ମେଟ୍ରୋ

କୋର୍ଟରେ ଆତ୍ମସମର୍ପଣ କଲେ ବାୟୁସେନା ଅଧିକାରୀ

ଭୁବନେଶ୍ୱର,୩୧।୧୦(ସତ୍ୟଜିତ୍‌ ରାଉତ):ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାରେ ଅଭିଯୁକ୍ତ ବାୟୁସେନା ଅଧିକାରୀ ଭୁବନେଶ୍ୱର ପୋକ୍‌ସୋ କୋର୍ଟରେ ସୋମବାର ଆତ୍ମସମର୍ପଣ କରିଛନ୍ତି। ସେ ହେଲେ ଇଣ୍ଡିଆନ୍‌ ଏୟାରଫୋର୍ସର ଗ୍ରୁପ୍‌ କ୍ୟାପଟେନ୍‌ ଥିବା ବିଶାଖାପାଟଣାର କୋରିମିଲ୍ଲି ଭେଙ୍କଟ ଶ୍ରୀନିବାସ (୫୧)। କୋର୍ଟଙ୍କ…

ରହସ୍ୟରେ ଲିଭ୍‌ ଇନ୍‌ ପାର୍ଟନରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୩୧।୧୦(ସତ୍ୟଜିତ୍‌ ରାଉତ):ଭୁବନେଶ୍ୱର ଇନ୍‌ଫୋସିଟି ଥାନା ଅନ୍ତର୍ଗତ ଶିଖରଚଣ୍ଡୀନଗର ମୁସଲିମ୍‌ ବସ୍ତିର ଏକ ଭଡ଼ା ଘରେ ଆତ୍ମହତ୍ୟା କରିଥିବା ଲିଭ୍‌ ଇନ୍‌ ପାର୍ଟନରଙ୍କ ମୃତଦେହକୁ ସୋମବାର ସାଇଣ୍ଟିଫିକ୍‌ ଟିମ୍‌ ଉପସ୍ଥିତିରେ ପୋଲିସ ଜବତ କରିଛି। କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳର ଶୁଭସ୍ମିତା ନାୟକ…

ନୂଆ ରାଜ୍ୟପାଳଙ୍କୁ ସ୍ବାଗତ, ଆଜି ଶପଥ

ଭୁବନେଶ୍ୱର, ୩୧ା୧୦(ଅସମାପିକା ସାହୁ):ଶପଥ ନେବାର ଦିନକ ପୂର୍ବରୁ ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ସୋମବାର ଭୁବନେଶ୍ୱରସ୍ଥିତ ରାଜଭବନରେ ପହଞ୍ଚତ୍ଛନ୍ତି। ରାଜ୍ୟପାଳଙ୍କ ସମେତ ୧୦୦ରୁ ଅଧିକ ଅତିଥି ଆସିଛନ୍ତି। ରାଜଭବନଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବାଚସ୍ପତି ପ୍ରମିଳା ମଲ୍ଲିକ ରାଜ୍ୟପାଳଙ୍କୁ…

କ୍ୟାପିଟାଲ ହସ୍ପିଟାଲରୁ ଚୋରି କରି ରଙ୍ଗ ମିସ୍ତ୍ରୀ ଗିରଫ

ଭୁବନେଶ୍ୱର,୩୦।୧୦: କ୍ୟାପିଟାଲ ହସ୍ପିଟାଲ ପରିସରରୁ ତମ୍ବା ତାର ଚୋରି କରିବା ଅଭିଯୋଗରେ ପୋଲିସ ଜଣେ ରଙ୍ଗମିସ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲଣ କରିଛି। ସେ ହେଲେ ୟୁନିଟ-୬ରେ ରହୁଥିବା ବୌଦ୍ଧର ପ୍ରତାପ ସେଠୀ। ତାଙ୍କଠାରୁ ୪୦ ଚୋରି ତାର ଜବତ ହୋଇଛି।…

୩୧ରେ ଶପଥ ନେବେ ନୂଆ ରାଜ୍ୟପାଳ ରଘୁବର ଦାସ

ଭୁବନେଶ୍ୱର, ୨୯।୧୦: ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ଆଗାମୀ ୩୧ ତାରିଖରେ ଶପଥ ଗ୍ରହଣ କରିବେ। ସୂଚନାନୁସାରେ, ନୂଆ ରାଜ୍ୟପାଳ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ଶପଥ ନେବେ। ରବିବାରରେ ସେ ଝାଡ଼ଖଣ୍ଡରୁ…

ମାସକ ଭିତରେ ଜିଏସ୍‌ଏସ୍‌ଓ୍ବାଇ ମେଧାବୃତ୍ତି ଆବେଦନ ପଠାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର, ୩୦।୧୦(ଅସମାପିକା ସାହୁ): ଗତ ଦୁଇବର୍ଷ ହେଲା ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା(ଜିଏସ୍‌ଏସ୍‌ଓ୍ବାଇ) ମେଧାବୃତ୍ତି ଆବେଦନ ଜିଲାସ୍ତରରେ ପଡ଼ିରହିଛି। ଏହାକୁ ନେଇ ଉଚ୍ଚଶିକ୍ଷା ବିଭାଗ ଉଦ୍‌ବେଗ ପ୍ରକାଶ କରିଛି। ଏକମାସ ଭିତରେ ୨୦୨୧-୨୨ ଏବଂ ୨୦୨୨-୨୩ ଶିକ୍ଷାବର୍ଷର ଆବେଦନକୁ ବିଭାଗ ନିକଟକୁ…

ସରିଲା ଉଦ୍ଧାର କାର୍ଯ୍ୟ, ଗଡ଼ିବ ଟ୍ରେନ୍‌

ଭୁବନେଶ୍ୱର,୩୦ା୧୦: ଆନ୍ଧ୍ର-ଓଡ଼ିଶା ସୀମାରେ ରବିବାର ରାତିରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍‌ ଦୁର୍ଘଟଣା ପରେ ସୋମବାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଏଥିସହ ମରାମତି କାମ ମଧ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ କିଛିଘଣ୍ଟା ମଧ୍ୟରେ ଏହି ଟ୍ରାକ୍‌ ଦେଇ ରେଳ ଚଳାଚଳ…

‘ପ୍ରତୀକ୍ଷା ମୋ ଲାଇଫ୍‌ ଷ୍ଟୋରି’

ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’କୁ ନେଇ ଦୀର୍ଘଦିନ ଧରି ଚର୍ଚ୍ଚା ଲାଗିରହିଛି। ଫିଲ୍ମଟି ରିଲିଜ ହେବା ପରଠୁ ବ୍ୟବସାୟିକ ସଫଳତା ଓ ଦର୍ଶକୀୟ ପ୍ରଶଂସା ସାଉଣ୍ଟିଥିଲା। ପରେ ଇଣ୍ଟରନ୍ୟାଶନାଲ୍‌ ଫିଲ୍ମ ଫେଷ୍ଟିଭାଲ ଅଫ୍‌ ଇଣ୍ଡିଆରେ ମଧ୍ୟ ଏହି ଚଳଚ୍ଚିତ୍ର ସ୍ଥାନ ପାଇଥିଲା। ସେହି…

ଟ୍ରେନ୍‌ ଟ୍ରାଜେଡି: ୨୬ ଟ୍ରେନ୍‌ ବାତିଲ, ୨୨ ଟ୍ରେନ୍‌ର ରୁଟ୍‌ ପରିବର୍ତ୍ତନ

ଭୁବନେଶ୍ୱର,୩୦ା୧୦: ଆନ୍ଧ୍ରପ୍ରଦେଶର ଆଲମଣ୍ଡା ଷ୍ଟେଶନ ନିକଟସ୍ଥ କାଣ୍ଟକାପଲ୍ଲୀଠାରେ ରବିବାର ରାତିରେ ଏକ ପାସେଞ୍ଜର ଟ୍ରେନ୍‌ ଅନ୍ୟ ଏକ ଏକ୍ସପ୍ରେସ ଟ୍ରେନ୍‌ ଧକ୍କା ହୋଇଥିଲା। ଆଜିସୁଦ୍ଧା ଏହି ମୃତକଙ୍କ ସଂଖ୍ୟା ୧୧କୁ ବୃଦ୍ଧି ପାଇଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି।…

ଟ୍ରେନ୍‌ ଦୁର୍ଘଟଣା: ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି, ୫୦ରୁ ଅଧିକ ଆହତ

ଭୁବନେଶ୍ୱର,୩୦ା୧୦: ବିଶାଖାପାଟଣା-ରାୟଗଡ଼ା ଏବଂ ବିଶାଖାପାଟଣା ପାସେଞ୍ଜର ଟ୍ରେନ୍‌ ମଧ୍ୟରେ ରବିବାର ରାତିରେ ଘଟିଥିବା ଦୁର୍ଘଟଣାରେ ବର୍ତ୍ତମାନସୁଦ୍ଧା ୧୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଊର୍ଦ୍ଧ୍ୱ ଆହତ ହୋଇଥିବା ଜଣାପଡ଼ିଛି। ଗୋଟିଏ ରାୟଗଡ଼ା ଏବଂ ଅନ୍ୟଟି ପଲାସା ଅଭିମୁଖେ ଆସୁଥିବା ବେଳେ…

ଥମୁନି ଓଲିଉଡ୍‌ ବିବାଦ: ବଢ଼ୁଛି ବୟାନବାଜି

ଭୁବନେଶ୍ୱର,୩୦।୧୦(ଶର୍ମିଷ୍ଠା ପାଣିଗ୍ରାହୀ): ଓଲିଉଡ୍‌ ବିବାଦ ଥମିବାର ନାଁ ନେଉନାହିଁ। ଜଣଙ୍କ ପରେ ଜଣଙ୍କ ମନ୍ତବ୍ୟରୁ ବିବାଦ ଆହୁରି ତେଜିବାରେ ଲାଗିଛି। ଏ ନେଇ ସାମାଜିକ ଗଣମାଧ୍ୟମରେ ମଧ୍ୟ ବିଭିନ୍ନ ପୋଷ୍ଟ ଦେଖିବାକୁ ମିଳୁଛି। ସିନେପ୍ରେମୀଙ୍କଠାରୁ ଆରମ୍ଭକରି କଳାକାର, ସିନେ ସମୀକ୍ଷକ ସମସ୍ତେ…

ପୁରୀରେ ପହଞ୍ଚିଲେ ନୂଆ ରାଜ୍ୟପାଳ, ୩୧ରେ ନେବେ ଶପଥ

ଭୁବନେଶ୍ୱର, ୩୦।୧୦(ଅସମାପିକା ସାହୁ): ଓଡ଼ିଶାର ନୂଆ ରାଜ୍ୟପାଳ ରଘୁବର ଦାସ ଆଗାମୀ ୩୧ ତାରିଖରେ ଶପଥ ଗ୍ରହଣ କରିବେ। ସୂଚନାନୁସାରେ, ନୂଆ ରାଜ୍ୟପାଳ ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ଭୁବନେଶ୍ବରରେ ଶ୍ରୀଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ରାଜ୍ୟପାଳ ଭାବେ ଶପଥ ନେବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri