କମିବ ତାପମାତ୍ରା, ବଢ଼ିବ ଶୀତ
ଭୁବନେଶ୍ୱର,୭ା୧୨: ରାଜ୍ୟରେ ତାପମାତ୍ରା କମିବ। ଆଜିଠାରୁ ଅର୍ଥାତ୍ ଶନିବାରଠାରୁ ରାତିର ତାପମାତ୍ରା ୨ରୁ ୪ ଡିଗ୍ରୀ ହ୍ରାସ ପାଇବା ସହିତ ଥଣ୍ଡା ମଧ୍ୟ ବଢ଼ିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ୯ ତାରିଖରୁ ତାପମାତ୍ରା କମିବା ସହିତ ଥଣ୍ଡା ବଢ଼ିବ।…
ଡେପୁଟେଶନରେ ଗଲେ ଆଶିଷ ସିଂ
ଭୁବନେଶ୍ୱର,୭ା୧୨: ଆଇପିଏସ୍ ଆଶିଷ ସିଂ ଶୁକ୍ରବାର ଡେପୁଟେଶନରେ ଯାଇଛନ୍ତି। ସେ ୫ ବର୍ଷ କିମ୍ବା ପରବର୍ତ୍ତୀ ନିର୍ଦ୍ଦେଶ ଯାଏ ଡେପୁଟେଶନରେ କାର୍ଯ୍ୟ କରିବେ। ଗୃହ ବିଭାଗର ଓଏସ୍ଡି ଭାବେ କାର୍ଯ୍ୟ କରୁଥିଲେ। ଆଇଟିବିପି ଆଇଜି ଭାବେ ଆଶିଷଙ୍କୁ ନିଯୁକ୍ତି ମିଳିଛି ।…
ଓଡ଼ିଶାରେ ଖୋଲିବ ୮ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ
ଭୁବନେଶ୍ୱର,୭ା୧୨(ଅନୁରାଧା ମହାରଣା):ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅନୁଷ୍ଠିତ ଆର୍ଥିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ କମିଟି(ସିସିଇଏ) ବୈଠକରେ ଦେଶରେ ୮୫ଟି ନୂଆ କେନ୍ଦ୍ରୀୟ ବିଦ୍ୟାଳୟ ସ୍ଥାପନ ଏବଂ ୨୮ଟି ନୂଆ ନବୋଦୟ ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଅନୁମୋଦନ ମିଳିଛି। ଏଥିମଧ୍ୟରେ ଓଡ଼ିଶାର…
ପୂର୍ବ ସରକାରରେ ଚାକିରିରେ ହେଉଥିଲା ଚଞ୍ଚକତା : ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୬ା୧୨(ଅନିଲ ଦାସ)-ପୂର୍ବ ସରକାର ସମୟରେ ସରକାରୀ ନିଯୁକ୍ତିରେ ଚଞ୍ଚକତା ହେଉଥିଲା। ଏଏସ୍ଓ ଚାକିର ୨୫ରୁ ୩୦ ଲକ୍ଷରେ ବିକ୍ରି ହେଉଥିଲା। ଶୁକ୍ରବାର ବିଧାନସଭାରେ ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍ ଆଗତ କରି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପୂର୍ବ ସରକାର ଉପରେ…
ବିଧାନସଭାରେ ନୂଆ ପରୀକ୍ଷା ବିଲ୍ ପାରିତ: କ’ଣ ରହିଛି ନିୟମ
ଭୁବନେଶ୍ୱର,୬।୧୨: ବିଧାନସଭାରେ ଶୁକ୍ରବାର ପାରିତ ହୋଇଛି ଓଡ଼ିଶା ସାର୍ବଜନୀନ ପରୀକ୍ଷା ବିଲ୍-୨୦୨୪ । ପରୀକ୍ଷାରେ ଅନିୟମିତତା ସହ ତ୍ରୁଟି ରୋକିବାକୁ ରାଜ୍ୟ ସରକାର ଏହି ବିଲ୍ ଆଣିଛନ୍ତି। ନୂଆ ବିଲ୍ରେ କଠୋର ଦଣ୍ଡବିଧାନ ସହ ଜରିମାନା ବ୍ୟବସ୍ଥା ରହିଛି। ଯଦି କୌଣସି…
ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା: ପଞ୍ଜିକରଣ କରିଛନ୍ତି ୧୨ ଲକ୍ଷ, ୨୦୦୦ଙ୍କୁ ମିଳିଛି ନିଯୁକ୍ତି
ଭୁବନେଶ୍ୱର,୬।୧୨: ଗତ ପାଞ୍ଚ ବର୍ଷ ମଧ୍ୟରେ ସରକାରଙ୍କ ନିଯୁକ୍ତି ବିନିମୟ(ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ) କାର୍ଯ୍ୟାଳୟରେ ୧୨ ଲକ୍ଷରୁ ଅଧିକ ଚାକିରି ଆଶାୟୀ ପଞ୍ଜୀକୃତ ହୋଇଛନ୍ତି, କିନ୍ତୁ ସେମାନଙ୍କ ମଧ୍ୟରୁ ମାତ୍ର ୨୨୭୪ ଜଣଙ୍କୁ ଏପର୍ଯ୍ୟନ୍ତ ନିଯୁକ୍ତ କରାଯାଇଛି। ରାଉରକେଲା ବିଧାୟକ ସାରଦା ପ୍ରସାଦ…
ନବୀନଙ୍କ ବଡ଼ ପ୍ରତିକ୍ରିୟା: କହିଲେ ଆଗରୁ ବିଜେଡି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା, ଆଉ ଏବେ…
ଭୁବନେଶ୍ୱର,୬ା୧୨: ପୋଲାଭରମ୍ ପ୍ରସଙ୍ଗରେ ଶୁକ୍ରବାର ପ୍ରତିକ୍ରିୟା ରଖିଛନ୍ତି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ବିଜେଡି ଆଗରୁ ବି ରାଜ୍ୟର ସ୍ବାର୍ଥ ପାଇଁ ଲଢ଼େଇ କରୁଥିଲା। ଆଉ ଆଗକୁ ବି ଲଢ଼େଇ ଜାରି ରହିବ ବୋଲି ନବୀନ କହିଛନ୍ତି। ପୋଲାଭରମ୍ ପ୍ରସଙ୍ଗରେ…
ରାଜ୍ୟ ସଭା ରେସ୍ରେ ମନମୋହନ! ଚର୍ଚ୍ଚା ମଧ୍ୟରେ ଦେଲେ ବଡ଼ ବୟାନ
ଭୁବନେଶ୍ୱର,୬।୧୨: କିଏ ଯିବେ ରାଜ୍ୟ ସଭା ଚର୍ଚ୍ଚା ମଧ୍ୟରେ ମନମୋହନ ସାମଲ ବଡ଼ ବୟାନ ଦେଇଛନ୍ତି। ସେ କହିଛନ୍ତି, ରାଜ୍ୟ ସଭା ରେସ୍ରେ ମୁଁ ଆଦୌ ନାହିଁ । ଏ ଚର୍ଚ୍ଚା କପୋଳକଳ୍ପିତ। ରାଜ୍ୟ ସଭା କିଏ ଯିବେ ତାହା ଭାଜପା…
ଭିଜିଲାନ୍ସ ଜାଲରେ ଫସିଲେ ଏସିଏଫ୍
ସମ୍ବଲପୁର,୬।୧୨(ପ୍ରମୋଦ ବହିଦାର): ଭିଜିଲାନ୍ସ ଜାଲରେ ହୀରାକୁଦ ବନ୍ୟପ୍ରାଣୀ ଡିଭିଜନର ଏସିଏଫ୍ ରେବତୀ ରମଣ ଯୋଶୀ। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଶୁକ୍ରବାର ଭିଜିଲାନ୍ସ ପକ୍ଷରୁ ଚଢାଉ କରାଯାଇଛି। ଏକକାଳୀନ ୯ଟି ସ୍ଥାନରେ ଭିଜିଲାନ୍ସ ଚଢାଉ କରିଥିବା ସୂଚନା ମିଳିଛି। ଦୁର୍ନୀତି…
୪ ଦିନରେ ୪ ଡିଗ୍ରୀ ଖସିବ ତାପମାତ୍ରା
ଭୁବନେଶ୍ୱର,୬ା୧୨ (ଅନୁରାଧା ମହାରଣା):ଆସନ୍ତା ଶନିବାର ପରଠାରୁ ୪ଦିନ ମଧ୍ୟରେ ୨ରୁ ୪ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ତାପମାତ୍ରା ଖସିପାରେ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ରାଜ୍ୟରେ ଗୁରୁବାର ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ରାତି…
ଅନ୍ଲାଇନ ଗେମ୍ରେ ଟଙ୍କା ହାରି ଜୀବନ ହାରିଲେ ସେବାୟତ
ଭୁବନେଶ୍ୱର,୬।୧୨(ସତ୍ୟଜିତ୍ ରାଉତ):ଭୁବନେଶ୍ୱରରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଅନ୍ଲାଇନ ଗେମ୍ରେ ଟଙ୍କା ହାରିବା ପରେ ଜଣେ ଯୁବକ ମାନସିକ ଚାପରେ ପଡ଼ି ଆତ୍ମହତ୍ୟା କରିଛନ୍ତି। ଶ୍ରୀ ଲିଙ୍ଗରାଜ ଥାନା ଅନ୍ତର୍ଗତ ବଢ଼େଇବାଙ୍କ ଛକ ନିକଟ ବଡୁ ସାହିରେ ଏହି ଘଟଣା ଘଟିଛି।…
ପ୍ରଫୁଲ୍ଲ ସାମଲ ବିଜେଡି ଶ୍ରମିକ ସାମ୍ମୁଖ୍ୟ ରାଜ୍ୟ ସଭାପତି
ଭୁବନେଶ୍ୱର, ୬ା୧୨(ଅନିଲ ଦାସ)- ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ପ୍ରଫୁଲ ସାମଲ ବିଜୁ ଶ୍ରମିକ ସାମ୍ମୁଖ୍ୟର ରାଜ୍ୟ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଶୁକ୍ରବାର ଏ ନେଇ ବିଜେଡି ପକ୍ଷରୁ ପ୍ରେସ୍ ବିଜ୍ଞପ୍ତି ଜରିଆରେ ସୂଚନା ଦିଆଯାଇଛି।…
Archives


