ବିଧାନସଭାରେ ରାତିତମାମ ବିତର୍କ, ଭୋର ୪ଟା ୨୯ ମିନିଟରେ ପାରିତ ହେଲା ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୪
ଓଡ଼ିଶା ବିଶ୍ବବିଦ୍ୟାଳୟ (ସଂଶୋଧନ) ବିଲ୍ ୨୦୨୪ ଉପରେ ବିଧାନସଭାରେ ବୁଧବାର ଅପରାହ୍ନ ୪ଟାରୁ ଆରମ୍ଭ ହୋଇଥିବା ଆଲୋଚନା ରାତିତମାମ ଜାରି ରହିଥିଲା। ରାତି ୨ଟାରେ ରିପୋର୍ଟ ପ୍ରସ୍ତୁତି ସୁଦ୍ଧା ବିଲ୍ ଉପରେ ବିରୋଧୀ ଆଣିଥିବା ସଂଶୋଧନ ପ୍ରସ୍ତାବ ଉପରେ ବିତର୍କ...
ରାଜ୍ୟର ସମୃଦ୍ଧ ବୟନ ଐତିହ୍ୟକୁ ମିଳିବ ପ୍ରୋତ୍ସାହନ: ସରକାରୀ କର୍ମଚାରୀ ପିନ୍ଧିବେ ହସ୍ତତନ୍ତ ପୋଷାକ
ଭୁବନେଶ୍ୱର,୨।୪: ‘ଓଡ଼ିଆ ପକ୍ଷ’ ଉତ୍ସବର ଏକ ଅଂଶ ସ୍ୱରୂପ, ଓଡ଼ିଶା ସରକାର ରାଜ୍ୟର ସମୃଦ୍ଧ ବୟନ ଐତିହ୍ୟକୁ ପ୍ରୋତ୍ସାହିତ କରିବା ପାଇଁ ଗୁରୁବାର ହସ୍ତତନ୍ତ ପୋଷାକ ପିନ୍ଧିବାକୁ ତାଙ୍କର କର୍ମଚାରୀ ଏବଂ ଜନସାଧାରଣଙ୍କୁ ଅନୁରୋଧ କରିଛନ୍ତି। ‘ଆମ ପୋଷାକ ଆମ...
ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ, ଲକ୍ଷେ ଟଙ୍କା ଲାଞ୍ଚ ନେବା ବେଳେ ଧରାପଡ଼ିଲେ
ଭୁବନେଶ୍ୱର,୨।୪: ଗ୍ରାମୀଣ କାର୍ଯ୍ୟ ବିଭାଗର ସହକାରୀ ଯନ୍ତ୍ରୀ କାମ ବିଲ୍ ପରିଶୋଧ କରିବା ପାଇଁ ଲାଞ୍ଚ ଦାବି ଏବଂ ଗ୍ରହଣ କରୁଥିବା ସମୟରେ ଓଡ଼ିଶା ଭିଜିଲାନ୍ସ ଅଧିକାରୀଙ୍କ ହାତରେ ଧାରା ପଡିଛନ୍ତି। ଭିଜିଲାନ୍ସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ସହକାରୀ...
ସିଏଜିଙ୍କ ହାତରେ ଖଣି ଦୁର୍ନୀତି: ସରକାରଙ୍କ ବିପୁଳ ପରିମାଣର ରାଜସ୍ବ ହାନି
ଭୁବନେଶ୍ୱର,୨ା୪(ରବିନାରାୟଣ ଜେନା): ରାଜ୍ୟରେ ଗତ ୨୨ ବର୍ଷରେ ଖଣିଜ ଅଞ୍ଚଳରେ ଲିଜ୍ଧାରୀମାନେ କିଭଳି ମନଇଚ୍ଛା ଖଣିଜ ପଦାର୍ଥ ଉତ୍ତୋଳନ କରିଛନ୍ତି ତା’ର ଦସ୍ତାବିଜ୍ ରାଜ୍ୟ ମହାଲେଖାକାରଙ୍କ ହାତରେ ଲାଗିଛି। ଏଥିପାଇଁ ସୁପ୍ରିମ୍କୋର୍ଟଙ୍କ ହସ୍ତକ୍ଷେପ ପରେ ଦୁଇଟି ପର୍ଯ୍ୟାୟରେ ଖଣି ଲିଜ୍ଧାରୀମାନେ...
ନକଲିକୁ ଧରିଲା ଅସଲି ପୋଲିସ: ହୋମଗାର୍ଡ ଚାକିରି ଦେବାକୁ କହି ୩୦ରୁ ୪୦ ଆଶାୟୀଙ୍କୁ ଠକେଇ
କଟକ,୨।୪: କମିଶନରେଟ୍ ପୋଲିସର କଟକ ପୋଲିସ ବିଭାଗରେ ବିଭିନ୍ନ ପ୍ରକାରର ପଦବୀରେ ନିଯୁକ୍ତି ଦେବା ବାହାନାରେ ଚାକିରି ଆଶାୟୀମାନଙ୍କୁ ଠକୁଥିବା ଜଣେ ନକଲି ପୋଲିସ ଇନସପେକ୍ଟରଙ୍କୁ ଗିରଫ କରିଛି। ଗିରଫ ନକଲି ପୋଲିସ ଇନସପେକ୍ଟର କଟକ ଜିଲାର ତିଗିରିଆ ଥାନା...
୭୭ତମ ଭୁବନେଶ୍ୱର ପ୍ରତିଷ୍ଠା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ, ଦୁଇଦିନ ଉତ୍କଳ ମଣ୍ଡପରେ ସମାରୋହ
ଭୁବନେଶ୍ୱର,୨।୪: ଚଳିତ ବର୍ଷ ରାଜଧାନୀ ଭୁବନେଶ୍ୱରର ୭୭ ତମ ପ୍ରତିଷ୍ଠା ଦିବସ ପାଳନ କରାଯିବା ଉପଲକ୍ଷେ ରାଜ୍ୟ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ ବୁଧବାର ପୂର୍ବାହ୍ନରେ...
BJDରେ ବଡ଼ ହଲଚଲ
ଭୁବନେଶ୍ୱର, ୨।୪: କେନ୍ଦ୍ର ସରକାରଙ୍କ ଦ୍ୱାରା ସଂସଦରେ ଉପସ୍ଥାପିତ ହେବାକୁ ଥିବା ଓ୍ବକଫ (ସଂଶୋଧନ) ବିଲ ୨୦୨୪କୁ ବିଜୁ ଜନତା ଦଳ (ବିଜେଡି) ବିରୋଧ କରିବ ବୋଲି ଘୋଷଣା କରିଛି। ଏହି ବିଲ ଆଜି ଲୋକ ସଭାରେ ଉପସ୍ଥାପନ ପାଇଁ...
କେନ୍ଦ୍ର ଗୃହମନ୍ତ୍ରୀଙ୍କ ବସ୍ତର ଗସ୍ତ ପୂର୍ବରୁ ଭୟରେ ମାଓବାଦୀ; ଶାନ୍ତି ଆଲୋଚନା ପାଇଁ କଲେ ଅପିଲ୍
ମାଲକାନଗିରି,୨।୪: କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଦେଶରେ ମାଓବାଦୀଙ୍କ ସମୁଳ ନାଶ କରିବା ପାଇଁ ନିର୍ଦ୍ଦେଶ ଦେବା ପରେ କେନ୍ଦ୍ରୀୟ ସଶସ୍ତ୍ର ବାହିନୀ ପକ୍ଷରୁ ଅଭିଯାନ ଜୋରଦାର କରାଯାଇଛି। ଫଳରେ ଗତ କିଛିଦିନ ମଧ୍ୟରେ ଅନେକ ମାଓବାଦୀ ନିପାତ ହୋଇଛନ୍ତି।...
୨୪ଘଣ୍ଟାରେ ବିଜୁଳି ଘଡଘଡି ସହ ପ୍ରବଳ ବର୍ଷା, ଆର୍ଲଟ କଲା ପାଣିପାଗ ବିଭାଗ
ଭୁବନେଶ୍ୱର,୨।୪: ପାଣିପାଗକୁ ନେଇ ବଡ଼ ଅପଡେଟ । ଆସୁଛି ବଡ଼ ବର୍ଷା । କେବଳ ସେତିକି ନୁହେଁ ୫ ଦିନ ଯାଏ କୁଆପଥର ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜିଠୁ ପାଗରେ ପରିବର୍ତ୍ତନ ହେବ...
ପ୍ରେମିକଙ୍କୁ ଅପହରଣ କରି ବନ୍ଧାହେଲେ ପ୍ରେମିକା, ୧୦ ଲକ୍ଷ ଟଙ୍କାର ବି ରଖିଥିଲେ ମୁଣ୍ଡ ଜାମିନ
ଭୁବନେଶ୍ୱର,୨ା୪: ରାଜଧାନୀ ଭୁବନେଶ୍ୱରରେ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ସବୁବେଳେ ଖବର ଆସେ ପ୍ରେମିକାଙ୍କୁ ଅପହରଣ କରିନେଇଛନ୍ତି ପ୍ରେମିକ। ମାତ୍ର ଆଜିର ଘଟଣା ଟିକେ ନିଆରା। ପ୍ରେମିକଙ୍କୁ ଅପହରଣ କରି ନେଇ ପ୍ରେମିକା ପୋଲିସ ହାତରେ ବନ୍ଧା ହୋଇଛନ୍ତି।...
ପୁଣି ବଢ଼ିଲା କିଟ୍ ଅଡ଼ୁଆ, ମୃତ ଛାତ୍ରଙ୍କ ବାପା କହିଲେ…
ଭୁବନେଶ୍ୱର,୨।୪: ପୁଣି ବଢ଼ିଲା କିଟ୍ ଅଡ଼ୁଆ। କିଟ୍ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଲେ ମୃତ ଛାତ୍ରଙ୍କ ଅର୍ଣ୍ଣବଙ୍କ ବାପା। କିଟ୍ କର୍ତ୍ତୃପକ୍ଷଙ୍କ ଅବହେଳାରୁ ପୁଅର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି। କର୍ତ୍ତୃପକ୍ଷଙ୍କ ଉପରେ କ୍ଷୋଭ ସହ ମ୍ୟାନେଜମେଣ୍ଟ ଅବହେଳାକୁ ଦାୟୀ...
କମେଣ୍ଟ ମରାକୁ ନେଇ ରାଜଧାନୀରେ ବୁଲିଲା ଖଣ୍ଡା: ୨ ଗୁରୁତର
ଭୁବନେଶ୍ୱର,୨।୪: ରାଜଧାନୀରେ ବୁଲିଲା ଖଣ୍ଡା। ଏଥିରେ ୨ ଯୁବକ ଗୁରୁତର ହୋଇଛନ୍ତି। ଖଣ୍ଡଗିରି ଥାନା ପାତ୍ରପଡ଼ାରେ ୨ ଯୁବକଙ୍କୁ ହାଣି ପକାଇଛନ୍ତି। କମେଣ୍ଟ ମରା ଓ ପୂର୍ବ ଶତ୍ରୁତାରୁ ସଂଘବଦ୍ଧ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ୨ ଗୁରୁତରଙ୍କୁ ଏମ୍ସରେ...
Archives


