ମେଟ୍ରୋ

ରାଉରକେଲା ଏୟାରଷ୍ଟ୍ରିପ୍‌ରୁ ଖୁବ୍‌ଶୀଘ୍ର ବିମାନ ଉଡ଼ାଣ

ଭୁବନେଶ୍ୱର, (ବ୍ୟୁରୋ)/ ରାଉରକେଲା ଅଫିସ, ୧୬।୨: ବେସାମରିକ ବିମାନ ଚଳାଚଳ ସୁରକ୍ଷା ମହାନିର୍ଦ୍ଦେଶିକା ଉଷା ପାଢ଼ୀ ସୋମବାର ରାଉରକେଲା ଏୟାରଷ୍ଟ୍ରିପ ପରିଦର୍ଶନ କରିଛନ୍ତି। ଏଥିସହ ରାଉରକେଲା ଷ୍ଟିଲ୍‌ ପ୍ଲାଣ୍ଟ ସିଇଓ ଦୀପକ ଚଟ୍ଟରାଜ ଓ ଜିଲା ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ସହ…

‘ପ୍ରସ୍ତୁତ ହୋଇନି ଲିଙ୍ଗରାଜ ମନ୍ଦିର ବାଇ-ଲ’ ଡ୍ରାଫ୍ଟ’

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଏକାମ୍ର କ୍ଷେତ୍ରର ଲିଙ୍ଗରାଜ ମନ୍ଦିର ଉପରୁ ବାଇ-ଲ’ ପ୍ରତ୍ୟାହାର ନେଇ ରାଜନୀତି ଥମିବାର ନାଁ ଧରୁନାହିଁ। ଏହି ପ୍ରସଙ୍ଗରେ ବିଜେଡି ଓ କଂଗ୍ରେସ ବାରମ୍ବାର କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିବାରେ ଲାଗିଛନ୍ତି। ସେହିପରି ଏହି ପ୍ରସଙ୍ଗରେ କଂଗ୍ରେସ ଦସ୍ତଖତ ଅଭିଯାନ…

ଅଶ୍ଳୀଳ ଭିଡିଓ ଭାଇରାଲ, ଯୁବକ ଗିରଫ

ବାଙ୍କୀ, ୧୬।୨(ସ୍ବ.ପ୍ର.): ବାଙ୍କୀ ଥାନା ଡମପଡ଼ା ବ୍ଲକ ଅଞ୍ଚଳର ଜଣେ ଯୁବତୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଥିବା ଗଞ୍ଜାମ ପୁରୁଷୋତ୍ତପୁରର କୃଷ୍ଣଚନ୍ଦ୍ର ନାଥଙ୍କୁ ଗୋପାଳପୁରଠାରୁ ପୋଲିସ ସୋମବାର ଗିରଫ କରି କୋର୍ଟ ଚାଲାଣ କରିଛି। କୃଷ୍ଣ କିଛିଦିନ ହେବ ଡମପଡ଼ା ବ୍ଲକ…

ଇ-ବିଧାନସଭା କର୍ମଶାଳା ଉଦ୍‌ଘାଟିତ

ଭୁବନେଶ୍ୱର,୧୬।୨(ବ୍ୟୁରୋ):  ବିଧାନସଭାର ସମସ୍ତ ଗୃହକାର୍ଯ୍ୟ ଡିଜିଟାଲ ବ୍ୟବସ୍ଥାରେ ପରିଚାଳିତ ହେବା ନେଇ ୨ ଦିନିଆ ଜାତୀୟ ଇ-ବିଧାନ ପ୍ରୟୋଗ କର୍ମଶାଳା ଓଡିଶା ବିଧାନସଭା ନୂଆ ସମ୍ମିଳନୀ କକ୍ଷରେ ସୋମବାର ଉଦ୍‌ଘାଟିତ ହୋଇଛି। ଏହି କର୍ମଶାଳାକୁ ବିଧାନସଭା ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର…

ଆଜି ମୁଖ୍ୟମନ୍ତ୍ରୀଙ୍କ ସୁନ୍ଦରଗଡ଼ ଗସ୍ତ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସୁନ୍ଦରଗଡ଼ ଜିଲା ଗସ୍ତରେ ଯାଉଛନ୍ତି। ରାଉରକେଲାଠାରେ ଦେଶର ସର୍ବବୃହତ୍‌ ହକି ଷ୍ଟାଡିୟମ ସହ ଜିଲାରେ ୧୭ଟି ବ୍ଲକରେ ଆଷ୍ଟ୍ରୋଟର୍ଫ ନିର୍ମାଣ ହେବ। ଜିଲାର ବିକାଶ ଲାଗି ସରକାର ପ୍ରାୟ ୪ ହଜାର ୮୦୦ କୋଟି…

ହାତୀ ମୃତ୍ୟୁ ରୋକିବାକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

ଭୁବନେଶ୍ୱର,୧୬।୨(ବ୍ୟୁରୋ): କଳାହାଣ୍ଡି ଜିଲାର କର୍ଲାପାଟ ବନ୍ୟଜନ୍ତୁ ଅଭୟାରଣ୍ୟରେ ଦୁଇ ସପ୍ତାହରେ ୬ ହାତୀଙ୍କ ମୃତ୍ୟୁକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସୋମବାର ମୁଖ୍ୟମନ୍ତ୍ରୀ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ସ୍ଥିତିର ସମୀକ୍ଷା କରିବା ସହ ଜଙ୍ଗଲ ଓ ପରିବେଶ…

ଓଡ଼ିଶା ବନ୍ଦକୁ ନେଇ ଭାଜପାର କଟାକ୍ଷ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି, ଅନ୍ତରାଷ୍ଟ୍ରୀୟ ବଜାରରେ ଅଶୋଧିତ ତୈଳ ଦର ହ୍ରାସ କଂଗ୍ରେସ ଦଳ ପାଇଁ ପ୍ରସଙ୍ଗ ନୁହେଁ। ରାଜ୍ୟରେ ଭୋଟ୍‌ ପ୍ରତିଶତ କମିବା ଏବଂ ଦଳର ଅନ୍ତକନ୍ଦଳ ହାଟରେ ପଡି ଦାଣ୍ଡରେ ଗଡିବା କଂଗ୍ରେସର ମୁଣ୍ଡ…

ଡବ୍ଲ୍ୟୁଓଡିସି ବାର୍ଷିକ ଅନୁଦାନ ୨୦୦ କୋଟି

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପଶ୍ଚିମ ଓଡ଼ିଶା ବିକାଶ ପରିଷଦ (ଡବ୍ଲ୍ୟୁଓଡିସି)ର ବାର୍ଷିକ ଅନୁଦାନ ୧୦୦ କୋଟିରୁ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ଭିଡିଓ କନ୍‌ଫରେନ୍ସ ଜରିଆରେ ଡବ୍ଲ୍ୟୁଓଡିସିର କାର୍ଯ୍ୟକ୍ରମ ସମୀକ୍ଷା କରି ଏହି ଘୋଷଣା କରିଛନ୍ତି। ଏଥିସହିତ…

କେନ୍ଦ୍ର ସଂସ୍କୃତି ସଚିବଙ୍କୁ ଚିଠି ଲେଖିଲେ ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ଏକାମ୍ର କ୍ଷେତ୍ରର ଅନନ୍ତ ବାସୁଦେବ ମନ୍ଦିର ଓ ବ୍ରହ୍ମେଶ୍ୱର ମନ୍ଦିର ପାଇଁ ଜାତୀୟ ଐତିହ୍ୟ କର୍ତ୍ତୃପକ୍ଷ(ଏନ୍‌ଏମ୍‌ଏ)ଙ୍କ ଦ୍ୱାରା ଜାରି କରାଯାଇଥିବା ଚିଠା ଐତିହ୍ୟ ବାଇ-ଲ’କୁ ବିରୋଧ ଜାରି ରହିଛି। ଏହାକୁ ଉଚ୍ଛେଦ କରିବା ଲାଗି କେନ୍ଦ୍ର ସରକାରଙ୍କ ନିକଟରେ ପ୍ରତିବାଦ…

ପ୍ରବଳ ସମର୍ଥନ

ଭୁବନେଶ୍ୱର,୧୬।୨(ବ୍ୟୁରୋ): ପେଟ୍ରୋଲ, ଡିଜେଲ ଏବଂ ରନ୍ଧନ ଗ୍ୟାସ୍‌ ଦର ବୃଦ୍ଧି ପ୍ରତିବାଦରେ ସୋମବାର ରାଜ୍ୟ କଂଗ୍ରେସ ପକ୍ଷରୁ ଦିଆଯାଇଥିବା ୬ ଘଣ୍ଟିଆ ବନ୍ଦ ଡାକରାର ପ୍ରଭାବ ରାଜ୍ୟବ୍ୟାପୀ ଦେଖିବାକୁ ମିଳିଛି। ସକାଳ ୭ଟାରୁ ମଧ୍ୟାହ୍ନ ୧ଟା ଯାଏ ବନ୍ଦ ପାଳନ କରାଯାଇଥିଲା।…

ଆଜି ଭୁବନେଶ୍ୱରରୁ ୩ ଆକ୍ରାନ୍ତ ଚିହ୍ନଟ: ୧୦ ସୁସ୍ଥ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୩ ଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ସମସ୍ତେ କ୍ୱାରାଣ୍ଟାଇନ୍‌ରେ ରହିଥିବା ଜଣାପଡ଼ିଛି। ସହିପରି ଆଜି ଭୁବନେଶ୍ୱରରୁ ୧୦ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି)…

ଆଜି ରାଜ୍ୟରେ ୮୮ ପଜିଟିଭ୍‌ ଚିହ୍ନଟ, ସୁନ୍ଦରଗଡ଼ରେ ରେକର୍ଡ

ଭୁବନେଶ୍ୱର,୧୫।୨(ବ୍ୟୁରୋ): ସୋମବାର ରାଜ୍ୟରୁ ୮୮ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୬,୨୬୨ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୧ ଜଣ ଚିହ୍ନଟ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri