ଭୋଟ୍‌ ବାକ୍ସ ଲୁଟିନେଲେ, ୩ ଖବରଦାତାଙ୍କୁ ନିସ୍ତୁକ ପିଟିଲେ

ବିଞ୍ଝାରପୁର,୨୦ା୨(ଡି.ଏନ୍‌.ଏ.): ଯାଜପୁର ଜିଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ବାଛୋଳ ପଞ୍ଚାୟତରେ ରବିବାର ପୂର୍ବାହ୍ନରେ ଖବର ସଂଗ୍ରହ କରିବାକୁ ଯାଇଥିବା ଖବରଦାତାଙ୍କୁ ମରଣାନ୍ତକ ଆକ୍ରମଣ ସହ ଭୋଟ୍‌ ବାକ୍ସ ଲୁଟ୍‌ ହୋଇଥିବା ଜଣାପଡ଼ିଛି । ଖବର ମୁତାବକ ରବିବାର ପୂର୍ବାହ୍ନରେ କିପରି ମତଦାନ ଚାଲିଛି ସେନେଇ ଖବର ସଂଗ୍ରହ କରିବାକୁ ବିଭିନ୍ନ ଗଣମାଧ୍ୟମର ଖବରଦାତାମାନେ ବାଛୋଳ ପଞ୍ଚାୟତ ଯାଇଥିଲେ। ସେଠାରେ ନିର୍ଦ୍ଦିଷ୍ଟ ଦଳର କିଛି ଯୁବକ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହିତ ଭୋଟବାକ୍ସ ଲୁଟି ନେଇଥିଲେ। ବାଛୋଳ ପଞ୍ଚାୟତର ବୁଥ୍‌ ନଂ ୩, ୪ ,୬ରେ ଏହି ଘଟଣା ଘଟିଛି। ଏହି ଘଟଣା ଜଣାପଡ଼ିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି।

ଖବରପାଇ ବିଞ୍ଝାରପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଖବରଦାତାମାନଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଚିକିତ୍ସାଳୟକୁ ପଠାଇଛନ୍ତି। ଏହି ଘଟଣାକୁ ବୁଦ୍ଧିଜୀବୀ ଦୃଢ଼ ନିନ୍ଦା କରିଥିଲାବେଳେ ଆକ୍ରମଣକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସ୍‌ପି କହିଛନ୍ତି।  ଅନ୍ୟପଟେ ବାଛୋଳ ପଞ୍ଚାୟତର ଉକ୍ତ ବୁଥ୍‌ଗୁଡିକରେ ମତଦାନ ବନ୍ଦ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାୟିତ୍ୱ ଗ୍ରହଣ କଲେ ନୂଆ ଯୋଗାଣ ଅଧିକାରୀ, କହିଲେ ସମସ୍ତ କାର୍ଯ୍ୟକୁ ଦୁର୍ନୀତିମୁକ୍ତ କରିବା ସହ…

ଛତ୍ରପୁର,୧ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ମୁଖ୍ୟ ଜିଲା ଯୋଗାଣ ଅଧିକାରୀ ଭାବେ ବସନ୍ତ କୁମାର ପଣ୍ଡା ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ ପୂର୍ବରୁ କେନ୍ଦୁଝର ମୁଖ୍ୟ…

କ୍ୟାବିନେଟ୍‌ ବୈଠକ ପରେ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, ଆର୍ଥିକ ସମସ୍ୟା ପାଇଁ କେହି ଶିକ୍ଷାରୁ…

ଭୁବନେଶ୍ବର,୧ା୭: କ୍ୟାବିନେଟ୍‌ରେ ୧୨ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି । ନାମଲେଖା ପାଇଁ ଛାତ୍ରୀଛାତ୍ରଙ୍କୁ କୌଣସି ଦେୟ…

ଇନ୍‌ଷ୍ଟାଗ୍ରାମରୁ ପ୍ରେମ, ବିବାହ ପାଇଁ ଜିଦ୍‌ କରିବାରୁ ପ୍ରେମିକାଙ୍କୁ ହତ୍ୟା, ପୋଲିସ ଆଗରେ ପ୍ରେମିକ କହିଲେ ପୂରା ଘଟଣା…

ହାଟଡିହୀ/ଛେନାପଦୀ,୧ା୭(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): ପଶ୍ଚିମବଙ୍ଗ ପ୍ରେମିକାକୁ ଓଡ଼ିଶା ଡକାଇ ଝାଡ଼ଖଣ୍ଡ ପ୍ରେମିକ କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଗତ ମଙ୍ଗଳବାର ହତ୍ୟା କରିଥିବା ଘଟଣାରେ ପର୍ଦାଫାଶ…

ରେକର୍ଡ ଭାଙ୍ଗିବେ ଆଲିଆ

ମୁମ୍ବାଇ: ଚଳଚ୍ଚିତ୍ର ‘ଆଲ୍‌ଫା’ରେ ଅଭିନେତ୍ରୀ ଆଲିଆ ଭଟ୍ଟ ଏକ ଜବରଦସ୍ତ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରରେ ଆଲିଆ ଏବଂ ଶର୍ବରୀ ଓ୍ବାଘ୍‌ ଆକ୍ସନ ଭୂମିକାରେ ଅଭିନୟ କରିଛନ୍ତି।…

କର୍ଲାମୁଣ୍ତା କଅଁସିଲ ଗ୍ରାମରେ ଫେଲ୍ ମାରିଛି ବସୁଧା ଯୋଜନା, ବିଡ଼ିଓଙ୍କ ଦ୍ବାରସ୍ଥ ହେଇ ଗ୍ରାମବାସୀ କହିଲେ….

ରିଷିଡା,୧।୭(ସୁଶାନ୍ତ ମଲ୍ଲିକ): ବିଡ଼ିଓଙ୍କ ଦ୍ବାରସ୍ଥ ହେଲେ କଳାହାଣ୍ଡି ଜିଲା କର୍ଲାମୁଣ୍ତା ବ୍ଲକ କଅଁସିଲ ଗ୍ରାମର ଗ୍ରାମବାସୀ। ଲୋକଙ୍କୁ ଶୁଦ୍ଧ ପାନୀୟ ଜଳ ଯୋଗାଇବାକୁ ସରକାରଙ୍କ ‘ବସୁଧା ଯୋଜନା’…

ଭାଜପାରେ ସାମିଲ ହେଲେ ମଣ୍ଡଳ ଦମ୍ପତି, ତାଙ୍କ ସହିତ…

ଭୁବନେଶ୍ୱର,୧ା୭: ଭାଜପାରେ ବୁଧବାର ସାମିଲ ହୋଇଛନ୍ତି ବିଜେଡିର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳ ଏବଂ ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ। ଶଙ୍ଖ ଛାଡ଼ି ଏହି ଦମ୍ପତି ଏବେ…

ବଡ଼ ଘୋଷଣା କଲେ ସରକାର; ଏତିକି ମାସ ଯାଏ WFH କରିବେ ୫୦% କର୍ମଚାରୀ, ଗାଡ଼ି ପାର୍କିଂ…

ନୂଆଦିଲ୍ଲୀ,୧।୭: ଶୀତକାଳୀନ ପ୍ରଦୂଷଣର ମୁକାବିଲା ପାଇଁ ଦିଲ୍ଲୀ ସରକାର ଏକ ମାଷ୍ଟର ପ୍ଲାନ ଘୋଷଣା କରିଛନ୍ତି। ଏହି ଯୋଜନା ଅନୁଯାୟୀ, ନଭେମ୍ବର ୧ ରୁ ଫେବୃଆରୀ ୨୮…

ସଚେତନ ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା: ଗୋବିନ୍ଦ ବନଛୋରନ ସଭାପତି, ଉପସଭାପତି ହେଲେ…

କେସିଙ୍ଗା,୧ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ସହରସ୍ଥିତ ସଚେତନ ନାଗରିକ ମଞ୍ଚ କେସିଙ୍ଗାର ନୂଆ କମିଟି ଆର୍‌ଏମ୍‌ସିର ସଭାଗୃହରେ ପୂର୍ବତନ ସଭାପତି ଚିତ୍ତରଞ୍ଜନ ଭୋଇଙ୍କ ସଭାପତିତ୍ୱରେ ସଭା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri