୨୦ରୁ ଶୀତ ଅଧିବେଶନ
ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଚଳିତମାସ ୨୦ ତାରିଖରୁ ଶୀତ ଅଧିବେଶନ ଆରମ୍ଭ ହେବ। ଏହା ୨୦ରୁ ଆରମ୍ଭ ହୋଇ ୩୧ ପର୍ଯ୍ୟନ୍ତ ଚାଲିବ। ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ସୂଚନାଯୋଗ୍ୟ, କରୋନା ମହାମାରୀ ଯୋଗୁ ବଜେଟ୍ ଅଧିବେଶନ କାଣ୍ଟ୍ଛାଣ୍ଟ ହୋଇଥିଲା। ଏପରିକି ଅନେକ…
ରାଜଧାନୀରେ ଖସୁଛି କରୋନା ଗ୍ରାଫ୍: ଆଜି ୭୫ ଚିହ୍ନଟ, ସୁସ୍ଥ ହେଲେ ୧୪୨
ଭୁବନେଶ୍ୱର,୪ା୧୧(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ ଏହି କିଛିଦିନ ହେବ ଲଗାତର କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମୁଛି। ଏପରିକି ଶହେ ତଳେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ରହୁଛି। ବୁଧବାର ରାଜଧାନୀରୁ ୭୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍ରୁ ୧୪ ଜଣ ଚିହ୍ନଟ…
ଏ ମାସରେ ଖୋଲିବ ସ୍କୁଲ
ଭୁବନେଶ୍ୱର, ୪।୧୧(ବ୍ୟୁରୋ): ନଭେମ୍ବର ମାସରେ ହିଁ ରାଜ୍ୟରେ ଖୋଲିବ ସ୍କୁଲ। ୫ଟି ବର୍ଗର ଅଂଶୀଦାରଙ୍କ ସହ ଆଲୋଚନା ପରେ ବୁଧବାର ଏହି ସୂଚନା ଦେଇଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ। ତେବେ ସ୍କୁଲ ଖୋଲିବା ନେଇ ଏସ୍ଓପି ଏବେ ଡ୍ରାଫ୍ଟ ଷ୍ଟେଜ୍ରେ…
CORONAVIRUS UPDATE: ରାଜ୍ୟରେ ପୁଣି ୧୪୭୪ ପଜିଟିଭ ଚିହ୍ନଟ; ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଲା ୨,୯୫,୮୮୯ରେ
ଭୁବନେଶ୍ୱର, ୪।୧୧(ବ୍ୟୁରୋ): ରାଜ୍ୟରେ ବୁଧବାର ପୁଣି ୧୪୭୪ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ନୂଆ…
୧୦ରେ ବର୍ଷା ସମ୍ଭାବନା
ଭୁବନେଶ୍ୱର,୪ା୧୧(ବ୍ୟୁରୋ): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଘୂର୍ଣ୍ଣିବଳୟ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୧୦ ତାରିଖରେ ଉପକୂଳ ଏବଂ ଉତ୍ତର ଓଡ଼ିଶାରେ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା ୧୨ ତାରିଖ ଯାଏ ସ୍ବଳ୍ପରୁ ମଧ୍ୟମ ଧରଣର…
ଶେଷ ହେଲା ତିର୍ତ୍ତୋଲ, ବାଲେଶ୍ୱର ଉପନିର୍ବାଚନ: ଇଭିଏମ୍ରେ ସିଲ୍ ୧୫ ଜଣଙ୍କ ଭାଗ୍ୟ
ଭୁବନେଶ୍ୱର,୩ା୧୧(ବ୍ୟୁରୋ)-ତିର୍ତ୍ତୋଲ ଏବଂ ବାଲେଶ୍ୱର ବିଧାନସଭା ଉପନିର୍ବାଚନ ମଙ୍ଗଳବାର ଶେଷ ହୋଇଛି। ଉଭୟ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ୧୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ଇଭିଏମ୍ରେ ସିଲ୍ ହୋଇଯାଇଛି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଉଭୟ…
ରାଜ୍ୟରେ ସୁସ୍ଥ ହେଲେ ୧୪୬୨ କରୋନା ଆକ୍ରାନ୍ତ
ଭୁବନେଶ୍ୱର,୩ା୧୧(ବ୍ୟୁରୋ)-ରାଜ୍ୟରେ ମଙ୍ଗଳବାର ଆଉ ୧୪୬୨ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୭୩ ଆକ୍ରାନ୍ତ ସୁସ୍ଥ ହୋଇଥିବାବେଳେ କଟକରୁ ୧୨୮, କେନ୍ଦ୍ରାପଡାରୁ ୧୦୪, ସୁନ୍ଦରଗଡରୁ ୭୭, ଅନୁଗୋଳରୁ ୭୨, ବଲାଙ୍ଗିରରୁ ୬୫, ପୁରୀରୁ ୫୬, ବାଲେଶ୍ୱରରୁ ୫୪, ଝାରସୁଗୁଡାରୁ…
ବାଣ ବିକ୍ରି ଓ ଫୁଟାଇବା ଉପରେ ଲାଗିଲା କଟକଣା
ଭୁବନେଶ୍ୱର,୩।୧୧(ବ୍ୟୁରୋ)-ମହାମାରୀ କରୋନାକୁ ନଜରରେ ରଖି ଆସନ୍ତା ଦୀପାବଳିରେ ବାଣ ବିକ୍ରି ଓ ଫୁଟାକୁ ନିଷିଦ୍ଧ ଘୋଷଣା କରାଯାଇଛି। ନଭେମ୍ବର ୧୦ ରୁ ୩୦ ପର୍ଯ୍ୟନ୍ତ ଏହି କଟକଣା ସାରା ରାଜ୍ୟରେ ଜାରି ରହିବ। ଏ ନେଇ ମଙ୍ଗଳବାର ସ୍ବତନ୍ତ୍ର ରିଲିଫ କମିଶନର…
ଭୁବନେଶ୍ୱରରୁ ଆଜି ୬୯ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୧୮୦
ଭୁବନେଶ୍ୱର,୩।୧୧(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ଆଜି ଆଉ ୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ କ୍ୱାରାଣ୍ଟାଇନରୁ ୧୪ ଜଣ ଚିହ୍ନଟ ହୋଇଥିବାବେଳେ ଲୋକାଲ କଣ୍ଟାକ୍ଟ କେସ ୫୫ ରହିଛି। ସେହିପରି ଆଜି ଭୁବନେଶ୍ୱରରୁ ୧୮୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।…
ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା ପ୍ରକାଶିତ: ସୁଶ୍ରୀ ସୁଭସ୍ମିତା ବେଷ୍ଟ ଗ୍ରାଜୁଏଟ୍
ଭୁବନେଶ୍ୱର, ୩।୧୧(ବ୍ୟୁରୋ): ବହୁ ବାଦବିବାଦ ପରେ ଶେଷରେ ପ୍ରକାଶ ପାଇଲା ରମାଦେବୀ ବିଶ୍ୱବିଦ୍ୟାଳୟ ଟପ୍ପର ତାଲିକା। ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ପକ୍ଷରୁ ୟୁଜି ଓ ପିଜି ବର୍ଗର ଟପ୍ପର ତାଲିକା ପ୍ରକାଶ ପାଇଛି। ୟୁଜିରେ ଶୁଭସ୍ମିତା ନାୟକ ବେଷ୍ଟ ଗ୍ରାଜୁଏଟ୍ ହୋଇଛନ୍ତି। ଅକ୍ଟୋବର…
ଉପନିର୍ବାଚନ: ୧୧ଟା ସୁଦ୍ଧା ମତଦାନ ହାର ୨୬.୨୪ %
ଭୁବନେଶ୍ୱର,୩ା୧୧(ବ୍ୟୁରୋ): ତିର୍ତ୍ତୋଲ ଏବଂ ବାଲେଶ୍ୱର ସଦର ବିଧାନସଭା ଉପନିର୍ବାଚନ ପାଇଁ କଡ଼ା କଟକଣା ମଧ୍ୟରେ ମଙ୍ଗଳବାର ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଯାଇଛି। ଏହି ମତଦାନ ଜାରି ରହିଥିବା ବେଳେ ଦିନ ୧୧ଟା ସୁଦ୍ଧା ହାରାହାରି ୨୬.୨୪ % ମତଦାନ ହୋଇଥିବା…
ପୁଣି ରାଜ୍ୟରେ ୧୨ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୩।୧୧(ବ୍ୟୁରୋ): ରାଜ୍ୟରେ ମଙ୍ଗଳବାର ଆଉ ୧୨ ଜଣଙ୍କ ମୁଣ୍ଡ ନେଇଛି କରୋନା। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୩୫୨ ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି। ତେବେ ରାଜ୍ୟରେ…
Archives


