ଏପ୍ରିଲରୁ ସବୁ ଯୋଜନା ପାଇଁ ଡିବିଟି
ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଏଣିକି ସବୁ ଯୋଜନାରେ ହିତାଧିକାରୀମାନଙ୍କୁ ରାଜ୍ୟ ସରକାର ସିଧା ସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ଦେବେ। ଡାଇରେକ୍ଟ ବେନିଫିଟ ଟ୍ରାନ୍ସଫର (ଡିବିଟି) ମାଧ୍ୟମରେ ଏହି ପେମେଣ୍ଟ ଦିଆଯିବ। ଇଣ୍ଟିଗ୍ରେଟେଡ ଫାଇନାନ୍ସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଏଫ୍ଏମ୍ଏସ୍) ଏବଂ ଇ-କୁବେର ଜରିଆରେ...
ସମ୍ବିଧାନ ମୁଖବନ୍ଧରେ ‘ଅହିଂସା’କୁ ସ୍ଥାନ ଦିଆଯାଉ: ଦାବି ଦୋହରାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୨୦।୧୨(ବ୍ୟୁରୋ):ଭାରତୀୟ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ରଖିବା ଦାବିକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଥରେ ଦୋହରାଇଛନ୍ତି। ସେ କହିଛନ୍ତି ଯେ ଅହିଂସା ବିଶ୍ୱକୁ ଭାରତର ସବୁଠାରୁ ଶକ୍ତିଶାଳୀ ବାର୍ତ୍ତା ଦେଉଛି। ଅହିଂସା ହିଁ ଆମ ସ୍ବାଧୀନତା ସଂଗ୍ରାମକୁ ବିଶ୍ୱର...
ରାଜ୍ୟର ୧୩ ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଅଙ୍ଗ ପ୍ରତ୍ୟାରୋପଣ ଅନୁମତି
କଟକ ଅଫିସ,୧୯ା୧୨- ଏସ୍ସିବି ମେଡିକାଲ ସମେତ ରାଜ୍ୟର ୧୩ଟି ସ୍ବାସ୍ଥ୍ୟ ଅନୁଷ୍ଠାନକୁ ଅଙ୍ଗ ପ୍ରତ୍ୟାରୋପଣ ନିମନ୍ତେ ମେଡିକାଲ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ(ଡିଏମ୍ଇଟି)ଙ୍କ ପକ୍ଷରୁ ଅନୁମତି ପ୍ରଦାନ କରାଯାଇଛି। ଏହି କେନ୍ଦ୍ରଗୁଡ଼ିକୁ ଅର୍ଗାନ ହାର୍ଭେଷ୍ଟିଂ ସେଣ୍ଟର ଭାବେ ମାନ୍ୟତା ଦିଆଯାଇଛି।...
ପୁରୀ ଗଣବଳାତ୍କାର ଘଟଣା: ହାଇକୋର୍ଟରେ ମିସ୍ କେସ୍ ଦାଏର
କଟକ ଅଫିସ,୧୯ା୧୨- ରାଜ୍ୟର ବହୁଚର୍ଚ୍ଚିତ ପୁରୀ ଗଣବଳାତ୍କାର ଘଟଣାରେ ଗୁରୁବାର ହାଇକୋର୍ଟରେ ଏକ ମିସ୍ କେସ୍ ଦାଏର କରାଯାଇଛି। ଉକ୍ତ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ରାଜେଶ କୁମାର ସେଠୀଙ୍କ ପକ୍ଷରୁ ଏହି କେସ୍ ଦାଏର କରାଯାଇଛି। ପିଟିଶନରେ ଆବେଦନକାରୀ...
ଗୁଳିକରି ବିଲେଇକୁ ମାରିବା ଘଟଣା: ବ୍ୟବଚ୍ଛେଦ ପରେ ବାହାରିଲା ୨ଟି ପେଲେଟ
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ସ୍ଥାନୀୟ ଖାରବେଳ ନଗର ଥାନା ଅନ୍ତର୍ଗତ ୟୁନିଟ-୪ ଅଞ୍ଚଳରେ ଏକ ପୋଷା ବିଲେଇକୁ ଗୁଳି କରି ମାରି ଦିଆଯାଇଥିଲା। ଗୁରୁବାର ବିଲେଇର ମୃତଦେହ ବ୍ୟବଚ୍ଛେଦ କରାଯାଇଛି। ତା’ର ଦେହରୁ ୨ଟି ପେଲେଟ ବାହାରିଥିବା ସୂଚନା ମିଳିଛି। ସୂଚନାଯୋଗ୍ୟ, ବୁଧବାର...
ବିନା ହେଲମେଟରେ ଗାଡ଼ି ଚଳାଇବା ଯୋଗୁ ବାବୁସାନଙ୍କୁ ହଜାରେ ଟଙ୍କାର ଜରିମାନା, ଭିଡିଓ ଭାଇରାଲ ପରେ କଟିଲା ଚାଲାଣ
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ବିନା ହେଲମେଟ୍ରେ ଗାଡ଼ି ଚଳାଇବା ଓଡ଼ିଆ ସିନେ ଅଭିନେତା ତନ୍ମୟ ମହାନ୍ତି ଓରଫ ବାବୁସାନଙ୍କୁ ମହଙ୍ଗା ପଡ଼ିଛି। ଏନେଇ ଭିଡିଓ ଭାଇରାଲ ହେବା ପରେ କମିଶନରେଟ୍ ପୋଲିସ ପକ୍ଷରୁ ତାଙ୍କୁ ଏକ ହଜାର ଟଙ୍କାର ଜରିମାନା ଲଗାଯାଇଛି। ଏନେଇ...
ପ୍ରେମରେ ବିଫଳତାରୁ ଆତ୍ମହତ୍ୟା: ଷଷ୍ଠ ସ୍ଥାନରେ ଓଡ଼ିଶା
ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ): ପ୍ରେମ ସମ୍ପର୍କରେ ବିଫଳ ହେବା ବା ପ୍ରତାରଣାର ଶିକାର ହେବା ପରେ ଅନେକେ ଆତ୍ମହତ୍ୟାର ପନ୍ଥା ବାଛି ନେଉଛନ୍ତି। ଏକ୍ଷେତ୍ରରେ ଓଡ଼ିଶାରେ ସ୍ଥିତି ଉଦ୍ବେଗଜନକ ରହିଛି। ଏନ୍ସିଆର୍ବି ରିପୋର୍ଟ ଅନୁଯାୟୀ, ସମଗ୍ର ଦେଶରେ ଓଡ଼ିଶା ଷଷ୍ଠ...
ଶୁକ୍ରବାର କଟକ ବଦଳରେ ନରାଜ ଦେଇ ଯିବ ୪ ଟ୍ରେନ
ଭୁବନେଶ୍ୱର, ୧୯।୧୨ (ବ୍ୟୁରୋ): ଗୁରୁଡ଼ିଝାଟିଆ ରେଳ ଷ୍ଟେଶନରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ଶୁକ୍ରବାର ୪ଟି ଟ୍ରେନ ନରାଜ ଷ୍ଟେଶନ ଦେଇ ଚଳାଚଳ କରିବ। ୧୮୪୨୫ ପୁରୀ-ଦୁର୍ଗ ଏକ୍ସପ୍ରେସ, ୧୨୮୩୨ ଭୁବନେଶ୍ୱର-ଧାନବାଦ ଗରିବ ରଥ ଏକ୍ସପ୍ରେସ, ୧୮୪୫୨ ପୁରୀ-ହାଟିଆ...
୨୦୧୯-୨୦ ଆର୍ଥିକ ବର୍ଷର ଖରିଫ ଧାନ ସଂଗ୍ରହ: ଚାଷୀଙ୍କଠାରୁ କିଣା ହେଲା ୯୬,୧୧,୦୨୪ କୁଇଣ୍ଟାଲ ଧାନ
ଭୁବନେଶ୍ୱର,୧୯।୧୨ (ବ୍ୟୁରୋ): ଓଡ଼ିଶା ସରକାରଙ୍କ ଦ୍ୱାରା ୨୦୧୯-୨୦ ବର୍ଷ ନିମନ୍ତେ ବୁଧବାର ସୁଦ୍ଧା ୧ଲକ୍ଷ ୪୧ ହଜାର ୫୪୦ ଜଣ ଚାଷୀ ବିଭିନ୍ନ ଧାନ ସଂଗ୍ରହ କେନ୍ଦ୍ର ଜରିଆରେ ମୋଟ ୯୬ ଲକ୍ଷ ୧୧ ହଜାର ୨୪ କୁଇଣ୍ଟାଲ ଧାନ...
ଓଡ଼ିଶାରେ ନିବେଶ ପାଇଁ ଆଇଟି କମ୍ପାନୀଙ୍କୁ ଆମନ୍ତ୍ରଣ
ଭୁବନେଶ୍ୱର,୧୯।୧୨(ବ୍ୟୁରୋ):ଓଡ଼ିଶାକୁ ସୂଚନା ପ୍ରଯୁକ୍ତି ବିଦ୍ୟା(ଆଇଟି) ହବ୍ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ବିଭିନ୍ନ ଦେଶୀ ଏବଂ ବିଦେଶୀ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ ଓ ଉତ୍ସାହିତ କରାଯାଉଛି। ଏହି କ୍ରମରେ ରାଜ୍ୟ ଇଲେକ୍ଟ୍ରୋନିକ୍ସ ଏବଂ...
ନୂଆ ମୋଟର ଯାନ ଆଇନ ପରେ କମିଛି ଦୁର୍ଘଟଣା
ଭୁବନେଶ୍ୱର,୧୯।୧୨(ବ୍ୟୁରୋ): ରାଜ୍ୟରେ ମୋଟର ଯାନ ଆଇନ କଡାକଡି ହେବା ପରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଛି। ଗତବର୍ଷ ତୁଳନାରେ ଚଳିତବର୍ଷ ୪.୭ ପ୍ରତିଶତ କମିଛି। ମୃତ୍ୟୁହାର ୧୨% କମିଛି। ସଡ଼କ ସୁରକ୍ଷା ନେଇ ଲୋକସେବା ଭବନରେ ଅନୁଷ୍ଠିତ ରାଜ୍ୟ ସଡ଼କ...
ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ: ‘ଓଡ଼ିଶାକୁ ଅନ୍ତର୍ଜାତୀୟ ବିମାନ ସଂଖ୍ୟା ବୃଦ୍ଧି କରାଯାଉ’
ଭୁବନେଶ୍ୱର, ୧୯।୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଅଧିକ ଅନ୍ତର୍ଜାତୀୟ ବିମାନ ସଂଯୋଗ ଓ ଘରୋଇ ବିମାନ ଚଳାଚଳକୁ ଆହୁରି ବ୍ୟାପକ କରିବା ପାଇଁ ମଙ୍ଗଳବାର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂ ପୁରୀଙ୍କୁ ଚିଠି ଲେଖିଛନ୍ତି। ଅନ୍ତର୍ଜାତୀୟ...
Archives


