ଅମରେଶ ହତ୍ୟା ଘଟଣା: ଆଉ ୩ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଅମରେଶ ନାୟକ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଆଉ ୩ଜଣଙ୍କୁ ଶନିବାର ପୋଲିସ ଗିରଫ କରିଛି। ସେମାନେ ହେଲେ ସୁନ୍ଦରପଦାର ରଘୁ, ବବୁଲ ଓ ଉଙ୍କା। ଏମାନଙ୍କୁ ରାଜଧାନୀ ଓ ଏହାର ଉପକଣ୍ଠ ଅଞ୍ଚଳରୁ ଗିରଫ କରାଯାଇଥିବା...
ଗେଷ୍ଟ ହାଉସ୍ରେ ଯୁବତୀଙ୍କୁ ବଳାତ୍କାର: ଅଭିଯୁକ୍ତ ଗିରଫ
ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ବରମୁଣ୍ଡା ଅଞ୍ଚଳର ଏକ ଗେଷ୍ଟ ହାଉସ୍ରେ ଜଣେ ଯୁବତୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ କଟକ ଜିଲା ଗୋବିନ୍ଦପୁର ଅଞ୍ଚଳର ବାବୁଲି ସାହୁଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି। ଶୁକ୍ରବାର...
ଭାଜପା ଭୁବନେଶ୍ୱର ଜିଲା ସଭାପତିଙ୍କୁ ସଂଘବଦ୍ଧ ଆକ୍ରମଣ
ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ଭାଜପାର ଭୁବନେଶ୍ୱର ସାଙ୍ଗଠନିକ ଜିଲା ସଭାପତି ତଥା କୋ-ଅପରେଟିଭ ସୋସାଇଟି ସଦସ୍ୟ ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ମଧ୍ୟାହ୍ନରେ ସଂଘବଦ୍ଧ ଭାବେ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଏକାମ୍ର ହାଟ ନିକଟ କାର୍ଯ୍ୟାଳୟରେ ହରେକୃଷ୍ଣ ଥିବାବେଳେ ୯ଜଣ ଯୁବକ ମୁହଁରେ...
୭ ଦେଶର ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ: ପ୍ରତିନିଧି ମଣ୍ଡଳୀଙ୍କ ସୂର୍ଯ୍ୟମନ୍ଦିର ପରିଦର୍ଶନ
କୋଣାର୍କ,୧୬।୧୧(ଡି.ଏନ୍.ଏ.): ଜାତୀୟ ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣର ସଭ୍ୟ ଲ୍ୟୁଟନାଣ୍ଟ ଜେନେରାଲ ଏନ୍ସି ମାରୁଆଙ୍କ ନେତୃତ୍ୱରେ ଆସିଥିବା ୭ଦେଶର ବିପର୍ଯ୍ୟୟ ପ୍ରଶମନ ପ୍ରାଧିକରଣ ପ୍ରତିନିଧି ଶୁକ୍ରବାର ପ୍ରଥମେ ରାମଚଣ୍ଡିଠାରେ ଫନୀରେ କ୍ଷତିଗ୍ରସ୍ତ ଅଞ୍ଚଳରେ ବୃକ୍ଷରୋପଣ କରିଛନ୍ତି। ପରେ ଜେନେରାଲ ମାରୁଆଙ୍କ ନେତୃତ୍ୱରେ...
ଆରମ୍ଭ ହେଲା ‘୧୦୪ ହେଲ୍ଥ ହେଲ୍ପଲାଇନ୍’
ଭୁବନେଶ୍ୱର, ୧୬।୧୧(ବ୍ୟୁରୋ): ସ୍ବାସ୍ଥ୍ୟ ସମ୍ପର୍କିତ ସୂଚନା ଏବଂ ପରାମର୍ଶ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ‘୧୦୪ ହେଲ୍ଥ ହେଲ୍ପଲାଇନ’ ସେବା ଶୁଭାରମ୍ଭ କରାଯାଇଛି। ରାଜ୍ୟରେ ପ୍ରଥମଥର ପାଇଁ ଆରମ୍ଭ ହୋଇଥିବା ଏହି ସେବା ମାଧ୍ୟମରେ ହିତାଧିକାରୀମାନେ ଦେୟମୁକ୍ତ ୧୦୪ ନମ୍ବରକୁ...
ଡିସେମ୍ବର ପହିଲାରୁ ପୁଣି କଡ଼ାକଡ଼ି ହେବ ନୂତନ ମୋଟର ଯାନ ଆଇନ: ମନ୍ତ୍ରୀ
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଡିସେମ୍ବର ୧ ତାରିଖରୁ ପୁଣିଥରେ କଡ଼ାକଡ଼ି ହେବ ନୂତନ ମୋଟର ଯାନ ଆଇନ। ଓଡ଼ିଶାରେ କିଛି ଦିନ ଧରି ଏହାକୁ କୋହଳ କରାଯାଇଥିବା ବେଳେ ପୁଣିଥରେ ଏହାକୁ କଡ଼ାକଡ଼ି ପାଳନ କରାଯିବ ବୋଲି ଶୁକ୍ରବାର ବାଣିଜ୍ୟ ଓ ପରିବହନ...
‘ପାଚୁର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଭ୍ରମଣ ପୁସ୍ତକ ଲୋକାର୍ପିତ
ଭୁବନେଶ୍ୱର, ୧୫।୧୧(ବ୍ୟୁରୋ): ସ୍ଥାନୀୟ ଲୋକସେବା ଭବନରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶ୍ୱମୋହନ ପଟ୍ଟନାୟକଙ୍କ ଦ୍ୱାରା ରଚିତ ଭ୍ରମଣ ପୁସ୍ତକ ‘ପ୍ରାଚୂର୍ଯ୍ୟର ଇଲାକାରେ ଗୋଟିଏ ମାସ’ ଲୋକାର୍ପଣ କରିଛନ୍ତି। ଏହା ସ୍କୁଲ ଏବଂ କଲେଜରେ ପଢ଼ୁଥିବା ଛାତ୍ରୀଛାତ୍ରମାନଙ୍କୁ ଆକୃଷ୍ଟ କରିବା...
ଭାଜପା ଜିଲା ସଭାପତିଙ୍କୁ ମରାଣାନ୍ତକ ଆକ୍ରମଣ, ଖାରବେଳ ଥାନାରେ ମାମଲା ରୁଜୁ
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ଭୁବନେଶ୍ୱର ଜିଲା ସଂଗଠନ ସଭାପତି ହରେକୃଷ୍ଣ ଖୁଣ୍ଟିଆଙ୍କୁ ଶୁକ୍ରବାର ଅପରାହ୍ନ ୧ଟା ସମୟରେ ରାମ ମନ୍ଦିରସ୍ଥିତ ଏକାମ୍ର ହାଟ ସମ୍ମୁଖରେ ମରଣାନ୍ତକ ଆକ୍ରମଣ ହୋଇଛି। ଏକ କାର୍ରେ ଆଠଜଣ ଦୁର୍ବୃତ୍ତ ମୁହଁରେ କପଡ଼ା ବାନ୍ଧି ଆସି ଲୁହା ପାଇପ୍ରେ...
ଚନ୍ଦକା ଥାନା ଅଞ୍ଚଳରେ ଅବକାରୀ ବିଭାଗର ଚଢ଼ାଉ: ୪ଶହ ଲିଟର ରନ୍ଧାମଦ ଜବତ, ୨ ଗିରଫ
କଟକ ରୋଡ, ୧୫।୧୧(ଡି.ଏନ୍.ଏ.): ଭୁବନେଶ୍ୱର ଅବକାରୀ ଓ ମୋବାଇଲ ସ୍କ୍ବାର୍ଡ ଶୁକ୍ରବାର ରାଜଧାନୀର ଚନ୍ଦକା ଥାନା ଅଞ୍ଚଳରେ ଚଢ଼ାଉ କରି ଜଣେ ମହିଳାଙ୍କ ସମେତ ୨ ଚୋରା ମଦ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ ଛବି ଦେହୁରୀ ଏବଂ...
ଯୁବନେତାଙ୍କୁ ନୂଆ ଦାୟିତ୍ୱ: ପ୍ରଣବଙ୍କୁ ସଂଗଠନ, ସଞ୍ଜୟଙ୍କୁ ମୁଖ୍ୟାଳୟ
ଭୁବନେଶ୍ୱର,୫।୧୧(ବ୍ୟୁରୋ): ବିଜୁ ଜନତା ଦଳ ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଦଳର ଯୁବନେତାଙ୍କୁ ନୂତନ ଦାୟିତ୍ୱ ପ୍ରଦାନ କରିଛନ୍ତି। ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କୁ ସାଧାରଣ ସମ୍ପାଦକ(ସଂଗଠନ) ଏବଂ ପୂର୍ବତନ ମନ୍ତ୍ରୀ...
ଦାବି ମାନିଲେନି ବାଚସ୍ପତି: ମୁହଁରେ କଳା କପଡ଼ା ଗୁଡ଼ାଇ ପ୍ରତିବାଦ କଲା ଭାଜପା
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ନାରୀ ନିର୍ଯାତନା ମୋସନକୁ ବାଚସ୍ପତି ଗ୍ରହଣ ନ କରିବାରୁ ଗତ ଦୁଇ ଦିନ ଧରି ଭାଜପାର ସଦସ୍ୟମାନେ ବିଧାନସଭାରେ ହଟ୍ଟଗୋଳ କରିବା ସହ ଗୃହକାର୍ଯ୍ୟରେ ସାମିଲ ହୋଇନାହାନ୍ତି। ଗତ ବୁଧବାର ଓ ଗୁରୁବାର ଦୁଇଦିନ ଦାବି ନେଇ ବିଧାନସଭାରେ...
ମହାତ୍ମା ଗାନ୍ଧୀଙ୍କ ମୃତ୍ୟୁ ସମ୍ବନ୍ଧରେ ପ୍ରକାଶିତ ଖବରକୁ ନେଇ ବିଧାନସଭାରେ ଉଦ୍ବେଗ: ମୁଖ୍ୟମନ୍ତ୍ରୀ କ୍ଷମା ମାଗନ୍ତୁ କହିଲା କଂଗ୍ରେସ
ଭୁବନେଶ୍ୱର,୧୫।୧୧(ବ୍ୟୁରୋ): ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ସମଗ୍ର ଦେଶରେ ପାଳିତ ହୋଇଛି। ଏହି ଅବସରରେ ମହାତ୍ମା ଗାନ୍ଧୀଙ୍କ ଜୀବନୀକୁ ନେଇ ରାଜ୍ୟ ସରକାରଙ୍କ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ପୁସ୍ତିକା ପ୍ରକାଶ କରାଯାଇଛି। ସେଥିରେ ମହାତ୍ମା ଗାନ୍ଧୀଙ୍କ...
Archives


