ମେଟ୍ରୋ

ପ୍ରତିବାଦ ରାଜନୀତି ଅଣ୍ଡାଫିଙ୍ଗା

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ରାଜ୍ୟରେ ଏବେ ଶାସକ, ବିରୋଧୀ ପରସ୍ପରକୁ ଅଣ୍ଡାମାଡ଼ କରିବା ରାଜନୀତିରେ ମାତିଛନ୍ତି। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ବିରୋଧୀ ଦଳ ନିଜର ଆକ୍ରମଣ ଆଭିମୁଖ୍ୟକୁ ଜୋରଦାର କରିଛି। କଳାହାଣ୍ଡି ଜିଲା ମହାଲିଙ୍ଗ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣାରେ…

ବାଲେଶ୍ୱର ଗସ୍ତରେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ବାଲେଶ୍ୱର ଜିଲା ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଦିନ ୧୧ଟାରେ ହେଲିକପ୍ଟର ଯୋଗେ ରିଜର୍ଭ ପୋଲିସ ପଡ଼ିଆରେ ପହଞ୍ଚିବେ। ତେବେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲାରେ ବିଜୁ ସ୍ବାସ୍ଥ୍ୟକାର୍ଡ ବଣ୍ଟନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିବେ…

ଆଉ ୨ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୧କୁ ବୃଦ୍ଧି

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ଆଉ ୨ ଜଣଙ୍କ ଜୀବନ ନେଇଛି କରୋନା। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୮୪୦୧କୁ ବୃଦ୍ଧି ପାଇଥିବା ଜଣାପଡ଼ିଛି। ଆଜି…

ଆଜି ରାଜ୍ୟରୁ ୨୧୯ କରୋନା ଆକ୍ରାନ୍ତ ଚିହ୍ନଟ, ଏମାନଙ୍କ ମଧ୍ୟରେ ଅଛନ୍ତି ୩୨ ଶିଶୁ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୨୧୯ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୪୮,୨୨୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୧୩୧ ଜଣ ଚିହ୍ନଟ ହୋଇଥିବା…

୨୯ରେ ଲଘୁଚାପ

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ଦକ୍ଷିଣ ଆଣ୍ଡାମାନ ସାଗରରେ ଆଉ ଏକ ଲଘୁଚାପ ଦାନ ବାନ୍ଧୁଛି। ଆସନ୍ତା ୨୯ ତାରିଖ ସୁଦ୍ଧା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଅନୁମାନ କରାଯାଇଛି। ପରବର୍ତ୍ତୀ ୪୮ ଘଣ୍ଟାରେ ଏହା ପଶ୍ଚିମ-ଉତ୍ତର ପଶ୍ଚିମ ଦିଗକୁ…

ଏମ୍‌ବିବିଏସ୍‌, ବିଡିଏସ୍‌ ନାମଲେଖା ୨୯ରୁ ଆବେଦନ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ): ୨୦୨୧-୨୨ ସେସନ ପାଇଁ ରାଜ୍ୟର ବିଭିନ୍ନ ସରକାରୀ ମେଡିକାଲ କଲେଜ ସମେତ ହାଇଟେକ୍‌ ମେଡିକାଲ କଲେଜ (ଘରୋଇ)ରେ ଥିବା ଏମ୍‌ବିବିଏସ ଓ ବିଡିଏସ୍‌ ସିଟଗୁଡ଼ିକରେ ନାମଲେଖା ଏନ୍‌ଇଇଟି(ୟୁଜି) ୨୦୨୧ ମେରିଟ୍‌ ଲିଷ୍ଟ ଅନୁସାରେ ହେବ। ଏ ନେଇ ଗୁରୁବାର…

ପ୍ରାଥମିକ ବିଦ୍ୟାଳୟ ପରିସରରେ ରହିବ ଅଙ୍ଗନଓ୍ବାଡି କେନ୍ଦ୍ର

ଭୁବନେଶ୍ୱର,୨୬ା୧୧(ବ୍ୟୁରୋ): ରାଜ୍ୟର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଅଙ୍ଗନଓ୍ବାଡ଼ି କେନ୍ଦ୍ରଗୁଡ଼ିକ ପ୍ରତିଷ୍ଠା ହେବ। ମହିଳା ଓ ଶିଶୁ କଲ୍ୟାଣ ବିଭାଗ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିଷ୍ପତ୍ତି ହୋଇଛି। ଏନେଇ ଗୁରୁବାର ମହିଳା ଓ ଶିଶୁ କଲ୍ୟାଣ…

ଓଡ଼ିଶାରେ ବଢ଼ୁଛି ତମାଖୁ ଓ ମଦ ସେବନ

ଓଡ଼ିଶାର ଅଧା ଜନସଂଖ୍ୟା ତମାଖୁ ଓ ମଦ ସେବନ କରୁଥିବା ଏନ୍‌ଏଫ୍‌ଏଚ୍‌ଏସ୍‌-୫ ରିପୋର୍ଟରେ ଦର୍ଶାଯାଇଛି। ସର୍ଭେ ଅନୁଯାୟୀ ୧୫ ବର୍ଷ ଓ ତଦୂର୍ଦ୍ଧ୍ୱ ବୟସର ୫୧.୬ ପ୍ରତିଶତ ପୁରୁଷ ଏବଂ ୨୬ ପ୍ରତିଶତ ମହିଳା ବିଭିନ୍ନ ତମାଖୁ ସାମଗ୍ରୀ ସେବନ କରୁଛନ୍ତି।…

ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଆଗୁଆ

ଭୁବନେଶ୍ୱର, ୨୬ା୧୧(ବ୍ୟୁରୋ):ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣରେ ଓଡ଼ିଶା ଆଗରେ ରହିଛି। ଏ କ୍ଷେତ୍ରରେ ଓଡ଼ିଶାର ହାର ଦେଶରେ ସର୍ବାଧିକ ରହିଥିବାବେଳେ ଜାତୀୟ ହାରଠାରୁ ମଧ୍ୟ ଅଧିକ। ଦେଶରେ ୧୨ରୁ ୨୩ମାସ ବୟସ୍କ ଶିଶୁଙ୍କୁ ସମ୍ପୂର୍ଣ୍ଣ ଟିକାକରଣ ହାର ୭୬% ଥିବାବେଳେ ଓଡ଼ିଶାରେ ୯୦.୫%…

ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ସେବା ପାଇଁ ଚିଠି ଲେଖିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇ ସିଧାସଳଖ ପ୍ରତିଦିନ ବିମାନ ସେବା ଆରମ୍ଭ କରିବା ପାଇଁ କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଚିଠି ଲେଖି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁରୋଧ କରିଛନ୍ତି। ପତ୍ରରେ ସେ ଉଲ୍ଲେଖ କରିଛନ୍ତି,…

ବିକ୍ରି ପାଇଁ ଆସିଥିଲା ବଜ୍ରକାପ୍ତା

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ମୟୂରଭଞ୍ଜ ଜିଲା ସାତକୋଶିଆ ମହୁଲଦିଆ ଅଞ୍ଚଳରୁ ଗୁରୁବାର ଜୀବନ୍ତ ଅବସ୍ଥାରେ ଏକ ବଜ୍ରକାପ୍ତା ଜବତ କରାଯାଇଛି । ସାତକୋଶିଆ ରେଞ୍ଜ ଅଧିକାରୀଙ୍କ ସହଯୋଗରେ ଏସ୍‌ଟିଏଫ୍‌ର ଏକ ଟିମ୍‌ ଚଢ଼ାଉ କରି ଏହି ବଜ୍ରକାପ୍ତାକୁ ଜବତ କରିଥିଲେ। ଏପରି କି ଏସ୍‌ଟିଏଫ୍‌…

ଇଡିରେ ହାଜର ହେଲେ ଅଭୟକାନ୍ତ ପାଠକ

ଭୁବନେଶ୍ୱର,୨୫।୧୧(ବ୍ୟୁରୋ): ପୂର୍ବତନ ଆଇଏଫ୍‌ଏସ୍‌ ଅଭୟକାନ୍ତ ପାଠକ ଗୁରୁବାର ଇଡିରେ ହାଜର ହେଲେ । ସେ ଦ୍ବିତୀୟ ଥର ପାଇଁ ଇଡିରେ ହାଜର ହୋଇଛନ୍ତି। ଚାକିରି ଦେବା ନାଁରେ ଠକେଇ ଓ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ହାଜର ହୋଇଛନ୍ତି। ପୂର୍ବରୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri