ଅକ୍ଟୋବର ୧ରୁ ବିମାନବନ୍ଦର ରନ୍ୱେ କାର୍ପେଟିଂ କାମ
ଭୁବନେଶ୍ୱର,୨୬।୮(ବ୍ୟୁରୋ): ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଆସନ୍ତା ଅକ୍ଟୋବର ୧ତାରିଖରୁ ରନ୍ୱେର କାର୍ପେଟିଂ କାମ ଆରମ୍ଭ ହେବ। ୪ମାସ ଧରି କାର୍ପେଟିଂ କାମ ଚାଲିବ। ପ୍ରତିଦିନ ରାତି ୧୧ଟାରୁ ସକାଳ ୭ଟା ପର୍ଯ୍ୟନ୍ତ କାମ ହେବ। ଏଥିପାଇଁ ଏହି ସମୟରେ...
ତୁଟୁନି ଭାଜପା-ବିଜେଡି ଆବାସ କଳି
ଭୁବନେଶ୍ୱର,୨୬।୮(ବ୍ୟୁରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସବୁ ଜିଲାରେ ଦୁର୍ନୀତି ହୋଇଥିବା ନେଇ ଭାଜପା ଅଭିଯୋଗ କରିଛି। ଭାଜପାର ଅଭିଯୋଗ ପରେ ବିଜେଡି ମଧ୍ୟ ପଲଟା ଜବାବ ରଖିଛି। ଯଦି ଆବାସ ଯୋଜନରାରେ ଦୁର୍ନୀତି ହେଉଛି, ତେବେ କେଉଁ ଆଧାରରେ ଓଡିଶାକୁ...
ବଜେଟ୍ ପ୍ରକ୍ରିୟାରେ ସ୍ବଚ୍ଛତା: ୩ୟରେ ଓଡ଼ିଶା
ଭୁବନେଶ୍ୱର,୨୬।୮(ବ୍ୟୁରୋ): ରାଜ୍ୟର ଆର୍ଥିକ ପ୍ରସଙ୍ଗରେ ୫-ଟି ଫ୍ରେମଓ୍ବାର୍କ କାର୍ଯ୍ୟକାରୀ କରିବା ସହ ଅନ୍ୟ ରାଜ୍ୟଗୁଡିକ ତୁଳନାରେ ବଜେଟ୍ ସ୍ବଚ୍ଛତା ରକ୍ଷା କରିବାରେ ଓଡ଼ିଶା ଦେଶରେ ତୃତୀୟ ସ୍ଥାନ ଅଧିକାର କରିଛି। ମଙ୍ଗଳବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀଙ୍କ...
‘ଡିଜିନ୍’ ମାଗାଜିନ୍ରେ ଓଡ଼ିଶା କୃଷିଭବନ
ଭୁବନେଶ୍ୱର, ୨୬।୮(ବ୍ୟୁରୋ): ଅନ୍ତର୍ଜାତୀୟ ସ୍ତରରେ ଅନେକ ପ୍ରଶଂସା ସାଉଣ୍ଟିଥିବା ଓଡ଼ିଶାର କଳା ଏବେ ଆଉ ଏକ ମାଇଲଖୁଣ୍ଟ ଛୁଇଁଛି। ବିଶ୍ୱସ୍ତରୀୟ ସ୍ଥାପତ୍ୟ କଳା ମାଗାଜିନ ‘ଡିଜିନ୍’ରେ ଓଡ଼ିଶା କୃଷି ଭବନର ସ୍ଥାପତ୍ୟ କଳା ସ୍ଥାନ ପାଇଛି। ଏହି ପତ୍ରିକାରେ କୌଣସି...
ପ୍ରବଳ ବର୍ଷା, ଜନଜୀବନ ଅସ୍ତବ୍ୟସ୍ତ
ଭୁବନେଶ୍ୱର,୨୬ା୮(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ଆଖାପଖ ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ମଙ୍ଗଳବାର ଆହୁରି ଘନୀଭୂତ ହୋଇଛି। ଲଘୁଚାପ ଯୋଗୁ ସୋମବାର ରାତିରୁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗିରହିଛି। ତୁହାକୁ ତୁହା ଲଗାଣ ବର୍ଷା ଯୋଗୁ...
ରାଜଧାନୀରେ ବିଗୁଡୁଛି କରୋନା ସ୍ଥିତି: ଆଜି ଚିହ୍ନଟ ହେଲେ ୩୩୨ ଆକ୍ରାନ୍ତ, ଜାଣନ୍ତୁ କେଉଁଠୁ କେତେ..
ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜଧାନୀରେ ଦିନକୁ ଦିନ ସଙ୍ଗୀନ ହେଉଛି କରୋନା ସ୍ଥିତି। ମଙ୍ଗଳବାର ଭୁବନେଶ୍ୱରରୁ ପୁଣି ୩୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୭୩ଜଣ କ୍ୱାରାଣ୍ଟାଇନ୍ କେସ୍ ଥିବା ବେଳେ ୧୫୯ ଲୋକାଲ କେସ୍ ରହିଛି। ଏହାକୁ ମିଶାଇ ରାଜଧାନୀରେ...
ଏଣିକି ୨୨ଶହ ନୁହେଁ ୧୨ଶହ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ଶସ୍ତା ହେଲା କୋଭିଡ ଟେଷ୍ଟ। ଏଣିକି ଘରୋଇ ସଂସ୍ଥାରେ କୋଭିଡ୍ ଟେଷ୍ଟ ପୂର୍ବଠାରୁ ଶସ୍ତା ହେବ। ଆର୍ଟି ପିସିଆର୍ ଟେଷ୍ଟ ୧୨ଶହ ଟଙ୍କାରେ ହେବ। ପୂର୍ବରୁ ଏହା ୨୨ଶହ ଟଙ୍କା ଥିଲା। ଏନେଇ ମଙ୍ଗଳବାର ଅତିରିକ୍ତ ମୁଖ୍ୟ ଶାସନ...
କୋଭିଡ୍-୧୯ ସହାୟତା: ଗ୍ରାମାଞ୍ଚଳର ଗରିବ, ଅତିଗରିବଙ୍କ ପାଇଁ ସ୍ବତନ୍ତ୍ର ପ୍ୟାକେଜ୍
ଭୁବନେଶ୍ୱର, ୨୫।୮(ବ୍ୟୁରୋ): କରୋନା ମହାମାରୀରେ କ୍ଷତିଗ୍ରସ୍ତ ହୋଇଥିବା ଗ୍ରାମାଞ୍ଚଳ ଜୀବନ ଜୀବିକାର ବିକାଶ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର କୋଭିଡ୍-୧୯ ସହାୟତା ପ୍ୟାକେଜ୍କୁ ଅନୁମୋଦନ କରିଛନ୍ତି। ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ମନ୍ତ୍ରୀ ପ୍ରତାପ ଜେନା ଏହି...
ଏନ୍ଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ ନବୀନଙ୍କ ଦାବି: କେନ୍ଦ୍ରକୁ ଲେଖିଲେ ଚିଠି
ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଏନ୍ଇଇଟି ଓ ଜେଇଇ ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କୋଭିଡ୍ ସଂକ୍ରମଣକୁ ଦୃଷ୍ଟିରେ ରଖି ପରୀକ୍ଷା ଘୁଞ୍ଚାଇବାକୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କୁ ସେ ଅନୁରୋଧ କରିଛନ୍ତି।...
ଓଡ଼ିଶାରୁ ଦୁଇଜଣ ଶିକ୍ଷକ ପାଇବେ ଜାତୀୟ ପୁରସ୍କାର
ଭୁବନେଶ୍ୱର, ୨୫।୮(ବ୍ୟୁରୋ): ଚଳିତବର୍ଷ ଜାତୀୟ ଶିକ୍ଷକ ପୁରସ୍କାର ପାଇଁ ଓଡ଼ିଶାରୁ ଦୁଇଜଣ ଶିକ୍ଷକ ମନୋନୀତ ହୋଇଛନ୍ତି। ସେମାନେ ହେଲେ ବୌଦ୍ଧ ଜିଲାର ହାଡ଼ଭଙ୍ଗା ଅନ୍ତର୍ଗତ ସରସରାସ୍ଥିତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବସନ୍ତ କୁମାର ସାହୁ ଓ ଖୋର୍ଦ୍ଧା...
ଖାଦ୍ୟ ଚାହିଦା ପୂରଣ କରିବ ନୂଆ ଚାଷ ପ୍ରଣାଳୀ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ଖାଦ୍ୟ ଚାହିଦା ପୂରଣ କରିବାକୁ ହେଲେ କୃଷିକ୍ଷେତ୍ରରେ ନୂତନ ଚାଷ ପ୍ରଣାଳୀ ଓ ବୈଜ୍ଞାନିକ ଜ୍ଞାନକୌଶଳର ପ୍ରୟୋଗ ଆବଶ୍ୟକ। ସୀମିତ ଚାଷ ଜମିରୁ ଅଧିକ ଖାଦ୍ୟ ସାମଗ୍ରୀ ଉପତ୍ାଦନ ଏବଂ ଓଡ଼ିଶା ପରି ଏକ ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ରାଜ୍ୟରେ...
୧୪ ମାସ ପରେ ୫ ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୨୫।୮(ବ୍ୟୁରୋ):,ନୟାପଲୀ ଥାନା ଅନ୍ତର୍ଗତ ସାଲିଆସାହିର ରିଙ୍କୁ ସ୍ବାଇଁ ହତ୍ୟା ଘଟଣାର ୧୪ ମାସ ପରେ ପୋଲିସ ୫ ଅଭିଯୁକ୍ତଙ୍କୁ ବାଲେଶ୍ୱର ଓ ଖୋର୍ଦ୍ଧାରୁ ଗିରଫ କରିଛି। ସେମାନେ ହେଲେ କଟକ ବାଙ୍କୀର ସୌମ୍ୟରଞ୍ଜନ ମହାପାତ୍ର(୨୩), ଗଞ୍ଜାମ ଦିଗପହଣ୍ଡି ଅଞ୍ଚଳର ବଳରାମ...
Archives


