ମେଟ୍ରୋ

ସବୁ ଧାନ ମଣ୍ଡିରେ ଲାଗିବ ସିସିଟିଭି କ୍ୟାମେରା: ଖାଦ୍ୟ ଯୋଗାଣ ମନ୍ତ୍ରୀ

ଭୁବନେଶ୍ୱର,୨୯।୬: ଓଡ଼ିଶାର ସମସ୍ତ ମଣ୍ଡିରେ ସିସିଟିଭି କ୍ୟାମେରା ଲଗାଯିବ ବୋଲି ଖାଦ୍ୟ ଯୋଗାଣ ତଥା ଉପଭୋକ୍ତା କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପତ୍ର ସୂଚନା ଦେଇଛନ୍ତି। ସେହିପରି ଧାନ ପରିବହନରେ ନିୟୋଜିତ ସମସ୍ତ ଗାଡ଼ିରେ ଜିପିଏସ୍ ଲଗାଯିବ ବୋଲି ମନ୍ତ୍ରୀ ପତ୍ର…

ଏହି ଦିନଠୁ ଅଭିଯୋଗ ଶୁଣିବ ବିଡିଏ

ଭୁବନେଶ୍ୱର,୨୯ା୬: ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଜୁଲାଇ ୧ (ସୋମବାର)ଠାରୁ ଅଭିଯୋଗ ଶୁଣାଣି ଆରମ୍ଭ କରିବ। ଏହି ଶୁଣାଣି ପ୍ରତି ସୋମବାର (ସରକାରୀ ଛୁଟି ଦିନବ୍ୟତୀତ) ପୂର୍ବାହ୍ନ ୧୧ଟାରୁ ଅପରାହ୍ନ ୧ଟା ୩୦ ମଧ୍ୟରେ ହେବ। ସୂଚନାଯୋଗ୍ୟ, ପୂର୍ବରୁ ପ୍ରତି ସୋମବାର…

ଅଣ ଓଡ଼ିଆ ଅଫିସର ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ କରିବା ପଛରେ କ’ଣ ରହିଛି ବଡ଼ କାରଣ? ଜାଣନ୍ତୁ…

ଭୁବନେଶ୍ୱର,୨୯।୬: ଓଡ଼ିଶାରେ ନୂଆ ଭାଜପା ସରକାରଙ୍କ ପକ୍ଷରୁ ଶୁକ୍ରବାର ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ମନୋଜ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି। ଏହାଛଡ଼ା ତାଙ୍କୁ ସାଧାରଣ ପ୍ରଶାସନିକ ବିଭାଗର ସଚିବ ଦାୟିତ୍ୱ ମଧ୍ୟ ମିଳିଛି।…

ପରିବହନ ମନ୍ତ୍ରୀଙ୍କ ବଡ଼ ଘୋଷଣା: ଲକ୍ଷ୍ମୀ ବସ୍‌ ନାଁ ବଦଳାଯାଇ ରଖାଯିବ ଏହି ନାଁ

ଭୁବନେଶ୍ୱର,୨୯।୬: ଲକ୍ଷ୍ମୀ ବସ୍‌ ନାଁକୁ ନେଇ ବଡ଼ ଅପ୍‌ଡେଟ ସାମ୍ନାକୁ ଆସିଛି। ଲକ୍ଷ୍ମୀ ବସ୍‌ ନାଁ ବଦଳିବ ବୋଲି ପରିବହନ ମନ୍ତ୍ରୀ ବିଭୁତି ଜେନା ସୂଚନା ଦେଇଛନ୍ତି। ସେ କହିଛନ୍ତି ଲକ୍ଷ୍ମୀ ବସ୍‌ ନାଁ ବଦଳାଇ ମୁଖ୍ୟମନ୍ତ୍ରୀ ବସ୍‌ ସେବା କରାଯିବ।…

ଅବ୍ୟବସ୍ଥାରେ ବିଜେବି ସଙ୍ଗୀତ ବିଭାଗ

ଭୁବନେଶ୍ୱର,୨୯।୬(ଅନୁରାଧା ମହାରଣା): ବକ୍ସି ଜଗବନ୍ଧୁ ବିଦ୍ୟାଧର (ବିଜେବି) ସ୍ବୟଂଶାସିତ ମହାବିଦ୍ୟାଳୟର ବିଭିନ୍ନ ବିଭାଗରେ ନାନା ସମସ୍ୟାକୁ ନେଇ ଛାତ୍ର ଅସନ୍ତୋଷ ଲାଗିରହୁଛି। ତେବେ ଯୁକ୍ତ୩ ସଙ୍ଗୀତ ବିଭାଗରେ ଅବ୍ୟବସ୍ଥା ସବୁଠୁ ବଳିଯାଇଛି। ପ୍ରଥମବର୍ଷରେ ନାମଲେଖା ଠାରୁ ଏ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ…

ତଦନ୍ତ ହେଉ, ସତ ଆପେ ଜଣାପଡ଼ିବ: ମନ୍ତ୍ରୀ ସମ୍ପଦ ସ୍ବାଇଁ

ଭୁବନେଶ୍ୱର, ୨୮।୬(ସୁନିତ୍‌ ମିଶ୍ର): ଭୁବନେଶ୍ୱର ସ୍ଥିତ କଳିଙ୍ଗ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ସୋସିଆଲ ସାଇସେନ୍ସ (କିସ୍‌)ର ଜଙ୍ଗଲ ଜମି କିସମ ପରିବର୍ତ୍ତନ ନେଇ କିଛି କାର୍ଯ୍ୟାନୁଷ୍ଠାନ ହେବ କି ବୋଲି ରାଜ୍ୟ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବା…

ହେଲମେଟ୍‌ ନ ପିନ୍ଧିଲେ ଅଟକିବ ଦରମା

ଭୁବନେଶ୍ୱର,୨୯।୬: ରାଜ୍ୟରେ ଦିନକୁ ଦିନ ଟ୍ରାଫିକ ନିୟମ କଡ଼ାକଡ଼ି ହେବାରେ ଲାଗିଛି। ଟ୍ରାଫିକ ନିୟମ ନ ମାନିଲେ ମୋଟା ଅଙ୍କର ତଣ୍ଡ ଗଣୁଛନ୍ତି ଅମାନିଆ । ଏହାରି ମଧ୍ୟରେ ସରକାରୀ କର୍ମଚାରୀଙ୍କ ପାଇଁ ହେଲମେଟ୍‌ ପିନ୍ଧିବା ବାଧ୍ୟତାମୂଳକ ବୋଲି ଏକ ନିର୍ଦ୍ଦେଶନାମାର…

ଗରିବ ଲୋକଙ୍କୁ ଓକିଲଙ୍କ ବିନା ସହାୟତାରେ ମିଳିବ ବେଲ୍‌

ଭୁବନେଶ୍ୱର,୨୯।୬(ସତ୍ୟଜିତ୍‌ ରାଉତ): ଗରିବ ଲୋକଙ୍କୁ ଓକିଲଙ୍କ ବିନା ସହାୟତାରେ ଜାମିନ ମିଳିପାରିବ। ଜେଲରେ ଥିବା ବହୁ ଗରିବ ଲୋକଙ୍କ ପାଖରେ ଟଙ୍କା ନ ଥିବାରୁ ସେମାନେ ଓକିଲଙ୍କୁ ନିୟୋଜିତ କରି ଜାମିନ ପାଇବାରୁ ବଞ୍ଚତ୍ତ ହେଉଛନ୍ତି। ଏଭଳି ଲୋକଙ୍କୁ ଜାମିନ ଦେବା…

ଶରତଙ୍କ ଇସ୍ତଫା ଖବରକୁ ନେଇ ବଡ଼ ବୟାନ ଦେଲେ ଅଜୟ କୁମାର

ଭୁବନେଶ୍ୱର, ୨୯।୬(ସୁନିତ୍‌ ମିଶ୍ର): ୨୦୨୪ ନିର୍ବାଚନରେ ରାଜ୍ୟରେ ପ୍ରଥମ ଥର ଲାଗି ଭାଜପା ସରକାର କ୍ଷମତାକୁ ଆସିଥିବା ବେଳେ ୨୦୧୯ ତୁଳନାରେ କଂଗ୍ରେସର ବିଧାୟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ବିଜେଡି ୨୪ ବର୍ଷ ଧରି ସରକାରରେ ଥିବାବେଳେ ଏଥର ରାଜ୍ୟବାସୀ ତାକୁ…

୩୦ରେ ସମ୍ବର୍ଦ୍ଧିତ ହେବେ ୭୮ ବିଧାୟକ, ୨୦ ଏମ୍‌ପି

ଭୁବନେଶ୍ୱର, ୨୮।୬(ସୁନିତ୍‌ ମିଶ୍ର)): ରାଜ୍ୟବାସୀଙ୍କ ଆଶୀର୍ବାଦରେ ଭାଜପା ପ୍ରଥମ ଥର ପାଇଁ ଓଡ଼ିଶାରେ ଏକାକୀ ସରକାର ଗଠନ କରିପାରିଛି। ଏଥିସହ ଦେଶବାସୀଙ୍କ ଆଶୀର୍ବାଦ ପାଇ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ କେନ୍ଦ୍ରରେ ମଧ୍ୟ ସରକାର ଗଠନ ହୋଇଛି । ରାଜ୍ୟବାସୀ ଏଥର ୭୮…

ସୃଷ୍ଟି ହେଲା ଲଘୁଚାପ, ଏହି ସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା

ଭୁବନେଶ୍ୱର, ୨୮।୬(ଅସମାପିକା ସାହୁ)- ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଶୁକ୍ରବାର ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହା ଆସନ୍ତା ୨ଦିନ ଉତ୍ତରପଶ୍ଚିମ ଦିଗରେ ଗତି କରିବ। ଫଳରେ ୩୦ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ। ଲଘୁଚାପ ପ୍ରଭାବରେ କିଛି ଦିନ ସମୁଦ୍ର ଅଶାନ୍ତ ରହିବ।…

୩୯ବର୍ଷ ପରେ ଦ୍ୱିତୀୟ ଅଣ ଓଡ଼ିଆ ଅଫିସର ନେଲେ ରାଜ୍ୟରେ ବଡ଼ ଦାୟିତ୍ୱ

ଭୁବନେଶ୍ୱର,୨୮।୬: ରାଜ୍ୟର ମୁଖ୍ୟ ଶାସନ ସଚିବ ପଦକୁ ନେଇ ବିଭିନ୍ନ କଳ୍ପନା ଜଳ୍ପନାରେ ପଡିଛି ପୂର୍ଣ୍ଣଚ୍ଛେଦ। ଏବେ ଓଡ଼ିଶାର ମୁଖ୍ୟ ଶାସନ ସଚିବ ହୋଇଛନ୍ତି ବରିଷ୍ଠ ପ୍ରଶାସନିକ ଅଧିକାରୀ ମନୋଜ ଆହୁଜା। ଦୀର୍ଘ ୩୯ ବର୍ଷ ପରେ ଜଣେ ଅଣ ଓଡ଼ିଆ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri