ମେଟ୍ରୋ

ମାନସିକ ନିର୍ଯାତନାର ଶିକାର ହୋଇ ଦେଶ ଛାଡିଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ୍‌ର ପରବର୍ତ୍ତୀ ସୁପରଷ୍ଟାର କୁହାଯାଉଥିବା ଉନ୍ମୁକ୍ତ ଚାନ୍ଦ ମାତ୍ର ୨୮ ବର୍ଷ ବୟସରେ ଭାରତୀୟ କ୍ରିକେଟକୁ ଅଲବିଦା କହିଚନ୍ତି। ୧୩ ଅଗଷ୍ଟରେ ଭାରତୀୟ କ୍ରିକେଟରୁ ଅବସର ନେଇଥିବା ଉନ୍ମୁକ ଚାନ୍ଦଙ୍କ ବିଷୟରେ ଚର୍ଚ୍ଚାହେଉଛି। ଉନ୍ମୁକ ଚାନ୍ଦ ଗତ ତିନିମାସ ଧରି…

ଐତିହ୍ୟ ଘୋଡ଼ାର ପାର୍ଶ୍ୱ ସ୍ଥାପତ୍ୟ ହଟିଲା

ଭୁବନେଶ୍ୱର, ୨୨।୮(ବ୍ୟୁରୋ): ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ୍‌ ଗୋଲେଇ ଛକରେ ଥିବା ଐତିହ୍ୟ ଘୋଡା ଓ ଯୋଦ୍ଧା ସ୍ଥାପତ୍ୟ ସ୍ଥାନାନ୍ତର ନିଷ୍ପତ୍ତିରେ ପୂର୍ଣ୍ଣଚ୍ଛେଦ ପଡିବା ପରେ ଏଠାରେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଆରମ୍ଭ ହୋଇଛି। ଘୋଡ଼ା ରହିଲେ ମଧ୍ୟ ଏହା ଚାରିପାର୍ଶ୍ୱରେ ଥିବା ନର୍ତ୍ତକୀ ମୂର୍ତ୍ତି…

ଆଉ ୬୯ ମୁଣ୍ଡ ନେଲା କରୋନା: କଟକ-ଜଗତସିଂହପୁରରୁ ସର୍ବାଧିକ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୬୯ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି। ଏଥିସହ କରୋନାଜନିତ ମୃତ୍ୟୁ ସଂଖ୍ୟା ୭୩୫୮କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ କଟକ ଓ ଜଗତସିଂହପୁରରୁ ୧୩ ଜଣ ଲେଖାଏ ଥିବା ବେଳେ ଢେଙ୍କାନାଳରୁ…

ଆସନ୍ତାକାଲିଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର

ପୁରୀ ଅଫିସ,୨୨ା୮: ଦୀର୍ଘ ୪ ମାସର ବ୍ୟବଧାନ ପରେ ସୋମବାରଠାରୁ ସର୍ବସାଧାରଣଙ୍କ ଲାଗି ଶ୍ରୀମନ୍ଦିର ଖୋଲିବ। କୋଭିଡ୍‌ଗାଇଡ୍‌ ଲାଇନ୍‌ ଅନୁଯାୟୀ ଶ୍ରଦ୍ଧାଳୁମାନେ ମନ୍ଦିର ଭିତରେ ଶ୍ରୀଜିଉଙ୍କୁ ଦର୍ଶନ କରିବାର ସୁଯୋଗ ପାଇବେ। ଆର୍‌ଟିପିସିଆର ନେଗେଟିଭ୍‌ ରିପୋର୍ଟ ଏବଂ ଦୁଇଟି ଡୋଜ୍‌ ଟିକାକରଣ…

‘ପିଲାଙ୍କ ସ୍ବପ୍ନ ସାକାର ହେଲେ ନବୀନ ଓଡ଼ିଶାର ଲକ୍ଷ୍ୟ ପୂରଣ ସମ୍ଭବ’

ଭୁବନେଶ୍ୱର,୨୨।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ବାଚନମଣ୍ଡଳୀ ହିଞ୍ଜିଳିରୁ ରାଜ୍ୟ ସରକାରଙ୍କ ସ୍କୁଲ ରୂପାନ୍ତରଣ କାର୍ଯ୍ୟ ଆରମ୍ଭ ହୋଇଛି। ୫-ଟି ଉପକ୍ରମରେ ହିଞ୍ଜିଳିର ୫୦ ସ୍କୁଲର ରୂପାନ୍ତରଣ କାର୍ଯ୍ୟ ବର୍ତ୍ତମାନ ସୁଦ୍ଧା ସମ୍ପୂର୍ଣ୍ଣ ହୋଇଛି। ସେଥିମଧ୍ୟରୁ ୧୦ ସ୍କୁଲକୁ ଶନିବାର ମୁଖ୍ୟମନ୍ତ୍ରୀ ଲୋକାର୍ପଣ…

ସୌରଚାଳିତ ଯନ୍ତ୍ରର ବ୍ୟବହାର ବଢ଼ୁଛି

ଭୁବନେଶ୍ୱର,୨୨।୮(ବ୍ୟୁରୋ): ସବୁଜ ଶକ୍ତି ବ୍ୟବହାର ବୃଦ୍ଧି କ୍ଷେତ୍ରରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା (ଓରେଡା) ଉଲ୍ଲେଖନୀୟ ସଫଳତା ହାସଲ କରିଛି। ଜୁଲାଇ ଶେଷ ସୁଦ୍ଧା ଓରେଡା ରାଜ୍ୟର ବିଭିନ୍ନ ସ୍ଥାନରେ ୪ ଲକ୍ଷ ଅଣପାରମ୍ପରିକ ଶକ୍ତି ଉତ୍ପାଦନ ଓ ବ୍ୟବହାର…

ରାଜ୍ୟରେ ୮୫୩ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ; ରହିଛନ୍ତି ୧୦୦ଜଣ ପିଲା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮୫୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪୯୬ଜଣ କ୍ୱାରାଣ୍ଟାଇନ୍‌ରୁ ଥିବା ବେଳେ ୩୫୭ ଲୋକାଲ କେସ୍‌ ରହିଛି। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ୧୦୦ଜଣ ୧୮ ବର୍ଷରୁ କମ୍‌ ବର୍ଗର। ଏହାକୁ…

୨୩ରୁ ଡ୍ରାଇଭିଂ ଲର୍ନର ଲାଇସେନ୍ସ ଆବେଦନ

ଭୁବନେଶ୍ୱର,୨୨।୮(ବ୍ୟୁରୋ): ଆସନ୍ତା ଅଗଷ୍ଟ ୨୩ ତାରିଖରୁ ନୂତନ ଡ୍ରାଇଭିଂ ଲର୍ନର ଲାଇସେନ୍ସ (ଏଲ୍‌ଏଲ୍‌)ପାଇଁ ଆବେଦନ କରି ହେବ। କୋଭିଡ୍‌ ଗାଇଡଲାଇନକୁ ଅନୁସରଣ କରି ଲର୍ନର ଲାଇସେନ୍ସ ଗ୍ରହଣ କରିବାକୁ ରାଜ୍ୟ ପରିବହନ କର୍ତ୍ତୃପକ୍ଷଙ୍କ(ଏସଟିଏ) ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ କର୍ତ୍ତୃପକ୍ଷଙ୍କୁ ଜଣାଇ…

ଜୈବିକ ଖତକୁ ପ୍ରୋତ୍ସାହନ ଲୋଡ଼ା

ଭୁବନେଶ୍ୱର,୨୨।୮(ବ୍ୟୁରୋ): ରାଜ୍ୟକୁ ରାସାୟନିକ ସାର ଯୋଗାଣ ପର୍ଯ୍ୟାପ୍ତ ହେଉ ନ ଥିବାରୁ ବ୍ୟବହାର କମିବାରେ ଲାଗିଲାଣି। ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧ ଲକ୍ଷ ମେଟ୍ରିକ ଟନ୍‌ ସାର ବ୍ୟବହାର ହ୍ରାସ ପାଇଥିବା ଜଣାଯାଇଛି। କୃଷିମନ୍ତ୍ରୀଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ…

ମାଷ୍ଟରକ୍ୟାଣ୍ଟିନ୍‌ରେ ପୁଣି ଝଲସିବ ଐତିହ୍ୟ ଘୋଡା

ଭୁବନେଶ୍ୱର,୨୧।୮(ବ୍ୟୁରୋ): ରାଜଧାନୀର ମାଷ୍ଟରକ୍ୟାଣ୍ଟିନ୍‌ ଛକଠାରେ ଅବସ୍ଥାପିତ ଐତିହ୍ୟ ଘୋଡା ଓ ଯୋଦ୍ଧା ସ୍ଥାପତ୍ୟ ସ୍ଥାନାନ୍ତରଣ ନିଷ୍ପତ୍ତିରେ ପୂର୍ଣ୍ଣଛେଦ ପଡିଛି। ଏହାର ସୌନ୍ଦର୍ଯ୍ୟକରଣ ଉପରେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ(ବିଏସ୍‌ସିଏଲ୍‌)ପକ୍ଷରୁ ପଦକ୍ଷେପ ଆରମ୍ଭ ହୋଇଛି। ଶନିବାର ଘୋଡାର ପାର୍ଶ୍ୱରେ ଥିବା ନର୍ତ୍ତକୀ ମୂର୍ତ୍ତିର…

ନବୀନଙ୍କୁ ପ୍ରଶଂସା କଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ପ୍ରଶଂସାରେ ପୋତି ପକାଇଛନ୍ତି। ନୀତିଶ କହିଛନ୍ତି, ନବୀନ ଜଣେ ରାଜନେତା ହିସାବରେ ଭିନ୍ନ ପରିଚୟ ସୃଷ୍ଟି କରିଥିବା ବେଳେ କ୍ଷମତା ସହ ବଦଳି ନାହାନ୍ତି। ଏକ ଜାତୀୟ ଗଣମାଧ୍ୟମରେ…

ଗରିବଙ୍କୁ ଏମ୍ସରେ ମାଗଣା ଇକ୍‌ମୋ ଚିକିତ୍ସା

ଭୁବନେଶ୍ୱର,୨୧ା୮(ବ୍ୟୁରୋ): ଏଣିକି ଗରିବ ଲୋକଙ୍କୁ ଭୁବନେଶ୍ୱର ଏମ୍ସରେ ମାଗଣା ଇକ୍‌ମୋ ଚିକିତ୍ସା ଯୋଗାଇ ଦିଆଯିବ। ରାଶନକାର୍ଡ ଧାରୀ ଏବଂ ଗରିବ ଲୋକମାନଙ୍କୁ ମାଗଣାରେ ଏହି ଚିକିତ୍ସା ଯୋଗାଇ ଦିଆଯିବ। ଏନେଇ ଭୁବନେଶ୍ୱର ଏମ୍ସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri