ସହକର୍ମୀଙ୍କୁ କାନ୍ଧରେ ଶ୍ମଶାନ ପର୍ଯ୍ୟନ୍ତ ବୋହିନେଲେ ମହିଳା ଅଙ୍ଗନଓ୍ବାଡି କର୍ମୀ
କଟନି,୨୩।୮: ମଧ୍ୟପ୍ରଦେଶର କଟନି ଜିଲାରେ ଦେଖିବାକୁ ମିଳିଛି ଏମିତି ଏକ ଦୃଶ୍ୟ ଯାହା ସମସ୍ତଙ୍କ ଆଖିରେ ଲୁହ ଆଣି ଦେଇଛି। ଜଣେ ମହିଳା ଅଙ୍ଗନଓ୍ବାଡି କର୍ମୀଙ୍କୁ ଶେଷ ବିଦାୟ ଦେବାକୁ ଏକାଠି ହୋଇଥିଲେ ଆଖପାଖ ଅଞ୍ଚଳର ସମସ୍ତ ମହିଳା ଅଙ୍ଗନଓ୍ବାଡି...
ପ୍ରଭୁ ଶ୍ରୀକୃଷ୍ଣଙ୍କୁ ଗଭୀର ପ୍ରେମ କରୁଥିଲେ ଏହି ମୁସଲମାନ ନେତା
ଆଜି ସାରା ଦେଶରେ ଜନ୍ମାଷ୍ଟମୀ ଧୁମଧାମରେ ପାଳନ କରାଯାଉଛି। ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତମାନେ ମନ୍ଦିରରେ ଭିଡ ଜମାଇଛନ୍ତି। ତେବେ ଶ୍ରୀକୃଷ୍ଣଙ୍କୁ କେବଳ ହିନ୍ଦୁମାନେ ନୁହନ୍ତି, ମୁସଲମାନମାନେ ବି ଭକ୍ତି କରୁଥିବାର ଦେଖାଯାଏ। ସ୍ବାଧୀନତା ସଂଗ୍ରାମୀ, ସାମ୍ବାଦିକ, ରାଜନେତା ତଥା ଶାୟର...
ଶ୍ରୀନଗର ହେଲିକପ୍ଟର ଦୁର୍ଘଟଣା: ୫ବାୟୁସେନା ଅଧିକାରୀ ଦୋଷୀ ସାବ୍ୟସ୍ତ
ଶ୍ରୀନଗର,୨୩।୮: ଭାରତୀୟ ବାୟୁସେନା ନିଜର ୫ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଗତ ଫେବୃୟାରୀ ୨୭ରେ ଶ୍ରୀନଗରରେ ନିଜର ହେଲିକପ୍ଟର ଉପରେ ହୋଇଥିବା ଫାୟାରିଂ ମାମଲାରେ ଉକ୍ତ ବାୟୁସେନା ଅଧିକାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ତେବେ ଦୋଷୀ ସାବ୍ୟସ୍ତ...
ମଥୁରା ଜନ୍ମାଷ୍ଟମୀ ଉତ୍ସବରେ ଯୋଗ ଦେବେ ଯୋଗୀ
ମଥୁରା,୨୩।୮: ସାରା ଦେଶରେ ଶୁକ୍ରବାର ଭଗବାନ୍ ଶ୍ରୀକୃଷ୍ଣଙ୍କ ଜନ୍ମଦିନ ‘ଜନ୍ମାଷ୍ଟମୀ’ ଉତ୍ସବ ଖୁବ୍ ଆଡମ୍ବରରେ ପାଳନ କରାଯାଉଛି। ହେଲେ ମଥୁରାରେ ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ଭିନ୍ନ ଧରଣରେ ଜନ୍ମାଷ୍ଟମୀ ପାଳନ କରାଯାଉଛି। ଅଗଷ୍ଟ ୨୩ରୁ ୨୫ ତିନି ଦିନ...
ପାକିସ୍ତାନର ଅସ୍ତ୍ରବିରତି ଉଲ୍ଲଂଘନ: ଯବାନ ଶହୀଦ
ଶ୍ରୀନଗର,୨୩।୮: ଜମ୍ମୁ-କଶ୍ମୀରର ନୌସେରା ସେକ୍ଟରରେ ପାକିସ୍ତାନ ସୀମାରେ ଶୁକ୍ରବାର ଅସ୍ତ୍ରବିରତି ଉଲ୍ଲଂଘନ କରିଛି। ଫଳରେ ଜଣେ ଭାରତୀୟ ଯବାନ ଶହୀଦ ହୋଇଥିବା ସୂଚନା ମିଳିଛି। ଶହୀଦ ଯବାନ ଗୋର୍ଖା ରାଇଫଲ୍ସର ରାଜୀବ ଥାପ୍ପା ବୋଲି ଜଣାପଡିଛି। ସୂଚନାଯୋଗ୍ୟ, ପାକିସ୍ତାନର ବାରମ୍ବାର...
ଶପଥ ନେଲେ ମନମୋହନ
ନୂଆଦିଲ୍ଲୀ,୨୩।୮: ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂ ରାଜ୍ୟସଭା ସଦସ୍ୟ ଭାବେ ଶୁକ୍ରବାର ଶପଥ ଗ୍ରହଣ କରିଛନ୍ତି। ରାଜସ୍ଥାନ ଆସନରୁ ମନମୋହନ କଂଗ୍ରେସ ଦଳର ପ୍ରାର୍ଥୀ ଭାବେ ନିର୍ଦ୍ଦୋନ୍ଦ୍ୱରେ ନିର୍ବାଚିତ ହୋଇଥିଲେ। ଉପରାଷ୍ଟ୍ରପତି ତଥା ରାଜ୍ୟ ସଭା ଅଧ୍ୟକ୍ଷ...
ମିଡ ଡେ ମିଲରେ ଛାତ୍ରୀଛାତ୍ରଙ୍କୁ ଦିଆଯାଉଛି ଶୁଖିଲା ରୁଟି, ଲୁଣ
ମିର୍ଜାପୁର,୨୩।୮: କେନ୍ଦ୍ର ସରକାର ଛାତ୍ରୀଛାତ୍ରଙ୍କ ପାଇଁ ବିଭିନ୍ନ ଯୋଜନାମାନ କରୁଛନ୍ତି। ହେଲେ ଯୋଜନା ସବୁ ବାଟ ହୁଡୁଛି। ଏହାର ଜ୍ୱଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ ମିର୍ଜାପୁରର ଏକ ପ୍ରାଇମେରୀ ସ୍କୁଲରେ। ଉକ୍ତ ସ୍କୁଲରେ ୧୦୦ରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର ପଢ଼ୁଥିବା...
ବଲିଉଡ୍ରେ ଏଣ୍ଟ୍ରି ମାରିଲେ ରାନୁ, ହିମେଶଙ୍କ ସହ ଗାଇଲେ ଗୀତ
ପଶ୍ଚିମବଙ୍ଗର ରାନାଘାଟ ରେଳ ଷ୍ଟେଶନରେ ଗୀତ ଗାଇ ସୋସିଆଲ ମିଡିଆରେ ଷ୍ଟାର୍ ପାଲଟିଥିବା ରାନୁ ମଣ୍ଡଳ ବଲିଉଡ୍ରେ ଏଣ୍ଟ୍ରି ମାରିଛନ୍ତି। ବଲିଉଡ୍ ଗାୟକ ହିମେଶ୍ ରେଶମିୟାଙ୍କ ସହ ଗୀତ ଗାଇଛନ୍ତି। ଏହି ଗୀତ ରେକର୍ଡିଂ ବେଳର ଭିଡିଓ ହିମେଶ ନିଜ...
ମନ୍ଦିରରେ ଦଳାଚକଟା: ୪ ମୃତ
କୋଲକାତା, ୨୩।୮: ଜନ୍ମାଷ୍ଟମୀ ଅବସରରେ ପଶ୍ଚିମବଙ୍ଗରେ ଏକ ଅଘଟଣ ଘଟିଛି। ୨୪ ପରଗଣା ଜିଲାରେ ଥିବା ଲୋକନାଥ ବାବା ମନ୍ଦିରରେ ଜନ୍ମାଷ୍ଟମୀରେ ଭକ୍ତଙ୍କ ପ୍ରବଳ ଭିଡ ଯୋଗୁ ଦଳାଚକଟାରେ ୪ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ୨୬ଜଣ ଆହତ ହୋଇଛନ୍ତି।...
ମୋଦିଙ୍କୁ ଖଳନାୟକ କହିଲେ କିଛି ଲାଭ ହେବ ନାହିଁ:ଜୟରାମ
ନୂଆଦିଲ୍ଲୀ,୨୩।୮:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀରେ ସର୍ବଦା ନକରାତ୍ମକ ଖୋଜିଲେ କିଛି ଲାଭ ନାହିଁ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ନେତା ଜୟରାମ ରମେଶ। ରାଜନୈତିକ ବିଶ୍ଲେଷକ କପିଲ କୋମିରେଡ୍ଡୀଙ୍କ ପୁସ୍ତକ ଉନ୍ମୋଚନବେଳେ ସେ ଏହି ମତ ଦେଇଛନ୍ତି। ୨୦୧୪ରୁ ୨୦୧୯...
ଭାରତରେ ୬ ଲସ୍କର ଆତଙ୍କବାଦୀ ପଶିଲେ: ତାମିଲନାଡୁରେ ହାଇଆଲର୍ଟ
ଚେନ୍ନାଇ,୨୩।୮:ଜମ୍ମୁ-କଶ୍ମୀରରୁ ୩୭୦ ଉଚ୍ଛେଦ ପରେ ଦେଶରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫଳରେ ଏପର୍ଯ୍ୟନ୍ତ ଆତଙ୍କବାଦୀ ଆକ୍ରମଣର କୌଣସି ଘଟଣା ଘଟିନାହିଁ। କଡା ସୁରକ୍ଷା ସତ୍ତ୍ୱେ ଲସ୍କର-ଇ-ତୋଏବାର ୬ ଆତଙ୍କବାଦୀ ତାମିଲନାଡୁ ବାଟ ଦେଇ କୋଏମ୍ବାଟୁରରେ ପଶିଯାଇଥିବା ସୂଚନା...
୧୯ ବର୍ଷରେ ମଲେଣି ୨ ହଜାର ବାଘ
ନାଗପୁର, ୨୩ା୮(ପି.ଟି.):ଭାରତରେ ସର୍ବାଧିକ ବାଘ ୨୨୨୬ ରହିଛନ୍ତି, ଯାହାକି ବିଶ୍ୱର ୫୬ ଭାଗରୁ ଅଧିକ। ବିଗତ ୧୯ ବର୍ଷ ମଧ୍ୟରେ ପ୍ରାୟ ୨ ହଜାର ବାଘ ବିଶ୍ୱରେ ଶିକାର କରାଯାଇଥିବା ବ୍ରିଟେନର କେମ୍ବ୍ରିଜସ୍ଥିତ ଟ୍ରାଫିକ୍ ଇଣ୍ଟରନ୍ୟାଶନାଲ ନାମକ ଏକ ବିଶ୍ୱସ୍ତରୀୟ...
Archives


