ରଥ ଯାତ୍ରା

ବିଶ୍ବ ପ୍ରସିଦ୍ଧ ବାହୁଡ଼ା ଯାତ୍ରା: ଗଡ଼ିଲା ୩ ରଥ

ପୁରୀ,୫।୭: ଆଜି ଶ୍ରୀଜିଉଙ୍କ ବିଶ୍ୱ ପ୍ରସିଦ୍ଧ ବାହୁଡ଼ା ଯାତ୍ରା। ଦାରୁବିଗ୍ରହ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶନିବାର ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଘଣ୍ଟଘଣ୍ଟା ଧ୍ୱନୀରେ ପ୍ରକମ୍ପିତ ହୋଇ ପଡୁଛି ବଡ଼ଦାଣ୍ଡ। ଭାବବିହ୍ବଳ ଭକ୍ତ। ଗଜପତି ମହାରାଜାଙ୍କ ଛେରାପହଁରା ପରେ ପ୍ରଥମେ…

ପହଣ୍ଡିରେ ଆସୁଛନ୍ତି କାଳିଆ ସାଆନ୍ତ

ପୁରୀ,୫ା୭: ଆଜି ଶ୍ରୀଜିଉଙ୍କ ପବିତ୍ର ବାହୁଡ଼ା ଯାତ୍ରା । ଜନ୍ମବେଦିରେ ୯ ଦିନ ଲୀଳାଖେଳା ସାରି ଭଉଣୀ ସୁଭଦ୍ରା ଏବଂ ବଡ଼ଭାଇ ବଳଭଦ୍ରଙ୍କୁ ସାଥୀରେ ଧରି ପୁଣି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଫେରିଆସିବେ ମହାବାହୁ। ପ୍ରଥମେ ଚକ୍ରରାଜ ସୁଦର୍ଶନ ପହଣ୍ଡିରେ ଆସି…

ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ

ପୁରୀ,୫ା୭: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଦାରୁବ୍ରହ୍ମ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରୁ ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିବେ। ଏଥିପାଇଁ ଶରଧାବାଲିରେ ୩ ରଥ ଅପେକ୍ଷା କରିଛନ୍ତି। ସୁଦର୍ଶନଙ୍କ ପରେ ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି ଆରମ୍ଭ ହୋଇଛି। ପ୍ରଶାସନ ଦ୍ୱାରା ନିର୍ଦ୍ଧାରିତ ନୀତି ନିର୍ଘଣ୍ଟର…

ଆରମ୍ଭ ହେଲା ପହଣ୍ଡି, ପ୍ରଥମେ ରଥକୁ ବିରାଜ କରୁଛନ୍ତି ସୁଦର୍ଶନ

ପୁରୀ,୫ା୭: ଆଜି ଚତୁର୍ଦ୍ଧାମୂର୍ତ୍ତିଙ୍କ ପବିତ୍ର ବାହୁଡ଼ା ଯାତ୍ରା। ଦାରୁବ୍ରହ୍ମ ଆଜି ଶ୍ରୀଗୁଣ୍ଡିଚା ମନ୍ଦିରରୁ ବାହୁଡ଼ିବେ। ଏଥିପାଇଁ ଶରଧାବାଲିରେ ୩ ରଥ ଅପେକ୍ଷା କରିଛନ୍ତି। ଏବେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ଆରମ୍ଭ ହୋଇଛି। ଧାଡ଼ି ପହଣ୍ଡିରେ ଆସି ରଥରେ ବିଜେ ହୋଇ ଛନ୍ତି…

ଶରଧାବାଲି ଦଳାଚକଟାକୁ ନେଇ ପ୍ରସନ୍ନ ଆଚାର୍ଯ୍ୟ କହିଲେ ସରକାର ବାକ୍ୟ ବୀର ନ ହୋଇ…

ଭୁବନେଶ୍ୱର,୩୦ା୬: ପୁରୀ ଶରଧାବାଲିରେ ଦଳାଚକଟାରେ ୩ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ। ସେ କହିଛନ୍ତି, ସରକାର ବାକ୍ୟ ବୀର, କର୍ମ ବୀର ନୁହନ୍ତି। ରଥଯାତ୍ରାରେ ସମ୍ପୂର୍ଣ୍ଣ ତ୍ରୁଟି ହୋଇଛି। ଜିଲାପାଳ…

ବାହାରିଲା ଆଡ଼ପ ଅବଢ଼ା, ମହାପ୍ରସାଦ ପାଇ ଭକ୍ତ…

ପୁରୀ,୩୦ା୬: ବାହାରିଲା ପ୍ରଥମ ଦିନର ଆଡ଼ପ ଅବଢ଼ା। ସୋମବାର ମହାପ୍ରଭୁଙ୍କୁ ଆଡ଼ପ ମଣ୍ଡପରେ ଦର୍ଶନ କରିବା ସହ ମହାପ୍ରସାଦ ପାଇ ଭକ୍ତମାନେ ଆନନ୍ଦରେ ବିଭୋର ହୋଇପଡ଼ିଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼…

ଶ୍ରୀଗୁଣ୍ଡିଚାରୁ ଭାଙ୍ଗିଲାଣି ରଥ ଚକ, ଏଯାଏ ହୋଇନି ମରାମତି, ଅବହେଳାକୁ ନେଇ…

ଦାରିଙ୍ଗବାଡ଼ି,୩୦ା୬(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ସିମନବାଡ଼ିଠାରେ ଚଳିତ ଶ୍ରୀଗୁଣ୍ଡିଚା ଦିନ ନୀତିକାନ୍ତିରେ ବିଳମ୍ବ,ସନ୍ଧ୍ୟା ୬ଟା ପରେ ରଥଟଣା ଏବଂ ବାଟରେ ରଥ ଚକ ଭାଙ୍ଗିଯିବା ପରେ ବିପଦ ସଂକୁଳ ଅବସ୍ଥାରେ ରଥକୁ ଟଣାଯିବା ଘଟଣାକୁ ନେଇ ଅଞ୍ଚଳରେ ଶ୍ରଦ୍ଧାଳୁଙ୍କ…

ଆଡ଼ପମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତି 

ପୁରୀ,୨୯ା୬(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଭାଇ ପ୍ରଭୁ ବଳଭଦ୍ର ଏବଂ ଭଉଣୀ ଦେବୀ ସୁଭଦ୍ରାଙ୍କ ସହ ରଥାରୂଢ଼ ହୋଇ କର୍ମବେଦି ଶ୍ରୀମନ୍ଦିର ଛାଡ଼ି ନବଦିନ ଯାତ୍ରାରେ ଆସି ଜନ୍ମବେଦି ଶ୍ରୀଗୁଣ୍ଡିଚା ମନ୍ଦିରରେ ପହଞ୍ଚିଛନ୍ତି। ରଥତ୍ରୟ ଗୁଣ୍ଡିଚା ମନ୍ଦିର ସମ୍ମୁଖ ଶରଧାବାଲିରେ…

କାଲି ବନକଲାଗି: ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ,୨୯ା୬(ଅଜିତ୍‌ କୁମାର ମହାନ୍ତି): ସୋମବାର ଆଷାଢ଼ ଶୁକ୍ଳ ଚତୁର୍ଥୀଯୁକ୍ତ ପଞ୍ଚମୀ ତିଥିରେ ଶ୍ରୀବିଗ୍ରହମାନଙ୍କ ବନକଲାଗି ନୀତି ଅନୁଷ୍ଠିତ ହେବ। ଦ୍ୱିତୀୟ ଭୋଗମଣ୍ଡପ ଭୋଗ ଶେଷ ହେବାପରେ ଆପାତତଃ ରାତି ୯ଟାରୁ ବିଳମ୍ବିତ ରାତି ୨ଟା ପ୍ରାୟ ୫ଘଣ୍ଟା ଧରି ମହାପ୍ରଭୁଙ୍କ ଏହି…

ଆଡ଼ପ ମଣ୍ଡପ ବିଜେ ଆରମ୍ଭ

ପୁରୀ,୨୯।୬: ଆରମ୍ଭ ହେଲା ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ। ସେବକମାନେ ବିଜେ ପ୍ରତିମା ପ୍ରଭୁ ଶ୍ରୀ ମଦନମୋହନ ଏବଂ ରାମକୃଷ୍ଣଙ୍କୁ ଭକ୍ତିମୟ ପରିବେଶ ମଧ୍ୟରେ ରଥରୁ ଶ୍ରୀଗୁଣ୍ଡିଚା ମନ୍ଦିରକୁ ବିଜେ କରାଇଛନ୍ତି। ଗୋଟି ପହଣ୍ଡିରେ ବଡ଼ଠାକୁର ଆଡ଼ପ ମଣ୍ଡପକୁ ବିଜେ କରୁଛନ୍ତି।…

ଶ୍ରୀଜିଉଙ୍କ ଆଡ଼ପ ମଣ୍ଡପ ବିଜେ ଦେଖିବାକୁ ଶରଧାବାଲିରେ ପ୍ରବଳ ଭିଡ଼

ପୁରୀ,୨୯।୬: କିଛି ସମୟ ପରେ ଶ୍ରୀଜିଉ ଆଡ଼ପ ମଣ୍ଡପ ବିଜେ କରିବେ। ଗୋଟି ପହଣ୍ଡିରେ ଜନ୍ମବେଦୀକୁ ଯିବେ ଶ୍ରୀଜିଉ। ପ୍ରଥମେ ଆଡ଼ପ ମଣ୍ଡପକୁ ବିଜେ କରିବେ ଶ୍ରୀସୁଦର୍ଶନ। ଶ୍ରୀସୁଦର୍ଶନଙ୍କ ପରେ ବଡ଼ଠାକୁର ଆଡ଼ପ ମଣ୍ଡପ ବିଜେ କରିବେ। ପରେ ଦେବୀ ମା’…

ପୁରୀ ଦଳାଚକଟା ପରେ ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ବଢ଼ିଲା ସୁରକ୍ଷା

ଭୁବନେଶ୍ୱର,୨୯ା୬: ମହାପ୍ରଭୁଙ୍କ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରାର ଆଜି ତୃତୀୟ ଦିନରେ ଏକ ବଡ଼ଧରଣର ଅଘଟଣ ଘଟିଛି। ପ୍ରଶାସନର ଦାୟିତ୍ୱହୀନତା କାରଣରୁ ଅନେକ ଭକ୍ତ ଆହତ ହୋଇଥିବା ବେଳେ ଠେଲାପେଲାରେ ଗୁଣ୍ଡିଚା ମନ୍ଦରି ସମ୍ମୁଖରେ ୩ ଭକ୍ତଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣ ପରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri