ରାଜ୍ୟର ୧୪ କରୋନା ଆକ୍ରାନ୍ତ ସୁସ୍ଥ: ମୋଟ ଆରୋଗ୍ୟ ସଂଖ୍ୟା ୫୫କୁ ବୃଦ୍ଧି
ଭୁବନେଶ୍ୱର,୧ା୫(ବ୍ୟୁରୋ): ରାଜ୍ୟରେ ୧୪ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ଜଣାଯାଇଛି। ଏମାନଙ୍କ ମଧ୍ୟରୁ କେନ୍ଦ୍ରାପଡ଼ାରୁ ଜଣେ, ଭୁବନେଶ୍ୱରରୁ ୩ଜଣ, ବାଲେଶ୍ୱରରୁ ୩ଜଣ ଏବଂ ଭଦ୍ରକରୁ...
୭ରୁ ସଂଗ୍ରହ ହେବ ଡାଲି, ତୈଳବୀଜ
ଭୁବନେଶ୍ୱର,୧।୫(ବ୍ୟୁରୋ): ଆସନ୍ତା ୭ ତାରିଖରୁ ମାର୍କଫେଡ ଚାଷୀଙ୍କଠାରୁ ଡାଲି ଓ ତୈଳବୀଜ ସଂଗ୍ରହ କରିବ। କେନ୍ଦ୍ର ସରକାରଙ୍କ ଦ୍ୱାରା ସ୍ଥିରୀକୃତ ସର୍ବନିମ୍ନ ସହାୟକ ମୂଲ୍ୟଜ (ଏମ୍ଏସ୍ପି)ରେ ଚାଷୀମାନଙ୍କଠାରୁ ମୁଗ, ବିରି, ଚିନାବାଦାମ ଓ ସୂର୍ଯ୍ୟମୁଖୀ ମଞ୍ଜି କ୍ରୟ କରାଯିବ। ଚଳିତ...
ଲକ୍ଡାଉନ କଟକଣା କୋହଳ: ଜନଜାତିଙ୍କ ଜୀବିକା ସୁରକ୍ଷାକୁ ଗୁରୁତ୍ୱ
ଭୁବନେଶ୍ୱର,୧।୫(ବ୍ୟୁରୋ): କୋଭିଡ୍-୧୯ରେ ଜଙ୍ଗଲଜାତ ଦ୍ରବ୍ୟ ଉପରେ ନିର୍ଭରଶୀଳ ଜନଜାତି ଏବଂ ଅନ୍ୟମାନଙ୍କ ଜୀବନଜୀବିକାକୁ ସୁରକ୍ଷିତ ରଖିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଶେଷ ଗୁରୁତ୍ୱ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ନର୍ସରୀ ଚାରା ପ୍ରସ୍ତୁତି...
କମିଶନରେଟ ପୋଲିସର ନୂଆ କଟକଣା: ନିୟମ ନ ମାନିଲେ ଦୋକାନୀ, ଗ୍ରାହକ ଗଣିବେ ୫ଶହ ଜରିମାନା
ଭୁବନେଶ୍ୱର,୧।୫(ବ୍ୟୁରୋ): ଲକ୍ଡାଉନ୍ ଜାରି ରହିଥିବାବେଳେ କଟକ ଓ ଭୁବନେଶ୍ୱରରେ କେତେକ ନିର୍ଦ୍ଦିଷ୍ଟ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି। ଦୋକାନଗୁଡିକରେ ସାମାଜିକ ଦୂରତ୍ୱ ବଜାୟ ସହ ଅନ୍ୟସବୁ ନିୟମ ପାଳନ ଉପରେ ଗୁରୁତ୍ୱ ଦେଇ ଗୁରୁବାର ନୂଆ ଗାଇଡ୍ଲାଇନ୍ ଜାରି କରିଛି...
ଗୋଟିଏ ସ୍ଥାନରେ ୫ରୁ ଅଧିକ ଦୋକାନ ଥିଲେ ମିଳିବନି ଅନୁମତି
ଭୁବନେଶ୍ୱର,୧।୫(ବ୍ୟୁରୋ): ଦୋକାନ ଖୋଲିବା ନେଇ ବାରମ୍ବାର ଗାଇଡ୍ଲାଇନ୍ ଓ କଟକଣା ଲାଗୁ କରାଯାଉଥିବାରୁ ବ୍ୟବସାୟୀମାନେ ଦ୍ୱନ୍ଦ୍ୱରେ ପଡୁଛନ୍ତି। ଗୁରୁବାର ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) କମିଶନର ପ୍ରେମଚନ୍ଦ୍ର ଚୌଧାରୀ ଏହି ଦ୍ୱନ୍ଦ୍ୱକୁ ଦୂର କରି କହିଛନ୍ତି, ଭୁବନେଶ୍ୱରରେ ସମସ୍ତ ଅତ୍ୟାବଶ୍ୟକ...
ତାମିଲନାଡୁରେ ଅଟକିଥିବା ଶ୍ରମିକଙ୍କୁ ଫେରାଇବାକୁ ଉଦ୍ୟମ
ଭୁବନେଶ୍ୱର,୧।୫(ବ୍ୟୁରୋ): କରୋନା ସଂକ୍ରମଣ ପାଇଁ ଲକ୍ଡାଉନ ଜାରି ରହିଥିବାବେଳେ ଅନ୍ୟ ରାଜ୍ୟଗୁଡ଼ିକରେ ଫସିଥିବା ପ୍ରବାସୀ ଓଡ଼ିଆଙ୍କୁ ନେଇ ରାଜ୍ୟ ସରକାର ବିଶେଷ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଅନ୍ୟ ରାଜ୍ୟରେ ଅଟକିଥିବା ଶ୍ରମିକମାନେ ଖାଇବା, ରହିବା ଏବଂ କାମ କରିବାର ସୁବିଧା...
ଏଡିଆର୍ଆଇରେ ହେବ କରୋନା ପରୀକ୍ଷା
କଟକ ଅଫିସ୍,୧।୫: କଟକ ଫୁଲନଖରାସ୍ଥିତ ପ୍ରାଣୀ ରୋଗ ଗବେଷଣା ପ୍ରତିଷ୍ଠାନ(ଏଡିଆର୍ଆଇ)ରେ କରୋନା ଭୂତାଣୁ ପରୀକ୍ଷା କରାଯିବ। ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗକୁ ସହଯୋଗ କରିବା ଲାଗି ଏହି ପଦକ୍ଷେପ ନିଆଯାଇଛି। ଗୁରୁବାର ରାଜ୍ୟ ମତ୍ସ୍ୟ...
କରୋନା ଆଣିଲା ବ୍ୟତିକ୍ରମ
ଭୁବନେଶ୍ୱର,୧।୫(ବ୍ୟୁରୋ): କରୋନା ମହାମାରୀରେ ପରିଣତ ହୋଇଛି। ଏହି ସ୍ବାସ୍ଥ୍ୟ ବିପର୍ଯ୍ୟୟ ଦ୍ୱାରା ସାଧାରଣ ଜନତାର ସାମ୍ପ୍ରତିକ ସ୍ଥିତିରେ ପରିବର୍ତ୍ତନ ଆସିଛି। ଅର୍ଥନୈତିକ ସ୍ଥିତି ଘୋର ପ୍ରଭାବିତ ହୋଇଛି। ରାଜ୍ୟ ତଥା ଦେଶକୁ ଚଳାଉଥିବା ବ୍ୟବସ୍ଥାରେ ମଧ୍ୟ ପରିବର୍ତ୍ତନ ଦେଖାଦେଇଛି। କେତେକେ...
ଗୋଟିଏ ଶିଫ୍ଟ ଖୋଲିବ ବିମାନବନ୍ଦର
ଭୁବନେଶ୍ୱର,୧।୫(ବ୍ୟୁରୋ): ଏଣିକି ଆଉ ୨୪ ଘଣ୍ଟା ନୁହେଁ, ଗୋଟିଏ ଶିଫ୍ଟରେ ଚାଲିବ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର। ଲକ୍ଡାଉନ୍ ଉଠିବା ପରେ ବିମାନବନ୍ଦର ଦିନକୁ ଗୋଟିଏ ଶିଫ୍ଟ ଯାତ୍ରୀଙ୍କୁ ସେବା ଯୋଗାଇବ। ପୂର୍ବଭଳି ଏକାସଙ୍ଗେ ୩/୪ଟି ବିମାନ ଆସିବନି କି...
ଆଜିଠାରୁ ଖୋଲିବ କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ
ଭୁବନେଶ୍ୱର,୧।୫(ବ୍ୟୁରୋ): ରାଜ୍ୟରେ ଥିବା ସମସ୍ତ ଅଣୁ, କ୍ଷୁଦ୍ର୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍ଏସ୍ଏମ୍ଇ) ଶୁକ୍ରବାରଠାରୁ ଖୋଲିବାକୁ ରାଜ୍ୟ ସରକାର ଅନୁମତି ଦେଇଛନ୍ତି। ଫଳରେ ଦୀର୍ଘ ଦେଢ଼ମାସ ହେବ ବନ୍ଦ ରହିଥିବା ଏହି ୩ ଲକ୍ଷ କ୍ଷୁଦ୍ର ଉଦ୍ୟୋଗ କାର୍ଯ୍ୟକ୍ଷମ ହେବ।...
ଲଘୁଚାପ: ଓଡ଼ିଶା ଉପରେ ପ୍ରଭାବ ନାହିଁ, କେତେକ ଜିଲାରେ ଝଡ଼ବର୍ଷା ସମ୍ଭାବନା
ଭୁବନେଶ୍ୱର,୧।୫(ବ୍ୟୁରୋ): ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଆଣ୍ଡାମାନ ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ ସୃଷ୍ଟି ହେବ। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ଅବପାତ ରୂପ ନେବାର ସମ୍ଭାବନା ରହିଛି। ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଲଘୁଚାପ...
ଓଡ଼ିଶା ପାଇଁ ଆସିପାରେ ଗମ୍ଭୀର ସ୍ଥିତି: ଆଶଙ୍କା ପ୍ରକାଶ କରୁଛନ୍ତି ସ୍ବାସ୍ଥ୍ୟ ବିଶାରଦ
ଭୁବନେଶ୍ୱର,୧।୫(ବ୍ୟୁରୋ): ଓଡ଼ିଶାରେ କରୋନା ଭୂତାଣୁ ସଂକ୍ରମଣ ବଢ଼ୁଥିବାରୁ ଏହା ରାଜ୍ୟ ସରକାରଙ୍କ ମୁଣ୍ଡବ୍ୟଥାର କାରଣ ପାଲଟିବାରେ ଲାଗିଛି। ମାର୍ଚ୍ଚ ୩୧ ତାରିଖରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ଥିଲା। କିନ୍ତୁ ମାସକ ପରେ ଏହା ୧୪୨ରେ ପହଞ୍ଚିଛି। ଅର୍ଥାତ...
Archives


