ଓଡ଼ିଶାରେ ନିବେଶ ପାଇଁ ଆଇଟି କମ୍ପାନୀଙ୍କୁ ଆମନ୍ତ୍ରଣ

ଭୁବନେଶ୍ୱର,୧୯।୧୨(ବ୍ୟୁରୋ):ଓଡ଼ିଶାକୁ ସୂଚନା ପ୍ରଯୁକ୍ତି ବିଦ୍ୟା(ଆଇଟି) ହବ୍‌ରେ ପରିଣତ କରିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରୁଛନ୍ତି। ବିଭିନ୍ନ ଦେଶୀ ଏବଂ ବିଦେଶୀ କମ୍ପାନୀଗୁଡ଼ିକୁ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ ଓ ଉତ୍ସାହିତ କରାଯାଉଛି। ଏହି କ୍ରମରେ ରାଜ୍ୟ ଇଲେକ୍‌ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ବିଦ୍ୟା, କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ହାଇଦ୍ରାବାଦ ଗସ୍ତରେ ଯାଇଛନ୍ତି। ଗସ୍ତ ଅବସରରେ ସେ ବିଭିନ୍ନ ଆଇଟି କମ୍ପାନୀର ପଦାଧିକାରୀଙ୍କୁ ସାକ୍ଷାତ କରିବା ସହ ଓଡ଼ିଶାରେ ନିବେଶ ପାଇଁ ଆମନ୍ତ୍ରଣ କରିଛନ୍ତି। ଏଥି ସହ ବିଭିନ୍ନ ଅଗ୍ରଣୀ ଆଇଟି କମ୍ପାନୀଗୁଡ଼ିକର କାର୍ଯ୍ୟାଳୟକୁ ପରିଦର୍ଶନରେ ଯାଇଛନ୍ତି। ବିଶେଷକରି ବହୁ ରାଷ୍ଟ୍ରୀୟ କମ୍ପାନୀଗୁଡ଼ିକୁ ଫୋକସ୍‌ କରାଯାଇଛି। ନିକଟରେ ମୁମ୍ବାଇ ଏବଂ ବେଙ୍ଗାଲୁରୁ ଗସ୍ତରେ ମନ୍ତ୍ରୀ ଯାଇଥିଲେ। ଏବେ ହାଇଦ୍ରାବାଦ ଗସ୍ତରେ ଥିବା ଯୋଗୁ ରାଜ୍ୟରେ ଆଇଟି କ୍ଷେତ୍ରକୁ ଯଥେଷ୍ଟ ଆଗକୁ ନେବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ଆଇଟି କ୍ଷେତ୍ରରେ ରାଜ୍ୟରେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ସହ ଷ୍ଟାର୍ଟଅପ୍‌ ଓଡ଼ିଶା କାର୍ଯ୍ୟକ୍ରମକୁ ଅଧିକ ସକ୍ରିୟ କରିବା ଏବଂ ଓଡ଼ିଶାକୁ ଏକ ସର୍ବବୃହତ୍‌ ଆଇଟି ହବ୍‌ରେ ପରିଣତ କରିବା ଏହି ଗସ୍ତର ମୁଖ୍ୟ ଉଦ୍ଦେଶ୍ୟ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ଗସ୍ତର ପ୍ରଥମ ଦିନ ଅର୍ଥାତ୍‌ ସୋମବାର ମନ୍ତ୍ରୀ ବେହେରା ହାଇଟେକ୍‌ ସିଟି ଗସ୍ତ କରିଥିଲେ। ଏଥି ସହ ମାଇକ୍ରୋସଫ୍ଟ, ସିବିଆର୍‌ଇ ଏବଂ ବ୍ଲାକ୍‌ ନାଇଟ୍‌ ଆଦି ଆଇଟି କମ୍ପାନୀ ବୁଲି ଦେଖି ଥିଲେ। କମ୍ପାନୀଗୁଡ଼ିକର ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ କରିଥିଲେ। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଉପଲବ୍ଧ ଭିତ୍ତିଭୂମି ଦେଖିବାକୁ ଏକ ସରକାରୀ ଆମନ୍ତ୍ରଣ ପତ୍ର ପ୍ରଦାନ କରିଥିଲେ। ପର୍ପଲ୍‌ ଟକ୍‌ କମ୍ପାନୀର ପ୍ରତିଷ୍ଠାତା ଶ୍ରୀଧର ମୁପ୍ପିଦିଙ୍କ ସହ ରାଜ୍ୟରେ ଆଇଟି କ୍ଷେତ୍ରର ବିକାଶ ଦିଗରେ ମିଳିତ ଭାବେ କାର୍ଯ୍ୟ କରିବା ସମ୍ପର୍କରେ ଆଲୋଚନା କରିଥିଲେ। ଗସ୍ତ ଅବସରରେ ମନ୍ତ୍ରୀ ବେହେରା ତେଲଙ୍ଗାନାର ଶିଳ୍ପ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ମନ୍ତ୍ରୀଙ୍କ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଏତଦ୍‌ବ୍ୟତୀତ ଏସ୍‌ଟିପିଆଇ ଦ୍ୱାରା ଶିଳ୍ପ ଉଦ୍ୟୋଗୀମାନଙ୍କୁ ନେଇ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ବେହେରା ଯୋଗଦେବେ। ଏଥିରେ ସେ ଗୁଗୁଲ୍‌, ଡିକ୍ୟୁ ଏଣ୍ଟର୍‌ଟେନ୍‌ମେଣ୍ଟ, ଟି-ହବ୍‌ କମ୍ପାନୀର ବରିଷ୍ଠ ଅଧିକାରୀଙ୍କ ସହ ରାଜ୍ୟରେ ଆଇଟିର ବିକାଶ, ଇକୋ-ସିଷ୍ଟମ୍‌ ଉନ୍ନତୀକରଣ ଏବଂ ପୁଞ୍ଜିନିବେଶ ବିଷୟରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ୨୦ତାରିଖରେ ଆମାଜନ୍‌ ଏବଂ ହାୟସି ଆଦି ଆଇଟି କମ୍ପାନୀ ଗସ୍ତ କରିବେ ମନ୍ତ୍ରୀ ବେହେରା। ମନ୍ତ୍ରୀଙ୍କ ଏହି ଗସ୍ତର ସକାରାମତ୍କ ପ୍ରଭାବ ପଡ଼ିବ ଏବଂ ବିଭିନ୍ନ ରାଜ୍ୟରେ ଆଇଟିର ବିକାଶ ପାଇଁ କ’ଣ ସବୁ ପଦକ୍ଷେପ ଗ୍ରହଣ କରାଯାଇଛି ଓ ସେଗୁଡ଼ିକୁ ଓଡ଼ିଶାରେ କିଭଳି କାର୍ଯ୍ୟକାରୀ କରାଯାଇପାରିବ, ସେଦିଗରେ ମନ୍ତ୍ରୀଙ୍କ ଗସ୍ତ ଲାଭଦାୟକ ହେବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଆଲର୍ଟ କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୧୦।୫: ଆଗାମୀ ୩ଘଣ୍ଟା ପ୍ରବଳ ବର୍ଷା ହେବା ନେଇ ସୂଚନା ଜାରି କରିଛି ପାଣିପାଗ ବିଭାଗ । ବର୍ଷା ନେଇ ପାଣିପାଗ ବିଭାଗ ସତର୍କ ସୂଚନା...

ବୁଲେଟ୍‌ରେ ନଜର ଆସିଲେ ପାଣ୍ଡିଆନ, ଦେଲେ ଖାସ୍‌ ବାର୍ତ୍ତା

ଭୁବନେଶ୍ୱର,୧୦।୫: ବିଜୁ ଜନତା ଦଳ ଚଳିତ ନିର୍ବାଚନ ପାଇଁ ନିଜ ଇସ୍ତାହାର ପ୍ରକାଶ କରିଛି। ଯେଉଁଥିରେ ବଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମହିଳା ଓ ଯୁବପିଢିଙ୍କୁ...

ନାମାଙ୍କନପତ୍ର ଦାଖଲ ବେଳେ ଅଘଟଣ: ଟ୍ରକ୍‌ ଧକ୍କାରେ ଚାଲିଗଲା କର୍ମୀଙ୍କ ଜୀବନ

ଯାଜପୁର,୧୦।୫(ହର୍ଷବର୍ଦ୍ଦନ ବେହେରା): ଏକ ପ୍ରମୁଖ ରାଜନୈତିକ ଦଳର ପ୍ରାର୍ଥୀଙ୍କ ଶୁକ୍ରବାର ନାମାଙ୍କନପତ୍ର ଦାଖଲ ବେଳେ ଏକ ଅଘଟଣ ଘଟିଛି। ଏକ ସଡ଼କ ଦୁର୍ଘଟଣାରେ ଜଣେ କର୍ମୀଙ୍କ...

ରାଜନୀତିରୁ ନେଇଯିବେ ସନ୍ୟାସ, ଖୋଲା ଚ୍ୟାଲେଞ୍ଜ ଦେଲେ ପାଣ୍ଡିଆନ

ଭୁବନେଶ୍ୱର,୧୦।୫: ନିର୍ବାଚନୀ ସଭାରେ ବଡ ବୟାନ ଦେଇଛନ୍ତି ବିଜେଡି ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ। ଶୁକ୍ରବାର ଏକ ସମାବେଶକୁ ସମ୍ବୋଧନ ସମୟରେ ନାଁ ନ ନେଇ...

ନାମାଙ୍କନପତ୍ର ଦାଖଲ କଲେ ମନମୋହନ ସାମଲ

ଭୁବନେଶ୍ୱର,୧୦।୫: ଭାଜପାର ଚାନ୍ଦବାଲି ବିଧାୟକ ପ୍ରାର୍ଥୀ ମନମୋହନ ସାମଲ ଶୁକ୍ରବାର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସମର୍ଥକଙ୍କ ସହ ବିରାଟ ରାଲିରେ ଯାଇ ଭଦ୍ରକ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ...

ଅଖିମୁଠି ଅନୁକୂଳ କଲେ ପ୍ରଣବ

ସମ୍ବଲପୁର,୧୦ା୫: ଆଜି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ପାରମ୍ପାରିକ ଚାଷୀ ବେଶରେ ସମ୍ବଲପୁର ଜିଲା ରେଙ୍ଗାଲି ଢୋରୋପାଣିରେ ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ପ୍ରଣବ...

ରାଜ୍ୟବାସୀଙ୍କୁ ଅକ୍ଷୟ ତୃତୀୟାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୦ା୫: ଆଜି ହେଉଛି ପବିତ୍ର ଅକ୍ଷୟ ତୃତୀୟା। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି,...

ଅକ୍ଷୟ ତୃତୀୟା ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୧୦।୫: ଆଜି ହେଉଛି ଅକ୍ଷୟ ତୃତୀୟା। ପ୍ରତିବର୍ଷ ବୈଶାଖ ଶୁକ୍ଳପକ୍ଷ ତୃତୀୟା ତିଥିରେ ସମର୍ପଣ ଓ ଭକ୍ତିଭାବପୂର୍ବକ ପାରମ୍ପରିକ ରୀତିରେ କୃଷକ ତଥା ଲୋକମାନଙ୍କ ଦ୍ୱାରା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri