ଅନ୍ତର୍ଜାତୀୟ

ଦୁଇ ଛାତ୍ର ହତ୍ୟା ମାମଲାରେ ହାସିନାଙ୍କ ନାଁରେ ନୂଆ ମାମଲା ରୁଜୁ

ଢାକା,୧୯।୮: ନିକଟରେ ବାଂଲାଦେଶରେ ସଂରକ୍ଷଣ ବିରୋଧୀ ବିରୋଧ ପ୍ରଦର୍ଶନ ବେଳେ ଦୁଇ କଲେଜ ଛାତ୍ରଙ୍କ ମୃତ୍ୟୁକୁ ନେଇ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହୋଇଛି। ହସିନାଙ୍କ ବ୍ୟତୀତ ଅନ୍ୟ ୧୨ଜଣଙ୍କ ବିରୋଧରେ ଏଫଆଇଆର ପଞ୍ଜିକୃତ ହୋଇଛି।…

ବାଂଲାଦେଶରେ କମୁ ନାହିଁ ହିନ୍ଦୁଙ୍କ ଉପରେ ଅତ୍ୟାଚାର

ଢାକା,୧୯।୮: ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଆକ୍ରମଣ ଥମୁନାହିଁ। ନିକଟରେ ବାଂଲାଦେଶର କାର୍ଯ୍ୟନିର୍ବାହୀ ସରକାରର ମୁଖ୍ୟ ମହମ୍ମଦ ୟୁନୁସ ବାଂଲାଦେଶୀ ହିନ୍ଦୁମାନଙ୍କୁ ସୁରକ୍ଷା ଦେବା କଥା ନିଶ୍ଚିତ କରିଥିଲେ। ଇସଲାମିକ ମୌଳବାଦୀମାନେ ଢାକା କଲେଜର ହିଣ୍ଡା ହଷ୍ଟେଲ ଉପରେ ଆକ୍ରମଣ କରିଥିଲେ। ଏହି…

ପୁଣି ଚାଇନା-ଫିଲିପାଇନ୍ସ ମଧ୍ୟରେ ବଢିଲା ତିକ୍ତତା

ବେଜିଂ,୧୯।୮: ମଧ୍ୟ ଏସିଆରେ ଦିନକୁ ଦିନ ବଢୁଥିବା ଉତ୍ତେଜନା ମଧ୍ୟରେ ଚାଇନା ଏବଂ ଫିଲିପାଇନ୍ସ ମଧ୍ୟରେ ସମ୍ପର୍କ ବିଗିଡି ଯାଉଥିବା ଜଣାପଡିଛି। ଦକ୍ଷିଣ ଚାଇନା ସାଗରରେ ବିବାଦୀୟ ଉପକୂଳ ନିକଟରେ ସୋମବାର (୧୯ଅଗଷ୍ଟ ୨୦୨୪) ଚାଇନା ଏବଂ ଫିଲିପାଇନ୍ସ ଜାହାଜ ମଧ୍ୟରେ…

ଆଜି ଦୃଶ୍ୟମାନ ହେବ ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’

ୱାଶିଂଟନ,୧୯।୮: ଚଳିତ ବର୍ଷ ରାଖୀ ପୂର୍ଣ୍ଣିମା ଅବସରରେ ଭାରତରେ ବିରଳ ‘ସୁପର ବ୍ଲ୍ୟୁ ମୁନ୍‌’ ଦୃଶ୍ୟମାନ ହେବ। ସୋମବାର ଭାରତରେ ସୁପର ମୁନ୍‌ ଏବଂ ବ୍ଲ୍ୟୁ ମୁନ୍‌ର ବିରଳ ମିଶ୍ରଣ ଦେଖିବାକୁ ମିଳିବ, ଯାହା ଏକ ଅସାଧାରଣ ଜ୍ୟୋତିର୍ବିଜ୍ଞାନ ଘଟଣା ବୋଲି…

ଯୁଦ୍ଧବିରତି ଉଦ୍ୟମ ମଧ୍ୟରେ ଇସ୍ରାଏଲ୍‌ର ଆକ୍ରମଣ: ୨୧ ମୃତ

ଡେଇର ଅଲ୍‌-ବାଲାହ,୧୯ା୮: ଇସ୍ରାଏଲ୍‌ ଏବଂ ହମାସ୍‌ ମଧ୍ୟରେ ଯୁଦ୍ଧବିରତି ଚୁକ୍ତିନାମା ଚୂଡ଼ାନ୍ତ କରିବା ପାଇଁ ଆମେରିକା ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ୍‌ ରବିବାର ଉକ୍ତ ଅଞ୍ଚଳକୁ ଯାଇଥିବାବେଳେ ଜେରୁଜେଲମ୍‌ ପକ୍ଷରୁ ଆକ୍ରମଣ ଜାରି ରହିଛି। ଗାଜାରେ ରବିବାର ଇସ୍ରାଏଲ୍‌ର ବୋମାମାଡ଼ରେ ୬…

ଅଭିନେତା ଏଲେନ ଡେଲନଙ୍କ ମୃତ୍ୟୁ

ପ୍ୟାରିସ୍‌, ୧୯।୮: ଫ୍ରାନ୍ସର ଖ୍ୟାତନାମା ଅଭିନେତା ଏଲେନ୍‌ ଡେଲନ୍‌ଙ୍କ ୮୮ ବର୍ଷ ବୟସରେ ରବିବାର ପରଲୋକ ଘଟିଛି। ଫିଲ୍ମରେ ଖଳନାୟକ ଭୂମିକାରେ ଅଭିନୟ କରି ସେ ବିଶ୍ୱବ୍ୟାପୀ ପ୍ରଶଂସିତ ହୋଇଛନ୍ତି। ୧୯୬୦ରେ ରେନେ କ୍ଲେମେଟ୍‌ଙ୍କ ନିର୍ଦ୍ଦେଶିତ ‘ପ୍ଲେନ୍‌ ସୋଲେଇଲ’ ଚଳଚ୍ଚିତ୍ରରେ ସେ…

ଗୃହମନ୍ତ୍ରୀ ପଦରୁ ହଟିଲେ ସଖାଓ୍ବତ ହୁସେନ, ନୂଆ ସରକାର ଗଠନର ୯ ଦିନ ମଧ୍ୟରେ ଛାଡିଲେ ଗାଦି

ଢାକା,୧୮।୮: ବାଂଲାଦେଶରେ ଯେମିତି ଅନିଶ୍ଚିତତାର ଅବଧି ଶେଷ ହେବାର ନାଁ ନେଉନାହିଁ। ମଧ୍ୟବର୍ତ୍ତୀକାଳୀନ ସରକାର ଗଠନର ୯ଦିନ ମଧ୍ୟରେ ବ୍ରିଗେଡିୟର୍‌ ଜେନେରାଲ (ଅବସରପ୍ରାପ୍ତ) ଏମ ସଖାୱତ ହୁସେନଙ୍କୁ ଗୃହମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି। କୁହାଯାଏ ଯେ ଶେଖ ହାସିନାଙ୍କୁ ବହିଷ୍କାର କରିଥିବା…

ବାଇବେଲ ବିକି କୋଟି କୋଟି ଟଙ୍କା ରୋଜଗାର କରୁଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି

ଓ୍ବାଶିଂଟନ,୧୮।୮: ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଶ୍ୱର ସବୁଠାରୁ ଧନୀ ନେତାଙ୍କ ମଧ୍ୟରେ ଜଣେ ଭାବେ ଗଣାଯାଆନ୍ତି। ଫୋର୍ବସ ଅନୁଯାୟୀ ଟ୍ରମ୍ପଙ୍କ ନେଟଓ୍ବର୍ଥ ହେଉଛି ୪.୫ ବିଲିୟନ ଡଲାର। ଏଥର ଆମେରିକାର ରାଷ୍ଟ୍ରପତି ନିର୍ବାଚନରେ ଡେମୋକ୍ରାଟ ପ୍ରାର୍ଥୀ କମଲା ହାରିସଙ୍କୁ…

ରାଜାଙ୍କ ମଞ୍ଜୁରୀ ପରେ ଶିନାଓ୍ବାତ୍ରା ହେଲେ ପ୍ରଧାନମନ୍ତ୍ରୀ

ବ୍ୟାଙ୍କକ,୧୮।୮: ଥାଇଲ୍ୟାଣ୍ଡର ନୂଆ ପ୍ରଧାନମନ୍ତ୍ରୀ ଭାବରେ ପାଟୋଙ୍ଗଟର୍ନ ଶିନାୱାତ୍ରା ନିଯୁକ୍ତ ହୋଇଛନ୍ତି। ପ୍ରତିନିଧି ସଭାର ସେକ୍ରେଟେରୀ ଜେନେରାଲ ବା ମହାସଚିବ ଅର୍ଫାତ୍‌ ସୁକାନନ ରବିବାର ଏହି ଘୋଷଣା କରିଛନ୍ତି। ଜିନ୍ହୁଆ ନ୍ୟୁଜ ଏଜେନ୍ସିର ରିପୋର୍ଟ ଅନୁଯାୟୀ ରବିବାର ସକାଳେ ମୁଖ୍ୟାଳୟରେ ଏକ…

ହୋଟେଲ୍‌ ରୁମ୍‌ରେ ପଶି ମହିଳା କ୍ୟାବିନ୍‌ କ୍ର୍ୟୁଙ୍କୁ ଶାରିରୀକ ନିର୍ଯ୍ୟାତନା

ନୂଆଦିଲ୍ଲୀ, ୧୮।୦୮: ଏୟାର ଇଣ୍ଡିଆର ଜଣେ କ୍ୟାବିନ୍‌ କ୍ର୍ୟୁ ସଦସ୍ୟଙ୍କ ଉପରେ ଆକ୍ରମଣ ହୋଇଛି । କିଛି ରିପୋର୍ଟରେ କୁହାଯାଇଛି କି କ୍ୟାବିନ୍‌ କ୍ର୍ୟୁଙ୍କ ସହିତ ବଳାତ୍କାର ହୋଇଛି । ତେବେ ଏହି ଘଟଣାରେ ଲଣ୍ଡନ ପୋଲିସର ତଦନ୍ତ ଜାରି ରହିଛି…

ଲେବାନନ୍‌ ଉପରେ ଇସ୍ରାଏଲ୍‌ର ସବୁଠୁ ବଡ଼ ଆକ୍ରମଣ

ବେରୁଟ୍‌,୧୭ା୮: ଲେବାନନ୍‌ର ଦକ୍ଷିଣ ଭାଗରେ ଇସ୍ରାଏଲ୍‌ ସେନା ଆକ୍ରମଣ କରିବାରୁ ୧୦ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ଜଣେ ମହିଳା ଓ ତାଙ୍କର ୨ ଶିଶୁ ରହିଛନ୍ତି। ଏହି ଏୟାରଷ୍ଟ୍ରାଇକ୍‌ରେ ଅନ୍ୟ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ…

ଭାରତ ସହ କାନ୍ଧରେ କାନ୍ଧ ମିଶାଇ କାମ କରିବ ବାଂଲାଦେଶ, ୟୁନୁସ୍‌ ସରକାର କହିଲେ ଏବେ…

ଢାକା,୧୭।୮: ବାଂଲାଦେଶରେ ଆମେରିକା ଏବଂ ଚାଇନା ଶେଖ ହାସିନାଙ୍କୁ କ୍ଷମତାରୁ ହଟାଇବା ପାଇଁ ଷଡଯନ୍ତ୍ର କରିଥିବା ଅଭିଯୋଗ ହୋଇଥିଲା। ଏପରିକି ସେମାନେ ଭାରତର ପଡୋଶୀ ଦେଶକୁ ଉତ୍ତେଜିତ କରିବା ପାଇଁ ଅନେକ କୌଶଳ ବ୍ୟବହାର କରିଥିଲେ ମଧ୍ୟ ବିଫଳ ହୋଇଥିବା ଜଣାପଡିଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?