ବାଇଡେନ୍ଙ୍କ ବିରୋଧରେ ମହାଭିଯୋଗ, ତଦନ୍ତକୁ ହାଉସ୍ ଅଫ୍ ରିପବ୍ଲିକାନ୍ର ମଞ୍ଜୁରୀ
ଓ୍ବାଶିଂଟନ,୧୪ା୧୨: ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କ ବିରୋଧରେ ଦୀର୍ଘଦିନରୁ ରହିଥିବା ଅସଦାଚରଣ ଅଭିଯୋଗର ଏପର୍ଯ୍ୟନ୍ତ ପ୍ରମାଣ ଦାଖଲ ହୋଇ ନାହିଁ। ରିପ୍ଲିକାନ୍ ସଦସ୍ୟମାନେ ଏହାକୁ ନେଇ ଚିନ୍ତା ପ୍ରକଟ କରିବା ସହ ମହାଭିଯୋଗର ତଦନ୍ତ ପାଇଁ କରିଥିବା ଦାବିକୁ ବୁଧବାର ହାଉସ୍…
ଇସାଇ ଧର୍ମର ପ୍ରସାର କରିପାରିବି ନାହିଁ: ରାମସ୍ବାମୀ
ଓ୍ବାଶିଂଟନ,୧୪।୧୨: ଆମେରିକାରରେ ରିପବ୍ଲିକାନ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ବିବେକ ରାମସ୍ବାମୀ କହିଛନ୍ତି ଯେ ତାଙ୍କର ହିନ୍ଦୁ ଆସ୍ଥା ବା ଧର୍ବ ଉପରେ ଗଭୀର ବିଶ୍ୱାସ ଅଛି ଏବଂ ସେ ବୋଧହୁଏ ଖ୍ରୀଷ୍ଟିଆନ ବା ଇସାଇ ଧର୍ମ ପ୍ରଚାର କରିବାରେ ସଠିକ ବ୍ୟକ୍ତି…
‘ଯୁଦ୍ଧ ନ ଜିତିବା ପର୍ଯ୍ୟନ୍ତ ଆମକୁ କେହି ରୋକି ପାରିବେ ନାହିଁ’
ଜେରୁଜେଲମ୍,୧୪ା୧୨: ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି, ହମାସ୍ ଆତଙ୍କବାଦୀଙ୍କ ବିରୋଧରେ ବିଜୟ ହାସଲ ନ କରିବା ପର୍ଯ୍ୟନ୍ତ ଇସ୍ରାଏଲକୁ ଗାଜା ଅଞ୍ଚଳରେ ଯୁଦ୍ଧ ଜାରି ରଖିବାରେ କେହି ଅଟକାଇ ପାରିବେ ନାହିଁ। ଅନ୍ୟପକ୍ଷରେ ଗାଜାରେ ବର୍ତ୍ତମାନ ସୁଦ୍ଧା ୧୮,୦୦୦ରୁ ଅଧିକ…
ତାଇଓ୍ବାନ ଉପରେ ଆକ୍ରମଣ କରିବା ହେବ ଚାଇନାର ବଡ ଭୁଲ…
ନୂଆଦିଲ୍ଲୀ/ଓ୍ବାଶିଂଟନ,୧୪।୧୨ : ଚାଇନା ଏବଂ ତାଇୱାନ ମଧ୍ୟରେ ତିକ୍ତତା ଦିନକୁ ଦିନ ବଢ଼ିବାରେ ଲାଗିଛି। ଅନ୍ତର୍ଜାତୀୟସ୍ତରରେ ଚର୍ଚ୍ଚା ହେଉଛି ଖୁବ ଶୀଘ୍ର ଚାଇନା ତାଇୱାନ ଉପରେ ଆକ୍ରମଣ କରିବା ଭଳି କିଛି ବଡ ପଦକ୍ଷେପ ନେଇପାରେ। ମାତ୍ର ଏଭଳି କରିବା ଚାଇନା…
ସୁନକ ରୁହନ୍ତୁ ପ୍ରଧାନମନ୍ତ୍ରୀ ଚାହୁଁ ନାହାନ୍ତି ୭୦ ପ୍ରତିଶତ ଜନସାଧାରଣ…
ଲଣ୍ଡନ,୧୪।୧୨ : ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକଙ୍କ ଲୋକପ୍ରିୟତାରେ ଉଲ୍ଲେଖନୀୟ ହ୍ରାସ ଘଟିଛି। ୟୁଗଭଦ୍ୱାରା କରାଯାଇଥିବା ଏକ ସର୍ଭେରେ ଏହି ସୂଚନା ସାମ୍ନାକୁ ଆସିଛି। ତାଙ୍କ ସରକାର ଆଣିଥିବା ରୁୱାଣ୍ଡା ନୀତି ଯୋଗୁଁ ଏହା ଘଟିଛି। ସର୍ଭେ ଅନୁଯାୟୀ ୭୦ ପ୍ରତିଶତ…
ଫିଲିପାଇନ୍ସ ବିରୋଧରେ ଚାଇନାର ଆକ୍ରୋଶ ନେଇ ଚିନ୍ତିତ ବାଇଡେନ ସରକାର…
ଓ୍ବାଶିଂଟନ,୧୪।୧୨: ଫିଲିପାଇନ୍ସର ଜାହାଜ ବିରୁଦ୍ଧରେ ଚାଇନା ଆକ୍ରୋଶକୁ ନେଇ ଆମେରିକାର ଯୁଗ୍ମ କର୍ମଚାରୀଙ୍କ ମୁଖ୍ୟ ଜେନେରାଲ ଚାଲର୍ସ ବ୍ରାଉନ ଜୁନିୟର ସେ କହିଛନ୍ତି ପରିସ୍ଥିତି ଉପରେ ଆମେରିକା ତୀକ୍ଷ୍ଣ ନଜର ରଖିଛି। ଫିଲିପାଇନ୍ସର ଜାହାଜ ବିରୁଦ୍ଧରେ ଚାଇନା ଜାହାଜ ଦ୍ୱାରା ଆକ୍ରୋଶ…
ନୂଆ ବୋତଲରେ ପୁରୁଣା ମଦରୁ ଫଳାଫଳ ଆଶା କରିବା ବୃଥା: ଜାତିସଂଘରେ କହିଲା ଭାରତ…
ଜେନେଭା,୧୪।୧୨: ମିଳିତ ଜାତିସଂଘ ସାଧାରଣ ସଭାରେ ଭାରତର ସ୍ଥାୟୀ ପ୍ରତିନିଧୀ ରୁଚିରା କାମ୍ବୋଜ କହିଛନ୍ତି ଆନ୍ତଃସରକାରୀ ବୁଝାମଣାର ୧୫ ତମ ବର୍ଷରେ ପ୍ରବେଶ କରିବାବେଳେ ମତଭେଦ ସମାଧାନ ପାଇଁ ଉଦ୍ୟମ ଚାଲିଛି। ସେ କହିଛନ୍ତି ମୋର ମତ ହେଉଛି ଆମେ ନୂଆ…
ଏକାଠି ନିର୍ବାଚନ ଲଢ଼ିବେ ନଓ୍ବାଜଙ୍କ ଦଳ-ଜେୟୁଆଇଏଫ୍
ଇସଲାମାବାଦ,୧୩ା୧୨: ଆସନ୍ତାବର୍ଷ ଫେବୃୟାରୀରେ ପାକିସ୍ତାନରେ ପ୍ରସ୍ତାବିତ ସାଧାରଣ ନିର୍ବାଚନ ପୂର୍ବରୁ ରାଜନୈତିକ ଦଳମାନେ ଏହାର ସମ୍ଭାବନାକୁ ମଜବୁତ କରିବାରେ ବ୍ୟସ୍ତ ଅଛନ୍ତି। ପଞ୍ଜାବ ପ୍ରଦେଶର ଆସନ ଉପରେ ପୂର୍ବତନ ପ୍ରଧାନମନ୍ତ୍ରୀ ନଓ୍ବାଜ ଶରିଫଙ୍କ ନେତୃତ୍ୱାଧୀନ ପାକିସ୍ତାନ ମୁସଲିମ ଲିଗ-ନଓ୍ବାଜ (ପିଏମ୍ଏଲ୍-ଏନ୍) ଏବଂ…
ପୁଟିନ୍ ସହଯୋଗୀଙ୍କ ସନ୍ଦେହଜନକ ମୃତ୍ୟୁ
ମସ୍କୋ,୧୩ା୧୨:ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ୍ଙ୍କ ପ୍ରିୟ ଖବରକାଗଜର ଡେପୁଟି ଏଡିଟର-ଇନ୍ ଚିଫ୍ ଆନ୍ନା ସରେଭାଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ୩୫ ବର୍ଷୀୟା ଆନ୍ନାଙ୍କ ମୃତଦେହ ମସ୍କୋର ବୋଲ୍ଶୋୟ ଟିଶିନ୍ସ୍କି ଲେନ୍ ବାସଭବନରେ ଠାବ ହୋଇଛି। ଆନ୍ନା ‘କୋମ୍ସୋମୋଲ୍ସ୍କାୟା ପ୍ରଭ୍ଡା’ର ଓ୍ବେବ୍ସାଇଟ୍ କଣ୍ଟେଣ୍ଟ…
ହୁତି ବିଦ୍ରୋହୀଙ୍କ ଆକ୍ରମଣରୁ ଅଳ୍ପକେ ବର୍ତ୍ତିଲା ଭାରତୀୟ କାର୍ଗୋ ଜାହାଜ
ସାନା,୧୩ା୧୨: ୟେମେନର ହୁତି ବିଦ୍ରୋହୀ ଅଧୀନରେ ଥିବା ବାବ୍ ଅଲ୍ ମାଣ୍ଡେବ ଷ୍ଟ୍ରେଟ୍ରେ ଥିବା ଏକ ଭାରତୀୟ ମାଲବାହୀ ଜାହାଜରେ ଦୁଇଟି କ୍ଷେପଣାସ୍ତ୍ର ନିକ୍ଷେପ କରାଯାଇଥିଲା। ସୌଭାଗ୍ୟବଶତଃ ଜାହାଜଟି ଧକ୍କା ହେବାରୁ ଅଳ୍ପକେ ରକ୍ଷା ପାଇଗଲା। ଏହା ଏକ ଭାରତୀୟ କମ୍ପାନୀର…
ଘର ଚଳାଇବା ପାଇଁ ବଳାତ୍କାରର ଶିକାର ହେଉଛନ୍ତି ଯୁବତୀ
ମ୍ୟାନ୍ମାର,୧୩ା୧୨: ଦାରିଦ୍ର୍ୟ ଏବଂ ଭୋକିଲା ହେତୁ ରୋହିଙ୍ଗ୍ୟା ଯୁବତୀମାନେ ନିଜ ପରିବାର ଛାଡ଼ି ଅଳ୍ପ ବୟସରେ ବିବାହ କରିବା ସହ ଘର ଚଳାଇବା ପାଇଁ ଏମାନେ ବଳାତ୍କାରର ଶିକାର ହେଉଛନ୍ତି। ରୋହିଙ୍ଗ୍ୟାଙ୍କ ବିରୋଧରେ ଅତ୍ୟାଚାର କିଛି ନୂଆ ନୁହେଁ। ଯେଉଁ ଦେଶକୁ…
ଅନୁଚ୍ଛେଦ ୩୭୦ ନେଇ ମୁହଁ ଖୋଲିଲେ ଇମ୍ରାନ, କହିଲେ ଜଟିଳ ହେବ କଶ୍ମୀର ପ୍ରସଙ୍ଗ…
ଇସଲାମାବାଦ,୧୩।୧୨ : ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ଜମ୍ମୁ-କଶ୍ମୀରରେ ଧାରା ୩୭୦ ସମ୍ବନ୍ଧରେ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି କଶ୍ମୀର ପ୍ରସଙ୍ଗକୁ ଅଧିକ ଜଟିଳ କରିବ ବୋଲି ଇମ୍ରାନ କହିଛନ୍ତି। ରାୱଲପିଣ୍ଡିର ଅଦିୟନା ଜେଲରେ…
Archives


