ପୁଣି ଖରାପ ହେଲା ଜଷ୍ଟିନ ଟ୍ରୁଡୋଙ୍କ ବିମାନ, ୪ ମାସରେ ଦ୍ୱିତୀୟ ଥର ପାଇଁ ହେଲେ ଲଜ୍ଜିତ
ଓଟାଓ୍ବା,୬।୧: କାନାଡାର ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋ ପୁଣି ଥରେ ଲଜ୍ଜିତ ହୋଇଛନ୍ତି। ଗତ ଚାରି ମାସ ମଧ୍ୟରେ ଏହା ଦ୍ୱିତୀୟ ଥର ପାଇଁ ତାଙ୍କ ବିମାନ ବିଦେଶୀ ମାଟିରେ ଖରାପ ହୋଇଯାଇଛି। ଗତ ବର୍ଷ ସେପ୍ଟେମ୍ବରରେ ଜି -୨୦ ସମୟରେ ଟ୍ରୁଡୋଙ୍କ…
କାହାକୁ ୭୪ ଥର ମାଡ ତ କାହାକୁ ୨ ବର୍ଷ ଜେଲ, ଇରାନରେ ହିଜାବ ନ ପିନ୍ଧିବାରୁ ମହିଳାଙ୍କ ସହ କ୍ରୁରତା
ତେହେରାନ,୬।୧: ଇରାନରେ ବାଧ୍ୟତାମୂଳକ ହିଜାବ ଉଲ୍ଲଂଘନ କରି ଦୁଇ ମହିଳାଙ୍କୁ ଦଣ୍ଡିତ କରାଯାଇଛି। ଜଣେ ମହିଳାଙ୍କୁ ହିଜାବ ନ ପିନ୍ଧିବାରୁ ୭୪ ଥର ପିଟି ଦିଆଯାଇଥିବା ବେଳେ ଅନ୍ୟ ଜଣକୁ ୨ବର୍ଷ ଜେଲ ଦଣ୍ଡାଦେଶ ହୋଇଛି। ସୂଚନାଯୋଗ୍ୟ ଯେ ଇରାନରେ ହିଜାବ…
ସଂସଦରେ ଗର୍ଜିଲେ ମହିଳା ଏମପି, ନୃତ୍ୟ ସାଙ୍ଗକୁ ଦମଦାର ଭାଷଣ, ଭିଡିଓ ଭାଇରାଲ
ଓ୍ବେଲିଂଟନ୍,୬।୧: ନେତାଙ୍କ ଦମଦାର ଭାଷଣ ତାଙ୍କ ବ୍ୟକ୍ତିତ୍ୱକୁ ପ୍ରକାଶ କରିବା ସହ ସାଧାରଣ ଜନତାଙ୍କୁ ପ୍ରଭାବିତ କରିଥାଏ। ଜନସଭାରେ ହେଉ କି ବିଶେଷ କରି ସଂସଦରେ ସେମାନେ ଲୋକଙ୍କ ସମସ୍ୟା ଉପସ୍ଥାପନ କରନ୍ତ। ନିକଟରେ ଏପରି ଏକ ମହିଳା ଏମପିଙ୍କ ଭାଷଣ…
ଦୁଇ ଝିଅଙ୍କ ସହ ଆମେରିକୀୟ ଅଭିନେତା ଖ୍ରୀଷ୍ଟିଆନ ଓଲିଭରଙ୍କ ମୃତ୍ୟୁ
ସୈନ ଜୁଆନ,୬।୧: ପୂର୍ବ କାରିବିଆନର ଏକ ଦ୍ୱୀପ ନିକଟରେ ବିମାନ ଦୁର୍ଘଟଣାରେ ଆମେରିକାର ଅଭିନେତା ଖ୍ରୀଷ୍ଟିଆନ ଅଲିଭର ଏବଂ ତାଙ୍କର ଦୁଇ ଝିଅଙ୍କର ମୃତ୍ୟୁ ଘଟିଛି। ପୋଲିସର ସୂଚନାନୁସାରେ ବିମାନଟି ସେଣ୍ଟ ଲୁସିଆ ଅଭିମୁଖେ ଯାଉଥିବା ବେଳେ ବେକିଆ ନିକଟ ପେଟିଟ…
ଲୟର୍ଡ ଅଷ୍ଟିନ ଅସୁସ୍ଥ ହସ୍ପିଟାଲରେ ଭର୍ତ୍ତି
ଓ୍ବାଶିଂଟନ,୬।୧: ଆମେରିକାର ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପେଣ୍ଟାଗନ ପ୍ରେସ ସେକ୍ରେଟାରୀ ମେଜର ଜେନେରାଲ ପ୍ୟାଟ ରାଇଡର୍ କହିଛନ୍ତି ଯେ ଅସୁସ୍ଥତା ଅନୁଭବ କରିବାରୁ ଓ ଜଟିଳତା ହେତୁ ପ୍ରତିରକ୍ଷା ସଚିବ ଲର୍ୟଡ ଅଷ୍ଟିନ ସୋମବାର ଠାରୁ…
ଫେଣ୍ଟାନିଲ ଇଞ୍ଜେକ୍ଶନ ବଦଳରେ ପାଣି :୧୦ ରୋଗୀ ମୃତ
ଓ୍ବାଶିଂଟନ,୬।୧: ଆମେରିକାର ଓରେଗନ୍ ହସ୍ପିଟାଲକୁ ଯୋଗାଇଦିଆଯାଉଥିବା ଯନ୍ତ୍ରଣା ଉପଶମ ଇଞ୍ଜେକ୍ଶନ ଫେଣ୍ଟାନିଲ୍ ଇଣ୍ଟ୍ରାଭେନସ୍ (ଆଇଭି) ସ୍ଥାନରେ ଜଣେ ନର୍ସ ଷ୍ଟେରିଲାଇଜ୍ ହୋଇ ନ ଥିବା ଟ୍ୟାପ୍ ପାଣିକୁ ଇଞ୍ଜେକ୍ଶନ ଭାବେ ରୋଗୀଙ୍କୁ ଦେବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ଫେଣ୍ଟାନିଲ୍…
ନିର୍ବାଚନର ଦୁଇଦିନ ପୂର୍ବରୁ ହିଂସା, ବେନାପୋଲ ଏକ୍ସପ୍ରେସ ଟ୍ରେନରେ ନିଆଁ , ୪ ମୃତ
ଢାକା,୬।୧: ବାଂଲାଦେଶର ଗୋପିବାଗରେ ବେନାପୋଲ ଏକ୍ସପ୍ରେସ ଟ୍ରେନରେ ନିଆଁ ଲାଗିଯାଇଥିବା ଜଣାପଡିଛି। ଢାକା ଟ୍ରିବ୍ୟୁନ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଢାକା ଟ୍ରିବ୍ୟୁନ ରିପୋର୍ଟ କରିଛି ଯେ ଶୁକ୍ରବାର ରାତି ପ୍ରାୟ ୯ଟା ୫ ମିନିଟରେ ଏହି ନିଆଁ ଲାଗିଥିବା ବେଳେ…
୩ଲକ୍ଷ ଟଙ୍କା ଚୋବାଇଦେଲା ପୋଷା କୁକୁର, ମଳରୁ ବାହାର କଲେ ଛିଣ୍ଡାନୋଟ, ଆଉ ତା’ ପରେ…
ଇଂଲଣ୍ଡ,୫।୧: ୟୁକେର ଜଣେ ଦମ୍ପତିଙ୍କ ସହ ଏପରି ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି ଯାହାକୁ ଶୁଣିଲେ ଆପଣଙ୍କ ହୋସ୍ ଉଡିଯିବ। ତାଙ୍କରି ଘରେ ତାଙ୍କ ସାମ୍ନାରେ ତାଙ୍କ ପୋଷା କୁକୁର ୪ହଜାର ଡଲାର ଅର୍ଥାତ ୩.୩୨ଲକ୍ଷ ଟଙ୍କା ଚୋବାଇ ଖାଇଦେଲା। ଯାହାକୁ ଦେଖି…
ସୋମାଲିଆରେ ‘ଏମଭି ଲିଲା ନରଫୋକ’ ଜାହାଜ ହାଇଜ୍ୟାକ: ୧୫ ଭାରତୀୟଙ୍କୁ ଉଦ୍ଧାର କଲା ନୌସେନା
ମୋଗାଦିସୁ,୫।୧: ହୁତି ଜଳଦସ୍ୟୁଙ୍କ କବଳରୁ ଉଦ୍ଧାର ହେଲେ ୧୫ ଭାରତୀୟ ନାଗରିକ। ଭାରତୀୟ ନୌସେନା ସୋମାଲିଆ ତଟରେ ପହଞ୍ଚି ହାଇଜ୍ୟାକକାରୀଙ୍କ କବଳରୁ ଭାରତୀୟ ନାଗରିକଙ୍କୁ ଉଦ୍ଧାର କରାଯାଇଛି ବୋଲି ଭାରତୀୟ ନୌସେନା ପକ୍ଷରୁ ସୂଚନା ମିଳିଛି। କେବଳ ଭାରତୀୟ ନୁହଁନ୍ତି ଜାହାଜରେ…
ପାକିସ୍ତାନ ସାଧାରଣ ନିର୍ବାଚନ ଘୁଞ୍ଚାଇବାକୁ ସଂସଦରେ ସଂକଳ୍ପ ପାରିତ
ଇସଲାମବାଦ,୫।୧: ସାଧାରଣ ନିର୍ବାଚନ ତାରିଖ ଘୁଞ୍ଚାଇବାକୁ ପ୍ରସ୍ତାବକୁ ପାକିସ୍ତାନ ସଂସଦରେ ଅନୁମୋଦନ ମିଳିଛି। ତେବେ ଫେବ୍ରୁଆରୀ ୮ ତାରିଖରେ ଦେଶରେ ନିର୍ବାଚନ ହେବାର ଥିଲା । ହେଲେ ଦେଶରେ ଅତ୍ୟଧିକ ଥଣ୍ଡା, ସୁରକ୍ଷା ଚିନ୍ତା ଓ ବଢୁଥିବା ରାଜନୈତିକ ଅଚଳାବସ୍ଥାକୁ ଦୃଷ୍ଟିରେ…
ସମୁଦ୍ରରେ ବୁଡିଯିବ ଜାପାନର ଲୋକପ୍ରିୟ କାନସାଇ ଏୟାରପୋର୍ଟ, ବୋଝ ସାଜୁଛି ମନୁଷ୍ୟକୃତ ବିପଦ
ଅଟାଓ୍ବା,୫।୧: ଜାପାନ ୨୦ଅରବ ଡଲାର ମୋଟା ଅଙ୍କର ଟଙ୍କା ଖର୍ଚ୍ଚ କରି ଯେଉଁ ଏୟାରପୋର୍ଟ ତିଆରି କରିଥିଲା ତାହା ଏବେ ସମୁଦ୍ରରେ ବୁଡିବାକୁ ଯାଉଛି। ଦେଶର ଗ୍ରେଟର ଓସାକାସ୍ଥିତ କାନସାଇ ଇଣ୍ଟରନ୍ୟାଶନାଲ ଏୟାରପୋର୍ଟ ମଣିଷ ଦ୍ୱାରା ନିର୍ମିତ ଦ୍ୱୀପରେ ଅବସ୍ଥିତ। ତେବେ…
ଟ୍ୟାକ୍ସ ଦେଉ ନ ଥିଲେ ପ୍ରେମିକ, ଧୋକା ଦେବା ପରେ ଆୟକର ବିଭାଗରେ ଅଭିଯୋଗ କରିଦେଲେ ମହିଳା, ଆଉ ତା’ପରେ…
ଓ୍ବାଶିଂଟନ୍,୫।୧: ଧୋକେବାଜ୍ ପ୍ରେମିକଙ୍କ ଠାରୁ ପ୍ରତିଶୋଧ ନେବାକୁ ମହିଳାଜଣକ କିଛି ଏପରି କାରନାମା କରିଛନ୍ତି ଯାହାକୁ ଶୁଣି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଆମେରିକାର ଜଣେ ମହିଳା ତାଙ୍କୁ ଧୋକା ଦେଇଥିବା ପ୍ରେମିକଙ୍କୁ ଦଣ୍ଡ ଦେବା ପାଇଁ ଆୟକର ବିଭାଗ(ଇନକମ୍ ଟ୍ୟାକ୍ସ)ରେ ଅଭିଯୋଗ…
Archives


