ପାକିସ୍ତାନରେ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ କରାଯାଉଛି ଦୁର୍ବ୍ୟବହାର
ଇସଲାମାବାଦ,୧୨।୯: ପାକିସ୍ତାନରେ ରହୁଥିବା ଆଫଗାନିସ୍ତାନ ଶରଣାର୍ଥୀଙ୍କ ଅବସ୍ଥା ଖରାପ ହେବାରେ ଲାଗିଛି। ଏକ ରିପୋର୍ଟ ଦାବି କରିଛି ଯେ, ପାକିସ୍ତାନ ପୋଲିସ ଆଫଗାନିସ୍ତାନ ଶରଣାର୍ଥୀଙ୍କୁ ଦୁର୍ବ୍ୟବହାର କରୁଛି। ପାକିସ୍ତାନର ଆଫଗାନିସ୍ତାନ ଶରଣାର୍ଥୀ ପରିଷଦ ଅଧିକାରୀ ଦାବି କରିଛନ୍ତି ଯେ, ପାକିସ୍ତାନୀ ପୋଲିସ…
ରୁଷିଆରେ ପହଞ୍ଚିଲେ କିମ୍
ମସ୍କୋ,୧୨।୯: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍ ଜୋଙ୍ଗ ଉନ୍ ମଙ୍ଗଳବାର ରୁଷିଆରେ ପହଞ୍ଚିଛନ୍ତି। ସେ ଏଠାରେ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ଙ୍କ ସହ ଏକ ସମ୍ମିଳନୀ କରିବେ। କିମ୍ ଜୋଙ୍ଗ ଉନ୍ ତାଙ୍କର ବିଳାସପୂର୍ଣ୍ଣ ଘରୋଇ ଟ୍ରେନରେ ରୁଷିଆରେ ପହଞ୍ଚିଛନ୍ତି।…
କୁଏତରେ ବ୍ରିଟିଶ ଏୟାରୱେଜର ଯାତ୍ରୀ ଏବଂ କ୍ରୁ ସଦସ୍ୟଙ୍କୁ ରଖାଯାଇଥିଲା ବନ୍ଧକ, ୩୩ବର୍ଷ ପରେ ସରକାର, କମ୍ପାନୀ ବିରୋଧରେ ହେବ ମାମଲା
କୁଏତ,୧୨।୯: ୧୯୯୦ରେ ଇରାକ କୁଏତ ଉପରେ ଆକ୍ରମଣ କରିଥିଲା। ବ୍ରିଟିଶ ଯାତ୍ରୀ ଏବଂ କର୍ମଚାରୀମାନେ ମଧ୍ୟ ଇରାକ ଏବଂ କୁଏତ ମଧ୍ୟରେ ଚାଲିଥିବା ଯୁଦ୍ଧର ଶିକାର ହୋଇଥିଲେ। ଯୁଦ୍ଧରେ ବ୍ରିଟିଶ ଯାତ୍ରୀ ଏବଂ କର୍ମଚାରୀଙ୍କୁ ବନ୍ଧକ ରଖାଯାଇଥିଲା। ବର୍ତ୍ତମାନ ସେହି ବିମାନରେ…
ପ୍ରବଳ ବର୍ଷା ହେତୁ ଦକ୍ଷିଣ ଚାଇନାରେ ଅନେକ ଲୋକଙ୍କର ମୃତ୍ୟୁ, ସହରରେ ପଶିଲେ ୭୦ରୁ ଅଧିକ କୁମ୍ଭୀର
ବେଜିଂ,୧୨।୯: ଗତ କିଛି ଦିନ ହେବ ଦକ୍ଷିଣ ଚାଇନାରେ ପ୍ରବଳ ବର୍ଷା ହଇଚଇ ସୃଷ୍ଟି କରିଛି। ଏହି କାରଣରୁ ପ୍ରାୟ ୭ ଜଣଙ୍କର ମୃତ୍ୟୁ ଘଟିଥିବା ସୂଚନା ରହିଛି। ଏଥିସହ ୭୦ରୁ ଅଧିକ କୁମ୍ଭୀର ଏକ ଫାର୍ମରୁ ଖସି ନିକଟସ୍ଥ ସହରକୁ…
ଇମ୍ରାନ୍ଙ୍କୁ ଆଶ୍ୱସ୍ତି: ପୁଅଙ୍କ ସହ ଫୋନରେ କଥା ହେବାକୁ ମିଳିଲା ଅନୁମତି
ଇସଲାମାବାଦ,୧୨।୯: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ତେହେରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ଇମ୍ରାନ୍ ଖାନଙ୍କୁ ସ୍ବତନ୍ତ୍ର କୋର୍ଟରୁ ଏକ ବଡ ଆଶ୍ୱସ୍ତି ମିଳିଛି। ରିପୋର୍ଟ ଅନୁଯାୟୀ, ଅଧିକାରୀ ଗୋପନୀୟତା ଅଧିନିୟମ ସ୍ବତନ୍ତ୍ର କୋର୍ଟ ଇମ୍ରାନ୍ ଖାନଙ୍କୁ ସେପ୍ଟେମ୍ବର ୧୫ପର୍ଯ୍ୟନ୍ତ ତାଙ୍କ ପୁଅଙ୍କ ସହ…
ରୁଷିଆରେ ଟଳିଲା ବଡ ବିମାନ ଦୁର୍ଘଟଣା, ୟୁରାଲ ଏୟାରଲାଇନ୍ସର ଜରୁରୀ ଅବତରଣ
ମସ୍କୋ,୧୨।୯: ରୁଷିଆର ୟୁରାଲ ଏୟାରଲାଇନ୍ସର ବିମାନ ୧୩୮୩କୁ ଜରୁରୀ ଅବତରଣ କରାଯାଇଛି। ବିମାନରେ ୧୫୯ ଜଣ ଯାତ୍ରୀ ଥିଲେ। ମଙ୍ଗଳବାର ଦିଆଯାଇଥିବା ସୂଚନା ଅନୁଯାୟୀ ବିମାନଟି ରୁଷିଆର ନୋଭୋସିବିରସ୍କ ଅଞ୍ଚଳରେ ଜରୁରୀକାଳୀନ ଅବତରଣ କରିଛି। ସୌଭାଗ୍ୟବଶତଃ ଏହି ଜରୁରୀକାଳୀନ ଅବତରଣ ସମୟରେ…
ଚିଲି-ବୋଲିଭିଆ ସୀମାରେ ଭୂକମ୍ପ ଝଟକା
ଓ୍ବାଶିଂଟନ୍,୧୨।୯: ଦକ୍ଷିଣ ଆମେରିକା ମହାଦ୍ୱୀପରେ ମଙ୍ଗଳବାର ଚିଲି-ବୋଲିଭିଆ ସୀମା ଅଞ୍ଚଳରେ ଭୂକମ୍ପ ଅନୁଭୂତ ହୋଇଛି। ଏହି ଭୂକମ୍ପର ତୀବ୍ରତା ୫.୫ ରେକର୍ଡ କରାଯାଇଛି। ଜର୍ମାନ ରିସର୍ଚ ସେଣ୍ଟର ଫର ଜିଓ ସାଇନ୍ସ ଅନୁଯାୟୀ, ୧୦୪ କିଲୋମିଟର (୬୪.୬୨ମାଇଲ) ଗଭୀରରେ ଏହି ଭୂକମ୍ପ…
ବିମାନରେ ତ୍ରୁଟି ଯୋଗୁ କାନାଡା ଫେରିପାରୁ ନାହାନ୍ତି ଜଷ୍ଟିନ ଟ୍ରୁଡୋ
ନୂଆଦିଲ୍ଲୀ/ଓଟାଓ୍ବା,୧୨।୯: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ (୫୧) ତାଙ୍କ ଏୟାରବସ ବିମାନରେ ତ୍ରୁଟି ଯୋଗୁ ଜି- ୨୦ ଶିଖର ସମ୍ମିଳନୀ ଶେଷ ହେବାପରେ ବି ନୂଆଦିଲ୍ଲୀରେ ଅଟକି ରହିଛନ୍ତି। ଜି -୨୦ ର୧୮ତମ ବୈଠକରେ ଭାଗ ନେବାକୁ ସେ ଭାରତରେ ପହଞ୍ଚିଥିଲେ।…
ଆଣ୍ଡାମାନ ସାଗରରେ ଭୂକମ୍ପ, ଥରିଲା ଇଣ୍ଡୋନେସିଆ
ନୂଆଦିଲ୍ଲୀ,୧୨।୯: ମଙ୍ଗଳବାର ସକାଳେ ଆଣ୍ଡାମାନ ସାଗରରେ ଭୂକମ୍ପ ଅନୁଭୂତ ହୋଇଥିଲା। ନ୍ୟାସନାଲ ସେଣ୍ଟର ଫର ସିସମୋଲୋଜି (ଏନସିଏସ) ଏହି ସୂଚନା ଦେଇଛି। ଏନସିଏସ ଅନୁଯାୟୀ ଆଣ୍ଡାମାନ ସାଗରରେ ୩ଟା ୨୯ ମିନିଟ ୩୦ସେକେଣ୍ଡରେ ଏହି ଭୂକମ୍ପ ଘଟିଛି। ଏହାର ତୀବ୍ରତା ରିକ୍ଟର…
ଗୃହଯୁଦ୍ଧ ମୁହାଁ ଆଫଗାନିସ୍ତାନ, ପୂର୍ବତନ ସେନାମୁଖ୍ୟଙ୍କ ଦାବି
କାବୁଲ,୧୨।୯: ଆଫଗାନିସ୍ତାନର ଜଣେ ପୂର୍ବତନ କମାଣ୍ଡର ଦାବି କରିଛନ୍ତି ଯେ ତାଲିବାନକୁ ବିଭିନ୍ନ ଦଳରେ ବିଭକ୍ତ କରି ଆଫଗାନିସ୍ତାନ ପୁଣିଥରେ ଗୃହଯୁଦ୍ଧ ଆଡକୁ ଗତି କରୁଛି। ଆମେରିକାର ସୈନ୍ୟବାହିନୀ ହଠାତ୍ କାବୁଲ ଛାଡିବାର ଦୁଇ ବର୍ଷ ପରେ ଆଫଗାନିସ୍ତାନ ଗୃହଯୁଦ୍ଧ ଆଡକୁ…
ଆଉ ଏକ ଜନମତ ସଂଗ୍ରହ କରିଥିବା ଘୋଷଣା କଲେ ଖଲିସ୍ତାନ ସମର୍ଥକ, ଭାରତ କହିଲା ସୃଷ୍ଟି କରାଯାଉଛି ହିଂସା
ଭ୍ୟାକୁଭର,୧୨।୯: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଭାରତ ଗସ୍ତରେ ଖାଲିସ୍ତାନୀ ବିଚ୍ଛିନ୍ନତାବାଦୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଖାଲିସ୍ତାନ ସମର୍ଥକମାନେ ରବିବାର କାନାଡାର ବ୍ରିଟିଶ କଲମ୍ବିଆ ପ୍ରଦେଶର ସରେରେ ଏକ ତଥାକଥିତ ଜନମତ ସଂଗ୍ରହ ଆୟୋଜନ କରିଥିଲେ। ନିଷିଦ୍ଧ ଶିଖ ଫର ଜଷ୍ଟିସ…
ରାଷ୍ଟ୍ରପତି ନିର୍ବାଚନର ଫଳାଫଳକୁ ପ୍ରତ୍ୟାହାର କରିବା ଉଦ୍ୟମ ସହ ଜଡିତ ମାମଲାରେ ଟ୍ରମ୍ଫଙ୍କ ଦାବି, ଶୁଣାଣିରୁ ନିଜକୁ ଦୂରେଇ ରଖିଲେ ବିଚାରପତି
ଓ୍ବାଶିଂଟନ,୧୨।୯: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ତାଙ୍କ ବିରୋଧରେ ହୋଇଥିବା ଏକ ମାମଲାରେ ୨୦୨୦ ନିର୍ବାଚନର ଫଳାଫଳକୁ ଅଗ୍ରାହ୍ୟ କରିବାକୁ ଉଦ୍ୟମ କରିଛନ୍ତି। ଏହି ମାମଲାର ଶୁଣାଣି କରୁଥିବା ବିଚାରପତିଙ୍କୁ ଟ୍ରମ୍ପ ତାଙ୍କ ମାମଲାରୁ ଓହରିଯିବାକୁ କହିଛନ୍ତି। ଖବର ଅନୁଯାୟୀ,…
Archives


