ଅନ୍ତର୍ଜାତୀୟ

୩୭୦ ଉଚ୍ଛେଦ ପରେ ଭାରତ-ପାକ୍‌ ବିବାଦ :ମୁଣ୍ଡ ଖେଳାଇବନି ଜାତିସଂଘ

ଜାତିସଂଘ,୧୦ା୮(ପି.ଟି./ଆଇଏଏନ୍‌ଏସ୍‌): ସମ୍ବିଧାନ ଅନୁଚ୍ଛେଦ ୩୭୦ ଉଚ୍ଛେଦ ପରେ ଭାରତ ଓ ପାକିସ୍ତାନ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦରେ ଜାତିସଂଘ ମୁଣ୍ଡ ଖେଳାଇବ ନାହିଁ। ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଦୁଇଦେଶ କୌଣସି ଉତ୍ତେଜନା ସୃଷ୍ଟିକାରୀ ପଦକ୍ଷେପ ନ ନେଇ ସର୍ବାଧିକ ସଂଯମ ଅବଲମ୍ବନ କରନ୍ତୁ।…

ସମଝୌତା ପରେ ଏବେ ଥର୍‌ ଏକ୍ସପ୍ରେସ୍‌କୁ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ/ଇସଲାମାବାଦ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଯିବା ପରେ ପାକିସ୍ତାନ ଭାରତରୁ ଗୋଟିଏ ପରେ ଗୋଟିଏ ସମ୍ପର୍କ ଛିନ୍ନ କରିବାରେ ଲାଗିଛି। ଗୁରୁବାର ପାକିସ୍ତାନ ସମଝୌତା ଏକ୍ସପ୍ରେସ୍‌ ବନ୍ଦ କରିଥିବା ବେଳେ ଶୁକ୍ରବାର ଥର୍‌ ଏକ୍ସପ୍ରେସକୁ ବନ୍ଦ କରି ଦେଇଛି। ଯୋଧପୁରରୁ କରାଚି…

କଶ୍ମୀର ପରିସ୍ଥିତିକୁ ତାଲିବାନ ସହ ତୁଳନା କଲା ପାକିସ୍ତାନ

ତାଲିବାନ,୯।୮: ଜମ୍ମୁ-କଶ୍ମୀରରେ ଅନୁଚ୍ଛେଦ ୩୭୦ ହଟାଇ ଏହାକୁ କେନ୍ଦ୍ର ଶାସିତ ରାଜ୍ୟ କରିଦିଆଯିବା ପରେ ପାକିସ୍ତାନ ଏବେ ବିଚଳିତ ହୋଇପଡ଼ିଛି। ଏନେଇ ଦିନକୁ ଦିନ ପାକିସ୍ତାନ ପକ୍ଷରୁ ନୂଆ ନୂଆ ପ୍ରତିକ୍ରିୟା ଆସୁଛି। ଏହି କ୍ରମରେ ପାକିସ୍ତାନ ସଂସଦରେ ବିରୋଧୀ ଦଳ…

ତ୍ରିଶୂଳୀ ନଦୀକୁ ଖସିଲା ବସ୍‌ ୩ ମୃତ ୨୩ ନିଖୋଜ

କାଠମାଣ୍ଡୁ,୯।୮: ମଧ୍ୟ ନେପାଳର ଧାଙ୍ଗଡିଙ୍ଗ ଜିଲାରେ ତ୍ରିଶୂଳୀ ନଦୀକୁ ଶୁକ୍ରବାର ସକାଳେ ଏକ ଯାତ୍ରୀବାହି ବସ୍‌ ଖସି ପଡିବା ଫଳରେ ଅତିକମ୍‌ରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୩ ନିଖୋଜ ଥିବା ଜଣାପଡିଛି। ଏଥିରେ ଅନ୍ୟ ୧୬ ଆହତ ମଧ୍ୟ…

ଇମ୍ରାନଙ୍କୁ ଝଟକା: ୩୭୦ ଉପରେ ପ୍ରତିକ୍ରିୟା ଦେବାକୁ ମନା କଲା ୟୁଏନଏସସି

ଓ୍ବ।ଶିଂଟନ୍‌,୯।୮: ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ(ୟୁନଏସସି) ପକ୍ଷରୁ ପାକିସ୍ତାନକୁ ବଡ ଝଟକା ଲାଗିଛି। ଜମ୍ମୁ-କଶ୍ମୀରରେ ୩୭୦ ଅନୁଚ୍ଛେଦ ଉଠାଇ ଦିଆଯିବା ପରେ ପାକିସ୍ତାନ ଏଥିରେ ଦଖଲ ଦେବାକୁ ୟୁଏନଏସସିକୁ ଚିଠି ଲେଖିଥିଲା। କିନ୍ତୁ ୟୁଏନଏସସି ଅଧ୍ୟକ୍ଷ ଜୋଆନା ରୋନେକା ଏନେଇ କୌଣସି…

ଇମ୍ରାନଙ୍କ ଧମକ: କହିଲେ, ଭାରତ ସହ ଯୁଦ୍ଧ ଚାହୁଁନୁ, ସୁଯୋଗ ମିଳିଲେ ଦେବୁ ଦୃଢ ଜବାବ

ଇସଲମାବାଦ୍‌,୯।୮: ଜମ୍ମୁ-କଶ୍ମୀରୁ ୩୭୦ ଉଚ୍ଛେଦ ପରେ ବ୍ୟତିବ୍ୟସ୍ତ ହୋଇପଡିଛି ପାକିସ୍ତାନ। ଭାରତଠାରୁ ବ୍ୟାପାରିକ ଏବଂ କୁଟନୈତିକ ସମ୍ପର୍କ ଛିନ୍ନ କରିଛି ପାକିସ୍ତାନ। ଭାରତ ସହ ଆମେ ଯୁଦ୍ଧ ଚାହୁଁନାହୁଁ, କିନ୍ତୁ ସୁଯୋଗ ମିଳିଲେ ଦୃଢ ଜବାବ ଦେବୁ ବୋଲି ପାକିସ୍ତାନ ପ୍ରଧାନମନ୍ତ୍ରୀ…

ବଦଳିବ ଇଣ୍ଡୋନେସିଆର ରାଜଧାନୀ

ଜାକର୍ତ୍ତା,୯।୮: ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତା ବଦଳରେ ବୋର୍ଣ୍ଣିଓ ଦ୍ୱୀପକୁ ଉଠାଇ ନିଆଯିବା ପାଇଁ ଯୋଜନା ଚାଲିଛି ବୋଲି ରାଷ୍ଟ୍ରପତି ଜୋକୋ ୱିଡୋଡୋ ସୂଚନା ଦେଇଛନ୍ତି। ଏହା କାଲିମାଣ୍ଟନ, ପୂର୍ବ କାଲିମାଣ୍ଟନ କିମ୍ବା ଦକ୍ଷିଣ କାଲିମାଣ୍ଟନରେ ପ୍ରତିଷ୍ଠିତ ହେବା ନେଇ ସେ ଟୁଇଟ୍‌…

ନାଗାସାକିରେ ଧ୍ୱଂସଲୀଳା ରଚିଥିଲା ‘ଫ୍ୟାଟମ୍ୟାନ୍‌’

ଟୋକିଓ,୯।୮:ଜାପାନର ନାଗାସାକି ସହରରେ ୭୪ ବର୍ଷ ତଳେ ପରମାଣୁ ବୋମା ତାଣ୍ଡବ ରଚିଥିଲା। ୧୯୪୫ ମସିହା ଅଗଷ୍ଟ ୯ ତାରିଖ ପୂର୍ବାହ୍ନ ୧୧ଟା ୨ ମିନିଟରେ ସହର ଉପରେ ପରମାଣୁ ବୋମା ‘ଫ୍ୟାଟମ୍ୟାନ’ ପକାଯାଇଥିଲା। ନିମିଷେକ ମଧ୍ୟରେ ହଜାର ହଜାର ଲୋକଙ୍କ…

ବିଶ୍ୱ ସମୁଦାୟର ସହଯୋଗ ଲୋଡ଼ିଲା ପାକ୍‌

ଇସ୍‌ଲାମାବାଦ,୯।୮(ପି.ଟି.):କଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଗୁରୁବାର ଅନ୍ତର୍ଜାତୀୟ ସମୁଦାୟର ସହଯୋଗ ଲୋଡିଛନ୍ତି। କଶ୍ମୀରବାସୀଙ୍କ ଉପରେ ଭାରତ ସାମରିକ ବଳ ପ୍ରୟୋଗ କରୁଛି। ଅନ୍ତର୍ଜାତୀୟ ସମୁଦାୟର ନୈତିକ ସାହସ ଥିଲେ ଭାରତର ଏଭଳି ପଦକ୍ଷେପକୁ ବନ୍ଦ କରୁ ବୋଲି ସେ…

ସମଝୌତା ଏକ୍ସପ୍ରେସ୍‌କୁ ସୀମାରେ ଅଟକାଇଲା ପାକ୍‌

ଇସ୍‌ଲାମାବାଦ/ନୂଆଦିଲ୍ଲୀ,୯।୮:ଭାରତ ଓ ପାକିସ୍ତାନ ମଧ୍ୟରେ ଚଳାଚଳ କରୁଥିବା ସମଝୌତା ଏକ୍ସପ୍ରେସ୍‌ ଟ୍ରେନ୍‌ ସେବାକୁ ଇସ୍‌ଲାମାବାଦ ବାତିଲ କରିଦେଇଥିବା ଏହାର ରେଳମନ୍ତ୍ରୀ ଶେଖ୍‌ ରଶିଦ୍‌ ଗୁରୁବାର ଘୋଷଣା କରିଥିବାବେଳେ ଭାରତ ଏହାକୁ ଖଣ୍ଡନ କରିଛି। ଏନେଇ ଇସ୍‌ଲାମାବାଦ ପକ୍ଷରୁ କୌଣସି ଆନୁଷ୍ଠାନିକ ବିଜ୍ଞପ୍ତି…

ଭାରତ କଶ୍ମୀର ନିଷ୍ପତ୍ତି ବଦଳାଇଲେ ପାକିସ୍ତାନ ପୁନର୍ବିଚାର କରିବ

ଇସ୍‌ଲାମାବାଦ, ୯।୮:ଭାରତ ଯଦି କଶ୍ମୀର ପ୍ରସଙ୍ଗରେ ନିଜର ନିଷ୍ପତ୍ତିରେ ପରିବର୍ତ୍ତନ କରେ ତେବେ ପାକିସ୍ତାନ ନେଇଥିବା ନିଷ୍ପତ୍ତିର ସମୀକ୍ଷା କରିବାକୁ ପ୍ରସ୍ତୁତ ବୋଲି ଏହାର ବହିର୍ବ୍ୟାପାର ମନ୍ତ୍ରୀ ଶାହ ମେହମୁଦ୍‌ କୁରେଶୀ ଗୁରୁବାର କହିଛନ୍ତି। ବୁଧବାର ପାକିସ୍ତାନ ଭାରତୀୟ ଉଚ୍ଚାୟୁକ୍ତଙ୍କୁ ବରଖାସ୍ତ…

‘ଆମେ ଶାନ୍ତିରେ ବଞ୍ଚତ୍ପାରିବା’

ଲଣ୍ଡନ,୯।୮:କଶ୍ମୀର ସମସ୍ୟାର ଶାନ୍ତିପୂର୍ଣ୍ଣ ସମାଧାନ ସମ୍ଭବ। ଆମେ ଶାନ୍ତିରେ ବଞ୍ଚତ୍ପାରିବା। କେହି କାହାକୁ ଆଘାତ ଦେବା ବା କ୍ଷତି ପହଞ୍ଚାଇବା ଅନାବଶ୍ୟକ ବୋଲି ନୋବେଲ ଶାନ୍ତି ପୁରସ୍କାର ବିଜୟିନୀ ତଥା ପାକିସ୍ତାନର ଶିକ୍ଷା ଅଧିକାର କର୍ମୀ ମଲାଲା ୟୁସୁଫ୍‌ଜାଇ ଗୁରୁବାର ଆଶାବ୍ୟକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?