁ ମିଆଁଦାଦଙ୍କ ଧମକ
ନୂଆଦିଲ୍ଲୀ,୨।୯: ଜମ୍ମୁ-କଶ୍ମୀର ରାଜ୍ୟର ସ୍ବତନ୍ତ୍ର ପାହ୍ୟା ଉଠାଇବାକୁ ବିରୋଧ କରିବା ପାଇଁ ଲାଇନ ଅଫ୍ କଣ୍ଟ୍ରୋଲ (ଏଲଓସି)ଠାରେ ବିକ୍ଷୋଭ କରିବାକୁ ଯାଇ ପୂର୍ବତନ ପାକିସ୍ତାନ ଅଧିନାୟକ ଜାଭେଦ ମିଆଁଦାଦ ଭାରତୀୟଙ୍କୁ ଖଣ୍ଡାରେ ନିପାତ କରିବାକୁ ଧମକ ଦେଇଛନ୍ତି। ନିକଟରେ ପୂର୍ବତନ କ୍ରିକେଟରଙ୍କ…
ମାଇକ ବ୍ରାୟନ ଦଣ୍ଡିତ
ନ୍ୟୁୟର୍କ,୨।୯(ଏଟିପି): ଷ୍ଟାର ଆମେରିକାନ ଡବଲ୍ସ ଖେଳାଳି ମାଇକ ବ୍ରାୟନଙ୍କୁ ରବିବାର ୟୁଏସ୍ ଓପନ ଟୁର୍ନାମେଣ୍ଟ ପକ୍ଷରୁ ୧୦ ହଜାର ଡଲାର ଜରିମାନା କରାଯାଇଛି। ସେ ଅଫିସିଆଲଙ୍କ ଆଡ଼କୁ ତାଙ୍କ ର଼୍ୟାକେଟକୁ ବନ୍ଧୁକ ଭଳି ପ୍ରଦର୍ଶନ କରିଥିଲେ। ଯାଅଁାଳା ଭାଇଙ୍କ ସହ ଖେଳୁଥିବା…
ଈଶାନ୍ତଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ
ନୂଆଦିଲ୍ଲୀ,୨।୯: ଭାରତୀୟ ପେସର ଈଶାନ୍ତ ଶର୍ମା ସୋମବାର ୩୧ ବର୍ଷରେ ପାଦ ଦେଇଛନ୍ତି। ଏହି ଅବସରରେ ତାଙ୍କୁ ଅଲରାଉଣ୍ଡର ଯୁବରାଜ ସିଂ ଓ ବାମହାତୀ ଓପନର ଶୀଖର ଧାଓ୍ବନ ଶୁଭେଚ୍ଛା ଜଣାଇଛନ୍ତି। ଈଶାନ୍ତଙ୍କୁ ଜନ୍ମଦିନର ଶୁଭକାମନା। କ୍ୟାରିୟରର ପ୍ରଥମ ଟେଷ୍ଟ ଅର୍ଦ୍ଧଶତକ…
ଓହରିଲେ ଜୋକୋଭିଚ୍, କ୍ୱାର୍ଟରରେ ଓ୍ବାରିଙ୍କା
ନ୍ୟୁୟର୍କ,୨।୯: ଡିଫେଣ୍ଡିଂ ଚାମ୍ପିୟନ ନୋଭାକ ଜୋକୋଭିଚ୍ ୟୁଏସ୍ ଓପନ ପ୍ରିକ୍ୱାର୍ଟର ଫାଇନାଲରୁ ଓହରି ଯାଇଛନ୍ତି। ରବିବାର ଖେଳାଯାଇଥିବା ମ୍ୟାଚ୍ରେ ନଂ ୧ ସିଡ୍ ଜୋକୋଭିଚ୍ ୬-୪, ୭-୫, ୨-୧ ସେଟ୍ରେ ସୁଇଜରଲାଣ୍ଡର ଷ୍ଟାନ ଓ୍ବାରିଙ୍କାଙ୍କଠାରୁ ଆଗୁଆ ଥିଲେ। ହେଲେ ବାମ କାନ୍ଧରେ…
ଧୋନୀଙ୍କୁ ପଛରେ ପକାଇଲେ ପନ୍ତ
କିଙ୍ଗ୍ଷ୍ଟନ,୨।୯: ଟେଷ୍ଟ କ୍ରିକେଟରେ ଉଇକେଟକିପର ଭାବେ ୫୦ ଉଇକେଟ ନେବାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ। କ୍ୟାରିୟରର ୧୧ତମ ଟେଷ୍ଟ ଖେଳୁଥିବା ପନ୍ତ ରବିବାର ଏହି ସଫଳତା ପାଇଛନ୍ତି।…
ସିରିଜ୍ କ୍ଲିନ ସୁଇପ ନିକଟତର ଭାରତ
କିଙ୍ଗ୍ଷ୍ଟନ,୨।୯: ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳ ସିରିଜ୍ କ୍ଲିନ ସୁଇପ କରିବାର ନିକଟତର ହୋଇଛି। ପ୍ରଥମ ଇନିଂସରେ ଭାରତ ୪୧୬ ରନ୍ କରିଥିବାବେଳେ ଓ୍ବେଷ୍ଟଇଣ୍ଡିଜ ୧୧୭ ରନ୍ରେ ସୀମିତ ରହିଥିଲା। ୨୯୯ ରନ୍ର ଅଗ୍ରଣୀ ସତ୍ତ୍ୱେ…
ଟେଷ୍ଟରେ ହ୍ୟାଟ୍ରିକ୍: ବୁମ୍ରା ତୃତୀୟ ଭାରତୀୟ
କିଙ୍ଗଷ୍ଟନ,୨।୯(ପି.ଟି.)- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ରେ ଶନିବାର ଦ୍ୱିତୀୟ ଦିବସରେ ପ୍ରଥମ ଇନିଂସରେ ଭାରତୀୟ ଦ୍ରୁତ ବୋଲର ଯଶପ୍ରୀତ ବୁମ୍ରା ହ୍ୟାଟ୍ରିକ ଅର୍ଜନ କରିଛନ୍ତି। ବୁମ୍ରା ଏଥି ସହିତ ଟେଷ୍ଟରେ ତୃତୀୟ ଭାରତୀୟ ଭାବେ…
‘୫୦ ଲୋକ ମଧ୍ୟ ମ୍ୟାଚ୍ ଦେଖିବାକୁ ଷ୍ଟାଡିୟମ ଆସି ନ ଥିଲେ’:
ନୂଆଦିଲ୍ଲୀ, ୨।୯- କିଙ୍ଗଷ୍ଟନ ସାବିନା ପାର୍କରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ୨ୟ ଟେଷ୍ଟ ମ୍ୟାଚ୍ରେ ଭ୍ରମଣକାରୀ ଭାରତ ଦୃଢ଼ସ୍ଥିତିରେ ରହିଛି। ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ବୋଲର ଯଶପ୍ରୀତ୍ ବୁମ୍ରା ଏହି ମ୍ୟାଚ୍ରେ ହ୍ୟାଟ୍ରିକ ଅର୍ଜନ କରିସାରିଥିବାବେଳେ ବିରାଟ କୋହଲିଙ୍କ ପରି ଚର୍ଚ୍ଚିତ…
ଅଲୋଡ଼ା ରେକର୍ଡ :ଚନ୍ଦ୍ରଶେଖରଙ୍କ ସମକକ୍ଷ ହେଲେ ଶାମି
କିଙ୍ଗଷ୍ଟନ, ୨।୯- ଏଠାରେ ଚାଲିଥିବା ଘରୋଇ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତିମ ତଥା ୨ୟ ଟେଷ୍ଟ ମ୍ୟାଚ୍ ଅବସରରେ ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ଶାମି ଏକ ଅଲୋଡ଼ା ରେକର୍ଡ ତାଲିକାରେ ନିଜ ନାମକୁ ଯୋଡ଼ିଛନ୍ତି। ଭାରତୀୟ ବ୍ୟାଟିଂର ପ୍ରଥମ…
Archives


