ଅନ୍ତର୍ଜାତୀୟ

ଖେବର ପାଖ୍ଟନଖୱାରେ ବିସ୍ଫୋରଣ: ଏଯାଏ ୫୦ ଜଣଙ୍କ ମୃତ୍ୟୁ, ୧୫୦ ଆହତ

ଇସଲାମାବାଦ,୩୧।୭: ପାକିସ୍ତାନର ଖେବର ପାଖ୍ଟନଖୱାଠାରେ ଏକ ବଡ଼ ବିସ୍ଫୋରଣରେ ୫୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୧୫୦ଜଣ ଆହତ ହୋଇଥିବା କୁହାଯାଉଛି। ରବିବାର ଏକ ସମ୍ମିଳନୀ ଚାଲିଥିବା ବେଳେ ଅପରାହ୍ନ ୪ଟାରେ ବାଜୌର ଆଦିବାସୀ ଜିଲାର ଖାରଠାରେ ଜାମିଅତ ଉଲେମା-ଇ-ଇସଲାମ-ଫଜଲର ସମ୍ମିଳନୀରେ…

ତୋଶାଖାନା ମାମଲାରେ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଗଲେ ଇମ୍ରାନ

ଇସଲାମାବାଦ,୩୧।୭: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ତୋଶାଖାନା ଭ୍ରଷ୍ଟାଚାର ମାମଲାରେ ଇସଲାମାବାଦ ହାଇକୋର୍ଟଙ୍କ ରାୟ ବିରୋଧରେ ସୁପ୍ରିମକୋର୍ଟ ଯାଇଛନ୍ତି। ଇମ୍ରାନଙ୍କ ନାମରେ ଆପରାଧିକ ପ୍ରକ୍ରିୟାରେ ରହିବାକୁ ଚାହୁଁଥିବା ଇସଲାମାବାଦ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ଦୁଇଥର ଇସଲାମାବାଦ ହାଇକୋର୍ଟ…

ନଓ୍ବାଜ ଶରିଫ ପୁଣି ହୋଇପାରନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ, ସଙ୍କେତ ଦେଲେ ଶହବାଜ

ଇସଲାମାବାଦ,୩୧।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ଅର୍ଥମନ୍ତ୍ରୀ ଇଶାକ ଦାରଙ୍କୁ କାର୍ଯ୍ୟକାରୀ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିବାର ସମ୍ଭାବନାକୁ ଏଡ଼ାଇ ଦେଇଛନ୍ତି। ଆସନ୍ତା ସାଧାରଣ ନିର୍ବାଚନକୁ ସ୍ବଚ୍ଛ କରିବା ଉଦ୍ଦେଶ୍ୟରେ ମଧ୍ୟବର୍ତ୍ତୀକାଳୀନ ସରକାରର ନେତୃତ୍ୱ ନେବାକୁ ଆସନ୍ତା ମାସରେ ଜଣେ ‘ନିରପେକ୍ଷ…

ଆମେରିକାରେ ପାଳନ ହେବ ଶ୍ରୀ ଶ୍ରୀ ରବିଶଙ୍କର ଡେ

ନୂଆଦିଲ୍ଲୀ/ଓ୍ବାଶିଂଟନ,୩୧।୭: ଐତିହାସିକ ଗର୍ବର ମୁହୂର୍ତ୍ତରେ, ଭାରତୀୟ ଆଧ୍ୟାତ୍ମିକ ଗୁରୁ ଓ ମାନବତାବାଦୀ ଶ୍ରୀ ଶ୍ରୀ ରବିଶଙ୍କର ଏମିତି ପ୍ରଥମ ଓ ଏକମାତ୍ର ଆଧ୍ୟାତ୍ମିକ ଗୁରୁ, ଯାହାଙ୍କୁ ୩୦ ୟୁଏସ କାନାଡିଆନ ସିଟିରେ ସମ୍ମାନୀତ କରାଯାଇଛି। ହୋଓ୍ବାର୍ଡ କାଉଣ୍ଟି, ମେରିଲ୍ୟାଣ୍ଡ ଓ ଟେକ୍ସାସ…

ଅଷ୍ଟ୍ରେଲିଆ ସମୁଦ୍ର କୂଳରେ ରହସ୍ୟମୟ ବସ୍ତୁ

ସିଡନୀ,୩୧।୭: ଅଷ୍ଟ୍ରେଲିଆ ସମୁଦ୍ର କୂଳକୁ ଏକ ରହସ୍ୟମୟ ବସ୍ତୁ ଭାସିଆସିଛି। ଏହାକୁ ଭାରତୀୟ ରକେଟର ଆବର୍ଜନା ବୋଲି ଚିହ୍ନଟ କରାଯାଇଛି। ଅଧିକାରୀମାନେ ସୋମବାର କହିଛନ୍ତି ଯେ, ଏହା ରକେଟର ଏକ ଅଂଶ, ବାର୍ନିକଲ ଜୁଲାଇ ମଧ୍ୟଭାଗରେ ଅଷ୍ଟ୍ରେଲିଆର ଉପକୂଳବର୍ତ୍ତୀ ସୁଦୂର ଜୁରିଏନ…

ଆତ୍ମଘାତୀ ଆକ୍ରମଣ ପଛରେ ଆଇଏସ୍‌ଆଇଏସ୍‌ ରହିଛି ହାତ, ତାଲିବାନ କହିଲା ଶତ୍ରୁତା ସୃଷ୍ଟି କରିବାକୁ ହେଉଛି ଚେଷ୍ଟା

ଇସଲାମାବାଦ,୩୧।୭: ପାକିସ୍ତାନର ଖେବର ପାଖ୍ଟନଖୱା ପ୍ରଦେଶର ବାଜୌରରେ ଏକ ରାଜନୈତିକ ସମାବେଶରେ ହୋଇଥିବା ଆତ୍ମଘାତୀ ଆକ୍ରମଣରେ ଏ ପର୍ଯ୍ୟନ୍ତ ୪୪ ଜଣଙ୍କର ମୃତ୍ୟୁ ଘଟିଛି। ପାକିସ୍ତାନ ପୋଲିସ ଏହାର ବିବୃତ୍ତିରେ କହିଛି ଯେ, ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ ଆତ୍ମଘାତୀ ଆକ୍ରମଣ…

ଟିଇଡିଏକ୍ସ ଇଭେଣ୍ଟ ବାତିଲ କଲା ଚାଇନା

ବେଜିଂ,୩୧ା୭: ଅଗଷ୍ଟ ୧୩ରେ ଧାର୍ଯ୍ୟ ହୋଇଥିବା ଟିଇଡିଏକ୍ସ ସମ୍ମିଳନୀକୁ ବନ୍ଦ କରିଛି ଚାଇନା। ବିଦେଶୀ ସଂଗଠିତ ଗୋଷ୍ଠୀକୁ ଅନ୍ତର୍ଭୁକ୍ତ କରୁଥିବା ଆଇନ ଅନୁଯାୟୀ, ଆବଶ୍ୟକତା ପୂରଣ କରିବାରେ ବିଫଳ ହୋଇଥିବା ପୋଲିସ ସଂଗଠକମାନଙ୍କୁ କହିଛି ବୋଲି ସୋମବାର ସୋସିଆଲ ମିଡିଆରେ ଏକ…

ୟୁକ୍ରେନ ଉପରେ କ୍ଷେପଣାସ୍ତ୍ର ମାଡ଼ କଲା ରୁଷିଆ

କିଭ୍‌,୩୧ା୭: ଦୀର୍ଘଦିନ ଧରି ରୁଷିଆ-ୟୁକ୍ରେନ ଯୁଦ୍ଧ ଲାଗିଥିଲେ ମଧ୍ୟ ସରିବାର ନାଁ ନେଉନି। ଉଭୟ ଦେଶ ନିଜ ନିଜର ପରାକ୍ରମ ଦେଖାଇ ଚାଲିଛନ୍ତି। କେବେ ୟୁକ୍ରେନ ରୁଷିଆ ଉପରେ ଆକ୍ରମଣ କରୁଛନ୍ତି ତ କେବେ ରୁଷିଆ ଆକ୍ରମଣ କରି ଏହାର ପ୍ରତିଶୋଧ…

ସୋସିଆଲ ମିଡ଼ିଆରେ ହାର୍ଟ ଇମୋଜି ପଠାଇଲେ ହେବ ୫ ବର୍ଷ ଜେଲ…

ଆବୁଧାବି,୩୧।୭ : ସୋସିଆଲ ମିଡ଼ିଆରେ ହାର୍ଟ ଇମୋଜି ପଠାଇଲେ ହେବ ୫ ବର୍ଷ ଜେଲ । ସାଉଦି ଆରବରେ ସୋସିଆଲ ମିଡିଆ ଉପରେ ଏଭଳି ଆଇନ ଦ୍ୱାରା ୟୁଜର ଏବେ ଚିନ୍ତାରେ ପଡ଼ିଛନ୍ତି। ଏହା ଦ୍ୱାରା ସୋସିଆଲ ମିଡ଼ିଆରେ ବିପୁଳ କ୍ଷତିର…

ବ୍ରିଟେନରେ ଡିବ୍ୟାକିଙ୍ଗ ଦୁର୍ନୀତି: ପ୍ରତି ଦିନ ହଜାରେ ଆକାଉଣ୍ଟ ବନ୍ଦ କରୁଛନ୍ତି ବ୍ୟାଙ୍କ…

ଲଣ୍ଡନ,୩୧।୭ : ବ୍ରିଟେନରେ ଏକ ନୂଆ ସ୍କାମ ସାମ୍ନାକୁ ଆସିଛି। ବାସ୍ତବରେ, ଏକ ମିଡିଆ ରିପୋର୍ଟ ଅନୁଯାୟୀ, ଏଠାରେ ଥିବା ବ୍ୟାଙ୍କଗୁଡ଼ିକ ପ୍ରତିଦିନ ଏକ ହଜାରରୁ ଅଧିକ ଆକାଉଣ୍ଟ ବନ୍ଦ କରୁଛନ୍ତି। ଏହି ତଥାକଥିତ ସ୍କାମକୁ ଡିବ୍ୟାଙ୍କିଙ୍ଗ କୁହାଯାଉଛି। ଏଠାରେ ଏହି…

ବର୍ଗର ପରସିଦେଲେ ପ୍ରିନ୍ସ ଓ୍ବିଲିୟମ୍ସ

ଲଣ୍ଡନ,୩୧।୭: ବ୍ରିଟେନର କେତେଜଣ ବ୍ୟକ୍ତିଙ୍କ ପାଇଁ ଗତ ରବିବାର ଏକ ସ୍ବତନ୍ତ୍ର ଦିନ ଥିଲା। ଘଟଣା ହେଲା ପ୍ରିନ୍ସ ଓ୍ବିଲିୟମ୍ସ ଲଣ୍ଡନରେ ଏକ ଫୁଡ ଟ୍ରକରେ ପରିବେଶ ଅନୁକୂଳ ବର୍ଗର ଲୋକଙ୍କୁ ପରସି ଦେଇ ସେମାନଙ୍କୁ ଆଶ୍ଚର୍ଯ୍ୟ ଚକିତ କରି ଦେଇଛନ୍ତି।…

ଆମେରିକାରରେ ପୁଣି ବଢ଼ିଲା କରୋନା ମାମଲା, ବୁଷ୍ଟର ଡୋଜ ନେବାକୁ ପରାମର୍ଶ…

ଓ୍ବାଶିଂଟନ,୩୧।୭ : ଆମେରିକାର ରୋଗ ନିୟନ୍ତ୍ରଣ ଏବଂ ନିରାକରଣ କେନ୍ଦ୍ର (ସିଡିସି) ଚେତାବନୀ ଦେଇଛି ଦେଶରେ କରୋନା ସଂକ୍ରମଣ ଯୋଗୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି। ପରିସଂଖ୍ୟାନ ଅନୁଯାୟୀ, ଡିସେମ୍ବର ୨୦୨୨ ତୁଳନାରେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri