ମଦ ଦୋକାନୀଙ୍କୁ ପୁରସ୍କାର ପ୍ରସଙ୍ଗ, ସରକାରୀ ନିଷ୍ପତ୍ତି ହୋଇନାହିଁ : ମନ୍ତ୍ରୀ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଭଲ ରାଜସ୍ବ ପ୍ରଦାନ କରୁଥିବା ମଦ ଦୋକାନୀଙ୍କୁ ପୁରସ୍କାର ଦେବା କଥା ନେଇ ସରକାର କୌଣସି ନିଷ୍ପତ୍ତି ନେଇନାହାନ୍ତି। ଷ୍ଟାଣ୍ଡିଂ କମିଟି ପକ୍ଷରୁ ଏନେଇ କେବଳ ସୁପାରିସ କରାଯାଇଛି ବୋଲି ଅବକାରୀ ମନ୍ତ୍ରୀ ନିରଞ୍ଜନ ପୂଜାରୀ ସୋମବାର ବିଧାନସଭାରେ...
ଗୃହରେ ଉତ୍ତର ରଖିଲେ ଅର୍ଥମନ୍ତ୍ରୀ: ୪୫,୫୦୦ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଚଳିତ ଆର୍ଥିକ ବର୍ଷ(୨୦୧୯-୨୦)ରେ ରାଜ୍ୟର ନିଜସ୍ବ ରାଜସ୍ବ ବାବଦକୁ ମୋଟ ୪୫,୫୦୦ କୋଟି ଟଙ୍କା ଆଦାୟ ପାଇଁ ଲକ୍ଷ୍ୟଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରୁ ଟିକସ ବାବଦକୁ ୩୩,୦୦୦ କୋଟି ଓ ଅଣଟିକସ ବାବଦକୁ ୧୨,୫୦୦ କୋଟି ଟଙ୍କା ସଂଗ୍ରହ କରାଯିବ...
ବିରୋଧୀଙ୍କ ଅନୁପସ୍ଥିତିରେ ଏସ୍ସି ଏସ୍ଟି ବିଭାଗ ଖର୍ଚ୍ଚ ଦାବି ଗୃହୀତ
ଭୁବନେଶ୍ୱର, ୨୩।୭(ବ୍ୟୁରୋ): ବିଧାନସଭାରେ ସୋମବାର ଅନୁସୂଚିତ ଜାତି ଓ ଜନଜାତି (ଏସ୍ସିଏସ୍ଟି) ଉନ୍ନୟନ ବିଭାଗ ୨୦୧୯-୨୦ ଆର୍ଥିକବର୍ଷ ପାଇଁ ଖର୍ଚ୍ଚ ଦାବି ଗୃହୀତ କରିଛନ୍ତି। ବାରମ୍ବାର ବିରୋଧୀଙ୍କ ହଟ୍ଟଗୋଳ ଯୋଗୁ ଗୃହ ମୁଲତବୀ ରହିବାପରେ ସା ୬ଟା ୧୨ମିନିଟ୍ରେ ଏସ୍ସି,...
ବିଧାନସଭା ପ୍ରଶ୍ନକାଳରେ ସ୍ବାସ୍ଥ୍ୟ ପ୍ରସଙ୍ଗରେ ଆଲୋଚନା: ଡାକ୍ତର ଅଭାବ ଦୂର ପାଇଁ ମନ୍ତ୍ରୀ ଦେଲେ ପ୍ରତିଶ୍ରୁତି
ଭୁବନେଶ୍ୱର,୨୩।୭(ବ୍ୟୁରୋ): ଆଦିବାସୀ ଅଧ୍ୟୁଷିତ କୋରାପୁଟ ଜିଲାରେ ଶହୀଦ ଲକ୍ଷ୍ମଣ ନାୟକଙ୍କ ନାଁରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ କରାଯାଇଛି। ହେଲେ ସେଠାରେ ସାମାନ୍ୟତମ ଚିକିତ୍ସା ସୁବିଧା କରା ନ ଯାଇ ଗରିବ ରୋଗୀଙ୍କୁ କଟକ ରେଫର କରିଦିଆଯାଉଛି। ଆର୍ଥିକ...
ମହିଳାଙ୍କୁ ନିଶା ଦେଇ ବଳାତ୍କାର, ବ୍ଲାକ୍ମେଲ୍ ଘଟଣା: ଜେଲ୍ ଗଲେ ଅଭିଯୁକ୍ତ
ଭୁବନେଶ୍ୱର, (ବ୍ୟୁରୋ)/ପୁରୀ ଅଫିସ, ୨୩।୭: ପୁରୀର ଜଣେ ମହିଳାଙ୍କୁ ପାଣିରେ ନିଶା ଦେଇ ଭୁବନେଶ୍ୱରର ଏକ ହୋଟେଲରେ ବଳାକତ୍ାର କରିବା ଓ ପରେ ଅଶ୍ଳୀଳ ଭିଡିଓ ଦେଖାଇ ବ୍ଲାକ୍ମେଲିଂ କରିବା ଘଟଣାର ଅଭିଯୁକ୍ତଙ୍କୁ ଖଣ୍ଡଗିରି ପୋଲିସ ଗିରଫ କରିଛି। ସେ...
ଚିନ୍ତା ବଢ଼ାଇଲାଣି ସ୍ବଳ୍ପ ବୃଷ୍ଟି
ଭୁବନେଶ୍ୱର, ୨୩।୭(ବ୍ୟୁରୋ): ଚଳିତ ବର୍ଷ ସ୍ବଳ୍ପ ବୃଷ୍ଟିପାତ ଯୋଗୁ ରାଜ୍ୟରେ ମରୁଡ଼ି ପରିସ୍ଥିତି ଉପୁଜିଲାଣି। ବର୍ଷା ଅଭାବରୁ ଅନେକ ସ୍ଥାନରେ ଚାଷ ଉଜୁଡ଼ି ଗଲାଣି। ଅନେକ ଅଞ୍ଚଳରେ ଗଜା ମରୁଡ଼ିର ଆଶଙ୍କା ମଧ୍ୟ ଦେଖାଦେଲାଣି। ବର୍ଷା ଚିନ୍ତାରେ ଚାଷୀ ରହିଥିବାବେଳେ...
ମୋ ସ୍କୁଲ ଯୋଜନାରେ ଆଉ ୫୦୮ ବିଦ୍ୟାଳୟ ସାମିଲ
ଭୁବନେଶ୍ୱର, ୨୩।୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କ ଗୋଷ୍ଠୀ-ସମ୍ପୃକ୍ତ ଶିକ୍ଷା କାର୍ଯ୍ୟକ୍ରମ ‘ମୋ ସ୍କୁଲ’ ଯୋଜନାରେ ୧୬ଟି ଜିଲାର ଆଉ ୫୦୮ଟି ବିଦ୍ୟାଳୟକୁ ସାମିଲ କରାଯାଇଛି। ଏହି ଜିଲାଗୁଡ଼ିକ ହେଲା ଅନୁଗୋଳ, ବରଗଡ଼, ବଲାଙ୍ଗୀର, କଟକ, ଦେବଗଡ଼, ଢେଙ୍କାନାଳ, ଗଞ୍ଜାମ, ଯାଜପୁର, ଜଗତସିଂହପୁର, ଝାରସୁଗୁଡ଼ା,...
୮ ଶ୍ରେଣୀ ପାଇଁ ଲାଗୁ ହେବ ପାସ୍ ଫେଲ୍ ବ୍ୟବସ୍ଥା
ଭୁବନେଶ୍ୱର, ୨୩।୭(ବ୍ୟୁରୋ): ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଛାତ୍ରୀଛାତ୍ରଙ୍କ ପାଇଁ ନୂଆ ବ୍ୟବସ୍ଥା ଆସିବାକୁ ଯାଉଛି। ୨୦୦୯ ପୂର୍ବରୁ ଛାତ୍ରୀଛାତ୍ରମାନେ ବାର୍ଷିକ ପରୀକ୍ଷା ଦେଇ ଆସୁଥିଲେ। ପାସ୍ କରିପାରୁ ନ ଥିବା ପିଲାଙ୍କୁ ପୁନର୍ବାର ସେହି ଶ୍ରେଣୀରେ ପାଠ...
ଓଏଚ୍ଆର୍ସି ଅଧ୍ୟକ୍ଷ ପଦବୀ ମାମଲା: ହାଇକୋର୍ଟ ଦେଲେ ଡେଡ୍ ଲାଇନ
କଟକ ଅଫିସ,୨୩।୭: ଓଡ଼ିଶା ମାନବାଧିକାର କମିଶନ(ଓଏଚ୍ଆରସି) ପଦବୀକୁ ନେଇ ବିବାଦ ବଢିବାରେ ଲାଗିଛି। ଏ ସଂକ୍ରାନ୍ତରେ ହାଇକୋର୍ଟ ଡେଡ୍ଲାଇନ ଧାର୍ଯ୍ୟ କରିଛନ୍ତି। ଅଗଷ୍ଟ ୫ ସୁଦ୍ଧା ଉକ୍ତ ପଦବୀ ପୂରଣ ନିମନ୍ତେ ରାଜ୍ୟ ସରକାର ନେବାକୁ ରାୟରେ କୁହାଯାଇଛି। ହାଇକୋର୍ଟ...
ପଶ୍ଚିମ ଓଡ଼ିଶା ବନ୍ଦ ଘଟଣା: ରାଜ୍ୟ ଆଇନଜୀବୀ ପରିଷଦକୁ ପକ୍ଷଭୁକ୍ତ ନିର୍ଦ୍ଦେଶ
କଟକ ଅଫିସ,୨୩।୭: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବିରେ ଦୀର୍ଘଦିନ ହେବ ପଶ୍ଚିମ ଏବଂ ଦକ୍ଷିଣ ଓଡ଼ିଶାରେ ବନ୍ଦ ଡାକରା ଦିଆଯାଇ ଆସୁଛି। ଏହାଦ୍ୱାରା ସମ୍ପୃକ୍ତ ଅଞ୍ଚଳରେ ଆଇନଶୃଙ୍ଖଳା ପରିସ୍ଥିତି ବିଗିଡି ଯାଉଥିଲାବେଳେ ଏ ନେଇ ହାଇକୋର୍ଟରେ ମାମଲା ରୁଜୁ...
ଖୁବ୍ଶୀଘ୍ର ସୁରଟ୍କୁ ଉଡ଼ିବ ବିମାନ: ସପ୍ତାହକୁ ୨ଥର ଚାଲିବ
ଭୁବନେଶ୍ୱର, ୨୩।୭(ବ୍ୟୁରୋ):ବିମାନ ଯାତ୍ରୀଙ୍କ ପାଇଁ ଖୁସି ଖବର। ଖୁବ୍ଶୀଘ୍ର ଭୁବନେଶ୍ୱରରୁ ସୁରଟ୍କୁ ସିଧାସଳଖ ବିମାନ ଚଳାଚଳ କରିବ। ସପ୍ତାହରେ ୨ଥର ଏହି ବିମାନ ଚାଲିବ। ଏ ନେଇ ଭୁବନେଶ୍ୱର ଏମ୍ପି ଅପରାଜିତା ଷଡ଼ଙ୍ଗୀ ସୋମବାର ଟୁଇଟ୍ କରି ଜଣାଇଛନ୍ତି। ଅପରାଜିତା...
ଇଭିଏମ୍ର ସ୍ବଚ୍ଛତାକୁ ନେଇ ମାମଲା: ଖାରଜ କଲେ ହାଇକୋର୍ଟ
କଟକ ଅଫିସ,୨୩।୭: ଇଭିଏମ୍ର ସ୍ବଚ୍ଛତାକୁ ନେଇ ହାଇକୋର୍ଟରେ ରୁଜୁ ହୋଇଥିବା ମାମଲା ଖାରଜ ହୋଇଛି। ଉକ୍ତ ମାମଲାକୁ ବେଆଇନ ଦର୍ଶାଇ ଅଦାଲତ ଖାରଜ କରିଛନ୍ତି। ଏହାକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ମାମଲା ରୁଜୁ କରାଯିବ ବୋଲି ଆଡଭୋକେଟ ଅଶ୍ୱିନୀ କୁମାର...
Archives


