ରାଜ୍ୟପାଳଙ୍କୁ ଭେଟିଲା ଯୁବ କଂଗ୍ରେସ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ମମିତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଯୁବ କଂଗ୍ରେସ ରାଜଭବନ ସମ୍ମୁଖରେ ଚଳାଇଥିବା ୪୮ ଘଣ୍ଟିଆ ଅହୋରାତ୍ର ଧାରଣା ସୋମବାର ଶେଷ ହୋଇଛି। ଏଥିସହ ଯୁବ କଂଗ୍ରେସ ସଭାପତି ସ୍ମୃତି ରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏକ ପ୍ରତିନିଧିମଣ୍ଡଳୀ ରାଜ୍ୟପାଳଙ୍କୁ ଭେଟି ସ୍ମାରକପତ୍ର…
ଆଜି ଓଡ଼ିଶା ଆସୁଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍. ଜଗନମୋହନ ରେଡ୍ଡୀ ମଙ୍ଗଳବାର ଦିନିକିଆ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାରେ ଲୋକସେବା ଭବନରେ ସାକ୍ଷାତ କରିବେ। ଏହି ଆଲୋଚନା ମାଧ୍ୟମରେ ୨ ରାଜ୍ୟ ମଧ୍ୟରେ ଥିବା ସୀମା, ଭାଷା ଓ ଜଳ…
ବିଜ୍ଞାନ, ଗଣିତ ପ୍ରଶିକ୍ଷଣ ବିଦ୍ୟାଳୟ ରୂପାନ୍ତରଣରେ ସହାୟକ ହେବ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟ ବିଦ୍ୟାଳୟଗୁଡ଼ିକର ରୂପାନ୍ତରଣରେ ବିଜ୍ଞାନ ଓ ଗଣିତ ଶିକ୍ଷକଙ୍କ ପ୍ରଶିକ୍ଷଣ ଅଧିକ ସହାୟକ ହେବ ବୋଲି ବିଜ୍ଞାନ ଓ କାରିଗରି ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି। ସୋମବାର ବେଙ୍ଗାଲୁରୁ ନିକଟ ଚିଲେକେରସ୍ଥିତ ଭାରତୀୟ ବିଜ୍ଞାନ ସଂସ୍ଥାନର ପ୍ରତିଭା…
‘ସହାୟ’ ଏବେ ଅସହାୟ
ଭୁବନେଶ୍ୱର,୯।୧୧(ବ୍ୟୁରୋ): ରାଜ୍ୟର ବିଭିନ୍ନ ପୌରାଞ୍ଚଳରେ ଅନେକ ଲୋକ ଭିକ୍ଷାବୃତ୍ତି କରୁଛନ୍ତି। ସହରକୁ ଭିକାରିମୁକ୍ତ କରାଯାଇ ପାରୁନାହିଁ। ଏପରି କି ସହରାଞ୍ଚଳରେ ଥିବା ଭିକାରି, ବୃଦ୍ଧ, ଅସହାୟ, ଶାରୀରିକ ଅକ୍ଷମମାନଙ୍କୁ ଖାଦ୍ୟ ଯୋଗାଣ ପାଇଁ ହୋଇଥିବା ନିଷ୍ପତ୍ତି ବି ଠିକ୍ ଢଙ୍ଗରେ କାର୍ଯ୍ୟକାରୀ…
ନଭେମ୍ବର ୧୧ରୁ ଦ୍ୱିତୀୟ ଜାତୀୟ ଯୋଗାସନ ସ୍ପୋଟର୍ସ ଚାମ୍ପୟାନସିପ୍
ଭୁବନେଶ୍ବର,୮।୧୧(ବ୍ୟୁରୋ): ଦ୍ୱିତୀୟ ଜାତୀୟ ଯୋଗାସନ ସ୍ପୋଟର୍ସ ଚାମ୍ପୟାନସିପ୍ ୨୧-୨୨ ଓଡ଼ିଶାରେ ଆୟୋଜିତ ହେବାକୁ ଯାଉଛି । ନଭେମ୍ବର ୧୧ରୁ ୧୩ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ବରରେ ଏହା ଆୟୋଜିତ ହେବା ନେଇ ସୂଚନା ମିଳିଛି। ଏହି ଇଭେଣ୍ଟରେ ୩୦ଟି ରାଜ୍ୟରୁ ୫୬୦…
ରାଜ୍ୟରେ ଆଉ ୪ ମୁଣ୍ଡ ନେଲା କରୋନା
ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ସୋମବାର କରୋନା ଆଉ ୪ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ୍ ମୃତ୍ୟୁ ସଂଖ୍ୟା ୮ ହଜାର ୩୬୧କୁ ବୃଦ୍ଧି ପାଇଛି। ମୃତକଙ୍କ ମଧ୍ୟରେ ଖୋର୍ଦ୍ଧାରୁ ଦୁଇ ଜଣ ରହିଥିବା ବେଳେ ପୁରୀ ଓ ଗଞ୍ଜାମରୁ ଜଣେ…
ଡିସେମ୍ବର ୧୪ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ
ଭୁବନେଶ୍ବର,୮।୧୧(ବ୍ୟୁରୋ): ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଜୋରଦାର ପ୍ରସ୍ତୁତି ଚାଲିଛି। ଡିସେମ୍ବର ୧୪ ସୁଦ୍ଧା ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ରାଜ୍ୟ ନିର୍ବାଚନ ଆୟୋଗ ଭୋଟର ତାଲିକା ପ୍ରସ୍ତୁତି ଦିଗରେ ଗୁରୁତ୍ୱ ଦେଇଛନ୍ତି । ୧ ନଭେମ୍ବର ୨୦୨୧ ସୁଦ୍ଧା…
ରାଜ୍ୟରେ ୨୭୬ କରୋନା ପଜିଟିଭ୍ ଚିହ୍ନଟ
ଭୁବନେଶ୍ୱର,୮।୧୧(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୭୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୫ ଜଣ ଛୁଆ ଅଛନ୍ତି। ଯେଉଁମାନଙ୍କ ବୟସ ୧୮ ବର୍ଷରୁ କମ୍। ଆକ୍ରାନ୍ତଙ୍କ ମଧ୍ୟରୁ ୧୫୯ କ୍ୱାରାଣ୍ଟାଇନ୍ରୁ ଚିହ୍ନଟ ହୋଇଥିବାବେଳେ ୧୧୭…
ଓଡ଼ିଶା-ଆନ୍ଧ୍ର ସୀମା ବିବାଦ ସମାଧାନର ବାର୍ତ୍ତା ନେଇ ଅମରାବତିରେ ମୁକ୍ତିକାନ୍ତ
ଭୁବନେଶ୍ୱର, ୮।୧୧(ବ୍ୟୁରୋ): ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ବିବାଦର ସମାଧାନ ଦାବିରେ ଗତ ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ବରରୁ ପଦଯାତ୍ରାରେ ବାହାରିଥିବା ରାଉରକେଲାର ମୁକ୍ତିକାନ୍ତ ବିଶ୍ୱାଳ ରବିବାର ଅପରାହ୍ନରେ ଆନ୍ଧ୍ରପ୍ରଦେଶର ରାଜଧାନୀ ଅମରାବତୀରେ ପହଞ୍ଚତ୍ଛନ୍ତି। ଦୀର୍ଘ ୩୬ ଦିନ ମଧ୍ୟରେ ସେ ପ୍ରାୟ ୮ଶହ…
ଆମେରିକାରେ ପ୍ରଦର୍ଶିତ ହେଲା ଓଡ଼ିଶାର ବାନ୍ଧକଳା
ଭୁବନେଶ୍ୱର, ୮ା୧୧(ବ୍ୟୁରୋ): ଆମେରିକାର ଓ୍ବାଶିଂଟନସ୍ଥିତ କେନେଡି ସେଣ୍ଟରରେ ପ୍ରଦର୍ଶିତ ହୋଇଛି ଓଡ଼ିଶାର ବାନ୍ଧକଳା। ଓଡ଼ିଶାର ହସ୍ତକଳାକୁ ନ୍ୟାଶନାଲ ଅପେରା ମଞ୍ଚ ମାଧ୍ୟମରେ ବିଶ୍ୱ ଦରବାରରେ ପହଞ୍ଚାଇ ରାଜ୍ୟ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଫ୍ୟାଶନ ଡିଜାଇନର ବିଭୁ ମହାପାତ୍ର। ୨ ବର୍ଷ…
କାର୍ଟୁନିଷ୍ଟ କିଶୋର ରଥଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୮ା୧୧(ବ୍ୟୁରୋ): ରାଜ୍ୟର ଘରେ ଘରେ ପରିଚିତ ଥିବା ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟୁଇଟ୍ କରି କହିଛନ୍ତି, ଲୋକପ୍ରିୟ ବ୍ୟଙ୍ଗ ଚିତ୍ରକର କିଶୋର ରଥଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ…
କାର୍ଟୁନିଷ୍ଟ୍ କିଶୋର ରଥଙ୍କ ପରଲୋକ
ଭୁବନେଶ୍ୱର,୮ା୧୧(ବ୍ୟୁରୋ): ରାଜ୍ୟର ବିଶିଷ୍ଟ କାର୍ଟୁନିଷ୍ଟ କିଶୋର ରଥଙ୍କ ପରଲୋକ ଘଟିଛି। ମୃତ୍ୟୁବେଳକୁ ତାଙ୍କୁ ୫୮ ବର୍ଷ ହୋଇଥିଲା। ହୃଦ୍ଘାତରେ ତାଙ୍କର ପରଲୋକ ଘଟିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ସେ ଦୁଇ ଦିନ ହେଲା ଅସୁସ୍ଥ ଥିଲେ। ରବିବାର ରାତିରେ ଶ୍ୱାସ ଜନିତ ସମସ୍ୟା…
Archives


