ରାଜନୀତି

ଅଶୋକ ପଣ୍ଡାଙ୍କ ବିସ୍ଫୋରକ ବୟାନ: ନବୀନ ସାଢ଼େ ୪ କୋଟି ଓଡ଼ିଆଙ୍କ ସମ୍ପତ୍ତି, କାହାର ବ୍ୟକ୍ତିଗତ…

ଭୁବନେଶ୍ୱର,୨୮ା୮: ଗତ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ(ବିଜେଡି)ର ପରାଜୟ ପରେ ଦଳରେ ବିଶୃଙ୍ଖଳା ଲାଗିରହିଛି। କେତେବେଳେ ପ୍ରତ୍ୟକ୍ଷ ଭାବେ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ଉପରକୁ ବରିଷ୍ଠ ନେତା ଅଙ୍ଗୁଳି ଉଠାଉଛନ୍ତି ତ ଆଉ କେତେବେଳେ ପରୋକ୍ଷରେ ବାଣ ମାରୁଛନ୍ତି।…

ଆଜି ଦିଲ୍ଲୀରେ ବସିବ ଓଡ଼ିଶା କଂଗ୍ରେସର ବଡ଼ ବୈଠକ, ସଦସ୍ୟଙ୍କୁ ରାହୁଲ ଦେବେ…

ଭୁବନେଶ୍ୱର,୨୫ା୮: ଆଜି ଅର୍ଥାତ୍‌ ସୋମବାର ଓଡ଼ିଶା କଂଗ୍ରେସ ପାଇଁ ନୂଆଦିଲ୍ଲୀରେ ଏକ ବଡ଼ ବୈଠକ ଅନୁଷ୍ଠିତ ହେବ। ରାହୁଲ ଗାନ୍ଧୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଏହି ବୈଠକରେ ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ସହ ଅଜୟ ଲଲୁ ଓ…

ରାଜନୀତିରେ ହଇଚଇ: ବିଜେଡି ନେତାଙ୍କ ସହ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା କରୁଛନ୍ତି ଗୁପ୍ତ ମନ୍ତ୍ରଣା, ନବୀନଙ୍କ ପାଇଁ…

ଭୁବନେଶ୍ୱର,୨୫ା୮(ରବିନାରାୟଣ ଜେନା): ବରିଷ୍ଠ ପ୍ରଶାସନିକ ଅଧିକାରୀ ପଦରୁ ସ୍ବେଚ୍ଛାକୃତ ଅବସର ନେଇଥିବା ସୁଜାତା କାର୍ତ୍ତିକେୟନ ରାଉତ ରାଜ୍ୟର ପ୍ରମୁଖ ବିରୋଧୀ ଦଳ ବିଜେଡିର ମଙ୍ଗ ଧରିବା ନେଇ ଚର୍ଚ୍ଚା ଲାଗି ରହିଛି। ରବିବାର ସୁଜାତାଙ୍କ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ବହୁଳ…

ଅମର ଶତପଥୀଙ୍କ ବିସ୍ଫୋରକ ବୟାନ: ସବୁଠି ବିଜେଡି…

ଭୁବନେଶ୍ୱର,୨୪ା୮: ବରିଷ୍ଠ ରାଜନେତା ଅମର ଶତପଥୀ ରବିବାର ଏକ ବିସ୍ଫୋରକ ବୟାନ ଦେଇଛନ୍ତି। ଯାହା ଏବେ ରାଜନୈତିକ ମହଲରେ ଜୋର୍‌ଦାର ଚର୍ଚ୍ଚା ହେଉଛି। ସେ କହିଛନ୍ତି ବଡ଼ଚଣା ବିଜେଡିକୁ ଭାଙ୍ଗିବା ପ୍ରକ୍ରିୟା ଭୁବନେଶ୍ୱରରୁ ହିଁ ଆରମ୍ଭ ହୋଇଥିଲା। କର୍ମୀ ସେତେବେଳେ ଦଳ…

ବ୍ଲକ୍‌ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଲେ ପ୍ରଭାତ ବଳବନ୍ତରାୟ

ଧର୍ମଶାଳା,୨୦ା୮: ଯାଜପୁର ଜିଲା ଧର୍ମଶାଳା ବ୍ଲକ ଅଧ୍ୟକ୍ଷ ପଦରୁ ପ୍ରଭାତ ବଳବନ୍ତରାୟ ଇସ୍ତଫା ଦେଇଛନ୍ତି। ବ୍ୟକ୍ତିଗତ କାରଣ ଦର୍ଶାଇ ସେ ଇସ୍ତଫା ଦେଇଥିବା ଜଣାପଡ଼ିଛି। ପ୍ରଭାତଙ୍କ ବିରୋଧରେ ଅଗଷ୍ଟ ୧୧ରୁ ୩୮ରୁ ଅଧିକ ସମିତି ସଭ୍ୟ ଓ ସରପଞ୍ଚ ଅନାସ୍ଥା ପ୍ରସ୍ତାବ…

ସ୍ମୃତିରଞ୍ଜନଙ୍କୁ ଦଳରୁ ବିଦା କଲେ ମନମୋହନ

ଭୁବନେଶ୍ୱର,୧୮ା୮: ଭୁବନେଶ୍ୱର ସାଙ୍ଗଠନିକ ଜିଲା ଅନ୍ତର୍ଗତ ଶ୍ରୀକୃଷ୍ଣ ମଣ୍ଡଳ ସଭାପତି ସ୍ମୃତିରଞ୍ଜନ ଦାସଙ୍କର ବେଆଇନ କାର୍ଯ୍ୟକଳାପରେ ସଂପୃକ୍ତି ଅଭିଯୋଗ କାରଣରୁ ଦଳର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ତେଣୁ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶକ୍ରମେ ସ୍ମୃତି ରଞ୍ଜନ ଦାସଙ୍କୁ ଦଳରୁ ନିଲମ୍ବନ…

ସୁସ୍ଥ ହେଉଛନ୍ତି ନବୀନ, ଆଜି ହୋଇପାରନ୍ତି ଡିସ୍‌ଚାର୍ଜ

ଭୁବନେଶ୍ୱର,୧୮ା୮: ସୁସ୍ଥ ହେଉଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ଆଜି ଅର୍ଥାତ୍‌ ସୋମବାର ସେ ମେଡିକାଲରୁ ଡିସଚାର୍ଜ ହୋଇପାରନ୍ତି। ସୂଚନାନୁଯାୟୀ, ବାର୍ଦ୍ଧକ୍ୟ ଏବଂ ଡିହାଇଡ୍ରେଶନଜନିତ ଅସୁସ୍ଥତା ପାଇଁ ତାଙ୍କୁ ସମ୍‌ ଅଲ୍‌ଟିମେଟ୍‌ରେ ସନ୍ଧ୍ୟା ପ୍ରାୟ ୫ଟା…

ଗୋଟିଏ ମିନିଟ୍‌ରେ ସସ୍‌ପେଣ୍ଡ୍‌ କରିଦେବି କହିଲେ ପାଣ୍ଡିଆନ, କାହାକୁ କାହିଁକି ଏମିତି କହିଲେ…

ଭୁବନେଶ୍ୱର, ୧୮ା୮(ସୁନିତ୍‌ ମିଶ୍ର): ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ସେ ରବିବାର ସନ୍ଧ୍ୟାରୁ ସ୍ଥାନୀୟ ସମ୍‌ ଅଲ୍ଟିମେଟ୍‌ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ନବୀନଙ୍କ ଅସୁସ୍ଥତା ସମ୍ପର୍କରେ ଖବର ପାଇ ଉକ୍ତ ଘରୋଇ…

ତାରାଙ୍କ ତେର୍ଚ୍ଛାବାଣ: କହିଲେ ଅନାସ୍ଥା ଆଣିବା ପାଇଁ ଆମ ପାଖରେ ସଂଖ୍ୟା ଅଛି, ବିଜେଡି ସମର୍ଥନ ନ କଲେ ଭାଜପା ସହ…

ଭୁବନେଶ୍ୱର,୨୪ା୭): ଅନାସ୍ଥା ଚର୍ଚ୍ଚା ଉପରେ ଜୟପୁର ବିଧାୟକ ତଥା କଂଗ୍ରେସର ବରିଷ୍ଠ ନେତା ତାରା ବାହିନୀପତି ତେର୍ଚ୍ଛାବାଣ ମାରିଛନ୍ତି। ତାରା କହିଛନ୍ତି, ଅନାସ୍ଥା ଆଣିବା ପାଇଁ ଆମ ପାଖରେ ସଂଖ୍ୟା ରହିଛି। ଆମେ ୧୪ ବିଧାୟକ ଓ ଆମ ସହ ଜଣେ…

FM ଛାତ୍ରୀ ସୌମ୍ୟାଶ୍ରୀଙ୍କ ଆତ୍ମାହୁତି ଘଟଣା: କଂଗ୍ରେସ-ସିପିଆଇର ବନ୍ଦ ପାଳନ

ପୁରୁଷୋତ୍ତମପୁର,୧୭ା୭(ସିମାଞ୍ଚଳ ମିଶ୍ର): ବାଲେଶ୍ବର ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀଙ୍କୁ ନ୍ୟାୟ ପ୍ରଦାନ ଦାବିରେ ପ୍ରଦେଶ କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରାକୁ ନେଇ ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ଶାନ୍ତିପୂର୍ଣ୍ଣ ଭାବରେ ବନ୍ଦ ପାଳନ ହୋଇଛି। କଂଗ୍ରେସ ଓ ସିପିଆଇ, ସିପିଏମ୍‌ କର୍ମୀମାନେ…

କର୍ଲାମୁଣ୍ଡାରେ ଓଡ଼ିଶା ବନ୍ଦକୁ ସ୍ବତଃପୂର୍ତ୍ତ ସମର୍ଥନ

କର୍ଲାମୁଣ୍ଡା,୧୭ା୭(ପ୍ରଦୀପ କୁମାର ସାହୁ): ବାଲେଶ୍ବର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁକୁ ନେଇ ରାଜ୍ୟ ସରକାରଙ୍କୁ ଘେରିଛି କଂଗ୍ରେସ। ଗୁରୁବାର କଂଗ୍ରେସ ସମେତ ବାମ ପନ୍ଥୀ ଦଳମାନେ ଦେଇଥିବା ୧୨ ଘଣ୍ଟିଆ ଓଡ଼ିଶା ବନ୍ଦକୁ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକରେ ମଧ୍ୟ ସ୍ବତଃପୂର୍ତ୍ତ…

୫ ଯୁବକ ଆମ ପରିବାରକୁ ବଦନାମ କରୁଛନ୍ତି, ସୁରକ୍ଷା ନ ଦେଲେ ସପରିବାର ଆତ୍ମହତ୍ୟା କରିବୁ କହିଲେ ସୌମ୍ୟାଶ୍ରୀଙ୍କ ଭାଇ

ଭୋଗରାଇ,୧୭ା୭(ପ୍ରଦୀପ ଦାସ): ଆମକୁ ସୁରକ୍ଷା ଦିଅ, ନଚେତ୍‌ ସପରିବାର ଆତ୍ମହତ୍ୟା କରିବୁ ବୋଲି ଭୋଗରାଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ମୃତା ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ଭାଇ ସୌମ୍ୟରଞ୍ଜନ। ବୁଧବାର ରାତି ସାଢେ ୮ଟାରେ ସେ ଥାନାକୁ ଯାଇ ଏତଲା ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri