ଜାତୀୟ

ବାଚସ୍ପତିଙ୍କ ଆଗରେ ହାଜର ହେବେ ଆଜମ୍‌

ନୂଆଦିଲ୍ଲୀ,୨୭ା୭(ପି.ଟି.): ଭାଜପା ସଦସ୍ୟ ରମା ଦେବୀଙ୍କ ପ୍ରତି ସମାଜବାଦୀ ପାର୍ଟି ଏମ୍‌ପି ଆଜମ୍‌ ଖାନ୍‌ଙ୍କ ଅଶାଳୀନ ମନ୍ତବ୍ୟକୁ ଶୁକ୍ରବାର ଲୋକ ସଭାରେ ଦଳମତ ନିର୍ବିଶେଷରେ ସବୁ ସଦସ୍ୟ ବିରୋଧ କରିଛନ୍ତି। ତାଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ବୋଲି ଏମ୍‌ପିମାନେ…

ଚୟନାତ୍ମକ ଆକ୍ରୋଶ ଓ ମିଥ୍ୟା ବର୍ଣ୍ଣନାକୁ ବିରୋଧ: ମୁହଁ ଖୋଲିଲେ ୬୨ ସେଲିବ୍ରିଟି

ମୁମ୍ବାଇ,୨୭ା୭(ପି.ଟି.): ସଂଖ୍ୟାଲଘୁ ଓ ଦଳିତଙ୍କ ବିରୋଧରେ ଭିଡ଼ହିଂସାକୁ ନେଇ ୪୯ ସେଲିବ୍ରିଟି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖି କଠୋର କାର୍ଯ୍ୟାନୁଷ୍ଠାନ ଲାଗି ଦାବି କରିଥିଲେ। ଶୁକ୍ରବାର ଏହା ବିରୋଧରେ ୬୨ ସେଲିବ୍ରିଟି ମୁହଁ ଖୋଲିବା ସହ ଏଭଳି ଚୟନାତ୍ମକ ଆକ୍ରୋଶ…

ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି : ଡେରେକ୍‌ଙ୍କୁ ସିବିଆଇ ସମନ

ନୂଆଦିଲ୍ଲୀ,୨୭ା୭(ପି.ଟି.): ସାରଦା ଚିଟ୍‌ଫଣ୍ଡ ଦୁର୍ନୀତି ମାମଲାର ତଦନ୍ତରେ ସାମିଲ ହେବା ଲାଗି ତୃଣମୂଳ କଂଗ୍ରେସ (ଟିଏମ୍‌ସି) ଏମ୍‌ପି ଡେରେକ୍‌ ଓ’ବ୍ରିଏନ୍‌ଙ୍କୁ ସିବିଆଇ ସମନ ଜାରି କରିଛି। ଅଗଷ୍ଟ ପ୍ରଥମ ସପ୍ତାହରେ ତାଙ୍କୁ ସିବିଆଇ ଟିମ୍‌ ଆଗରେ ହାଜର ହେବାକୁ କୁହାଯାଇଛି। ଟିଏମ୍‌ସି…

ରାଜ୍ୟ ସଭା ଅଧ୍ୟକ୍ଷଙ୍କୁ ୧୭ ବିରୋଧୀ ଦଳର ଚିଠି : ବିନା ଯାଞ୍ଚରେ ଗୃହୀତ ହେଉଛି ବିଲ୍‌

ନୂଆଦିଲ୍ଲୀ,୨୭ା୭(ପି.ଟି.): ପାର୍ଲାମେଣ୍ଟରେ ସରକାର ତରବରିଆ ଭାବେ ବିଲ୍‌ ଗୃହୀତ କରାଇ ନେଉଥିବାରୁ ଏହା ଉପରେ ଚିନ୍ତା ପ୍ରକଟ କରି ୧୭ଟି ବିରୋଧୀ ଦଳ ରାଜ୍ୟ ସଭା ଅଧ୍ୟକ୍ଷ ଏମ୍‌. ଭେଙ୍କାୟା ନାଇଡୁଙ୍କୁ ପତ୍ର ଲେଖିଛନ୍ତି। ଗୃହର ପ୍ରତିଷ୍ଠିତ ପରମ୍ପରାରୁ ଦୂରେଇଯାଇ ବିନା…

ଭିଡ଼ହିଂସା: କାର୍ଯ୍ୟକାରୀ ହେଉନି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ; କେନ୍ଦ୍ର, ରାଜ୍ୟ ସରକାରଙ୍କୁ ନୋଟିସ

ନୂଆଦିଲ୍ଲୀ,୨୭ା୭(ପି.ଟି.): ଭିଡ଼ହିଂସା ଏବଂ ଉତ୍ତ୍ୟକ୍ତ ଲୋକଙ୍କ ଦ୍ୱାରା ହେଉଥିବା ହିଂସାକାଣ୍ଡ ରୋକିବା ଲାଗି ଗତବର୍ଷ ସୁପ୍ରିମକୋର୍ଟ ଏକାଧିକ ନିର୍ଦ୍ଦେଶ ଦେବା ସତ୍ତ୍ୱେ ତାହା କାର୍ଯ୍ୟକାରୀ ହେଉ ନ ଥିବା ଅଭିଯୋଗ ହୋଇଛି। ଫଳରେ ସର୍ବୋଚ୍ଚ ଅଦାଲତ ଏନେଇ ଶୁକ୍ରବାର କେନ୍ଦ୍ର ସରକାରଙ୍କୁ…

ସପ୍ତାହେ ମଧ୍ୟରେ ସଂଖ୍ୟା ଗରିଷ୍ଠତାର ପ୍ରମାଣ ଦେବେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: କର୍ନାଟକର ୨୫ତମ ମୁଖ୍ୟମନ୍ତ୍ରୀ ଭାବେ ବିଏସ୍‌ ୟେଦୁରପ୍ପା ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। କଂଗ୍ରେସ ଜେଡିଏସ୍‌ ମେଣ୍ଟ ସରକାର ଭାଙ୍ଗିବାର ମାତ୍ର ୩ ଦିନ ମଧ୍ୟରେ କର୍ନାଟକରେ ଭାଜପା ସରକାର ଗଠନ କରିଛି। ତେବେ ଆସନ୍ତା ୩୧ ତାରିଖ ସୁଦ୍ଧା…

କର୍ନାଟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି ଭାଜପା ନେତା ବିଏସ୍‌ ୟେଦୁରପ୍ପା। ଶୁକ୍ରବାର ସନ୍ଧ୍ୟାରେ ରାଜଭବନ ପରିସରରେ ରାଜ୍ୟପାଳ ବାଜୁଭାଇ ବାଲା ତାଙ୍କୁ ପଦ ଓ ଗୋପନୀୟତାର ଶପଥ ଦେଇଛନ୍ତି। ନିର୍ଦ୍ଧାରିତ ସମୟଠାରୁ ପ୍ରାୟ ଅଧଘଣ୍ଟା…

ପୃଥିବୀର ଘୂରିବା ବେଗ ଧିମା ହେଉଥିବାରୁ ଭୂମିକମ୍ପ ତୀବ୍ରତା ବଢୁଛି

ନୂଆଦିଲ୍ଲୀ: ପୃଥିବୀ ତା’ କକ୍ଷପଥରେ ୧୬୭୦ କିଲୋମିଟର ବେଗରେ ଘୂରୁଛି। ନାସାର ବୈଜ୍ଞାନିକମାନଙ୍କ ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନରୁ ଜଣାପଡିଛି, ପୃଥିବୀ ତା’ କକ୍ଷ ପଥରେ ଯେଉଁ ବେଗରେ ଘୂରୁଥିଲା ତାହା ଧିମା ପଡିଯିବାରୁ ଚନ୍ଦ୍ର ଧୀରେ ଧୀରେ ପୃଥିବୀଠାରୁ ଦୂରେଇ…

ବିଜୟ ଜ୍ୟୋତି ସହ ଦ୍ରାସ୍‌ରେ ଦୌଡିଲେ କାରଗିଲ୍‌ ହିରୋ

ନୂଆଦିଲ୍ଲୀ: କାରଗିଲ୍‌ ଯୁଦ୍ଧରେ ପାକିସ୍ତାନୀ ସେନାର ମୋର୍ଟାର ଆକ୍ରମଣରେ ଡାହାଣ ଗୋଡ଼ ହରାଇଥିଲେ ମେଜର ଦେବେନ୍ଦ୍ର ପାଲ୍‌ ସିଂହ। କାରଗିଲ୍‌ ବିଜୟ ଦିବସ ଉପଲକ୍ଷେ ବିଜୟ ଜ୍ୟୋତି ଧରି ଦ୍ରାସ୍‌ ସେକ୍ଟରେ ଶେଷ ରାଉଣ୍ଡରେ ତାଙ୍କୁ ଦୌଡିବା ଦେଖାଯାଇଛି। ସେ କୃତ୍ରିମ…

ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ ପୂର୍ବରୁ ମନ୍ଦିର ଗଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କରିବାକୁ ସମୟ ପାଖେଇ ଆସୁଥିବା ବେଳେ ଭାଜପା ନେତା ବିଏସ୍‌ ୟେଦୁରପ୍ପା କାଡୁ ମାଲେଶ୍ୱର ମନ୍ଦିର ଯାଇ ଈଶ୍ୱରଙ୍କ କରୁଣା ଭିକ୍ଷା କରିଛନ୍ତି। ତାଙ୍କ ସହ ଅନ୍ୟ ରାଜନେତା ତଥା କର୍ମୀମାନେ ମଧ୍ୟ ମନ୍ଦିରରେ…

ଶପଥ ଗ୍ରହଣ ପୂର୍ବରୁ ଭାଜପା କାର୍ଯ୍ୟାଳୟ ପହଞ୍ଚିଲେ ୟେଦୁରପ୍ପା

ବେଙ୍ଗାଲୁରୁ,୨୬।୭: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଭାଜପା ନେତା ବିଏସ୍‌ ୟେଦୁରପ୍ପା ଶୁକ୍ରବାର କର୍ନାଟକର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ। ସନ୍ଧ୍ୟା ୬ଟାରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହାପୂର୍ବରୁ ସେ ଭାଜପା କାର୍ଯ୍ୟାଳୟ…

ରକ୍ତ ଦାନ କରି ଗୋଟିଏ କୁକୁରକୁ ବଞ୍ଚାଇଲା ଆଉ ଏକ କୁକୁର

ନରସିଂହପୁର,୨୬।୭: ମଧ୍ୟ ପ୍ରଦେଶର ନରସିଂହପୁର ଅନ୍ତର୍ଗତ ସୈସରା ଗାଁରେ ରକ୍ତଦାନକୁ ନେଇ ଏକ ଭିନ୍ନ ଉଦାହରଣ ଦେଖିବାକୁ ମିଳିଛି। ମନୁଷ୍ୟ ରକ୍ତଦାନ କରିବା କଥା ସମସ୍ତେ ଜାଣିଥିବେ। ହେଲେ ଏଠାରେ ଗୋଟିଏ କୁକୁର ରକ୍ତଦାନ କରି ଏବେ ଉଦାହରଣ ସୃଷ୍ଟି କରିଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri