ଖେଳ

କୋହଲିଙ୍କଠୁ ଆଗରେ ରୋହିତ

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା ଚଳିତ ବର୍ଷ ସର୍ବାଧିକ ଦିନିକିଆ ରନ୍‌ କରିବାରେ ଅଧିନାୟକ ବିରାଟ କୋହଲିଙ୍କୁ ପଛରେ ପକାଇ ଦେଇଛନ୍ତି। ରୋହିତ ୧୫୯ ରନ୍‌ର ଶତକୀୟ ଇନିଂସ ଖେଳିବା…

ରାହୁଲଙ୍କ ୩ୟ ଶତକ

ବିଶାଖାପାଟଣା,୧୮।୧୨-  ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳର ବ୍ୟାକଅପ୍‌ ଓପନର ଲୋକେଶ ରାହୁଲ କ୍ୟାରିୟରର ୩ୟ ଶତକ କରିଛନ୍ତି। ସେ ୧୦୪ ବଲର ସମ୍ମୁଖୀନ ହୋଇ ୮ ଚୌକା ଓ ୩ ଛକା ସହାୟତାରେ ୧୦୨ ରନ୍‌ ପ୍ୟାଭେଲିଅନ…

ରୋହିତଙ୍କ ଶତକ

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ରୋହିତ ଶର୍ମା (୧୧୪*) ଶତକ ହାସଲ କରିଛନ୍ତି। ତାଙ୍କ ଇନିଂସରେ ୧୨ ଚୌକା ଓ ୩ ଛକା ସାମିଲ ରହିଛି। ଏହା ତାଙ୍କ କ୍ୟାରିୟରର ୨୮ତମ ଶତକ।…

ରୋହିତ-ରାହୁଲଙ୍କ ୪ର୍ଥ ଶତକୀୟ ଭାଗୀଦାରି

ବିଶାଖାପାଟଣା,୧୮।୧୨- ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଚାଲିଥିବା ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଓପନିଂ ଯୋଡ଼ି ୧୪୫ ରନ୍‌ର ଅପରାଜିତ ଭାଗୀଦାରି କରିଛନ୍ତି। ଦିନିକିଆ କ୍ରିକେଟରେ ରାହୁଲ-ରୋହିତଙ୍କ ଓପନିଂ ଯୋଡ଼ି ୪ର୍ଥ ଥର ପାଇଁ…

ରାହୁଲ ୫୦: ୩ ଛକା , ୩ ଚୌକା

ବିଶାଖାପାଟଣା,୧୮।୧୨- ଏଠାରେ ଚାଲିଥିବା ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଅନ୍ତର୍ଜାତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଓପନର ଲୋକେଶ ରାହୁଲ ଅର୍ଦ୍ଧଶତକ ପୂରଣ କରିଛନ୍ତି। ସେ ୫୪ ବଲ ଖେଳି ଅପରାଜିତ ୫୩ ରନ୍‌ କରି ଖେଳୁଛନ୍ତି। ତାଙ୍କ ଇନିଂସରେ ୩ ଲେଖାଏ ଛକା ଓ…

ପ୍ରଥମେ ବ୍ୟାଟିଂ କରିବ ଭାରତ

ବିଶାଖାପାଟଣା,୧୮।୧୨- ଡି. ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡିୟମରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଭାରତୀୟ ଦଳ ପ୍ରଥମେ ବ୍ୟାଟିଂ କରିବ। ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ଦଳର ଅଧିନାୟକ କିରନ ପୋଲାର୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଛନ୍ତି।…

ବିଶାଖାପାଟଣା ଗ୍ରାଉଣ୍ଡରେ ପ୍ରଥମ ଦିନିକିଆରେ ଦେଖିବାକୁ ମିଳିଥିଲା ଧୋନୀଙ୍କ ଶୋ

ବିଶାଖାପାଟଣା,୧୮।୧୨- ସ୍ଥାନୀୟ ଡି. ଓ୍ବାଇ. ଏସ୍‌. ରାଜଶେଖର ରେଡ୍ଡୀ ଏସିଏ-ଭିଡିସିଏ ଷ୍ଟାଡିୟମରେ ଭାରତ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସିରିଜ୍‌ର ଦ୍ୱିତୀୟ ଦିନିକିଆ ଖେଳାଯିବ। ଏହି ଗ୍ରାଉଣ୍ଡରେ ଗତ ୧୪ ବର୍ଷ ହେଲା ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳାଯାଇ ଆସୁଛି। ୨୦୦୫ ଏପ୍ରିଲ ୫…

ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍‌ ବାସିଲଙ୍କ ପରଲୋକ

ଫ୍ଲୋରିଡା, ୧୮।୧୨- ପୂର୍ବତନ ଓ୍ବେଷ୍ଟଇଣ୍ଡିଜ କ୍ରିକେଟର୍‌ ବାସିଲ ବାଉଚରଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୮୬ ବର୍ଷ ହୋଇଥିଲା। ସେ ଦୀର୍ଘଦିନ ଧରି ଅସୁସ୍ଥ ଥିଲେ ବୋଲି କ୍ରିକେଟ୍‌ ଓ୍ବେଷ୍ଟଇଣ୍ଡିଜ ପକ୍ଷରୁ ମଙ୍ଗଳବାର ଏହା ସ୍ପଷ୍ଟ କରାଯାଇଛି। ୧୯୫୮ରେ ଓ୍ବେଷ୍ଟଇଣ୍ଡିଜ…

୧୭ବର୍ଷରୁ କମ୍‌ ମହିଳା ଫୁଟ୍‌ବଲ: ଥାଇଲାଣ୍ଡକୁ ହରାଇଲା ଭାରତ

ମୁମ୍ବାଇ,୧୮ା୧୨ (ପି.ଟି.)-ଏଠାରେ ଚାଲିଥିବା ୧୭ବର୍ଷରୁ କମ୍‌ ମହିଳା ତ୍ରିରାଷ୍ଟ୍ରୀୟ ଫୁଟ୍‌ବଲ ଟୁର୍ନାମେଣ୍ଟରେ ଭାରତ ଏହାର ଅନ୍ତିମ ରାଉଣ୍ଡ ରବିନ ଲିଗ୍‌ ଗେମ୍‌ରେ ଥାଇଲାଣ୍ଡକୁ ୧-୦ ଗୋଲରେ ହରାଇ ଦେଇଛି। ଏଥି ସହ ଦଳ ଫାଇନାଲରେ ପ୍ରବେଶ କରିଛି। ମଙ୍ଗଳବାର ଖେଳାଯାଇଥିବା ଏହି…

ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଉଦ୍‌ଘାଟିତ

ଭୁବନେଶ୍ୱର, ୧୮।୧୨(କ୍ରୀଡ଼ା ପ୍ରତିନିଧି)-ଜାତୀୟ ସବ୍‌ଜୁନିୟର ବ୍ୟାଡ୍‌ମିଣ୍ଟନ ଚାମ୍ପିୟନଶିପ୍‌ର ୩୩ତମ ସଂସ୍କରଣ ମଙ୍ଗଳବାର ଇଷ୍ଟକୋଷ୍ଟ ରେଲଓ୍ବେ ଇନ୍‌ଡୋର ଷ୍ଟାଡିୟମରେ ଉଦ୍‌ଘାଟିତ ହୋଇଛି। ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ବ୍ୟାଡ୍‌ମିଣ୍ଟନ ଆସସୋସିଏଶନ ଅଫ୍‌ ଇଣ୍ଡିଆ(ବିଆଇଏ)ର…

ଅତୁଲ ଜିତିଲେ ମଶଲ୍‌ ମାନିଆ ଏସିଆନ୍‌ ଟାଇଟଲ୍‌

କଟକ ଅଫିସ, ୧୮।୧୨- ସିଙ୍ଗାପୁରଠାରେ ଅନୁଷ୍ଠିତ ମଶଲ ମାନିଆ(ଜୁନିୟର ବର୍ଗ) ଏସିଆନ ଚାମ୍ପିୟନଶିପର ଟାଇଟଲ୍‌ ଜିତିଛନ୍ତି ଓଡ଼ିଶାର ଅତୁଲ କର୍ମକାର। ଏହି ସଫଳତା ସହ ଅତୁଲ ରାଜ୍ୟ ତଥା ଦେଶ ନିମନ୍ତେ ଗୌରବ ଆଣିଛନ୍ତି। ଅତୁଲ ଗତ ବର୍ଷ ଦିଲ୍ଲୀଠାରେ ଅନୁଷ୍ଠିତ…

ରଣଜୀ ଟ୍ରଫି:ବସନ୍ତଙ୍କୁ ୬; ସର୍ଭିସେସ୍‌ ୨୭୧ରେ ଅଲଆଉଟ

କଟକ ଅଫିସ,୧୮ା୧୨- ଡ୍ରିମ୍ସ ଗ୍ରାଉଣ୍ଡରେ ଓଡ଼ିଶା-ସର୍ଭିସେସ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ ମଙ୍ଗଳବାର ଆରମ୍ଭ ହୋଇଛି। ପେସ୍‌ ବୋଲରଙ୍କୁ ସୁହାଉଥିବା ପିଚ୍‌ରେ ସର୍ଭିସେସ୍‌ ପ୍ରଥମେ ବ୍ୟାଟିଂ କରି ୨୭୧ରନରେ ଅଲଆଉଟ ହୋଇଯାଇଛି। ଓଡ଼ିଶା ପକ୍ଷରୁ ବସନ୍ତ ମହାନ୍ତି ସର୍ବାଧିକ ୬ଟି ଉଇକେଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri