ମେଟ୍ରୋ

ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ୍‌ ଆଇଡି: ସ୍ପଷ୍ଟ କଲା ସୂଚନା ଓ ଲୋକ ସମ୍ପର୍କ ବିଭାଗ

ଭୁବନେଶ୍ୱର,୧୩।୬: ମୁଖ୍ୟମନ୍ତ୍ରୀଙ୍କ ଅସଲି ‘x’ ହ୍ୟାଣ୍ଡେଲକୁ ନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସ୍ପଷ୍ଟ କରାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନାଁରେ ଫେକ ‘X’ ଆକାଉଣ୍ଟ ଖୋଲି ଫେକ ନ୍ୟୁଜ ପୋଷ୍ଟ ହେଉଥିବା ସୂଚନା ଓ ଲୋକସମ୍ପର୍କ…

ପଳାଶୁଣି ଛକରେ ସିରିଜ ଦୁର୍ଘଟଣା: ୫ ଆହତ,ରାସ୍ତାରୋକୋ

ଭୁବନେଶ୍ୱର,୧୩।୬: ମଞ୍ଚେଶ୍ୱର ଥାନା ଅଧୀନ ପଳାଶୁଣି ଛକରେ ଗୁରୁବାର ଅପରାହ୍ନରେ ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ ଆହତ ହୋଇଥିବା ଜଣାପଡିଛି। ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ମୁତାବକ, ଏକ ଟ୍ରକ ଭାରସାମ୍ୟ ହରାଇ…

ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା

ଭୁବନେଶ୍ୱର,୧୩ା୬: ଆଗାମୀ ୫ ଦିନ ଯାଏ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା ରହିଥିବା ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି। ମୟୂରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ଼, ଝାରସୁଗୁଡ଼ା ଓ ସମ୍ବଲପୁରକୁ ହିଟ୍‌ଓ୍ବେଭ୍‌ ଓ୍ବାର୍ନିଂ ଜାରି ହୋଇଛି। ଚଳିତବର୍ଷ ରଜରେ…

ବିରୋଧୀ ଦଳ ନେତାକୁ ନେଇ ଆସିଲା ବଡ଼ ଟ୍ବିଷ୍ଟ, ନବୀନ ନା…

ଭୁବନେଶ୍ୱର,୧୩।୬: ଓଡ଼ିଶାରେ ପ୍ରଥମ ଥର ଭାଜପା ମୁଖ୍ୟମନ୍ତ୍ରୀ ଭାବେ ମୋହନ ମାଝି ଦାୟିତ୍ୱ ସମ୍ଭାଳିଛନ୍ତି। ନବୀନ ଲଗାତାର ୨୪ବର୍ଷ ଧରି ଏହି ପଦ ସମ୍ଭାଳିଥିଲେ। ନିଜର ୨୪ବର୍ଷର ରାଜନୈତିକ ଯାତ୍ରା ଶେଷ ପରେ ନବୀନ ବିରୋଧୀ ଦଳ ନେତା ଭାବେ ବସିବେ।…

ରାଜ୍ୟ ଅତିଥି ଭବନ ଏବେ ଅସ୍ଥାୟୀ ସିଏମ୍‌ଓ

ଭୁବନେଶ୍ୱର,୧୩।୬: ରାଜ୍ୟ ଅତିଥି ଭବନ ଏବେ ନୂଆ ମୁଖ୍ୟମନ୍ତ୍ରୀଙ୍କ ଅସ୍ଥାୟୀ କାର୍ଯ୍ୟାଳୟ ପାଲଟିଛି। ଅତିଥି ଭବନର ପ୍ରଥମ ମହଲାକୁ ଏଥିଲାଗି ପ୍ରସ୍ତୁତ କରାଯାଇଛି। ପୁରୀରୁ ଫେରିବା ପରେ ନୂଆ ମୁଖ୍ୟମନ୍ତ୍ରୀ ଅତିଥି ଭବନରେ ପହଞ୍ଚିଛନ୍ତି। ତେବେ ଦୀର୍ଘ ୨୫ ବର୍ଷ ଧରି…

ସୁଭଦ୍ରା ଯୋଜନାରେ କେଉଁମାନେ ପାଇବେ ୫୦ ହଜାର ଟଙ୍କା? ଜାଣନ୍ତୁ କିଭଳି କରିବେ ଆବେଦନ ଏବଂ ଯୋଗ୍ୟତା 

ଭୁବନେଶ୍ୱର,୧୩।୬: ଓଡ଼ିଶାରେ ଭାଜପା ସରକାର ଗଢ଼ିବା ପରେ ପ୍ରଥମ କ୍ୟାବିନେଟ୍‌ ବୈଠକରେ ମହିଳାଙ୍କ ପାଇଁ ବଡ଼ ଘୋଷଣା କରାଯାଇଛି। ନିର୍ବାଚନ ପୂର୍ବରୁ ଦଳ ପକ୍ଷରୁ ଦିଆଯାଇଥିବା ପ୍ରତିଶ୍ରୁତି ଅନୁଯାୟୀ ଆଗାମୀ ୧୦୦ ଦିନ ମଧ୍ୟରେ ରାଜ୍ୟରେ ସୁଭଦ୍ରା ଯୋଜନା ଲାଗୁ ହେବ…

ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲଆତି: ରାଜ୍ୟରେ ବଡ଼ ଧରଣର ରେଡ୍‌ କଲା ସିବିଆଇ

ଭୁବନେଶ୍ୱର,୧୩।୬: ଗ୍ରାମୀଣ ଡାକ ସେବକ ପରୀକ୍ଷାରେ ସାର୍ଟିଫିକେଟ ଜାଲ ନେଇ ସାରା ରାଜ୍ୟରେ ସିବିଆଇ ପକ୍ଷରୁ ବଡ଼ ଧରଣର ରେଡ ହୋଇଛି। ଏନେଇ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ଗୁରୁବାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିଛି। ରାଜ୍ୟର ବିଭିନ୍ନ ଜିଲାରେ ୬୭ ସ୍ଥାନରେ…

ନବୀନ ନିବାସରେ ବରିଷ୍ଠ ନେତାଙ୍କ ଭିଡ, ନବୀନଙ୍କୁ ଭେଟିଲେ ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି

ଭୁବନେଶ୍ୱର,୧୩।୬: ନବୀନଙ୍କ ନିବାସରେ ଲାଗିଛି ବରିଷ୍ଠ ନେତାଙ୍କ ଭିଡ। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ପୂର୍ବତନ ମନ୍ତ୍ରୀ ରଘୁନାଥ ମହାନ୍ତି। ଯିଏ କି, ୨୦୧୯ରେ ବିଜେଡି ଛାଡି ଭାଜପାରେ ମିଶିଥିଲେ। ଆଉ ଚଳିତ ନିର୍ବାଚନରେ ଭାଜପା ଛାଡିଥିଲେ। ରଘୁନାଥଙ୍କ ସହ…

ମୁଖ୍ୟମନ୍ତ୍ରୀଙ୍କ ନାଁରେ ମାଳମାଳ ଫେକ୍‌ ଆଇଡି, ଦ୍ୱନ୍ଦ୍ୱରେ ସିଏମଓ ଅଫିସ

ଭୁବନେଶ୍ୱର,୧୩।୬: ଓଡ଼ିଶାକୁ ମିଳିଛି ପୁଣି ନୂଆ ମୁଖ୍ୟମନ୍ତ୍ରୀ। ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି ଭାଜପା ବିଧାୟକ ମୋହନ ଚରଣ ମାଝି। ତେବେ ମୁଖ୍ୟମନ୍ତ୍ରୀଙ୍କ ଶପଥ ଗ୍ରହଣ ପରେ ବିଭିନ୍ନ ଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ସୋସିଆଲ ମିଡିଆ ଏକ୍ସ, ଫେସବୁକ୍‌,…

ମୋହନଙ୍କ ମନ୍ତ୍ରୀମଣ୍ଡଳ: ଏମାନଙ୍କୁ ମିଳିପାରେ ବଡ଼ ବିଭାଗ! ଲିଷ୍ଟରେ…

ଭୁବନେଶ୍ୱର,୧୩।୬: ଶପଥ ନେଇଛନ୍ତି ଓଡ଼ିଶାରେ ଭାଜପାର ପ୍ରଥମ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମୋହନ ଜଣେ ଆଦିବାସୀ ନେତା ଅଟନ୍ତି। ଏଥିସହ ଓଡ଼ିଶାକୁ ୨୪ବର୍ଷ ପରେ ଦୁଇ ଉପମୁଖ୍ୟମନ୍ତ୍ରୀ ମିଳିଛନ୍ତି। ସେମାନେ ହେଲେ ପ୍ରଥମ ଥର ବିଧାୟକ ହୋଇଥିବା ପ୍ରଭାତି ପରିଡା…

ଶ୍ରୀମନ୍ଦିର ୪ଦ୍ୱାର ଖୋଲିବା ପରେ ମୁଖ୍ୟମନ୍ତ୍ରୀଙ୍କ ପ୍ରତିକ୍ରିୟା, ମହାପ୍ରଭୁଙ୍କ ଆଶୀର୍ବାଦରେ ହୋଇଛି ସମ୍ଭବ

ଭୁବନେଶ୍ୱର,୧୩।୬: ମହାପ୍ରଭୁଙ୍କ ଦର୍ଶନ ପରେ ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି । ଶ୍ରୀମନ୍ଦିର ୪ ଦ୍ୱାର ଖୋଲିବା ପରେ ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି । ସେ କହିଛନ୍ତି, ମହାପ୍ରଭୁଙ୍କ ଅପାର କରୁଣାରୁ ରାଜ୍ୟରେ ନୂଆ ସରକାର ଆସିଛି। ମହାପ୍ରଭୁଙ୍କ ଆଶୀର୍ବାଦରେ…

ଓଡ଼ିଶାରେ ଭାଜପା ଶାସନ

ଭୁବନେଶ୍ୱର, ୧୩।୬ (ସୁନିତ୍‌ ମିଶ୍ର)ଓଡ଼ିଶାରେ ବୁଧବାରଠାରୁ ଆରମ୍ଭ ହୋଇଛି ଭାଜପା ଶାସନ। ଏହାସହ ରାଜ୍ୟରେ ‘ଡବଲ ଇଞ୍ଜିନ ସରକାର’ ପାଇଁ ଭାଜପା ଦେଇଥିବା ଆହ୍ବାନ ସଫଳ ହୋଇଛି। କେନ୍ଦୁଝର ବିଧାୟକ ମୋହନ ଚରଣ ମାଝି ରାଜ୍ୟର ୧୫ତମ ମୁଖ୍ୟମନ୍ତ୍ରୀ ଭାବେ ଶପଥ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri