ଆଉ ୫ଦିନ ତାତି
ଭୁବନେଶ୍ୱର,୫ା୬(ବ୍ୟୁରୋ): ରାଜ୍ୟରେ ଅସହ୍ୟ ତାତି ଜାରି ରହିଛି। ରବିବାର ୪୪ ଡିଗ୍ରୀ ସହ ସମ୍ବଲପୁର ରାଜ୍ୟର ସବୁଠୁ ଉତ୍ତପ୍ତ ସହର ପାଲଟିଥିଲା। ଏଥିସହ ୧୫ଟି ସ୍ଥାନର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲାବେଳେ ସନ୍ଧ୍ୟାରେ ଭଦ୍ରକ, ଯାଜପୁର, ଢ଼େଙ୍କାନାଳ, ସମ୍ବଲପୁର ଆଦି…
ଟ୍ରେନ୍ ଦୁର୍ଘଟଣାକୁ ସାମ୍ପ୍ରଦାୟିକ ରୂପ ଦେଲେ କାର୍ଯ୍ୟାନୁଷ୍ଠାନ: ଚେତାବନୀ ଦେଲା ଓଡ଼ିଶା ପୋଲିସ
ଭୁବନେଶ୍ୱର,୫ା୬(ବ୍ୟୁରୋ): ବାଲେଶ୍ୱର ଜିଲା ବାହାନଗାଠାରେ ଶୁକ୍ରବାର ସାରେ ଘଟିଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଦେଇଛି। ଏହି ରେଳ ବିଭୀଷିକା ପାଇଁ ବିଭିନ୍ନ ମହଲରେ ଶୋକ ପ୍ରକାଶ କରାଯାଉଥିବାବେଳେ କିଛି ମନ୍ଦ ପ୍ରକୃତିର ଲୋକ ଏହାକୁ ସାମ୍ପ୍ରଦାୟିକ ରୂପ…
ବାହାନଗା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ସୁପାରିସ
ଭୁବନେଶ୍ୱର,୪ା୬: ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ହୋଇଥିବା ଟ୍ରେନ ଟ୍ରାଜେଡିର ସିବିଆଇ ତଦନ୍ତ ପାଇଁ ରେଲଓ୍ବେ ବୋର୍ଡ ପକ୍ଷରୁ ସୁପାରିଶ କରାଯାଇଛି ବୋଲି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ସନ୍ଧ୍ୟାରେ ସୂଚନା ଦେଇଛନ୍ତି। ଯେଉଁ ପରିସ୍ଥିତିରେ ଘଟଣା ଘଟିଲା ତାହାର…
ଭୁବନେଶ୍ୱରକୁ ବିମାନ ଚଳାଚଳ ନେଇ ନିର୍ଦ୍ଦେଶନାମା ଜାରି
ନୂଆଦିଲ୍ଲୀ,୪।୬: ବାଲେଶ୍ୱର ବାହାନଗାରେ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଥିବାବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳରେ ମରାମତି କାମ ଜୋରସୋରରେ ଚାଲିଛି। କ୍ଷତିଗ୍ରସ୍ତ କୋଚ୍ଗୁଡ଼ିକୁ ହଟାଇବା ସହ ଦୁର୍ଘଟଣାସ୍ଥଳରେ ଟ୍ରାକ୍ଗୁଡିକର ମରାମତି କାର୍ଯ୍ୟ ଜାରି ରହିଛି।…
କୋଲକାତାକୁ ମାଗଣା ବସ୍ ସେବା: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ରେଳ ସେବା ବାଧାପ୍ରାପ୍ତ ହୋଇଛି। ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କୋଲକାତାକୁ ମାଗଣା ବସ୍ ସେବା ଆରମ୍ଭ ଘୋଷଣା କରିଛନ୍ତି। ପୁରୀ, ଭୁବନେଶ୍ବର ଓ କଟକରୁ କୋଲକାତାକୁ ମାଗଣା ବସ୍ ଚାଲିବା ନେଇ ସମସ୍ତ…
ଟ୍ରେନ୍ ଦୁର୍ଘଟଣାର ସଠିକ୍ ମୃତ୍ୟୁସଂଖ୍ୟା ୨୭୫: ମୁଖ୍ୟ ଶାସନ ସଚିବ
ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣାରେ ସଠିକ୍ ମୃତ୍ୟୁସଂଖ୍ୟା ସାମ୍ନାକୁ ଆସିଛି। ଶନିବାର ସୁଦ୍ଧା ଏହା ସରକାରୀ ଭାବେ ୨୮୮ ରହିଥିବା ବେଳେ ରବିବାର ଏହି ମୃତ୍ୟୁସଂଖ୍ୟା ୨୭୫ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା। ସେ ଗଣମାଧ୍ୟମ…
ଫିଟ୍ ହେଲା ଗୋଟିଏ ଟ୍ରାକ୍
ଭୁବନେଶ୍ୱର/ନୂଆଦିଲ୍ଲୀ,୪ା୬: ବାଲେଶ୍ୱର ଜିଲା ବାହାନଗା ରେଳ ଷ୍ଟେଶନରେ ହୋଇଥିବା ଭୟାନକ ଟ୍ରେନ୍ ଦୁର୍ଘଟଣାର ସ୍ଥିତି ସଜାଡ଼ିବାରେ ପ୍ରଶାସନ ପକ୍ଷରୁ ଜୋରଦାର ଉଦ୍ୟମ ଜାରି ରହିଛି। ତେବେ ରବିବାର ଗୋଟିଏ ଟ୍ରାକ୍ ଫିଟ୍ ହୋଇଥିବା ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ସୂଚନା ଦେଇଛନ୍ତି। ବାହାନଗା…
ଶିଳ୍ପ ନିରାପତ୍ତା ବୃଦ୍ଧିକୁ ଗୁରୁତ୍ୱ
ଭୁବନେଶ୍ୱର,୪।୬: ବେଦାନ୍ତ ଆଲୁମିନିୟମ୍ର ଓଡ଼ିଶା ୟୁନିଟ୍ ଝାରସୁଗୁଡ଼ା କାରଖାନା ଏବଂ ଓଡ଼ିଶା ସରକାରଙ୍କ ବଏଲର ନିର୍ଦ୍ଦେଶାଳୟ ସହଯୋଗରେ ଏକ ପ୍ରଭାବଶାଳୀ ଶିଳ୍ପ ସୁରକ୍ଷା ତାଲିମ କାର୍ଯ୍ୟକ୍ରମ କାରଖାନା ପରିସରରେ ଆୟୋଜିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ ଶ୍ରମ ବିଭାଗ ଏବଂ ଇଏସ୍ଆଇ ଅଧୀନରେ…
ହେଲ୍ପଲାଇନ୍ ନମ୍ବର ଜାରିକଲା ବିଏମ୍ସି
ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ୍ ଦୁର୍ଘଟଣା ନେଇ ବିଏମ୍ସି ପକ୍ଷରୁ ହେଲ୍ପଲାଇନ ନମ୍ବର ଜାରି କରାଯାଇଛି। ୧୯୨୯ ନମ୍ବରକୁ କଲ୍ କରି ସମ୍ପର୍କୀୟମାନେ ମୃତଦେହ ସମ୍ପର୍କରେ ଜାଣିପାରିବେ ବୋଲି ଏନେଇବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଛନ୍ତି । ସେ କହିଛନ୍ତି,…
ହସ୍ପିଟାଲରେ ଆହତଙ୍କୁ ଭେଟିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ
ଭୁବନେଶ୍ୱର,୪।୬:ବାହନାଗା ରେଳ ଦୁର୍ଘଟଣାର ଆହତଙ୍କୁ ଭେଟିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ। ଆହତଙ୍କୁ ସ୍ବାସ୍ଥ୍ୟବସ୍ଥ୍ୟା ପଚାରି ବୁଝିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଆହତଙ୍କ ଚିକିତ୍ସା ନେଇ ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ସ୍ବାସ୍ଥ୍ୟ ମନ୍ତ୍ରୀ କହିଛନ୍ତି, ଏହି…
ବୁଧବାରରୁ ରେଳ ଚଳାଚଳ ସ୍ବାଭାବିକ, ଆଜି ଗଡିବ ସ୍ପେଶାଲ ଟ୍ରେନ୍
ଭୁବନେଶ୍ୱର,୬।୩: ବାହାନଗା ଦୁର୍ଘଟଣା ପରେ ପୁନରୁଦ୍ଧାର କାର୍ଯ୍ୟ ରବିବାର ସକାଳୁ ଜୋରସୋରରେ ଚାଲୁ ରହିଛି। ରେଳ ମନ୍ତ୍ରୀ ଅଶ୍ୱିନୀ ବେଷ୍ଣବ ଘଟଣା ସ୍ଥଳକୁ ପୁଣି ପରିଦର୍ଶନ କରିବା ସହ ବୁଧବାର ସୁଦ୍ଧା ରେଳ ଚଳାଚଳ ସ୍ବଭାବିକ ହେବ ବୋଲି ଗଣମାଧ୍ୟମରେ ସୂଚନା…
ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୪ା୬(ବ୍ୟୁରୋ): ବାହାନଗା ଟ୍ରେନ ଦୁର୍ଘଟଣାରେ ରାଜ୍ୟର ମୃତକ ଓ ଆହତଙ୍କ ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ସହାୟତା ରାଶି ପ୍ରଦାନ କରାଯିବ। ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ…
Archives


