ମେଟ୍ରୋ

ଆଜିଠୁ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା

ଭୁବନେଶ୍ୱର,୧।୨(ବ୍ୟୁରୋ): ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍‌ଏସ୍‌ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପ୍ରାକ୍ଟିକାଲ ପରୀକ୍ଷା ବୁଧବାରଠାରୁ ଆରମ୍ଭ ହେବ। ସକାଳ ୯ଟା ୩୦ରୁ ଛାତ୍ରୀଛାତ୍ରମାନେ ଲାବ୍‌ ମଧ୍ୟକୁ ପ୍ରବେଶ କରିବେ। ପ୍ରଥମ ସିଟିଂ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୧ଟା ପର୍ଯ୍ୟନ୍ତ ଚାଲିବ।…

ଆଜିଠାରୁ ଜେଲରେ ଲ’ ପରୀକ୍ଷା ଦେବେ ଅର୍ଚ୍ଚନା

ଭୁବନେଶ୍ୱର,୧।୨(ବ୍ୟୁରୋ): ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଝାରପଡ଼ା ଜେଲରେ ଦିନ କାଟୁଥିବାବେଳେ ବୁଧବାରଠାରୁ ସେ ଏଠାରେ ଲ’ ପରୀକ୍ଷା ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଅର୍ଚ୍ଚନା କ୍ୟାପିଟାଲ ଲ’ କଲେଜରେ ଇଣ୍ଟିଗ୍ରେଟେଡ୍‌ ଲ’ ପଢ଼ୁଥିବାବେଳେ ଏବେ ପାଠ୍ୟକ୍ରମର ୪ର୍ଥ ବର୍ଷ…

ରାଜଧାନୀରେ ନର୍ସିଂ ଛାତ୍ରଙ୍କ ଆତ୍ମହତ୍ୟା

ଭୁବନେଶ୍ୱର,୧।୨(ବ୍ୟୁରୋ): ଭରତପୁର ଥାନା ଅନ୍ତର୍ଗତ ଏକ ଘରୋଇ ବିଶ୍ୱ ବିଦ୍ୟାଳୟର ନର୍ସିଂ କଲେଜରେ ପଢ଼ୁଥିବା ଜଣେ ଛାତ୍ର ହଷ୍ଟେଲ ରୁମ୍‌ରେ ଗାମୁଛା ଦ୍ୱାରା ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଛନ୍ତି। ସେ ହେଲେ ପଶ୍ଚିମବଙ୍ଗ ବର୍ଦ୍ଧମାନ ଜିଲା ଚିତ୍ତରଞ୍ଜନ ଥାନା ଅଞ୍ଚଳର ସୌରଭ…

ସହରର ଆଉ ୩୩ ସ୍ଥାନର ରୂପ ବଦଳିବ

ଭୁବନେଶ୍ୱର,୧।୨ (ବ୍ୟୁରୋ): ବିଶ୍ୱକପ୍‌ ହକି ପାଇଁ ନବବଧୂ ପରି ସଜେଇ ହୋଇଛି ରାଜଧାନୀ ଭୁବନେଶ୍ୱର। ସହରର ସ୍ବଚ୍ଛତା ସହିତ ସୌନ୍ଦର୍ଯ୍ୟକରଣ ଉପରେ ବିଏମ୍‌ସି ବିଶେଷ ଭାବେ ଗୁରୁତ୍ୱାରୋପ କରିଥିଲା। ସହରର କାନ୍ଥବାଡ଼ ସହିତ ଓଭରବ୍ରିଜ୍‌, ରାସ୍ତାଘାଟ, ମୁଖ୍ୟ ଛକ ଆଦି ବିଭିନ୍ନ…

ରାଜସ୍ବ ଆଦାୟ ଲକ୍ଷ୍ୟଠାରୁ ଦୂରରେ ବିଏମ୍‌ସି

ଭୁବନେଶ୍ୱର, ୧।୨ (ବ୍ୟୁରୋ): ରାଜସ୍ବ ଆଦାୟ ଲକ୍ଷ୍ୟରେ ଏଥର ପଛରେ ପଡ଼ି ପାରେ ବିଏମ୍‌ସି। ଚଳିତ ଆର୍ଥିକ ବର୍ଷ ୨୦୨୨-୨୩ରେ ବିଏମ୍‌ସି ମୋଟ ୨୭୭.୭୪ କୋଟି ରାଜସ୍ବ ଆଦାୟ ଲକ୍ଷ୍ୟ ରଖିଛି। ୧୨୦.୨୪ କୋଟିର ହୋଲ୍ଡିଂ ଟିକସ ଥିବାବେଳେ ଅନ୍ୟାନ୍ୟ ରାଜସ୍ବ ବାବଦକୁ…

ନବ ଦାସଙ୍କୁ ହତ୍ୟା ପରେ: ସରକାରଙ୍କୁ ବିରୋଧୀଙ୍କ ଟାର୍ଗେଟ

ଭୁବନେଶ୍ବର,୧।୨(ବ୍ୟୁରୋ): ପୂର୍ବତନ ମନ୍ତ୍ରୀ ନବକିଶୋର ଦାସଙ୍କ ମୃତ୍ୟୁକୁ ନେଇ ଚର୍ଚ୍ଚା ଥମିବାର ନାଁ ଧରୁନାହିଁ। ଘଟଣାର ୩ ଦିନ ପରେ ମଧ୍ୟ କାହିଁକି ଜଣେ ପୋଲିସ କର୍ମଚାରୀ ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟାଇଲେ ତାକୁ ନେଇ ସବୁଠି ଚର୍ଚ୍ଚା। ଭାଜପା ଓ…

ନିର୍ବାଚନ କମିଶନଙ୍କୁ ଅବଗତ କଲେ ବିଧାନସଭା ସଚିବ

ଭୁବନେଶ୍ୱର,୧।୨(ବ୍ୟୁରୋ): ଝାରସୁଗୁଡ଼ା ବିଧାୟକ ତଥା ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ ଗତ ରବିବାର ଗୁଳିମାଡ଼ରେ ନିହତ ହୋଇଛନ୍ତି। ମଙ୍ଗଳବାର ଏ ନେଇ ବିଧାନସଭା ସଚିବାଳୟ ପକ୍ଷରୁ ବିଧିବଦ୍ଧ ଭାବେ ନିର୍ବାଚନ କମିଶନ ଓ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସମେତ ରାଜ୍ୟ ସଭା,…

ସାଇବର ଅପରାଧ ରୋକିବାକୁ ବ୍ୟାପକ ହେବ ପ୍ରୟାସ

ଭୁବନେଶ୍ବର,୧।୨(ବ୍ୟୁରୋ): ରାଜ୍ୟରେ ସାଇବର ଅପରାଧ ରୋକିବାକୁ ସରକାରୀସ୍ତରରେ କରାଯାଉଥିବା ପ୍ରୟାସକୁ ଆହୁରି ବ୍ୟାପକ କରାଯିବ। ଦୈନିକ ଅର୍ଥନୈତିକ ଅପରାଧ ସହ ମହିଳା ଓ ଶିଶୁଙ୍କ ଉପରେ ଯୌନଜନିତ ସାଇବର ଅପରାଧ ବୃଦ୍ଧି ପାଉଥିବାରୁ ଏଭଳି ପଦକ୍ଷେପ ଗ୍ରହଣ କରାଯିବ। ଏଥିନିମନ୍ତେ ମୁଖ୍ୟ…

ଭୁବନେଶ୍ୱରରୁ ଜାମଶେଦପୁର ବିମାନସେବା ଆରମ୍ଭ

ଭୁବନେଶ୍ୱର, ୩୧।୧(ବ୍ୟୁରୋ) – ଭୁବନେଶ୍ୱରରୁ ଝାଡ଼ଖଣ୍ଡର ଜାମଶେଦପୁରକୁ ଦୈନିକ ବିମାନସେବା ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଇଣ୍ଡିଆ ଓ୍ବାନ୍‌ ଏୟାର ପକ୍ଷରୁ ଏହି ସେବା ପ୍ରଦାନ କରାଯାଉଛି। ମଙ୍ଗଳବାର ସକାଳ ୭ଟା ୩୦ରେ ଏୟାରକ୍ରାଫ୍ଟ ଭିଟି-କେଏସ୍‌ଏସ୍‌ ଭୁବନେଶ୍ୱର ବିମାନବନ୍ଦରରୁ ଉଡ଼ାଣ ଶୁଭାରମ୍ଭ କରିଥିଲା।…

ମନ୍ତ୍ରୀ ହତ୍ୟା ମାମଲା: ତଦନ୍ତର ଦିଗକୁ ନେଇ ମୁହଁ ଖୋଲିଲେ ଦେବୀ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କ ହତ୍ୟାର ଦନ୍ତର ଦିଗକୁ ନେଇ ଉଠୁଥିବା ପ୍ରସଙ୍ଗରେ ବିଜେଡି ବିଧାୟକ ଦେବୀ ମିଶ୍ର ମୁହଁ ଖୋଲିଛନ୍ତି। ସେ କହିଛନ୍ତି, କ୍ରାଇମବ୍ରାଞ୍ଚ ସହ ହାଇକୋର୍ଟଙ୍କ ଅନୁମୋଦନରେ ଜୁଡିସିଆଲ ତଦନ୍ତ କରାଯିବ । ତାହା ଟ୍ରାନ୍ସପରେଣ୍ଟ ହେବ…

ଦାଖଲ ହେଲା ମନ୍ତ୍ରୀଙ୍କ ପୋଷ୍ଟମର୍ଟମ ରିପୋର୍ଟ

ଭୁବନେଶର,୩୧।୧(ବ୍ୟୁରୋ) : ମନ୍ତ୍ରୀ ନବ କିଶୋର ଦାସଙ୍କ ପୋଷ୍ଟମର୍ଟମ ରିପୋର୍ଟ ମଙ୍ଗଳବାର ଦାଖଲ ହୋଇଛି। ଡାକ୍ତରୀ ଟିମ୍‌ କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟରେ ଉକ୍ତ ରିପୋର୍ଟ ଦାଖଲ କରିଛନ୍ତି। ପୋଷ୍ଟମୋର୍ଟମ ରିପୋର୍ଟରେ ଦାସଙ୍କୁ କେଉଁ ସମୟରେ ଗୁଳି ବାଜିଥିଲା, କେତୋଟି ଗୁଳି…

୪ ବିମାନ ବନ୍ଦର ପାଇଁ ନିଯୁକ୍ତି ହେବେ ୫୦ ଅଗ୍ନିଶମ କର୍ମଚାରୀ

ଭୁବନେଶ୍ୱର,୩୧।୧(ବ୍ୟୁରୋ): ୫୦ ଅଗ୍ନିଶମ ସେବା କର୍ମଚାରୀ ପଦବୀ ସୃଷ୍ଟି ପାଇଁ ମୁଖ୍ୟମନ୍ତ୍ରୀ ରାଜ୍ୟସରକାର ଅନୁମୋଦନ କରିଛନ୍ତି । ଆଞ୍ଚଳିକ କନେକ୍‌ଟିଭିଟି ସ୍କିମ (ଆରସିଏସ) – ୟୁଡିଏଏନ୍‌ ଯୋଜନାରେ ୪ଟି ବିମାନବନ୍ଦର ପାଇଁ ବିଭିନ୍ନ ପଦବୀରେ ଅଗ୍ନିଶମ ସେବା କର୍ମଚାରୀଙ୍କ ୫୦ଟି ପଦବୀ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri