ଅନ୍ତର୍ଜାତୀୟ

କୃଷ୍ଣସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ପ୍ରସ୍ତୁତ ଋଷିଆ, ଜାତିସଂଘରେ ଦାବିକଲା ଆମେରିକା

ଜାତିସଂଘ,୨।୮: କୃଷ୍ଣସାଗର ଶସ୍ୟ ଚୁକ୍ତିକୁ ପୁଣି ଫେରିବାକୁ ଚାହୁଁଛି ଋଷିଆ। ମିଳିତ ଜାତିସଂଘରେ ଆମେରିକାର ଦୂତ ଏନେଇ ସୂଚନା ଦେଇଛନ୍ତି। ଆମେରିକାର ରାଷ୍ଟ୍ରଦୂତ ଲିଣ୍ଡା ଥୋମାସ-ଗ୍ରୀନଫିଲ୍ଡ ଜାତିସଂଘରେ କହିଛନ୍ତି, ଋଷ ଫେରିବା ନେଇ ଆମେ କୌଣସି ସ୍ପଷ୍ଟ ସୂଚନା ପାଇନାହୁଁ। କିନ୍ତୁ…

୨୦୨୦ ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିଲେ ଟ୍ରମ୍ପ,ଚାର୍ଜଶିଟ ଦାଖଲ…

ଓ୍ବାଶିଂଟନ,୨।୮ : ଆମେରିକାରେ ହୋଇଥିବା ୨୦୨୦ ରାଷ୍ଟ୍ରପତି ନିର୍ବାଚନ ଫଳାଫଳକୁ ବଦଳାଇବାକୁ ଚେଷ୍ଟା କରିଥିବା ନେଇ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ଏକ ଚାର୍ଜଶିଟ ଦାଖଲ କରାଯାଇଛି। ଚାରିମାସ ମଧ୍ୟରେ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ତୃତୀୟ ଥର ପାଇଁ ଅପରାଧିକ…

ପୋଲାଣ୍ଡର ଦାବିକୁ ପ୍ରତ୍ୟାଖାନ କଲା ବେଲାଋଷ, କହିଲା ସେନାକୁ ପ୍ରଶିକ୍ଷଣ ପାଇଁ ଆସିଛନ୍ତି ଓ୍ବାଗନର୍‌ ଗ୍ରୁପ୍‌

ମିନସ୍କି,୨।୮: ବେଲାଋଷର ରାଷ୍ଟ୍ରପତି ଆଲେକ୍ସଜାଣ୍ଡାର୍‌ ଲୁକାଶେଙ୍କୋ ପୋଲାଣ୍ଡର ଦାବିକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ସେ କହିଛନ୍ତି, ୱାଗନର୍‌ ଗ୍ରୁପ ବେଲାଋଷର ସେନାକୁ ଅସ୍ତ୍ରଶସ୍ତ୍ର ପ୍ରଶିକ୍ଷଣ ପାଇଁ ବ୍ରେଷ୍ଟ ଏବଂ ଗ୍ରୋଡନୋରେ ଅଛନ୍ତି। ସୂଚନାଯୋଗ୍ୟ, ପୋଲାଣ୍ଡ ରାଷ୍ଟ୍ରପତି ଦାବି କରିଥିଲେ କି ଓ୍ବାଗନର୍‌ ଗ୍ରୁପର…

ୟାଜିଦିଙ୍କ ନରସଂହାର କରିଥିଲା ଇସଲାମିକ ଷ୍ଟେଟ, ୯ ବର୍ଷ ପରେ ସ୍ବୀକାର କଲା ବ୍ରିଟେନ…

ଲଣ୍ଡନ,୨।୮ : ୨୦୧୪ ମସିହାରେ, ଇରାକରେ ଇସଲାମିକ ଷ୍ଟେଟ (ଆଇଏସ) ଆତଙ୍କବାଦୀମାନେ ୟାଜିଦି ସମ୍ପ୍ରଦାୟର ଲୋକଙ୍କ ନରସଂହାର କରିଥିଲେ। ବ୍ରିଟେନ ବର୍ତ୍ତମାନ ଆନୁଷ୍ଠାନିକ ଭାବରେ ଏହାକୁ ଔପଚାରିକ ଭାବରେ ସ୍ବୀକାର କରିଛି। ୨୦୨୧ ମସିହାରେ ଜର୍ମାନ ଅଦାଲତ ଜଣେ ପୂର୍ବତନ ଆଇଏସ…

ଓ୍ବେଷ୍ଟବ୍ୟାଙ୍କ ଇହୁଦୀ ବସ୍ତିରେ ଗୁଳି କାଣ୍ଡ, ୬ ଇସ୍ରାଏଲ ନାଗରିକ ଆହତ, ଆତଙ୍କବାଦୀଙ୍କୁ ଏନକାଉଣ୍ଟର…

ଜେରୁଜେଲମ,୨।୮ : ଓ୍ବେଷ୍ଟବ୍ୟାଙ୍କର ଏକ ଇହୁଦୀ ବସ୍ତିରେ ଜଣେ ପାଲେଷ୍ଟାଇନ ଉଗ୍ରବାଦୀ ଗୁଳି ଚଳାଇଥିଲେ। ଏହି ଆକ୍ରମଣରେ ୬ ଜଣ ଇସ୍ରାଏଲ ନାଗରିକ ଆହତ ହୋଇଛନ୍ତି। ଇସ୍ରାଏଲ ପୋଲିସ ଏକ ବିବୃତ୍ତିରେ କହିଛି ମାଲେହ ଆଦୁମିମରେ ଜଣେ ଆତଙ୍କବାଦୀ ଗୁଳି ଚଳାଇଥିଲେ।…

ଜୁରିଆନ ବେ ସମୁଦ୍ର କୂଳରୁ ମିଳିଥିବା ରହସ୍ୟମୟ ବସ୍ତୁ ଭାରତୀୟ ପିଏସଏଲଭି ଆବର୍ଜନା: ଅଷ୍ଟ୍ରେଲିଆ…

ମେଲବୋର୍ନ,୨।୮ : ଅଷ୍ଟ୍ରେଲିଆର ସ୍ପେସ ଏଜେନ୍ସି କହିଛି ଏକ ଗମ୍ବୁଜ ଆକୃତିର ବସ୍ତୁ ଯାହା ଗତ ମାସରେ ଅଷ୍ଟ୍ରେଲିଆର ଏକ ବେଳାଭୂମିରେ ମିଳିଥିଲା ତାହା ଏକ ଭାରତୀୟ ରକେଟର ଆବର୍ଜନା ହୋଇପାରେ। ଜୁଲାଇ ୧୫ ରେ, ପର୍ଥ ସହରଠାରୁ ପ୍ରାୟ ୨୫୦…

ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ

ଓ୍ବାଶିଂଟନ୍‌,୨।୮: ବିଶ୍ୱର ବିଭିନ୍ନ କୋଣରେ ହେଉଥିବା ମହିଳାଙ୍କ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ଭାରତ ଆସୁଛନ୍ତି ଆମେରିକାର ରାଷ୍ଟ୍ରଦୂତ ଗୀତା ରାଓ ଗୁପ୍ତା। ସେ ଏକ ସପ୍ତାହ ଗସ୍ତରେ ଭାରତ ଆସୁଛନ୍ତି। ଏନେଇ ଆମେରିକା ସ୍ବରାଷ୍ଟ୍ର ବିଭାଗ ସୂଚନା ଦେଇଛି।…

ପ୍ରତି ସିଗାରେଟରେ ସ୍ବାସ୍ଥ୍ୟ ଚେତାବନୀ: କାନାଡ଼ା ସରକାରଙ୍କ ନିଷ୍ପତ୍ତି…

ଅଟଓ୍ବା,୨।୮ : ସିଗାରେଟ ପ୍ୟାକେଟରେ ସ୍ବାସ୍ଥ୍ୟ ଚେତାବନୀ ରହିଥାଏ। କିନ୍ତୁ ବର୍ତ୍ତମାନ କାନାଡାର ପ୍ରତ୍ୟେକ ସିଗାରେଟ ଉପରେ ସ୍ବାସ୍ଥ୍ୟ ଚେତାବନୀ ଛାପାଯିବ। କାନାଡାରେ ବିକ୍ରି ହୋଇଥିବା ପ୍ରତ୍ୟେକ ସିଗାରେଟରେ ‘ଧୂମପାନ କଲେ ନପୁଂଷକତା ଏବଂ କର୍କଟ ରୋଗ ହେବ’ ବୋଲି ଲେଖା…

ଡ୍ରଗ୍ସ ବିରୋଧରେ କଡା ଆଇନ୍‌ ପ୍ରସ୍ତୁତ କରିଥିବା ପୋଲିସ ଅଧିକାରୀ ନିଜେ କରୁଥିଲେ ଧୂମପାନ, ଜାଣନ୍ତୁ ପୁରା ଘଟଣା

ଲଣ୍ଡନ,୨।୮: ଲଣ୍ଡନରେ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି। ଏଠାରେ ଜଣେ ବରିଷ୍ଠ ପୋଲିସ ଅଧିକାରୀ ଡ୍ରଗ୍ସ ବିରୋଧରେ ଆଇନ୍‌ ପ୍ରସ୍ତୁତ କରିଥିବାବେଳେ ନିଜେ ଜଳଖିଆ ପୂର୍ବରୁ ଧୂମପାନ କରୁଥିବାର ଧରାପଡିଛନ୍ତି। ଏହି ପୋଲିସ ଅଧିକାରୀ ଜଣକ ହେଉଛନ୍ତି ଲଣ୍ଡନର ଜୁଲିଆନ…

ନାସାର ଭଏଜର୍‌-୨ ପୃଥିବୀକୁ ପଠାଇଲା ସଙ୍କେତ, ଆଶ୍ଚର୍ଯ୍ୟ ହେଲେ ମହାକାଶ ବିଜ୍ଞାନୀ…

ଓ୍ବାଶିଂଟନ,୨।୮ : ଆମେରିକୀୟ ସ୍ପେସ ଏଜେନ୍ସି ନାସାର ଭଏଜର୍‌-୨ ପୃଥିବୀକୁ ସଙ୍କେତ ପଠାଇଛି। ଉଲ୍ଲେଖନୀୟ କଥା ହେଉଛି, ନାସା ସହିତ ଭଏଜର ସିଗନାଲ ବିଚ୍ଛିନ୍ନ ହୋଇ ଯାଇଥିଲା ଏବଂ ବର୍ତ୍ତମାନ ନାସା ମହାକାଶ ବିଜ୍ଞାନୀମାନଙ୍କ ଉଦ୍ୟମରେ ଯୋଗାଯୋଗ ପୁଣି ସ୍ଥାପିତ ହୋଇଛି।…

ବାଂଲାଦେଶରେ ଡେଙ୍ଗୁ ଆତଙ୍କ: ଗତ ୨୪ ଘଣ୍ଟାରେ ୧୦ ମୃତ…

ଢାକା,୨।୮ : ବାଂଲାଦେଶରେ ଡେଙ୍ଗୁ ସଂକ୍ରମଣ ଯୋଗୁ ଲୋକେ ଆତଙ୍କିତ ହୋଇ ପଡ଼ିଛନ୍ତି। ଗତ ୨୪ ଘଣ୍ଟା ମଧ୍ୟରେ ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ସାରା ଦେଶରେ ଆହୁରି ଦଶ ଜଣ ଡେଙ୍ଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି, ଯାହା ଫଳରେ ଚଳିତ…

ବେଜିଂରେ ପ୍ରବଳ ବର୍ଷା: ୨୦ ମୃତ, ୪୦୦ରୁ ଅଧିକ ବିମାନ ଉଡ଼ାଣ ବାତିଲ…

ବେଜିଂ,୨।୮ : ଚାଇନାର ରାଜଧାନୀ ବେଜିଂରେ ପ୍ରବଳ ବର୍ଷା ଯୋଗୁ ୨୦ ଜଣଙ୍କର ମୃତ୍ୟୁ ଘଟିଛି। ବନ୍ୟାଜଳ ଯୋଗୁ ମେଟ୍ରୋ ରେଳ ସେବା ବନ୍ଦ ରଖାଯାଇଛି। ଖରାପ ପାଗ ପାଇଁ ୪୦୦ରୁ ଅଧିକ ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଲଗାଣ ବର୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?