ଚାଇନା ବିଦେଶ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗ କେଉଁଠି, ଜିନପିଙ୍ଗ ସରକାରଙ୍କ ଉପରେ ସନ୍ଦେହ ଘନେଇଲା…
ବେଜିଂ,୧।୮ : ଚାଇନାର ପୂର୍ବତନ ବୈଦେଶିକ ମନ୍ତ୍ରୀ କ୍ୱିନ ଗ୍ୟାଙ୍ଗ ଗତ କିଛି ଦିନ ହେବ ନିଖୋଜ ଥିଲେ ମଧ୍ୟ ତାଙ୍କ ବିଷୟରେ ଏପର୍ଯ୍ୟନ୍ତ କିଛି ଜଣା ପଡିନାହିଁ। ନିକଟରେ କିନ ଗ୍ୟାଙ୍ଗଙ୍କୁ ପଦରୁ ହଟାଇ ଦିଆଯାଇଥିଲା।କିନ୍ତୁ ଆଶ୍ଚର୍ଯ୍ୟର କଥା, ଗ୍ୟାଙ୍ଗଙ୍କ…
୬ ମାସରେ କାନ୍ଦାହାରରେ ୧୦୦୦ରୁ ଅଧିକ ଯକ୍ଷ୍ମାରେ ଆକ୍ରାନ୍ତ…
କାବୁଲ,୧।୮ : ତାଲିବାନ ଆଫଗାନିସ୍ତାନ ଦଖଲ କରିବା ଦିନଠାରୁ ଏହି ଦେଶର ଅବସ୍ଥା ଆହୁରି ଖରାପ ହୋଇପଡିଛି। କାବୁଲର ଟୋଲୋ ନ୍ୟୁଜରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ଗତ ୬ ମାସ ମଧ୍ୟରେ କାନ୍ଦାହାରରେ ୧୦୦୦ ରୁ ଅଧିକ ଲୋକ ଯକ୍ଷ୍ମାରେ…
ପାଲେଷ୍ଟାଇନରେ ଗୃହଯୁଦ୍ଧ ପରିସ୍ଥିତି: ୧୧ ମୃତ, ୫୦ରୁ ଅଧିକ ଆହତ
ଜେରୁଜାଲେମ,୧।୮: ଇସ୍ରାଏଲ ବିରୋଧରେ ଆତଙ୍କବାଦୀ ଆକ୍ରମଣ କରିଥିବା ପାଲେଷ୍ଟାଇନଙ୍କ ମଧ୍ୟରେ ଗୃହଯୁଦ୍ଧ ପରିସ୍ଥିତି ଦେଖାଯାଇଛି। ପାଲେଷ୍ଟାଇନ ଶରଣାର୍ଥୀ ଶିବିରରେ ହିଂସାକାଣ୍ଡ ବଢିବାରେ ଲାଗିଛି। ଶିବିର ଭିତରୁ ଲଗାତାର ଗୁଳମାଡର ଶଦ୍ଦ ଶୁଣିବାକୁ ମିଳୁଛି। ହିଂସାରେ ୧୧ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୫୦ରୁ ଅଧିକ…
ଲସ୍ ଆଞ୍ଜେଲେସରେ ଆଖିବୁଜା ଗୁଳିମାଡ, ପୋଲିସ ଅଧିକାରୀ ଆହତ
ଓ୍ବାଶିଂଟନ୍,୧।୮: ଆମେରିକାର ଲସ୍ ଆଞ୍ଜେଲେସର ହ୍ବିଟିୟରରେ ଆଖିବୁଜା ଗୁଳିମାଡ ହୋଇଛି। ଏହି ଗୁ ଆକ୍ରମଣରେ ଜଣେ ପୋଲିସ ଅଧିକାରୀ ଏବଂ ସନ୍ଦିଗ୍ଧ ବନ୍ଧୁକଧାରୀ ଆହତ ହୋଇଛନ୍ତି। ଉଭୟଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।
ସୁ କିଙ୍କୁ ମିଳିଲା କ୍ଷମା
ନାପିଦ୍ୱ,୧।୮: ମ୍ୟାନମାରରେ ୨୦୨୧ ସାମରିକ ହିଂସା ପରେ ଜେଲରେ ଥିବା ନେତା ଅଙ୍ଗ ସାନ ସୁ କିଙ୍କୁ କ୍ଷମା କରାଯାଇଛି। ସୁ କିଙ୍କୁ ୧୯ଟି ଅପରାଧ ମଧ୍ୟରୁ ପାଞ୍ଚଟି ପାଇଁ କ୍ଷମା କରାଯାଇଛି। ମ୍ୟାନମାରର ସେନା ଦେଶର ନିର୍ବାଚିତ ନେତା ଅଙ୍ଗ…
ଭାରତର ଏହି ପଡୋଶୀ ଦେଶରେ ବଢୁଛି ଆତଙ୍କୀ ସଂଗଠନର ଭୟ, ଆଇଏସ-ଅଲ-କାଏଦା ସମର୍ଥକଙ୍କ ଉପରେ ପ୍ରତିବନ୍ଧକ ଲଗାଇଲା ଆମେରିକା
ଓ୍ବାଶିଂଟନ,୧।୮: ମାଲଦ୍ୱୀପରେ ଆଇଏସଆଇଏସ ଏବଂ ଅଲ-କାଏଦା ଭଳି ଆତଙ୍କବାଦୀ ସଂଗଠନର ସମର୍ଥକଙ୍କ ବିରୋଧରେ ଆମେରିକା ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଏକ ରିପୋର୍ଟ ଅନୁଯାୟୀ, ମାଲଦ୍ୱୀପରେ ଆତଙ୍କବାଦୀ ସଂଗଠନକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଆମେରିକା ୨୦ ଜଣ ବ୍ୟକ୍ତି ଏବଂ…
ଚାଇନାରେ ବର୍ଷା ବିତ୍ପାତ : ୧୧ ମୃତ, ୨୭ ନିଖୋଜ
ବେଜିଂ,୧।୮: ଚାଇନା ରାଜଧାନୀ ବେଜିଂରେ ଗତ କିଛି ଦିନ ହେବ ପ୍ରବଳ ବର୍ଷା ହଇଚଇ ସୃଷ୍ଟି କରିଛି। ବର୍ଷା ଯୋଗୁ ଏ ପର୍ଯ୍ୟନ୍ତ ୧୧ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୧୦ ହଜାର ଲୋକ ନିଖୋଜ ଥିବା ଜଣାଯାଇଛି। ଚାଇନାର ରାଜ୍ୟ ଗଣମାଧ୍ୟମ…
ମ୍ୟାନମାରର ସେନା ଶାସନ ଚତୁର୍ଥ ଥର ବଢାଇଲା ଏମରଜେନ୍ସି, ଅସନ୍ତୋଷ ବ୍ୟକ୍ତ କଲା ଆମେରିକା
ଓ୍ବାଶିଂଟନ,୧।୮: ମ୍ୟାନମାରର ସାମରିକ ଶାସନ ଦେଶରେ ଲାଗୁ ହୋଇଥିବା ଜରୁରୀକାଳୀନ ପରିସ୍ଥିତିକୁ ଆଉ ୬ମାସ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ମ୍ୟାନମାର ସାମରିକ ଶାସନର ଏହି ନିଷ୍ପତ୍ତିକୁ ନେଇ ଆମେରିକା ଅସନ୍ତୋଷ ବ୍ୟକ୍ତ କରିଛି ଏବଂ ମ୍ୟାନମାରର ସାମରିକ ଶାସନ ସମୟରେ…
ନାଶନାଲ ଆସେମ୍ଲିରେ ସେନା ଅଧିନିୟମ ସଂଶୋଧନ ବିଲ ପାସ, ସମ୍ବେଦନଶୀଳ ତଥ୍ୟ ଲିକ କଲେ ୫ ବର୍ଷ ପର୍ଯ୍ୟନ୍ତ ଜେଲ
ଇସଲାମାବାଦ,୧।୮: ପାକିସ୍ତାନୀ ସେନା ଅଧିନିୟମ (ସଂଶୋଧନ) ବିଲ, ସୋମବାର ନାଶନାଲ ଆସେମ୍ଲି ଦ୍ୱାରା ମଞ୍ଜୁରୀ ଦିଆଯାଇଛି। ଏହା ଆଧାରରେ କୌଣସି ସମ୍ବେଦନଶୀଳ ସୂଚନା ପ୍ରକାଶ କରିବାରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କୁ ପାଞ୍ଚ ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡରେ ଦଣ୍ଡିତ କରାଯିବାର ରାସ୍ତା ଖୋଲିଯାଇଛି।…
ୟୁଫୋରିଆ ଅଭିନେତା ଆଙ୍ଗସ କ୍ଲାଉଡଙ୍କର ୨୫ ବର୍ଷ ବୟସରେ ପରଲୋକ
ଲସ ଆଞ୍ଜେଲସ,୧।୮: ଜଣାଶୁଣା ଏଚବିଓ ଡ୍ରାମା ସିରିଜ ୟୁଫୋରିଆର ୨୫ ବର୍ଷିୟ କୋ-ଷ୍ଟାର ଆଙ୍ଗସ କ୍ଲାଉଡଙ୍କର ସୋମବାର ପରଲୋକ ହୋଇଛି। ତାଙ୍କ ପରିବାର ପକ୍ଷରୁ ଏହି ସୂଚନା ଦିଆଯାଇଛି। କିଛି ଏମି ପୁରସ୍କାର ବିଜେତା ଏହି ସିରିଜରେ ଲୋକୋନିକ ଡ୍ରଗ ଡିଲର…
କଲମ୍ବିଆରେ ସେନା ସହ ଅପରାଧି ମୁହାଁମୁହିଁ, ଅତିକମରେ ୨୦ ମୃତ
ବୋଗୋଟା,୧।୮: କଲମ୍ବିଆ ସେନାର ଏଫଏଆରସି ଅସନ୍ତୁଷ୍ଟ ଓ କ୍ଲେନ ଡେଲ ଗୋଲଫୋ ଅପରାଧିଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି। ଏହି ସଂଘର୍ଷରେ ଅତିକମରେ ୨୦ ଜଣଙ୍କ ମୃତ୍ୟୁ ହୋଇଛି। ସୋମବାର ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। କଲମ୍ବିଆ ସେନାଙ୍କ ଅନୁଯାୟୀ, କାଉକା…
ୟୁକ୍ରେନ୍ ସୀମାରେ ରୁଷିଆର ମିଶାଇଲ ମାଡ଼: ୪ ନିହତ
କିଭ୍,୧।୮: ରୁଷିଆର ଏକ କ୍ଷେପଣାସ୍ତ୍ର ସୋମବାର କେନ୍ଦ୍ରୀୟ ୟୁକ୍ରେନ୍ର କ୍ରଭି୍ୟ ରିହ ସହରର ଏକ ଆପାର୍ଟମେଣ୍ଟରେ ମାଡ଼ ହୋଇଛି। ଏଥିରେ ୪ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକ ଆହତ ହୋଇଥିବା ୟୁକ୍ରେନ୍ ଗୃହମନ୍ତ୍ରୀ କହିଛନ୍ତି। ରୁଷିଆ ଛାଡ଼ିଥିବା ଦୁଇଟି ମିଶାଇଲ ମଧ୍ୟରୁ ଗୋଟିଏ…
Archives


