୨୦୩୪ ସୁଦ୍ଧା ଖୁଚୁରା ବଜାର ଆକାର ୧୯୦ ଲକ୍ଷ କୋଟି ଆକଳନ

ଭୁବନେଶ୍ୱର,୩।୩ (ଅନୁରାଧା ମହାରଣା): ଦେଶର ଖୁଚୁରା ବଜାରରେ ଅଭିବୃଦ୍ଧି ପରିଲକ୍ଷିତ ହେଉଥିବାବେଳେ ୨୦୩୪ ସୁଦ୍ଧା ଏହାର ଆକାର ୧୯୦ ଲକ୍ଷ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛି। ଦେଶରେ ବହୁ ସଂଖ୍ୟକ ଖୁଚୁରା ବ୍ୟବସାୟୀ ଏଥିରୁ ଉପକୃତ ହେବେ। ବୋଷ୍ଟନ କନ୍ସଲ୍ଟିଂ ଗ୍ରୁପ ଏବଂ ରିଟେଲର୍ସ ଆସୋସିଏଶନ ଅଫ ଇଣ୍ଡିଆ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟରେ କୁହାଯାଇଛି ଯେ, ଦେଶର ବିଭିନ୍ନ ବର୍ଗର ଗ୍ରାହକଙ୍କ ଆବଶ୍ୟକତା ମଧ୍ୟ ଭିନ୍ନ ଏବଂ ଖୁଚୁରା ବ୍ୟବସାୟୀମାନେ ସେମାନଙ୍କୁ ଜାଣିବା ଏବଂ ବୁଝିବାର ସୁଯୋଗ ପାଇବେ। ଅନ୍ୟପଟେ ‘ଓ୍ବିନିଂ ଇନ୍‌ ଭାରତ ଆଣ୍ଡ୍‌ ଇଣ୍ଡିଆ: ଦ ରିଟେଲ କାଲେଡୋସ୍କୋପ’ ଶୀର୍ଷକ ସହିତ ଏହି ରିପୋର୍ଟରେ ଦର୍ଶାଯାଇଛି ଯେ, ୨୦୧୪ ପର୍ଯ୍ୟନ୍ତ ଭାରତରେ ଖୁଚୁରା ବଜାରର ଆକାର ୩୫ ଲକ୍ଷ କୋଟି ଥିଲା, ଯାହା ୨୦୨୪ ସୁଦ୍ଧା ୮୨ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇବ। ଗତ ଦଶନ୍ଧିରେ ୮.୯%ରୁ ଅଧିକ ବୃଦ୍ଧି ଘଟିଛି। ଏହା ପଛରେ ଦେଶର ଅଥନୈତିକ ଅଭିବୃଦ୍ଧି , ବୁଦ୍ଧିଜୀବୀ ଏବଂ ବିଭିନ୍ନ ବର୍ଗର ଗ୍ରାହକଙ୍କ ସଂଖ୍ୟା ବଢ଼ୁଛି।
ରିପୋର୍ଟରେ କୁହାଯାଇଛି ଯେ କୋଭିଡ -୧୯ ମହାମାରୀ ବ୍ୟତୀତ ଭାରତର କଞ୍ଜପଶନ୍‌ ଗ୍ରୋଥ୍‌ ସମାନ ରହିଥିଲା ଏବଂ ବ୍ୟବହାରରେ ସର୍ବାଧିକ ଅଭିବୃଦ୍ଧି ୨୦୨୪ ରୁ ୨୦୩୪ ମଧ୍ୟରେ ଦେଖାଯିବ। ରିପୋର୍ଟରେ ଆହୁରି ମଧ୍ୟ କୁହାଯାଇଛି ଯେ ଭାରତର ଖୁଚୁରା ବଜାର ବୃହତ ଏବଂ ଦ୍ରୁତ ଗତିରେ ବଢ଼ୁଛି, ଯାହା ୨୦୩୪ ସୁଦ୍ଧା ୧୯୦ ଲକ୍ଷ କୋଟ ଟଙ୍କାରୁ ଅଧିକ ହେବ ବୋଲି ଆଶା କରାଯାଉଛ।
ରିପୋର୍ଟରେ ଏହା ମଧ୍ୟ ଉଲ୍ଲେଖ କରାଯାଇଛି ଯେ, ଯଦିଓ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବଢ଼ୁଛି, ତଥାପି ଏହାର ଜନସଂଖ୍ୟାରେ ଅନେକ ବିରୋଧାଭାସ ଦେଖିବାକୁ ମିଳୁଛି। ଦ୍ରୁତ ଗତିରେ ବଢ଼ୁଥିବା ମଧ୍ୟବିତ୍ତ, ଧନୀକ ଶ୍ରେଣୀର ମାତ୍ର ମୂଲ୍ୟ ସଚେତନ ଗ୍ରାହକ, ୪୫ ବର୍ଷରୁ ଅଧିକ ବୟସ ବର୍ଗରେ ମଧ୍ୟ ଜନସଂଖ୍ୟା ବୃଦ୍ଧି ପରିଲକ୍ଷିତ ହେଉଛି। ଏହା ସହିତ ମହିଳା ଶ୍ରମିକଙ୍କ ବଢ଼ୁଥିବା ସଂଖ୍ୟା କ୍ରୟ ବଜାରକୁ ନୂଆ ରୂପ ଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?