ଅନ୍ତର୍ଜାତୀୟ

ଜାତିସଂଘରେ ପୁଣି ଇସ୍ରାଏଲ ବିରୋଧରେ ପ୍ରସ୍ତାବ ଆଗତ: ଏଥର ଭାରତ ନେଲା ଆଶ୍ଚର୍ଯ୍ୟଜନକ ପଦକ୍ଷେପ

କାଲଫର୍ନିଆ,୧୨।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ପାଲେଷ୍ଟାଇନରେ ଇସ୍ରାଏଲ ବସତି ବିରୁଦ୍ଧରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ମିଳିତ ଜାତିସଂଘରେ ଆଗତ କରାଯାଇଥିଲା। ଏଥିରେ ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ଏହି ପ୍ରସ୍ତାବକୁ ଭାରତ ଭୋଟ ଦେଇଛି। ଏହି ପ୍ରସ୍ତାବକୁ ସମର୍ଥନ କରି ୧୪୫…

ପୁଅ ଦେଖୁଛି କି ପର୍ନ ସାଇଟ୍‌: ବାଚସ୍ପତି ରଖୁଛନ୍ତି କଡ଼ା ନଜର…

ଓ୍ବାଶିଂଟନ,୧୨।୧୧ : ଆମେରିକାର ସଂସଦର ବାଚସ୍ପତି ମାଇକ ଜନସନ ତାଙ୍କ ପୁଅ ଉପରେ ସବୁବେଳେ ନଜର ରଖିଛନ୍ତି କି ସେ ପର୍ନ ସାଇଟ ଦେଖୁଛନ୍ତି କି ନାହିଁ। କେବଳ ଏତିକି ନୁହେଁ, ମାଇକ ଜନସନଙ୍କ ପୁଅ ମଧ୍ୟ କମ ନୁହଁନ୍ତି। ସେ…

ତୁରନ୍ତ ଯୁଦ୍ଧ ବନ୍ଦ ପାଇଁ ଇସ୍ରାଏଲକୁ ଆହ୍ବାନ

ଜେରୁଜେଲମ୍‌,୧୧ା୧୧: ହମାସ୍‌ ବିରୋଧରେ ଇସ୍ରାଏଲର ସଂଗ୍ରାମ ଜାରି ରହିଛି। ଏହି ସମୟରେ ସାଉଦି ଆରବ ଏବଂ ମୁସଲମାନ ଦେଶ ଗାଜାରେ ତୁରନ୍ତ ଯୁଦ୍ଧ ବନ୍ଦ କରିବାକୁ ଆହ୍ବାନ ଦେଇଛନ୍ତି। ରିୟାଦରେ ମିଳିତ ଇସ୍‌ଲାମ-ଆରବ ଶିଖର ସମ୍ମିଳନୀରେ ଘୋଷଣା କରାଯାଇଛି ଯେ, ପାଲେଷ୍ଟାଇନ…

ବ୍ରିଟେନରେ ଦୀପାବଳି ପାର୍ଟି ଦେଲେ ସୁନକ, ଯୋଗଦେଲେ ବଲିଉଡ୍‌ର ଏହି ଷ୍ଟାର୍‌

ଲଣ୍ଡନ,୧୧ା୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଏବଂ ତାଙ୍କ ସ୍ତ୍ରୀ ଅକ୍ଷତା ମୂର୍ତ୍ତି ୧୦ ଡାଉନିଂ ଷ୍ଟ୍ରିଟ୍‌ରେ ଏକ ଦୀପାବଳି ପାର୍ଟିର ଆୟୋଜନ କରିଥିଲେ। ଏହି ପାର୍ଟିରେ ଭାରତର ବହୁ ପ୍ରସିଦ୍ଧ ବ୍ୟକ୍ତିବିଶେଷ ଯୋଗ ଦେଇଥିଲେ। ଏଥିରେ ବଲିଉଡ୍‌ ଅଭିନେତା ଅକ୍ଷୟ…

ହମାସକୁ କାହିଁକି ପରାଜିତ କରି ପାରୁନି ଇସ୍ରାଏଲ ?…

ଜେରୁଜେଲମ,୧୧।୧୧: ଇସ୍ରାଏଲ ଗତ ଏକ ମାସ ଧରି ହମାସ ସହିତ ଯୁଦ୍ଧ କରିଆସୁଛି। ୧୯୬୭ ମସିହାରେ ଛଅ ଦିନିଆ ଯୁଦ୍ଧରେ ଏକକାଳୀନ ତିନି ଦେଶକୁ ପରାସ୍ତ କରିଥିବା ଇସ୍ରାଏଲ ଏପର୍ଯ୍ୟନ୍ତ ହମାସ ଉପରେ ଜିତିବାରେ ସକ୍ଷମ ହୋଇ ନାହିଁ। ଯେତେବେଳେ ଇସ୍ରାଏଲ…

ଦେଶବାସୀଙ୍କୁ ଦୀପାବଳି ଶୁଭେଚ୍ଛା ଜଣାଇଲେ ସୁନକ

ଲଣ୍ଡନ,୧୧ା୧୧: ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ ଶନିବାର ଦେଶବାସୀଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି। ଏଥିସହ ପ୍ରଧାନମନ୍ତ୍ରୀ ସମସ୍ତ ଦେଶବାସୀଙ୍କର ଉଜ୍ଜ୍ୱଳ ଭବିଷତ କାମନା କରିଛନ୍ତି। ପ୍ରଧାନମନ୍ତ୍ରୀ ୧୦ ଡାଉନିଂ ଷ୍ଟ୍ରିଟ୍‌ରୁ ଏହି ଶୁଭେଚ୍ଛା ବାର୍ତ୍ତା ଦେଇଛନ୍ତି। ସୁନକ କହିଛନ୍ତି, ଦୀପାବଳି ପର୍ବ…

ଇଗଲ-ଶାଗୁଣାଙ୍କ ସହାୟତାରେ ମୃତଦେହ ଖୋଜୁଛି ଇସ୍ରାଏଲ, ଗୋଡରେ ଲଗାଯାଇଛି ଜିପିଏସ ଟ୍ରାକର…

ଜେରୁଜେଲମ,୧୧।୧୧ : ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧକୁ ୩୬ ଦିନ ବିତିଛି। ଅକ୍ଟୋବର ୭ ତାରିଖ ରାତିରେ ହମାସ ହଠାତ ଇସ୍ରାଏଲ ଉପରେ ୫ ହଜାରରୁ ଅଧିକ ବୋମା ମାଡ କରିଥିଲା। ଏହି କାରଣରୁ ୧୪୦୦ ଜଣଙ୍କର ମୃତ୍ୟୁ ହୋଇଥିଲା।…

ସୁନ୍ଦର ଦେଖାଯିବା ପାଇଁ ସର୍ଜରୀ ସମୟରେ ଚାଲିଗଲା ଟିଭି ଅଭିନେତ୍ରୀଙ୍କ ଜୀବନ…

ବ୍ରାସିଲିଆ,୧୧।୧୧ : ଲିପୋସକଶନ ସର୍ଜରୀ ବିଫଳ ହେବା ପରେ ବ୍ରାଜିଲର ପ୍ରଭାବଶାଳୀ ତଥା ରିଅଲିଟି ଟିଭି ତାରକା ଲୁଆନା ଆଣ୍ଡ୍ରେଡଙ୍କ ୨୯ ବର୍ଷ ବୟସରେ ଦେହାନ୍ତ ହୋଇଛି। ଗ୍ଲୋବୋ ୧ ଅନୁଯାୟୀ ସୋମବାର ସାଓ ପାଉଲୋର ସାଓ ଲୁଇଜ ହସ୍ପିଟାଲରେ ଆଣ୍ଡ୍ରେଡଙ୍କ…

ପୁଣି ଥରେ କିଭ୍‌କୁ ଟାର୍ଗେଟ୍‌ କଲା ରୁଷିଆ, ଗୋଟିଏ ପରେ ଗୋଟିଏ କରୁଛି କ୍ଷେପଣାସ୍ତ୍ର ମାଡ଼

କିଭ୍‌,୧୧ା୧୧: ରୁଷିଆ-ୟୁକ୍ରେନ ମଧ୍ୟରେ ଦୀର୍ଘଦିନ ଧରି ଚାଲିଥିବା ଯୁଦ୍ଧରୁ କେହି ଓହରିବାକୁ ରାଜି ନୁହନ୍ତି। ଉଭୟପକ୍ଷ ପରସ୍ପର ଉପରେ ଆକ୍ରମଣ ପ୍ରତି ଆକ୍ରମଣ କରୁଛନ୍ତି। ଏହି ସମୟରେ ସ୍ଥାନୀୟ ଅଧିକାରୀମାନେ ଶନିବାର କହିଛନ୍ତି, ସାରା ଦେଶରେ ରାତାରାତି ବୋମା ବିସ୍ଫୋରଣର ଅଂଶ…

ରାଷ୍ଟ୍ରପତିଙ୍କ ବିରୋଧରେ ଅଭିଯୋଗ ଆଣିଲେ ପାକ୍‌ ନିର୍ବାଚନ ଆୟୋଗ

ଇସଲାମାବାଦ,୧୧ା୧୧: ପାକ୍‌ ନିର୍ବାଚନ ଆୟୋଗ ରାଷ୍ଟ୍ରପତି ଆରିଫ୍‌ ଅଲ୍‌ଭିଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ପାକିସ୍ତାନର ନିର୍ବାଚନ ଆୟୋଗ (ଇସିପି) ଏକ ବିବୃତ୍ତିରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକଳାପକୁ ନେଇ ଅସନ୍ତୋଷ ବ୍ୟକ୍ତ କରି କହିଛନ୍ତି ଯେ, ଆସନ୍ତା ନିର୍ବାଚନର ସ୍ବଚ୍ଛତା ଉପରେ ସନ୍ଦେହ…

ପାକିସ୍ତାନ ଫେରିବା ପରେ ବଢୁଛି ନଓ୍ବାଜ ସରିଫ୍‌ଙ୍କ ଅଡୁଆ

ଇସ୍‌ଲାମାବାଦ,୧୧ା୧୧: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ସରିଫଙ୍କ ସମ୍ପତ୍ତି ଜବତ ପାଇଁ ପାକିସ୍ତାନର ଏକ ଉତ୍ତରଦାୟିତ୍ୱ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଇସ୍‌ଲାମାବାଦ ଆକାଉଣ୍ଟବିଲିଟି କୋର୍ଟର ବିଚାରପତି ମହମ୍ମଦ ବଶିର ଶୁକ୍ରବାର ୭୩ ବର୍ଷୀୟ ପାକିସ୍ତାନୀ ମୁସ୍‌ଲିମ୍‌ ଲିଗ୍‌-ନଓ୍ବାଜ (ପିଏମ୍‌ଏଲ୍‌-ଏନ୍‌) ସୁପ୍ରିମୋଙ୍କ ବିରୋଧରେ…

ଖଣ୍ଡେ ରୁଟି ପାଇଁ ଡହଳବିକଳ, ଭୋକରେ ଗାଜାର ଶିଶୁ

ଗାଜା,୧୧।୧୧: ଇସ୍ରାଏଲ-ହମାସ ଯୁଦ୍ଧ ମଧ୍ୟରେ ଗାଜା ଅଧିବାସୀଙ୍କ ଜୀବନ ଦୁର୍ବିସହ ହୋଇ ପଡିଛି। ଗାଜା ନାଗରିକ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜରୁରୀକାଳୀନ ସେବା ଯୋଗାଇଲେ ମଧ୍ୟ ଲଗାତାର ଆକ୍ରମଣର ଫଳସ୍ବରପ ଲୋକ ଖ।ଇବାକୁ ମୁଠେ ପାଉ ନାହାନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?