ମେଟ୍ରୋ

ରାଜ୍ୟସ୍ତରୀୟ ପେନ୍‌ସନ, ଭବିଷ୍ୟନିଧି ଅଦାଲତ

ଭୁବନେଶ୍ୱର,୨୧।୧(ବ୍ୟୁରୋ):ଭୁବନେଶ୍ୱରସ୍ଥିତ ପ୍ରଧାନ ମହାଲେଖାକାର କାର୍ଯ୍ୟାଳୟ ପକ୍ଷରୁ ରାଜ୍ୟସ୍ତରୀୟ ପେନ୍‌ସନ ଓ ଭବିଷ୍ୟନିଧି ଅଦାଲତ ଏ.ଜି. ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ମହାଲେଖାକାର ବିଭୁଦତ୍ତ ବସନ୍ତିଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଅଦାଲତରେ ରାଜ୍ୟର ବିଭିନ୍ନ ଜିଲାରୁ ୧୫୦ଜଣ ଅବସରପ୍ରାପ୍ତ...

ଓଡ଼ିଆ ଭାଷା ପ୍ରଚାର ଲାଗି ବାହାର ରାଜ୍ୟ ଗସ୍ତ କରିବ ଗୃହ କମିଟି

ଭୁବନେଶ୍ୱର,୨୧।୧(ବ୍ୟୁରୋ):ଓଡ଼ିଶାର ଉପାନ୍ତ ଅଞ୍ଚଳରେ ବସବାସ କରୁଥିବା ସଂଖ୍ୟାଲଘୁ ଓଡ଼ିଆ ଭାଷାଭାଷୀ ଲୋକଙ୍କ ସମସ୍ୟା ଅନୁଧ୍ୟାନ ତଥା ତା’ର ପ୍ରତିକାର ପାଇଁ ସୁପାରିଶ କରିବାକୁ ଗଠିତ ସଂଖ୍ୟାଲଘୁ ଭାଷାଭାଷୀ ଗୃହ କମିଟି ବୈଠକ ବୁଧବାର ଅନୁଷ୍ଠିତ ହୋଇଛି। ବାଚସ୍ପତି ସୂର୍ଯ୍ୟ ନାରାୟଣ...

‘ଯେଉଁଠି ଥିଲେ ଟିକା ନେଇପାରିବେ’

ଭୁବନେଶ୍ୱର, ୨୧।୧(ବ୍ୟୁରୋ):ଗୋଟିଏ ଜାଗାରେ ଡାଟାବେସ୍‌ ଥିବାବେଳେ ରେଜିଷ୍ଟ୍ରେଶନ ଅନ୍ୟତ୍ର କରିଥିବା ବ୍ୟକ୍ତି ଟିକାଦାନରୁ ବଞ୍ଚତ୍ତ ହେବେ ନାହିଁ। ପ୍ରଥମ ଡୋଜ୍‌ ଟିକା ନେବା ପରେ ଯଦି ପରବର୍ତ୍ତୀ ସମୟରେ ତାଙ୍କର ଅନ୍ୟ ସ୍ଥାନକୁ ବଦଳି ହୋଇଛି କିମ୍ବା ଅନ୍ୟ ସ୍ଥାନକୁ...

ବିଜେଡି ନେତାଙ୍କ ପାଇଁ ଭିନ୍ନ ଆଇନ: ଭାଜପା

ଭୁବନେଶ୍ୱର,୨୧ା୧(ବ୍ୟୁରୋ):ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ଅଧ୍ୟାପିକା ବୋହୂ ପ୍ରାୟ ୨ବର୍ଷ କାଳ କଲେଜ ନ ଆସି ଦରମା ନେଇଛନ୍ତି। ସାଧାରଣ ଲୋକଙ୍କ ପାଇଁ ଗୋଟେ ଆଇନ ଥିବାବେଳେ ବିଜେଡିର ନେତା, ମନ୍ତ୍ରୀ, ଏମ୍‌ପିଙ୍କ ପରିବାର ଲାଗି...

୨୬ରୁ ହାଇବ୍ରିଡ୍‌ ଆଦିବାସୀ ମେଳା

ଭୁବନେଶ୍ୱର,୨୧ା୧(ବ୍ୟୁରୋ): ୟୁନିଟ-୧ ଆଦିବାସୀ ପଡ଼ିଆରେ ଆସନ୍ତା ୨୬ତାରିଖରୁ ଆରମ୍ଭ ହେବ ଆଦିବାସୀ ମେଳା। କରୋନା ମହାମାରୀ ଯୋଗୁ ଷ୍ଟଲ୍‌ ସଂଖ୍ୟା ହ୍ରାସ କରି ମେଳାକୁ ୟୁନିଟ୍‌-୩ ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆ ପରିବର୍ତ୍ତେ ଆଦିବାସୀ ପଡ଼ିଆରେ କରିବାକୁ ନିଷ୍ପତ୍ତି ନିଆଯାଇଛି। ଫେବୃୟାରୀ...

ସଞ୍ଜୀବ ମିତ୍ତଲ ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂଆ କୁଳପତି

ଭୁବନେଶ୍ୱର/ସମ୍ବଲପୁର,୨୧।୧(ବ୍ୟୁରୋ):ସମ୍ବଲପୁର ବିଶ୍ୱବିଦ୍ୟାଳୟର ନୂତନ କୁଳପତି ହେଲେ ପ୍ରଫେସର ସଞ୍ଜୀବ ମିତ୍ତଲ। ଓଡ଼ିଶା ବିଶ୍ୱବିଦ୍ୟାଳୟ(ସଂଶୋଧନ) ଅଧିନିୟମ ୨୦୨୦ ଅନୁସାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ବୁଧବାର ପ୍ରଫେସର ମିତ୍ତଲଙ୍କୁ ଏହି ନୂଆ ନିଯୁକ୍ତି ପ୍ରଦାନ କରିଛନ୍ତି। କାର୍ଯ୍ୟଭାର ଗ୍ରହଣ କରିବା ଦିନଠାରୁ...

ବାମପନ୍ଥୀ ମାଓବାଦୀ କାର୍ଯ୍ୟକଳାପ ରୋକିବାକୁ ରଣନୀତି

ଭୁବନେଶ୍ୱର,୨୧।୧(ବ୍ୟୁରୋ):ରାଜ୍ୟରେ ବାମପନ୍ଥୀ ମାଓବାଦୀଙ୍କ କାର୍ଯ୍ୟକଳାପକୁ ରୋକିବାକୁ ଆରମ୍ଭ ହୋଇଛି ନୂଆ ରଣନୀତି। ଏନେଇ ବିଏସ୍‌ଏଫ୍‌ ମହାନିର୍ଦ୍ଦେଶକ ରାକେଶ ଆସ୍ଥାନା ବୁଧବାର ଓଡ଼ିଶା ଗସ୍ତରେ ଆସି ପୋଲିସ ଡିଜି ଅଭୟଙ୍କ ସହ ଆଲୋଚନା କରିଛନ୍ତି। ଭୁବନେଶ୍ୱରସ୍ଥିତ ଡିଜିପି କ୍ୟାମ୍ପ୍‌ରେ ଅନୁଷ୍ଠିତ ବୈଠକରେ...

ସେନାକୁ ଆହୁରି ଆଧୁନିକୀକରଣ କରିବାକୁ ପଡ଼ିବ

ଭୁବନେଶ୍ୱର, ୨୧।୧(ବ୍ୟୁରୋ):ସୀମା ଉପରେ ଚାଇନା ଓ ପାକିସ୍ତାନ ସହ ଲଢ଼ିବାକୁ ହେଲେ ଆମକୁ ଆହୁରି ପ୍ରସ୍ତୁତ ହେବାକୁ ପଡିବ। ସେନାକୁ ଆଧୁନିକୀକରଣ କରିବା ସହ କାରିଗରି କ୍ଷେତ୍ରରେ ଉନ୍ନତି ଆଣିବାକୁ ହେବ। ଭାରତୀୟ ସେନାର ନୂଆ ଉପମୁଖ୍ୟ ଭାବେ ଦାୟିତ୍ୱ...

ଉଜୁଡ଼ିପାରେ ରବି ଫସଲ

ଭୁବନେଶ୍ୱର,୨୧ା୧(ବ୍ୟୁରୋ):ବର୍ଷା ନ ହେବାରୁ ରାଜ୍ୟରେ ଖରିଫ ଫସଲ ଗୁରୁତର ଭାବେ ପ୍ରଭାବିତ ହେବା ଆଶଙ୍କା ରହିଛି। ପଶ୍ଚିମା ବାୟୁ ପ୍ରବାହ ଧୋକା ଦେବାରୁ ରାଜ୍ୟରେ ବର୍ଷା ହେଉନାହିଁି। ଫଳରେ ଡାଲିଜାତୀୟ ଓ ତୈଳବୀଜ ଫସଲ ତଥା ବାଦାମ, ମୁଗ, ବିରି,...

ବଢିଲା ବସ୍‌ ଭଡ଼ା

ଭୁବନେଶ୍ୱର,୨୦।୧(ବ୍ୟୁରୋ):  ବୁଧବାର ବସ୍‌ ଭଡ଼ା ବଢ଼ାଇଛନ୍ତି ରାଜ୍ୟ ସରକାର।  ଅଡିନାରି ବସ୍‌ ଭଡ଼ା କିଲୋମିଟର ପିଛା ୭୩ରୁ ୭୪ ପଇସାକୁ ବୃଦ୍ଧି କରାଯାଇଥିବା ବେଳେ ଏକ୍ସପ୍ରେସ ବସ୍‌ ଭଡା ୭୬ରୁ ୭୭ ପଇସାକୁ ବୃଦ୍ଧି ହୋଇଛି। ସେହିପରି ଡିଲକ୍ସ ବସ୍‌...

ବରିଷ୍ଠ ଅଭିନେତା ରବି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର, ୨୦।୧(ବ୍ୟୁରୋ): ଓଡ଼ିଆ ସିନେ ଜଗତ ପାଇଁ ଆଉ ଏକ ଦୁଃଖ ଖବର। ବରିଷ୍ଠ ଅଭିନେତା ରବି ମିଶ୍ରଙ୍କର ବୁଧବାର ସକାଳେ ହୃଦ୍‌ଘାତରେ ପରଲୋକ ଘଟିଛି। ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟା ଗକରିଛନ୍ତି। ତାଙ୍କର...

ଦିଲ୍ଲୀର ବର୍ଜ୍ୟରୁ ପ୍ରସ୍ତୁତ ହେବ ଇନ୍ଧନ: ଧର୍ମେନ୍ଦ୍ର

ଭୁବନେଶ୍ୱର,୨୦।୧(ବ୍ୟୁରୋ): ଊର୍ଜାକୁ ଆତ୍ମନିର୍ଭର କରିବା ଓ ସ୍ବଚ୍ଛ ଭାରତ ମିଶନ ଦିଗରେ ଯୁଗାନ୍ତକାରୀ ପଦକ୍ଷେପ ସ୍ବରୂପ ବର୍ଜ୍ୟବସ୍ତରୁ ଊର୍ଜା ଉତ୍ପାଦନ ପାଇଁ ଇଣ୍ଡିଆନ ଅଏଲ କର୍ପୋରେଶନ (ଆଇଓସିଏଲ) ଏବଂ ଉତ୍ତର ଦିଲ୍ଲୀ ମହାନଗର ନିଗମ (ଏନ୍‌ଡିଏମ୍‌ସି) ମଧ୍ୟରେ ବୁଝାମଣାପତ୍ର ମଙ୍ଗଳବାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri