୩ ନମ୍ବର ହେଲେ ସରିଲା: ଆଜି ସ୍ନେହାଙ୍ଗିନୀଙ୍କ ପ୍ରାର୍ଥତ୍ପତ୍ର ଦାଖଲ

ଭୁବନେଶ୍ୱର, ୧୯।୧୦(ସୁନିତ୍‌ ମିଶ୍ର): ନୂଆପଡ଼ା ଉପନିର୍ବାଚନ ପାଇଁ ରାଜ୍ୟର ପ୍ରମୁଖ ୩ ଦଳର ଅଧିକାଂଶ ନେତା ସେଠାରେ ପହଞ୍ଚି ସାରିଛନ୍ତି। ଶନିବାର ଭାଜପାରୁ ପ୍ରାର୍ଥୀ ହୋଇଥିବା ଜୟ ଢୋଲକିଆ ଏବଂ କଂଗ୍ରେସ ପ୍ରାର୍ଥୀ ଘାସିରାମ ମାଝୀଙ୍କ ନାମାଙ୍କନ ଦାଖଲ ସରିଛି। ରବିବାର ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ନେହାଙ୍ଗିନୀ ଛୁରିଆ ତାଙ୍କ ନାମାଙ୍କନ ଦାଖଲ କରିବେ। ସ୍ନେହାଙ୍ଗିନୀଙ୍କ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ସାମିଲହେବା ପାଇଁ ବିଜେଡିର ପ୍ରମୁଖ ନେତାମାନେ ନୂଆପଡ଼ାରେ ପହଞ୍ଚିଛନ୍ତି। ବିଜେଡି ଲାଗି ଏହି ଉପନିର୍ବାଚନ ଏତେ ଗୁରୁତ୍ୱପୂର୍ଣ୍ଣ ଯେ, ନିଜେ ଦଳର ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଟେଲିଫୋନ କରି ବହୁ ନେତାଙ୍କୁ ନାମାଙ୍କନ ଦାଖଲ କାର୍ଯ୍ୟକ୍ରମରେ ସାମିଲହେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଉପନିର୍ବାଚନକୁ ଭଲରେ ଲଢ଼ିବା ପାଇଁ ସେ କହିଛନ୍ତି। ବର୍ତ୍ତମାନ ଏହା ସମ୍ମାନର ପ୍ରଶ୍ନ ବୋଲି ଦଳୀୟ ନେତାଙ୍କୁ ନବୀନ କହିବା ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଅନ୍ୟପଟେ ନୂଆପଡ଼ା ଉପନିର୍ବାଚନରେ କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ୨୦୨୪ ସାଧାରଣ ନିର୍ବାଚନ ଫଳାଫଳ ହିଁ ଏକ ପ୍ରକାର ସ୍ପଷ୍ଟ କରୁଛି। ତେଣୁ ଉପନିର୍ବାଚନରେ ଯଦି ବିଜେଡି ୩ ନମ୍ବର ସ୍ଥାନରେ ରହିଲା ତେବେ କଥା ସରିଲା ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ଜୋର୍‌ ଧରିଛି। ଏହାକୁ ବିଜେଡିର ବହୁ ବରିଷ୍ଠ ନେତା ମଧ୍ୟ ସ୍ବୀକାର କରିବା ଆରମ୍ଭ କରିଦେଲେଣି।
ବିଜେଡି ନେତା ସ୍ବର୍ଗତ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟଙ୍କୁ ଭାଜପା ପ୍ରାର୍ଥୀ କରିସାରିଛି। ସୂଚନା ମୁତାବକ, ନୂଆପଡ଼ାରେ ରାଜେନ୍ଦ୍ରଙ୍କର ଏକ ସ୍ବତନ୍ତ୍ର ଏଜେନ୍ସି ରହିଥିଲା। ତାଙ୍କ ଏଜେନ୍ସି ଜରିଆରେ ହିଁ ସେଠାରେ ବିଜେଡି ବାରମ୍ବାର ବିଧାନସଭା ଆସନ ଦଖଲ କରିପାରୁଥିଲା। ରାଜେନ୍ଦ୍ରଙ୍କ ପରିବାର ଭାଜପାକୁ ଯିବାପରେ ବିଜେଡି ବାଧ୍ୟହୋଇ ଅନ୍ୟ ଜିଲାରୁ ଜଣେ ନେତ୍ରୀଙ୍କୁ ସେଠାରେ ଟିକେଟ ଦେବାକୁ ବାଧ୍ୟହୋଇଛି। ସ୍ଥାନୀୟ କୌଣସି ନେତାଙ୍କୁ ଟିକେଟ ଦେଇଥିଲେ, ପରବର୍ତ୍ତୀ ସମୟରେ ଯଦି ସରକାରୀ ଦଳ ଦ୍ୱାରା ପ୍ରଲୋଭିତ ହୋଇ ପ୍ରାର୍ଥୀ ବିକ୍ରି ହୋଇଯିବେ ତେବେ ଅଧିକ ଅସୁବିଧା ସୃଷ୍ଟି କରିପାରେ ବୋଲି ବିଜେଡି ନେତାମାନେ ଅନୁମାନ କରିଥିଲେ । ସେଥିଲାଗି ସ୍ନେହାଙ୍ଗିନୀଙ୍କୁ ପ୍ରାର୍ଥୀ କରାଗଲା। ହେଲେ ଜିଲା ବାହାର ନେତ୍ରୀ ଭାବେ ସ୍ନେହାଙ୍ଗିନୀଙ୍କୁ କେତେ ସମର୍ଥନ ମିଳିବ ତାହା ସବୁଠାରୁ ବଡ଼ କଥା। ଏଭଳି ସ୍ଥିତିରେ ୫୨ ଜଣ ନେତାଙ୍କୁ ନୂଆପଡ଼ା ଉପନିର୍ବାଚନ ପାଇଁ ଗ୍ରାଉଣ୍ଡ୍‌ରେ କାମ କରିବା ପାଇଁ ଦାୟିତ୍ୱ ବଣ୍ଟାଯାଇଛି। ହେଲେ ସେହି ନେତାମାନଙ୍କ ଭିତରେ ଯେଉଁ ଟିମ୍‌ ସ୍ପିରିଟ୍‌ ରହିବା କଥା, ତାହା ଦେଖିବାକୁ ମିଳୁନାହିଁ। ବାରମ୍ବାର ଫୋନ୍‌ କରିବା ପରେ ଦାୟିତ୍ୱ ପାଇଥିବା ନେତାମାନେ ଯିବାକୁ ବାହାରିଛନ୍ତି। ନେତାଙ୍କ ଏଭଳି ଦୁର୍ବଳ ମନୋବଳ ନିର୍ବାଚନ ଫଳାଫଳ ଉପରେ ନାକାରାତ୍ମକ ପ୍ରଭାବ ପକାଇପାରେ ବୋଲି ମଧ୍ୟ ଆଲୋଚନା ଚାଲିଛି। ଗତ ସାଧାରଣ ନିର୍ବାଚନରେ ମାତ୍ର ୧୪ଟି ବିଧାନସଭା ଆସନ ପାଇଥିବା କଂଗ୍ରେସ କିନ୍ତୁ ନିଜର ସବୁ ଶକ୍ତି ଲଗାଇ ନିର୍ବାଚନ ଲଢ଼ିବା ଆରମ୍ଭ କରିଦେଇଛି। କଂଗ୍ରେସ ପ୍ରାର୍ଥୀ ହୋଇଥିବା ଘାସିରାମ ଗତ ସାଧାରଣ ନିର୍ବାଚନରେ ସ୍ବାଧୀନ ଭାବେ ଲଢ଼ି ଦ୍ୱିତୀୟ ସ୍ଥାନରେ ରହିଥିଲେ। ତେଣୁ କଂଗ୍ରେସ ଏହି ଉପନିର୍ବାଚନରେ ବିଜୟୀ ହେବା ଆଶା ରଖିଛି। ନିକଟରେ ନୂଆପଡ଼ା ଗସ୍ତରେ ଥିବାବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏକ ଗୁରୁତ୍ୱପୂର୍ଣ୍ଣ କଥା କହି ଆସିଛନ୍ତି। ଆସନ୍ତା ଉପନିର୍ବାଚନରେ ଭାଜପା ଏବଂ କଂଗ୍ରେସ ମଧ୍ୟରେ ଲଢ଼େଇ ହେବ ବୋଲି ସେ କହିଥିଲେ। ମୁଖ୍ୟମନ୍ତ୍ରୀଙ୍କ ଏହି କଥା ପରେ କଂଗ୍ରେସ ପ୍ରାର୍ଥୀଙ୍କ ପାଇଁ ମଧ୍ୟ କିଛି ଲାଭ ହୋଇଥିବା କଥା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଏହିଭଳି ଭାବେ ଯଦି ଭାଜପା ଏବଂ କଂଗ୍ରେସର ପ୍ରାର୍ଥୀଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହୁଏ ତେବେ ବିଜେଡିର ଭବିଷ୍ୟତ ପାଇଁ ଏକ ଜଟିଳ ସମସ୍ୟା ସୃଷ୍ଟିହେବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଯଦିଓ ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ଅନେକ କିଛି ଆକଳନ କରିହେବ ନାହିଁ, ତଥାପି କଂଗ୍ରେସ ଯଦି ୧ କିମ୍ବା ୨ ନମ୍ବର ସ୍ଥାନରେ ରହିଯାଏ, ଏହା ସବୁଦିନ ଲାଗି ବିଜେଡି ପାଇଁ ସମସ୍ୟା ସୃଷ୍ଟି କରିବ। ହୁଏତ ଲୋକମାନଙ୍କ ମାନସିକତାରେ କଂଗ୍ରେସ ରାଜ୍ୟରେ ବଢୁଥିବା ବାର୍ତ୍ତା ଚାଲିଯାଇପାରେ। ତେଣୁ ପରବର୍ତ୍ତୀ ସମୟରେ ରାଜ୍ୟରେ ଯଦି କୌଣସି ନିର୍ବାଚନ ହୁଏ ତୃଣମୂଳସ୍ତରର କର୍ମୀମାନେ ସରକାରୀ ଦଳ ବିରୋଧରେ ଲଢ଼ିବାକୁ ଚିନ୍ତାକଲେ, କଂଗ୍ରେସକୁ ପ୍ରଥମ ବିକଳ୍ପ ଭାବେ ବାଛିନେବେ। ଯେକୌଣସି ନିର୍ବାଚନ ଭବିଷ୍ୟତରେ ହେବ, ସେଥିରେ କଂଗ୍ରେସ ଏବଂ ଭାଜପା ମଧ୍ୟରେ ସିଧାସଳଖ ଲଢ଼େଇ ହେବା ନେଇ ଏକ ନୂଆ ସମ୍ଭାବନା ସୃଷ୍ଟି ହୋଇଯିବ ବୋଲି ଅନେକେ କୁହାକୁହି ହେବା ଆରମ୍ଭ କରିଦେଲେଣି। ଏହା ଜାଣିପାରି ଏବଂ ନିଜ ଦଳର ନେତାମାନଙ୍କ ଭିତରେ ଉପନିର୍ବାଚନରେ କାମ କରିବାର ଅନାଗ୍ରହ କଥା ବୁଝିପାରି ନିଜେ ନବୀନ କୁଆଡ଼େ ଟେଲିଫୋନ ଯୋଗେ ନେତାମାନଙ୍କ ସହ କଥା ହେଉଛନ୍ତି ବୋଲି ତାଙ୍କ ଦଳ ଭିତରେ ଚର୍ଚ୍ଚା ଜୋର୍‌ ଧରିଛି।

Dharitri – The Largest & Most Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?