ଇଦ୍ ଶୁଭେଚ୍ଛା ଜଣାଇ ଟ୍ରୋଲ୍ ହେଲେ ମମତା
କୋଲକାତା, ୫।୬: ‘ଜୟ ଶ୍ରୀରାମ’ ନାରାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ବେଶ ଉଷ୍ମ ହେବାରେ ଲାଗିଛି। ଗୋଟିଏ ପଟେ ‘ଜୟ ଶ୍ରୀରାମ’ ନାରା ଶୁଣିବା ମାତ୍ରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାଗି ଯାଉଛନ୍ତି, ଅନ୍ୟପଟେ ମମତାଙ୍କ ପାଖକୁ ଜୟ ଶ୍ରୀରାମ ଲେଖାଥିବା…
୪ ସନ୍ତାନର ମା’ଙ୍କୁ ବିବାହ କରିବାକୁ ଚାହୁଁଥିଲେ ଯୁବକ: ରାଜି ନ ହେବାରୁ ଝିଅକୁ ଉଠାଇନେଲେ
ନୂଆଦିଲ୍ଲୀ,୫।୬: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ୪ ସନ୍ତାନର ମା’ଙ୍କୁ ବିବାହ କରିବାକୁ ଚାହୁଁଥିବା ଜଣେ ଯୁବକର ଅଜବ କାରନାମା ଦେଖିବାକୁ ମିଳିଛି। ଉକ୍ତ ମହିଳାଜଣଙ୍କ ରାଜି ନ ହେବାରୁ ତାଙ୍କ ୯ବର୍ଷର ଝିଅକୁ ଉଠାଇନେଇଛନ୍ତି ଯୁବକ। ସୂଚନାଯୋଗ୍ୟ, ଉକ୍ତ ମହିଳା ଜଣଙ୍କ…
ଯୋଗ ଦିବସ ପୂର୍ବରୁ ଆନିମେଟେଡ୍ ଭିଡିଓ ଟୁଇଟ୍ କଲେ ମୋଦି
ନୂଆଦିଲ୍ଲୀ,୫।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦିବସ ପୂର୍ବରୁ ବୁଧବାର ଏକ ଆନିମେଟେଡ ଭିଡିଟ ଟୁଇଟ୍ କରିଛନ୍ତି। ଯାହା ଏବେ ଚର୍ଚ୍ଚାର ପରିସରକୁ ଆସିଛି। ଆସନ୍ତା ଜୁନ୍ ୨୧ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳନ ହେବାକୁ ଥିବା ବେଳେ ଲୋକେ ଏହାକୁ…
୪୭ ବର୍ଷରେ ପଦାର୍ପଣ କଲେ ଯୋଗୀ, ଶୁଭେଚ୍ଛା ଜଣାଇଲେ ମୋଦି
ଲକ୍ଷ୍ନୌ,୫।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ବୁଧବାର ୪୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ପ୍ରାୟ ସବୁ ବଡ ବଡ ନେତା ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି। ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍ କରି ଯୋଗୀଙ୍କୁ…
ଜମ୍ମୁ-କଶ୍ମୀରରେ ଆତଙ୍କବାଦୀ ଆକ୍ରମଣ
ପୁଲଓ୍ବାମା,୫।୬: ଜମ୍ମୁ-କଶ୍ମୀରର ପୁଲଓ୍ବାମାରେ ବୁଧବାର ସକାଳେ ଆତଙ୍କବାଦୀଙ୍କ ଆକ୍ରମଣରେ ୨ଜଣ ସାଧାରଣ ନାଗରିକ ଆହତ ହୋଇଥିଲେ। ଏମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ଜମ୍ମୁ-କଶ୍ମୀର ପୋଲିସ ସୂଚନା ଦେଇଛି। ମୃତକ ହେଲେ ନର୍ବାଲ କାକାପୋରାର ନିଜିନା ନାମକ ଜଣେ ବାଳିକା। ଏଥିରେ…
ପଶ୍ଚିମବଙ୍ଗରେ ଥମୁନି ରାଜନୈତିକ ହିଂସା: ପୁଣି ଜଣେ ଟିଏମ୍ସି କର୍ମୀଙ୍କୁ ହତ୍ୟା
କୋଲକାତା,୫।୬: ଲୋକ ସଭା ନିର୍ବାଚନ ସମୟରେ ପଶ୍ଚିମବଙ୍ଗରେ ଆରମ୍ଭ ହୋଇଥିବା ନିର୍ବାଚନୀ ହିଂସା ଥମିବାର ନାଁ ନେଉନି। ମଙ୍ଗଳବାର ଉତ୍ତର କୋଲକାତାର ଦମ୍ଦମ୍ ଅଞ୍ଚଳରେ କେତେଜଣ ଅଜ୍ଞାତ ବନ୍ଧୁକଧାରୀ ଜଣେ ତ୍ରୁଣ ମୂଳ କଂଗ୍ରେସ(ଟିଏମ୍ସି) କର୍ମୀଙ୍କୁ ଗୁଳିକରି ହତ୍ୟା କରିଥିବା ଅଭିଯୋଗ…
ଫୁଲତୋଡା ଦେବା ପରମ୍ପରାକୁ ହଟାଇଲେ ନୌସେନା ଅଧ୍ୟକ୍ଷ: ସମସ୍ତଙ୍କୁ ମିଳୁ ସମାନ ଭୋଜନ
ନୂଆଦିଲ୍ଲୀ,୫।୬: ନୌସେନା ଅଧ୍ୟକ୍ଷ ପଦ ସମ୍ଭାଳିବା ପରେ କେତେ ଗୁଡିଏ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ଆଡମିରାଲ କରମବୀର ସିଂ। ଔପଚାରିକ ପ୍ରଥାକୁ ହଟାଇ ସମାନତାକୁ ସେ ଗୁରୁତ୍ୱ ଦେଇଛନ୍ତି। ସେ କହିଛନ୍ତି କୌଣସି ଅଫିସିଆଲ୍ କାର୍ଯ୍ୟକ୍ରମରେ ଯୋଗଦେବା ସମୟରେ ସବୁ ର଼୍ୟାଙ୍କର…
ବିଶ୍ୱ ପରିବେଶ ଦିବସରେ ସମସ୍ତଙ୍କୁ ଚାରା ଲଗାଇବାକୁ କହିଲେ ମୋଦି
ନୂଆଦିଲ୍ଲୀ,୫।୬: ଭବିଷ୍ୟତରେ ପରିବେଶକୁ ସୁସ୍ଥ ଓ ସୁନ୍ଦର ରଖିବା ପାଇଁ ସମସ୍ତେ ଅଧିକରୁ ଅଧିକ ଚାରା ଲଗାଇବାକୁ ବିଶ୍ୱ ପରିବେଶ ଦିବସରେ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହା ଫଳରେ ପରିବେଶ ସ୍ବଚ୍ଛ ଓ ସବୁଜ ରହିବ ବୋଲି ସେ…
ଇଦ୍ ପାଇଁ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ନୂଆଦିଲ୍ଲୀ,୫।୬: ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର ଇଦ୍-ଉଲ୍-ଫିତର ଉପଲକ୍ଷେ ଭାରତରେ ଥିବା ମୁସଲମାନ ଭାଇଭଉଣୀ ଓ ବିଶ୍ୱର ସମସ୍ତ ମୁସଲମାନ ଭାଇଭଉଣୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଗରିବଙ୍କୁ ଦାନ ଦେବା, ଭ୍ରାତୃଭାବ ପ୍ରତିଷ୍ଠା, ଦୟା ବା ଅନୁକମ୍ପା…
ଏକାକୀ ଲଢ଼ିବୁ ଉପନିର୍ବାଚନ: ଅଖିଳେଶ
ଲକ୍ଷ୍ନୌ,୫।୬: ଆଗାମୀ ଦିନରେ ଉତ୍ତରପ୍ରଦେଶରେ ହେବାକୁ ଥିବା ୧୧ ବିଧାନସଭା ଉପନିର୍ବାଚନରେ ସମାଜବାଦୀ ପାର୍ଟି (ଏସ୍ପି) ଏକାକୀ ନିର୍ବାଚନ ଲଢ଼ିବାକୁ ପ୍ରସ୍ତୁତ ଅଛି ବୋଲି ଦଳର ନେତା ଅଖିଳେଶ ଯାଦବ କହିଛନ୍ତି। ଦଳର ନେତାମାନଙ୍କ ସହ ଆଲୋଚନା କରାଯାଇ ସମସ୍ତ ୧୧ଟି…
ନିପା ଭାଇରସ୍ ଆତଙ୍କ: କେରଳରେ ୬ଜଣିଆ କେନ୍ଦ୍ରୀୟ ଟିମ୍
ନୂଆଦିଲ୍ଲୀ,୫।୬: କେରଳରେ ନିପା ଭାଇରସ୍ ଆତଙ୍କ ଖେଳାଇଛି। ଜଣେ କଲେଜ୍ ଛାତ୍ର(୨୩) ମଙ୍ଗଳବାର ଏଥିରେ ଆକ୍ରାନ୍ତ ହୋଇଥିବା ସ୍ପଷ୍ଟ ହୋଇଛି। ୮୬ ଜଣଙ୍କୁ ନିରୀକ୍ଷଣ କରାଯାଉଥିବା ଜଣାପଡ଼ିଛି। ଗତବର୍ଷ ମେ ମାସରେ ଏହି ଜୀବନ ନାଶକାରୀ ଭାଇରସ୍ କେରଳରୁ ୧୭ ଜଣଙ୍କ…
ବଦଳୁଛି ମେଣ୍ଟ ରାଜନୀତି
ନୂଆଦିଲ୍ଲୀ,୫।୬(ପି.ଟି./ଆଇଏଏନ୍ଏସ୍): ସାଧାରଣ ନିର୍ବାଚନରେ ଭାଜପାର ବିପୁଳ ବିଜୟ ଜାତୀୟ ରାଜନୈତିକ ଚିତ୍ରପଟକୁ ବଦଳାଇଦେଇଛି। ଏହାର ପ୍ରଭାବରେ ବିରୋଧୀଙ୍କ ମହାମେଣ୍ଟ ରାଜନୀତିରେ ପରବର୍ତ୍ତନ ଦେଖିବାକୁ ମିଳିଲାଣି। ଉତ୍ତରପ୍ରଦେଶର ୮୦ ଲୋକ ସଭା ଆସନରୁ ବହୁଜନ ସମାଜ ପାର୍ଟି (ବିଏସ୍ପି) ୧୦ ଏବଂ ସମାଜବାଦୀ…
Archives


