ଜାତୀୟ

ମୌସୁମୀ ବର୍ଷାରେ ବେହାଲ ମହାରାଷ୍ଟ୍ର

ମୁମ୍ବାଇ,୯।୬: ଚଳିତ ବର୍ଷ ପ୍ରଥମ କରି ଶନିବାର କେରଳ ଛୁଇଁଲା ମୌସୁମୀ। ଏହାର ପ୍ରଭାବରେ ମହାରାଷ୍ଟ୍ରରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ମଧ୍ୟ ବହିଥିଲା। ଏହି ବର୍ଷା ପ୍ରଭାବରେ ନାସିକ ଅଞ୍ଚଳରେ ଜଣେ ମହିଳାଙ୍କ ମୃତ୍ୟୁ ହେବା ସହ ଅନ୍ୟ୍ୟ...

ବର୍ଷା ପାଇଁ କର୍ନାଟକରେ ବେଙ୍ଗୁଲୀ-ବେଙ୍ଗ ବାହାଘର

ଉଡ୍ଡୁପି,୯।୬: ବର୍ଷା ପାଇଁ କର୍ନାଟକ ଉଡ୍ଡୁପିରେ କରାଯାଇଛି ଏକ ନିଆରା ବାହାଘର। ଏଠାରେ ପରମ୍ପରା ଅନୁସାରେ ପ୍ରତିବର୍ଷ ବେଙ୍ଗୁଲୀ-ବେଙ୍ଗ ବାହାଘର ହୋଇଥାଏ। ଚଳିତ ବର୍ଷ ମଧ୍ୟ ଏଠାରେ ଏହି ପରମ୍ପରା ମହାଆଡମ୍ବରରେ ପାଳିତ ହୋଇଛି। ଉଡ୍ଡୁପି ଜିଲା ନାଗରିକ କମିଟି...

ପ୍ରେମିକ ସହ ଫୋନ୍‌ରେ କଥା ହେଉଥିବା ଦେଖି ଝିଅର ଚୁଟିକାଟି ହାତୁଡ଼ିରେ ହାତପାଦ ଛେଚିଲେ ପିତା

ବରେଲି,୯।୬: ଉତ୍ତର ପ୍ରଦେଶର ବରେଲିରେ ଏକ ଲୋମ ଟାଙ୍କୁର ଦୃଶ୍ୟ ଦେଖିବାକୁ ମିଳିଛି। ଏଠାରେ ଥିବା ଇଜ୍ଜତନଗରରେ ଜଣେ ଯୁବତୀ ତାଙ୍କ ପ୍ରେମିକଙ୍କ ସହ ଫୋନ୍‌ରେ କଥା ହେଉଥିବା ଦେଖିବା ପରେ ତାଙ୍କ ପିତା ଓ ଭାଇ ପ୍ରଥମେ ତାଙ୍କୁ...

ଶାହଙ୍କ ବିଧାନସଭା ମିଶନ: ହରିୟାଣା, ମହାରାଷ୍ଟ୍ର ଓ ଝାଡଖଣ୍ଡ ନେତାଙ୍କ ସହ ଆଲୋଚନା

ନୂଆଦିଲ୍ଲୀ, ୯।୬: ଲୋକ ସଭା ନିର୍ବାଚନରେ ଭାଜପାର ବିପୁଳ ବିଜୟ ପରେ ଏବେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ବିଧାନସଭା ମିଶନ ଯୋଜନା ପ୍ରସ୍ତୁତ କରିଛନ୍ତି। ଚଳିତ ବର୍ଷ ଶେଷ ସୁଦ୍ଧା ହରିୟାଣା, ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ହେବ।...

ରାସ୍ତାକଡ଼ରୁ ମକା କିଣି ଖାଇଲେ ଅଖିଳେଶ

ବାରବାଙ୍କି,୯।୬: ଉତ୍ତର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜବାଦୀ ପାର୍ଟି ଅଧ୍ୟକ୍ଷ ଅଖିଳେଶ ଯାଦବ ରାସ୍ତାକଡ଼ରୁ ମକା କିଣି ଖାଇବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଶନିବାର ଅଖିଳେଶ ବାରବାଙ୍କିରେ ମଦ ପିଇ ମୃତ୍ୟୁ ହୋଇଥିବା ପରିବାର ସଦସ୍ୟଙ୍କୁ...

ମଧ୍ୟପ୍ରଦେଶରେ ଜଳ ସଙ୍କଟ: ପାଣି ଉପରେ ପହରା ଲଗାଇଲେ ସରକାର

ଭୋପାଳ,୯।୬: ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ଜଳ ସଙ୍କଟ ଉତ୍କଟ ହେବାରେ ଲାଗିଛି। ମୁଖ୍ୟମନ୍ତ୍ରୀ କମଳନାଥ ଜଳ ଯୋଗାଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଟ୍ୟାଙ୍କରରେ ବିଭିନ୍ନ ଅଞ୍ଚଳରେ ଲୋକଙ୍କୁ ପାଣି ଯୋଗାଇ ଦିଆଯାଇଛି। ତେବେ ପାଣିକୁ ନେଇ କେତେକ ଅଞ୍ଚଳରେ ଗଣ୍ଡଗୋଳ...

ଖାଦ୍ୟ ପାଇଁ ସଂଗ୍ରାମ: କର୍ବେଟ ଅଭୟାରଣ୍ୟରେ ବଢୁଛି ହାତୀ-ବାଘ ମୁହାଁମୁହିଁ ଘଟଣା

ଡେରାଡୁନ୍‌,୯।୬: ଉତ୍ତରାଖଣ୍ଡରେ ଥିବା କର୍ବେଟ ଅଭୟାରଣ୍ୟରେ ହାତୀ-ବାଘ ମୁହାଁମୁହିଁ ଘଟଣା ବଢ଼ିବାରେ ଲାଗିଛି। ଇତିମଧ୍ୟରେ ୨୦୧୪ଠାରୁ ୨୦୧୯ ପର୍ଯ୍ୟନ୍ତ ଗତ ୫ ବର୍ଷରେ ଏଠାରେ ୨୧ ହାତୀଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ୧୩ ହାତୀଙ୍କୁ ବାଘ ଶିକାର କରିଥିବା ବନ...

ବଦ୍ରିନାଥରେ ତୀର୍ଥଯାତ୍ରୀ ହଟହଟା: ମିଳୁନି ପେଟ୍ରୋଲ,ଏଟିଏମ୍‌ରେ ନାହିଁ ଟଙ୍କା

ଗୋପେଶ୍ୱର,୯।୬: ବଦ୍ରିନାଥ ଓ ହେମକୁଣ୍ଡ ଯାତ୍ରା କରୁଥିବା ତୀର୍ଥଯାତ୍ରୀ ଏବେ ନାନା ଅସୁବିଧାର ସମ୍ମୁଖୀନ ହୋଇଥିବା ସୂଚନା ମିଳିଛି। ଅତ୍ୟଧିକ ଭିଡ ଯୋଗୁ ବାଟରେ ବହୁ ସମୟ ଧରି ଗାଡି ଗୁଡିକ ଅଟକି ରହୁଥିବା ବେଳେ ଅଧିକାଂଶ ସ୍ଥାନରେ ପେଟ୍ରୋଲ...

ଆଜ୍‌ମାରୁ ମୁକ୍ତି ଲାଗି ‘ମାଛ ପ୍ରସାଦମ୍‌’ ଗ୍ରହଣ କଲେ ଏକ ଲକ୍ଷରୁ ଅଧିକ ଲୋକ

ହାଇଦ୍ରାବାଦ୍‌,୯।୬: ଆଜ୍‌ମାରୁ ମୁକ୍ତି ଲାଗି ହାଇଦ୍ରାବାଦ୍‌ର ପ୍ରଦର୍ଶନୀ ପଡ଼ିଆରେ ଏକ ଲକ୍ଷରୁ ଅଧିକ ଲୋକ ପହଞ୍ଚି ‘ମାଛ ପ୍ରସାଦମ୍‌’ ଗ୍ରହଣ କରିଛନ୍ତି। ଦୀର୍ଘ ୧୭୦ ବର୍ଷ ଧରି ଏଭଳି କାର୍ଯ୍ୟକୁ ବାଥିନୀ ପରିବାର ପକ୍ଷରୁ ମାଗଣାରେ ସମ୍ପନ୍ନ କରାଯାଉଥିବା ବାଥିନୀ...

ମହଙ୍ଗା ପଡିଲା ଯୋଗୀଙ୍କ ବିରୋଧରେ ଆପତ୍ତି ଜନକ ଟିପ୍ପଣୀ

ନୂଆଦିଲ୍ଲୀ/ଲକ୍ଷ୍ନୌ,୯।୬: ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ନେଇ ସୋସିଆଲ ମିଡିଆରେ ଆପତ୍ତିଜନକ ଟିପ୍ପଣୀ ଦେବା ଏବେ ମହଙ୍ଗା ପଡିଛି ଜଣେ ଖବରଦାତାଙ୍କୁ। ଏହି ଅଭିଯୋଗରେ ଉତ୍ତର ପ୍ରଦେଶ ପୋଲିସ ଉକ୍ତ ଖବରଦାତାଙ୍କୁ ଶନିବାର ଗିରଫ କରିଥିବା ଜଣାପଡିଛି। ସେହିପରି...

ଭାରତ ମହାସାଗର ଅଞ୍ଚଳରେ ମୋଦିଙ୍କ ଶାନ୍ତି ପ୍ରୟାସ: ଚାଇନାର ବଢ଼ିଲା ଚିନ୍ତା

ନୂଆଦିଲ୍ଲୀ,୯।୬: ଭାରତ ମହାସାଗର ଅଞ୍ଚଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆରମ୍ଭ କରିଛନ୍ତି ନୂଟନୀତି। ମୋଦି ମାଳଦ୍ୱୀପ ଏବଂ ଶ୍ରୀଲଙ୍କା ସହିତ ସମ୍ପର୍କ ବଢ଼ାଇବାର ଯୋଜନା କରିଛନ୍ତି। ମାଳଦ୍ୱୀପରେ ଗତ ବର୍ଷ ଚାଇନାର ପତିଆରା ବୃଦ୍ଧି ପାଉଥିଲା। ତେବେ ଏଠାରେ ନିର୍ବାଚନ...

ସିଆଚେନ୍‌ରେ ହାତୁଡ଼ିରେ ପିଟିଲେ ଅଣ୍ଡା ବି ଫାଟୁନି: ଖାଦ୍ୟ ପାଇଁ ହନ୍ତସନ୍ତ ଯବାନ

ସିଆଚେନ୍‌, ୯।୬: ସିଆଚେନ୍‌ରେ ୨୦ ହଜାର ମିଟର ଉପରେ ଦେଶର ସୁରକ୍ଷା ପାଇଁ ମୁତୟନ ରହିଛନ୍ତି ସେନା ଯବାନ। ଯବାନଙ୍କ ପାଇଁ ବିଭିନ୍ନ ଖାଦ୍ୟ ସାମଗ୍ରୀ ହେଲିକପ୍ଟରରେ ପଠାଯାଉଛି। ତେବେ ମାଇନସ୍‌ ୬୦ ଡିଗ୍ରୀ ତାପମାତ୍ରାରେ ଅଣ୍ଡା ଭଜା ଲାଗି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri