ମେଟ୍ରୋ

ପାରଦ ଉପରମୁହାଁ: ୩୭ ଛୁଇଁଲା ସମ୍ବଲପୁର

ଭୁବନେଶ୍ୱର,୩ା୩: ରାଜ୍ୟରେ ପାରଦ କ୍ରମାଗତ ଭାବେ ଉପରମୁହାଁ ହେବାରେ ଲାଗିଛି। ସୋମବାର ଦିନ ୨ଟା ୩୦ ସୁଦ୍ଧା ସମ୍ବଲପୁରର ତାପମାତ୍ରା ୩୭ ଡିଗ୍ରୀରେ ପହଞ୍ଚିଛି। ଅନ୍ୟପକ୍ଷେ ଝାରସୁଗୁଡ଼ାରେ ୩୬.୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଭୁବନେଶ୍ବରରେ ତାପମାତ୍ରା ୩୫ ଡିଗ୍ରୀରେ…

ମୁଖ୍ୟମନ୍ତ୍ରୀଙ୍କ ନୂଆ OSD ହେଲେ କୌଶିକ ପଟ୍ଟନାୟକ, ଜାଣନ୍ତୁ ତାଙ୍କ ବିଷୟରେ…

ଭୁବନେଶ୍ୱର,୩।୩ : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନୂଆ OSD ହେଲେ କୌଶିକ ପଟ୍ଟନାୟକ। ଏ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। କେନ୍ଦୁଝର ବଂଶପାଳ ତହସିଲଦାର ଭାବେ କୌଶିକ କାର୍ଯ୍ୟ କରୁଥିଲେ। କୌଶିକଙ୍କ ସମେତ ୧୮ ଓଏଏସ୍‌ ଅଧିକାରୀଙ୍କ ବଦଳି ହୋଇଛି।

ଭଦ୍ରକ, ଆନନ୍ଦପୁର ଆଖପାଖ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ, ଲୋକେ ଆତଙ୍କିତ

ଭୁବନେଶ୍ୱର,୩।୩: ଭଦ୍ରକ, ଆନନ୍ଦପୁର ଓ ଏହାର ଆଖପାଖ ଅଞ୍ଚଳରେ ଶୁଭିଲା ପ୍ରଚଣ୍ଡ ଶବ୍ଦ। ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇ ଲୋକେ ଘରୁ ବାହାରି ପଳାଇ ଆସିଛନ୍ତି। କେଉଁ କାରଣ ପାଇଁ ଏପରି ଶବ୍ଦ ହେଲା ତାହା ଏଯାଏ ସ୍ପଷ୍ଟ ହୋଇନାହିଁ।

ଏକାଠି ହେଲେ ହେଭିଓ୍ବେଟ୍‌: ମୋକିମ୍‌ଙ୍କ ଘରେ ଖାଇବେ ଭକ୍ତ

କଟକ,୩।୩: କଟକରେ ପିସିସି ସଭାପତି ଭକ୍ତ ଦାସ ଏବଂ କଂଗ୍ରେସ ବରିଷ୍ଠ ନେତା ମହମ୍ମଦ ମୋକିମ ଏକାଠି ହୋଇଛନ୍ତି। ଦୁଇ ବରିଷ୍ଠ ନେତା ଏକ କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଦେଖିବାକୁ ମିଳିଛି। ପିସିସି ସଭାପତି ହେବା ପରେ ପ୍ରଥମ ଥର ଦୁଇ…

ତାତିଲେ ଜଗନ୍ନାଥପ୍ରେମୀ: ଟାଟୁ ଦୋକାନ ଆଗରେ ବିକ୍ଷୋଭ

ଭୁବନେଶ୍ୱର,୩।୩: ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରିବା ଅଡୁଆ ବଢିବାରେ ଲାଗିଛି। ଜଗନ୍ନାଥପ୍ରେମୀ ଏହି ଘଟଣାକୁ ନିନ୍ଦା କରି ସୋମବାର ସହିଦନଗରସ୍ଥିତ ଟାଟୁ ଦୋକାନ ଆଗରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ଶ୍ରୀମନ୍ଦିର ସମ୍ମୁଖରେ ଆଣ୍ଠେଇକି କ୍ଷମା ପ୍ରାର୍ଥନା କରିବାକୁ ଜଗନ୍ନାଥପ୍ରେମୀ…

ଭକ୍ତଙ୍କ ବଡ଼ ବୟାନ: ମୋକିମଙ୍କୁ ମିଳିବ ଗୁରୁଦାୟିତ୍ୱ

ଭୁବନେଶ୍ୱର,୩।୩: ପିସିସି ସଭାପତି ଭକ୍ତ ଚରଣ ଦାସ ସୋମବାର ଏକ ବଡ଼ ବୟାନ ଦେଇଛନ୍ତି। ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କୁ ଦଳରେ ଗୁରୁଦାୟିତ୍ୱ ମିଳିବ ବୋଲି ପିସିସି ସଭାପତି ଭକ୍ତ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି। ମୋକିମ ଦଳର ଜଣେ…

ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ କରି କ୍ଷମା ମାଗିଲେ ବିଦେଶିନୀ

ଭୁବନେଶ୍ୱର,୩ା୩: ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି କ୍ଷମା ମାଗିଛନ୍ତି ବିଦେଶିନୀ। ବିଦେଶିନୀ ଜଣକ ଏକ ଭିଡିଓ ଶେୟାର କରି ଜଙ୍ଘରେ ମହାପ୍ରଭୁଙ୍କ ଟାଟୁ କରିବାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି। ଅନ୍ୟପକ୍ଷେ ଜଗନ୍ନାଥ ସଂସ୍କୃତିକୁ ଅପମାନିତ କରାଯାଇଥିବା ନେଇ ଷ୍ଟୁଡିଓ ମାଲିକଙ୍କ…

ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲ-କଲେଜ ପାଇଁ ଆସିବ ଗାଇଡ୍‌ଲାଇନ୍‌

ଭୁବନେଶ୍ୱର,୩ା୩: ରାଜ୍ୟରେ ମାର୍ଚ୍ଚ ଆରମ୍ଭରୁ ମୁଣ୍ଡଫଟା ଖରା ଆରମ୍ଭ ହୋଇଗଲାଣି। ଫଳରେ ଜନଜୀବନ ପ୍ରଭାବିତ ହେଉଛି। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଆସନ୍ତା ଦିନେ ଦୁଇଦିନ ମଧ୍ୟରେ ସ୍କୁଲ୍‌-କଲେଜ ପାଇଁ ସରକାର ନୂଆ ଗାଇଡ୍‌ଲାଇନ୍‌ ଆଣିବେ ବୋଲି ରାଜସ୍ବ ମନ୍ତ୍ରୀ ସୁରେଶ…

ବିଦେଶିନୀଙ୍କ ଜଙ୍ଘରେ କରିଥିଲେ ଜଗନ୍ନାଥଙ୍କ ଟାଟୁ: ଏତଲା ପରେ କ୍ଷମା ମାଗିଲେ ଷ୍ଟୁଡିଓ ମାଲିକ

ଭୁବନେଶ୍ୱର,୩ା୩: ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ଆର୍ଟିଷ୍ଟ ଜଣକ ଏବେ ଅଡୁଆରେ ପଡ଼ିଛନ୍ତି। ଭୁବନେଶ୍ୱର ଶହୀଦନଗର ଥାନାରେ ରକି ଟାଟୁଜ ଷ୍ଟୁଡିଓ ମାଲିକ ରକି ରଞ୍ଜନ ବିଶୋଇଙ୍କ ବିରୋଧରେ କେତେଜଣ ସାମାଜିକ କର୍ମୀ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ ଦାବି…

ବିଦେଶିନୀଙ୍କ ଜଙ୍ଘରେ ଜଗନ୍ନାଥ ଟାଟୁ, ଥାନାରେ ଏତଲା

ଭୁବନେଶ୍ୱର,୩ା୩(ସତ୍ୟଜିତ୍‌ ରାଉତ): ବିଦେଶୀ ମହିଳାଙ୍କ ଜଙ୍ଘରେ ଜଗନ୍ନାଥଙ୍କ ଟାଟୁ କରି ଜଣେ ଆର୍ଟିଷ୍ଟ୍‌ ଅଡୁଆରେ ପଡ଼ିଛନ୍ତି। ଭୁବନେଶ୍ୱର ଶହୀଦନଗର ଥାନାରେ ରକି ଟାଟୁଜ୍‌ ଷ୍ଟୁଡିଓର ମାଲିକ ରକି ରଞ୍ଜନ ବିଶୋଇଙ୍କ ବିରୋଧରେ ରବିବାର କେତେଜଣ ସାମାଜିକ କର୍ମୀ ଏତଲା ଦେଇ କାର୍ଯ୍ୟାନୁଷ୍ଠାନ…

ଅନିଶ୍ଚିତତା ଭରା ବିଶ୍ୱରେ ଆମ ନୀତି, ଅଭ୍ୟାସର ବ୍ୟାପକ ଢାଞ୍ଚା ରହିବା ଆବଶ୍ୟକ: ଡ. ପି.କେ. ମିଶ୍ର

ଭୁବନେଶ୍ୱର,୩ା୩(ବନ୍ଦନା ସେଠୀ): ଭାରତ ସରକାରଙ୍କ ବ୍ୟବସ୍ଥାରେ ଯେ କୌଣସି ନୀତି ନିର୍ଦ୍ଧାରଣ କରିବା ସମୟରେ ଅନିଶ୍ଚିତତାକୁ ଧ୍ୟାନରେ ରଖି ଏକ ବ୍ୟାପକ ରୂପରେଖ ଏବଂ ଫଳାଫଳ ଆଧାରିତ ସୃଜନଶୀଳ ମାନସିକତା ଉପରେ ଗୁରୁତ୍ୱାରୋପ କରିବାର ଆବଶ୍ୟକତା ରହିଛି। ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ…

୨୦୩୪ ସୁଦ୍ଧା ଖୁଚୁରା ବଜାର ଆକାର ୧୯୦ ଲକ୍ଷ କୋଟି ଆକଳନ

ଭୁବନେଶ୍ୱର,୩।୩ (ଅନୁରାଧା ମହାରଣା): ଦେଶର ଖୁଚୁରା ବଜାରରେ ଅଭିବୃଦ୍ଧି ପରିଲକ୍ଷିତ ହେଉଥିବାବେଳେ ୨୦୩୪ ସୁଦ୍ଧା ଏହାର ଆକାର ୧୯୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଦେଶରେ ବହୁ ସଂଖ୍ୟକ ଖୁଚୁରା ବ୍ୟବସାୟୀ ଏଥିରୁ ଉପକୃତ ହେବେ।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri