ରାଜଧାନୀରେ କରୋନା ସଂକ୍ରମଣ ଉପରମୁହାଁ
ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଗ୍ରାଫ୍ ଦିନକୁ ଦିନ ବଢି ଚାଳିଛି। ଭୁବନେଶ୍ୱରରୁ ଗୋଟିଏ ଦିନରେ ୩୭୯ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧରୁ ୧୦୯ ଏବଂ ସ୍ଥାନୀୟ ଅଞ୍ଚଳରୁ ୨୭୦ ସଂକ୍ରମିତ ହୋଇଛନ୍ତି। ଏନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍ସି) ପକ୍ଷରୁ…
କରୋନା ମୁକାବିଲା: ଆଇଏଏସ୍ ଅଫିସରଙ୍କୁ ଜିଲା ଦାୟିତ୍ୱ
ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ବିଭିନ୍ନ ପ୍ରକାରର ଗାଇଡ୍ଲାଇନ୍ ଜାରି କରୁଛନ୍ତି। ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ବର୍ତ୍ତମାନ ରାଜ୍ୟ ସରକାର ଆଇଏଏସ୍ ଅଫିସରଙ୍କୁ ଜିଲା…
ଦଶମ, +୨ ପରୀକ୍ଷା ସ୍ଥଗିତ
ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟ ସରକାର ଗୁରୁବାର ଏକ ବଡ଼ ଘୋଷଣା କରିଛନ୍ତି। କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷାକୁ ସ୍ଥଗିତ ରଖିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ-୧୯ ପରିସ୍ଥିତି ନିୟନ୍ତ୍ରଣକୁ…
ଆଜି ମାଟ୍ରିକ ପରୀକ୍ଷା ନେଇ ମୁଖ୍ୟମନ୍ତ୍ରୀ କରିବେ ଗୁରୁତ୍ୱପୂର୍ଣ୍ଣ ଘୋଷଣା, କରୋନାକୁ ନେଇ ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୧୫।୪(ବ୍ୟୁରୋ): ସିବିଆଇ ଦଶମ ପରୀକ୍ଷା ବାତିଲ ହେବା ପରେ ଏବେ ମାଟ୍ରିକ ଉପରେ ନଜର ରହିଛି। ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମଣ ବଢ଼ୁଥିବାରୁ ଏନେଇ ଆଶଙ୍କା ସୃଷ୍ଟି ହୋଇଛି। ତେବେ ଏହି ପରିପ୍ରେକ୍ଷୀରେ ଗୁରୁବାର ଅପରାହ୍ନରେ ମାଟ୍ରିକ ପରୀକ୍ଷା ନେଇ…
ଜୁନ୍ ୧୭ରୁ ଓଜେଇଇ
ଭୁବନେଶ୍ୱର,୧୫।୪(ବ୍ୟୁରୋ): ଚଳିତ ବର୍ଷ ଜୁନ ୧୭ରୁ ୨୪ ମଧ୍ୟରେ ଓଜେଇଇ ଅନୁଷ୍ଠିତ ହେବ। ତେବେ କମ୍ପ୍ୟୁଟର ବେସ୍ଡ ପରୀକ୍ଷା ନେଇ ଓଜେଇଇ କର୍ତ୍ତୃପକ୍ଷ ଗୁରୁବାର ସୂଚନା ଦେଇଛନ୍ତି। ଏଥିନିମନ୍ତେ ଆଗ୍ରହୀ ପରୀକ୍ଷାର୍ଥୀ ଅନ୍ଲାଇନ୍ରେ ଆବେଦନ କରିପାରିବେ। www.ojee.nic.inରେ ଆବେଦନ କରିହେବ।
ପିପିଲି ପାଇଁ ପ୍ରକାଶ ପାଇବ ସାନି ବିଜ୍ଞପ୍ତି, ପ୍ରାର୍ଥୀ ଦେବା ପାଇଁ କଂଗ୍ରେସକୁ ମିଳିବ ୭ ଦିନ ସମୟ
ଭୁବନେଶ୍ୱର,୧୫।୪(ବ୍ୟୁରୋ): କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ଏନେଇ ଗୁରୁବାର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ପ୍ରେସମିଟ୍ କରି କହିଛନ୍ତି, କଂଗ୍ରେସ ପ୍ରାର୍ଥୀଙ୍କ ଦେହାନ୍ତ ଯୋଗୁ ନିର୍ବାଚନ ସ୍ଥଗିତ ରଖାଯାଇଛି। ରିଟର୍ଣ୍ଣି ଅଫିସର ନିର୍ବାଚନ ସ୍ଥଗିତ…
କଟକଣାରେ ପାଳନ ହେଲା ଓଡ଼ିଆ ନବବର୍ଷ
ଭୁବନେଶ୍ୱର, ୧୫ା୪(ବ୍ୟୁରୋ): କରୋନା କଟକଣା ମଧ୍ୟରେ ବୁଧବାର ରାଜଧାନୀରେ ପାଳନ ହୋଇଛି ଓଡ଼ିଆ ନବବର୍ଷ ତଥା ପଣା ସଂକ୍ରାନ୍ତି। ଘରେ ଘରେ ଲୋକେ ପଣା ସଂକ୍ରାନ୍ତି ସହ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳନ କରିଛନ୍ତି। ତେବେ କରୋନା ସଂକ୍ରମଣ…
ଦୁଇଦିନ ଝଡ଼ବର୍ଷା: ୧୮ରୁ ବଢ଼ିବ ତାତି
ଭୁବନେଶ୍ୱର,୧୫ା୪(ବ୍ୟୁରୋ): ଗତ କିଛିଦିନ ହେବ ରାଜ୍ୟରେ ତାତିର ପ୍ରକୋପ ନାହିଁ। ଅଧିକାଂଶ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍ସିୟସ୍ ତଳେ ରହୁଛି। ଆସନ୍ତା ୩ ଦିନ ଯାଏ ତାତି ବଢ଼ିବ ନାହିଁ। ୧୫ ଏବଂ ୧୬ ତାରିଖରେ ଆଭ୍ୟନ୍ତରୀଣ ଓଡ଼ିଶାରେ…
୪୭ ଆମ୍ବୁଲାନ୍ସ ସେବା ଶୁଭାରମ୍ଭ
ଭୁବନେଶ୍ୱର,୧୫ା୪(ବ୍ୟୁରୋ): ମହାବିଷୁବ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ଭର୍ଚୁଆଲ ମୋଡରେ ଗୁରୁତର ରୋଗୀଙ୍କ ପରିବହନ ପାଇଁ ୪୭ଟି ଲାଇଫ ସପୋର୍ଟ ଆମ୍ବୁଲାନ୍ସର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ଉନ୍ନତମାନର ଜୀବନ ସୁରକ୍ଷା…
କରୋନା ନେଲା ଆଉ ୨ ଜୀବନ: ରାଜ୍ୟରେ ୧୯୩୫ରେ ପହଞ୍ଚିଲା ମୃତ୍ୟୁ ସଂଖ୍ୟା
ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢ଼ିବାରେ ଲାଗିଛି। ଏହି ମହାମାରୀ ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ଜଣଙ୍କ ଜୀବନ ନେଇଛି। ଏହାକୁ ମିଶାଇ ମୋଟ ମୃତ୍ୟୁ ସଂଖ୍ୟା ୧୯୩୫ରେ…
ରାଜ୍ୟରେ କରୋନା ୩ହଜାର ମୁହାଁ: ସର୍ବାଧିକ ସୁନ୍ଦରଗଡ଼ରୁ , ଖୋର୍ଦ୍ଧାରୁ
ଭୁବନେଶ୍ୱର,୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଧିରେ ଧିରେ ଅସମ୍ଭାଳ ହେବାରେ ଲାଗିଛି। ଗୁରୁବାର ରାଜ୍ୟରେ ଏହି ସଂଖ୍ୟା ୩ହଜାର ମୁହାଁ ହୋଇଥିବା ଜଣାପଡ଼ିଛି। ଗତ ୨୪ ଘଣ୍ଟାରେ ୨୯୮୯ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ…
କ୍ୟାନ୍ସର ହସ୍ପିଟାଲ ପାଇଁ ଏମ୍ଓୟୁ ସ୍ବାକ୍ଷରିତ
ଭୁବନେଶ୍ୱର,୧୫ା୪(ବ୍ୟୁରୋ): ରାଜ୍ୟ ସରକାର ଦୁଇଟି କର୍କଟ ରୋଗ ଚିକିତ୍ସା କେନ୍ଦ୍ର ପାଇଁ ବୁଝାମଣାପତ୍ର(ଏମ୍ଓୟୁ) ସ୍ବାକ୍ଷର କରିଛନ୍ତି। ପ୍ରଥମ ଏମ୍ଓୟୁ ବାଗ୍ଚୀ ଶ୍ରୀ ଶଙ୍କର କ୍ୟାନ୍ସର ହସ୍ପିଟାଲ ଓ ଗବେଷଣା ପ୍ରତିଷ୍ଠାନ ପାଇଁ ରାଜ୍ୟ ସରକାର, ସୁସ୍ମିତା ବାଗ୍ଚୀ ଏବଂ ଶଙ୍କର କ୍ୟାନ୍ସର…
Archives


